Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ
ଆଜିର ଖବର

ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

November 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ
ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବାଲୁଗାଁ: ଯୁବପିଢ଼ିଙ୍କ ମଧ୍ୟରେ ମାନବୀୟ ସେବା, ସହାନୁଭୂତି ଓ ଜରୁରୀକାଳୀନ ପରିସ୍ଥିତିରେ ପ୍ରାଥମିକ ଚିକିତ୍ସା ପ୍ରଦାନର ଦକ୍ଷତା ବିକାଶ ଲକ୍ଷ୍ୟରେ ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍ ୟୁନିଟ୍ ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପ୍ରାଥମିକ ଚିକିତ୍ସା ସଚେତନତା ଓ ପ୍ରଶିକ୍ଷଣ ଶିବିର–୨୦୨୬ ଆଜି ମହାବିଦ୍ୟାଳୟର ପ୍ରଜ୍ଞା ଭବନ ପରିସରରେ ଉଦ୍‌ଘାଟିତ ହୋଇଛି।ଉକ୍ତ ଶିବିରର ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦ୍ବାରା ରେଡ଼କ୍ରସ୍ ପତାକା ଉତ୍ତୋଳନ କରାଯାଇଥିଲା।

ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ଚଣ୍ଡିପୁଟ ସ୍ଥିତ ଇନ୍ଦିରା ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ଷଡ଼ଙ୍ଗୀ, ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଓ ପ୍ରଶାସନିକ ଅଧିକାରୀ ଡଃ କୈଳାସ ଚନ୍ଦ୍ର ମହାରଣା, ରେଡ଼କ୍ରସ୍ କାଉନସେଲର ରବିଶଙ୍କର ହୋତା ପ୍ରମୁଖ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ସ୍ବାଇଁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ଓ ରେଡ୍ କ୍ରସ୍‌ର ମାନବୀୟ ସେବା ଆଦର୍ଶ ଉପରେ ଆଲୋକପାତ କରିଥିବା ସ୍ଥଳେ ଅନ୍ୟ ଅତିଥି ମାନେ ନିଜର ଉଦବୋଧନ ରଖିବା ସହ ଏପରି ପ୍ରଶିକ୍ଷଣ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସହାୟତା ପ୍ରଦାନ କରିବାରେ ଦକ୍ଷ କରିବା ସହ ସମାଜସେବା ପ୍ରତି ଆଗ୍ରହୀ କରିବ ବୋଲି ମତପ୍ରକାଶ କରିଥିଲେ।

ଶିବିରରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ରଶ୍ମି ରଞ୍ଜନ ଜେନା ଓ ପ୍ରଶିକ୍ଷିକା ଇତିଶ୍ରୀ ସୁନ୍ଦରା ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ଯୁବ‌ ରେଡ଼କ୍ରସ୍ ପରାମର୍ଶଦାତା ଅଧ୍ୟାପିକା ଡଃ ମନସ୍ୱିନୀ ପଟ୍ଟନାୟକ ମହାବିଦ୍ୟାଳୟରେ ଯୁବରେଡ୍ କ୍ରସ୍‌ର ବିଭିନ୍ନ କାର୍ଯ୍ୟକଳାପର ବିବରଣୀ ଉପସ୍ଥାପନ କରିଥିଲେ। ପରିଶେଷରେ ଯୁବରେଡ଼କ୍ରସ୍ ପରାମର୍ଶଦାତା ଅଧ୍ୟାପକ ଶ୍ରୀ ଧୋବୀ ଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ସ୍ଵେଚ୍ଛାସେବୀ ସୋନାଲି ବିଶ୍ୱାସ ମଞ୍ଚ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ହିମାଂଶୁ ଦାଶ, ରୀନା ରାଉତ, ବିଶ୍ୱଜିତ୍ ଦାସ୍, ସ୍ବେଛାସେବୀ ଅନନ୍ତ ବେହେରା, ଅମରେଶ ପାତ୍ର, ସଂଗ୍ରାମ ଦାସ, ସରସ୍ଵତୀ ଘଟୁଆଲି ପ୍ରମୁଖ ସହାୟତା କରିଥିଲେ।ଏହି ଶିବିରର ବାଲୁଗାଁ ମହାବିଦ୍ୟାଳୟ ସମେତ ଗୋଦାବରୀଶ ମହାବିଦ୍ୟାଳୟ, ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଞ୍ଚାବନ ଜଣ ସ୍ବେଛାସେବୀ ଯୋଗଦେଇ ଥିଲେ।

ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ବାଲୁଗାଁ ମହାବିଦ୍ୟାଳୟ ଯୁବ ରେଡକ୍ରସ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱସୁନ୍ଦରୀ ମୁକୁଟ ଜିତିଲେ ଜେନିଫର୍ ବାରେଟୋ

November 25, 2026

ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

November 25, 2026

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

November 25, 2026

ଭୀମମଣ୍ଡଳୀରେ ଜିଏମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱ ଐତିହ୍ୟ ସପ୍ତାହ ପାଳନ

November 25, 2026
Latest News

ବିଶ୍ୱସୁନ୍ଦରୀ ମୁକୁଟ ଜିତିଲେ ଜେନିଫର୍ ବାରେଟୋ

November 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

November 25, 2026

ଅନଲାଇନ୍ ନିବେଶ ନାଁରେ ଠକେଇ : ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

November 25, 2026

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

November 25, 2026

ଭୀମମଣ୍ଡଳୀରେ ଜିଏମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱ ଐତିହ୍ୟ ସପ୍ତାହ ପାଳନ

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.