Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ
ଆଞ୍ଚଳିକ

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ
ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

ନାଚୁଣୀ: ଚିଲିକା ବ୍ଲକ୍ ଗଙ୍ଗାଧରପୁର ଶାସନ ସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପରିସରରେ ଥିବା ଜୟଦୁର୍ଗା ମଣ୍ଡପରେ ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ବୈଦ୍ୟ ମାଧବଚନ୍ଦ୍ର ନନ୍ଦଙ୍କ ୩୮ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ତାଙ୍କ ସ୍ମୃତିରେ ଗଠିତ “ମାଧବଚନ୍ଦ୍ର ସ୍ମୃତି ସଂସଦ” ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ସଂସଦର ସଭାପତି ପଣ୍ଡିତ ରାମଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତା ଓ ମାର୍ଗଦର୍ଶକ ପ୍ରଦୋଷ କୁମାର ଦାସଙ୍କ ସଞ୍ଚାଳନରେ ସଭା ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ସହ ସ୍ୱର୍ଗତ ମାଧବଚନ୍ଦ୍ର ନନ୍ଦ ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ସରଯୁବାଳା ଦେବୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପ ଅର୍ପଣ କରାଯାଇଥିଲା। ବେଦପାଠ ପରେ ନିକଟରେ ପରଲୋକ ଯାଇଥିବା ପାଲା ଗାୟକ ଗୌରୀ ଶଙ୍କର ରଥ ଓ ଶିକ୍ଷାବିତ୍ ପଠାଣି ବଳବନ୍ତରାୟଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ମୁଖ୍ୟ ଅତିଥି ଓ ବକ୍ତା:

ମୁଖ୍ୟ ଅତିଥି: ବର୍ଷୀୟାନ ପାଲା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର

ମୁଖ୍ୟ ବକ୍ତା: ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପିତବାସ ତ୍ରିପାଠୀ

ବରେଣ୍ୟ ଅତିଥି: କାଳିଜାଇ କଲେଜ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ, ନାଚୁଣୀ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ରାଜ କିଶୋର ସାହୁ, ଚିଲିକା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପଟ୍ଟନାୟକ

ଏହାପରେ ହରିପୁର ଶାସନ ସ୍ଥିତ ପିଏମ୍ ଶ୍ରୀ ଲକ୍ଷ୍ମୀଧର ସରକାରୀ ହାଇସ୍କୁଲ ପରିସରରେ “ମାଧବଚନ୍ଦ୍ର ସ୍ମୃତି ନିର୍ଝର” ନାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ହରିପୁର ସରପଞ୍ଚ ଗୀତାଞ୍ଜଳି ବେହେରା, ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ ଏହାକୁ ଲୋକାର୍ପିତ କରିଥିଲେ।

ପୁରସ୍କାର ବିତରଣ:

ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାରେ ପ୍ରତି ଶ୍ରେଣୀର ଶ୍ରେଷ୍ଠ ଛାତ୍ରଛାତ୍ରୀ ଏବଂ ନାଚୁଣୀ ଗୋଦାବରୀଶ ସରକାରୀ ହାଇସ୍କୁଲରେ ଗତ ମାଟ୍ରିକ ପରୀକ୍ଷାରେ ସମଗ୍ର ବାଣପୁର ବ୍ଲକରେ ଏକମାତ୍ର A1 ଗ୍ରେଡ୍ ପାଇଥିବା ଛାତ୍ରୀ ରୂପା ସେଣ ଙ୍କୁ ଟ୍ରଫି ଓ ପୁରସ୍କାର ଦିଆଯାଇଥିଲା। ସମାଜସେବା ପାଇଁ ରଘୁନାଥ ନନ୍ଦଙ୍କୁ ସ୍ମୃତି ଫଳକ ଓ ଶାଲ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ସ୍ୱର୍ଗତ ନନ୍ଦଙ୍କ ପୁତ୍ର ସୁଶିଲ, ସୁଧୀର, ପ୍ରଶାନ୍ତ, ସୁଶାନ୍ତ ଓ ପରିବାରବର୍ଗ ସହ ଗଙ୍ଗାଧରପୁର ଓ ସିଙ୍ଗିପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

chilika Gangadharpur khordha MadhabChandraNanda nachuni odishanews SmrutiSansad StudentAward
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆରୁ ୩ ଖେଳାଳି ବାହାର: ୪ର୍ଥ ଦିନିକିଆ ପାଇଁ ତିଲକ-କୁଶାଗ୍ରଙ୍କ ଏଣ୍ଟ୍ରି

November 10, 2026

ଖୋଲିଲା ମା’ ଭଗବତୀଙ୍କ ବାହାର ହୁଣ୍ଡି: ଜାଣନ୍ତୁ ସଂପୂର୍ଣ୍ଣ ଦାନ ପରିମାଣ

November 10, 2026

ରାସ୍ତା ପ୍ରଶସ୍ତିକରଣ ପାଇଁ ଅର୍ଥ ମଞ୍ଜୁର: ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

November 10, 2026

ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ, ଏଥିରେ ଭୁଲ୍ କଣ?: ସୋନିଆଙ୍କୁ ଜବାବ ଦେଲେ ଝିଅ ଶର୍ମିଷ୍ଠା

November 10, 2026
Latest News

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 10, 2026

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026

ଜଗତପୁରରେ ଅବକାରୀ ଚଢ଼ାଉ: ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

November 10, 2026

ଟିମ୍ ଇଣ୍ଡିଆରୁ ୩ ଖେଳାଳି ବାହାର: ୪ର୍ଥ ଦିନିକିଆ ପାଇଁ ତିଲକ-କୁଶାଗ୍ରଙ୍କ ଏଣ୍ଟ୍ରି

November 10, 2026

ଖୋଲିଲା ମା’ ଭଗବତୀଙ୍କ ବାହାର ହୁଣ୍ଡି: ଜାଣନ୍ତୁ ସଂପୂର୍ଣ୍ଣ ଦାନ ପରିମାଣ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.