Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଦାବରୀଶ ମହାବିଦ୍ୟାଳୟ ଯୁବରେଡକ୍ରସ ଶାଖା ତରଫରୁ ଏକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟ ମୂଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ ସୁବୋଧ କୁମାର ଜଗଦ୍ଦେବ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ।

ମହାବିଦ୍ୟାଳୟର ପ୍ରଶାସନ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ରାଜନୀତି ବିଜ୍ଞାନ ବିଭାଗର ମୂଖ୍ୟ ପ୍ରଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ସହ ପ୍ରସାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ରେଡକ୍ରସ କାଉନସେଲର  ସତ୍ୟାନନ୍ଦ ମହାରଣା ଓ ଅଧ୍ୟାପିକା ରଶ୍ମିତା ମହାରଣା ଉପସ୍ଥିତ ହୋଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷକ ଡ଼ ଜଗଦ୍ଦେବ ଛାତ୍ରଛାତ୍ରୀ ମାନଙ୍କୁ ଜୀବନ ରକ୍ଷା ପାଇଁ ଉଦିଷ୍ଟ ଅନେକ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରରେ ଷାଠିଏ ଜଣ ଛାତ୍ରଛାତ୍ରୀ ତାଲିମଲାଭ କରିଥିଲେ।