Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ
ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞା ଭବନ ଠାରେ ଅର୍ଥନୀତି ବିଭାଗ ପକ୍ଷରୁ “ଗ୍ରୀନ୍ ଗ୍ରୋଥ୍ ଆଣ୍ଡ୍ ଇଣ୍ଡିଆ ପାଥ୍ ଟୁ ନେଟ୍-ଜିରୋ” ଶୀର୍ଷକ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଅଛି।ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡ଼ିଜ୍ ବିଭାଗ ପ୍ରାଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ଦାଶ,ଏନ୍ଆଇଟ ସିଲଚ଼ାରର ହ୍ୟୁମାନିଟିଜ୍ ଓ ସୋସିଆଲ ସାଇନ୍ସ‌ ବିଭାଗର ପ୍ରାଧ୍ୟାପକ ଡ଼ଃ ଦୀନମଣି ବିଶ୍ବାଳ, ବାଲୁଗାଁ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର ଯୋଗଦେଇ ଭାରତବର୍ଷରେ ସବୁଜ ଶକ୍ତି‌ର ଉତ୍ପାଦନ ଓ ତାହାକୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ବାୟୁ ପ୍ରଦୂଷଣକୁ କିଭଳି ଭାବେ ରୋକାଯାଇ ପାରିବ, ତାହାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ସଭାପତିତ୍ବ ଏବଂ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ବାଳକୃଷ୍ଣ ପାଢ଼ୀ ଅତିଥି ପରିଚ଼ୟ ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଚ଼ନ୍ଦନ ନାଏକ ସମ୍ପାନ ସମ୍ପର୍କରେ ସମ୍ୟକ୍ ବିବରଣୀ ପ୍ରଦାନ କରିିଥିଲେ। ଏହି ଅବସରରେ ଆସିଥିବା ନିମନ୍ତ୍ରିତ ଅତିଥି ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ପ୍ରୀତି ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଦର୍ଶନ ବିଭାଗ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ସ୍ଥଳେ ଅଧ୍ୟାପିକା ତପସ୍ଵିନୀ ନନ୍ଦ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ଏହାପରେ ବାଲୁଗାଁ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ କସରଡ଼ା ଡ଼ିଜିବିକେ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଆଶିଷ କୁମାର ସାମଲ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ବନ୍ଦନା ମିଶ୍ର, ନିଆଳି ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ମୁଦୁଲି,ଗୋପ ମହାବିଦ୍ୟାଳୟର ଅଧ୍ୟାପକ ତୁଳସୀ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ଆଲୋକ ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଥମ ବର୍ଷ ଛାତ୍ର ବିଶ୍ବଜିତ ବିଶ୍ବାଳ, ଖଲ୍ଲିକୋଟର ଏକକ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ରୀ ଆରତୀ ରାଣି ବେହେରା ପ୍ରମୁଖ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ତୃତୀୟ ବର୍ଷର ଛାତ୍ର ମୁକ୍ତିକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ଜ୍ଞାପନ କରି ଜାତୀୟ ସମ୍ପାନକୁ ସମାପ୍ତ କରିଥିଲେ। ଏହାପରେ ଅତିଥି ମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଅର୍ଥନୀତି ବିଭାଗ ଜାତୀୟ ସମ୍ପାନ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

June 17, 2026

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.