ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଶାଖା ତରଫରୁ ସାଙ୍ଗଠନିକ ବୈଠକ ସ୍ଥାନୀୟ ପଞ୍ଚମୁଖି ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏବିଭିପି ଖୋର୍ଦ୍ଧା ନଗର ବିସ୍ତାରକ ସାଇ ଜୀବନଜ୍ୟୋତି ସାହୁ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ସାହୁ ଏବଂ ପୁରାତନ କାର୍ଯ୍ୟକର୍ତ୍ତା ସୀତାରାମ ଅଗ୍ରୱାଲ ଯୋଗ ଦେଇଥିଲେ।
ବୈଠକରେ ନାଚୁଣୀ ମହାବିଦ୍ୟାଳୟ ଛାତ୍ର ସଂସଦ ସାଧାରଣ ସମ୍ପାଦକ ଶୁଭଲକ୍ଷ୍ମୀ ହୋତା, ଉପ ସଭାପତି ଅନନ୍ୟା ପ୍ରଧାନ, ବିଜ୍ଞାନ କ୍ଲବ ସମ୍ପାଦକ ପାୟଲ ଶତପଥୀ, କ୍ରୀଡା ସମ୍ପାଦକ ମାନସୀ ବେହେରା, ସାଂସ୍କୃତିକ ସମ୍ପାଦକ ଆକାଶ ମୁଦୁଲି, ଶ୍ରେଣୀ ପ୍ରତିନିଧି ଶିବାନୀ ମୁଦୁଲି ଏବଂ ଅନ୍ୟ ବିଦ୍ୟାର୍ଥୀମାନେ ଯୋଗ ଦେଇଥିଲେ। ନାଚୁଣୀ ମହାବିଦ୍ୟାଳୟରେ ଆଗାମୀ ଦିନରେ ଏବିଭିପି ନିଜର କ୍ୟାମ୍ପସ ୟୁନିଟ ଘୋଷଣା କରିବା ସହ ନିଜର ଉପସ୍ଥିତିକୁ ସୁଦୃଢ କରିବ ବୋଲି ପୁରାତନ କାର୍ଯ୍ୟକର୍ତା ଶ୍ରୀ ଅଗ୍ରୱାଲ କହିଛନ୍ତି।
ଉକ୍ତ ବୈଠକରେ ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ସ୍ୱୟଂ ଶଙ୍କର ସୁପକାର, ସାଧାରଣ ସମ୍ପାଦକ ବିଶ୍ୱଜିତ ବରାଳ, ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପୂଜା ଦିହୁଡି, ସାଧାରଣ ସମ୍ପାଦକ ରବିନାରାୟଣ ବେହେରା, ଉପସଭାପତି ଶୁଭଙ୍କର ରାଉତ,ସହ ସାଧାରଣ ସମ୍ପାଦିକା କ୍ରିଷ୍ଣା ରଣବିଜୁଳି ପ୍ରମୁଖ ଯୋଗଦେଇ ନୂତନ କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଏବିଭିପି ଶୁଭେଛୁ ସ୍ମୃତିରଞ୍ଜନ ମାନସିଂହ ଉପସ୍ଥିତି ରହି କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇଥିଲେ।


