Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ
ଆଜିର ଖବର

ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

November 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Fraud in the name of online investment: 3 arrested from Delhi, including the main accused

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ନିବେଶ ଜରିଆରେ ଅଳ୍ପ ସମୟରେ ଅଧିକ ଲାଭ ଦେବାର ପ୍ରଲୋଭନ ଦେଖାଇ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଏକ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଭୁବନେଶ୍ୱର ସାଇବର ଥାନା ପୁଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀରୁ ଠକେଇର ମୁଖ୍ୟ ସୂତ୍ରଧର ସମେତ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ନିବେଶ ନାଁରେ ବିଶ୍ୱାସ ଜନ୍ମାଇ ମୋଟ ୨୯ ଲକ୍ଷ ୫୪ ହଜାର ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ବାସ କରୁଥିବା ଜଣେ ଘରୋଇ ସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀ ଏହି ସାଇବର ଠକମାନଙ୍କ ଜାଲରେ ଫସି ଯାଇଥିଲେ । ଠକମାନେ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ଯୋଗାଯୋଗ କରି ଅନଲାଇନ୍ ମାଧ୍ୟମରେ ପୁଞ୍ଜି ନିବେଶ କଲେ ଅତି କମ୍ ସମୟ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଟଙ୍କାର ମୋଟା ଅଙ୍କର ଲାଭ ମିଳିବ ବୋଲି ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । ସାଇବର ଅପରାଧୀଙ୍କ ଏଭଳି ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ବିଶ୍ୱାସ କରି ସମ୍ପୃକ୍ତ ବ୍ୟକ୍ତି ଜଣକ ପର୍ଯ୍ୟାୟକ୍ରମେ ସେମାନଙ୍କ କହିବା ଅନୁଯାୟୀ ମୋଟ ୨୯.୫୪ ଲକ୍ଷ ଟଙ୍କା ପଇଠ କରିଥିଲେ ।

ମାତ୍ର ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ମୁତାବକ କୌଣସି ଲାଭ ତ ଦୂରର କଥା, ନିଜର ମୂଳ ଟଙ୍କା ମଧ୍ୟ ଫେରି ନପାଇବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଲିଙ୍ଗରାଜ ଥାନା ଅଞ୍ଚଳର ସମ୍ପୃକ୍ତ ପୀଡ଼ିତ ବ୍ୟକ୍ତି ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ବୈଷୟିକ ତଦନ୍ତ ଆରମ୍ଭ କରିଥିଲା । ବ୍ୟାଙ୍କ କାରବାର ଓ ଡିଜିଟାଲ୍ ତଥ୍ୟକୁ ଆଧାର କରି ଠକମାନଙ୍କ ଠିକଣା ଦିଲ୍ଲୀରେ ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ଭୁବନେଶ୍ୱର ସାଇବର ପୁଲିସର ଏକ ସ୍ୱତନ୍ତ୍ର ଦଳ ଦିଲ୍ଲୀରେ ଚଢ଼ାଉ କରି ଏହି ଠକେଇ ର‍୍ୟାକେଟର ମୁଖ୍ୟ କାର୍ପଟଦାର ସମେତ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି । ଏହି ଗ୍ୟାଙ୍ଗ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଅନ୍ୟ କେଉଁଠି ଏଭଳି ଠକେଇ କରିଛନ୍ତି, ସେନେଇ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।

fraud online investment
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

November 25, 2026

ଭୀମମଣ୍ଡଳୀରେ ଜିଏମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱ ଐତିହ୍ୟ ସପ୍ତାହ ପାଳନ

November 25, 2026

ଐତିହାସିକ କଟକ ବାଲିଯାତ୍ରାରେ ଜିଓର ନେଟୱର୍କ କ୍ଷମତା ବୃଦ୍ଧି

November 25, 2026

ରାଜସ୍ଥାନ ଜିଲ୍ଲା ପରିଷଦ ଫଳାଫଳ ଆଶ୍ଚର୍ଯ୍ୟଜନକ: ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ହାରିଲା ବିଜେପି 

November 25, 2026
Latest News

ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

November 25, 2026

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

November 25, 2026

ଭୀମମଣ୍ଡଳୀରେ ଜିଏମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱ ଐତିହ୍ୟ ସପ୍ତାହ ପାଳନ

November 25, 2026

ଐତିହାସିକ କଟକ ବାଲିଯାତ୍ରାରେ ଜିଓର ନେଟୱର୍କ କ୍ଷମତା ବୃଦ୍ଧି

November 25, 2026

ରାଜସ୍ଥାନ ଜିଲ୍ଲା ପରିଷଦ ଫଳାଫଳ ଆଶ୍ଚର୍ଯ୍ୟଜନକ: ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ହାରିଲା ବିଜେପି 

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.