Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସଭା

ନାଚୁଣୀ (ସୀତାରାମ ଅଗ୍ରୱାଲ): ଗୁରୁବାର ୧୨:୦୦ ଘଟିକା ସମୟରେ ନାଚୁଣୀ ନିକଟସ୍ଥ ସିଙ୍ଗିପୁର ପୂଜା ମଣ୍ଡପ ପ୍ରାନ୍ତରରେ ନାଚୁଣୀ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର. ପ୍ରଦୀପ୍ତ କୁମାର ରଥଙ୍କ ଆହ୍ବାନ କ୍ରମେ ନାଚୁଣୀ ମହାବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତଥା ସ୍କାଉଟ୍ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ‘ନବୀନ ଓଡ଼ିଶା- ଉନ୍ନତ ଓଡ଼ିଶା ‘ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଏକ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋଚନ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗଙ୍ଗାଧରପୁରର ଅଗ୍ନିସେବାବାହୀନି କର୍ମଚାରୀ ଓତାଙ୍କର ମୂଖ୍ୟ ଦଳାଇ ସାର୍ ଓ ଟାଙ୍ଗୀ ଅଗ୍ନିସେବା ଅଫିସର୍ ଫାୟରମ୍ୟାନ୍ ଶ୍ରୀଯୁକ୍ତ ବି.କେ ଦାସ ବିଭିନ୍ନ ପ୍ରକାର ସୁରକ୍ଷା ଓ ବିପର୍ଯ୍ୟସ୍ତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ପରୀକ୍ଷା କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇଥିଲେ।

ଉକ୍ତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ତ୍ରିପାଠୀ ଓ ନାଚୁଣୀ ମହାବିଦ୍ୟାଳୟର ନୋଡାଲ ଅଫିସର୍ ଅଧ୍ୟାପକ ଗୋଲଖ ବିହାରୀ ବାରିକ୍ ‘ନବୀନ ଓଡିଶା – ଉନ୍ନତି ଓଡ଼ିଶା’ ଉପରେ ଯୁବଶକ୍ତି ଓ ନାରୀ ସଶକ୍ତି କରଣର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସିଙ୍ଗିପୁର ଓ ଗଙ୍ଗାଧରପୁର ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ରହିବା ସହିତ, ନାଚୁଣୀ ମହାବିଦ୍ୟାଳୟର ରୋଭର ସୂର୍ଯ୍ୟକାନ୍ତ ସାହୁ, ମିଥୁନ ହରିଚନ୍ଦନ ଏବଂ ଆକାଶ ମୁଦୁଲି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡନ କରିଥିଲେ।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟରେ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟନ

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାର ଙ୍କ ନୂତନ ପ୍ରବର୍ତ୍ତିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ବିକାଶ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା(ନୂଆ-ଓ) ମଙ୍ଗଳବାରରେ ନାଚୁଣୀ ମହାବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଉଦ୍ ଘାଟିତ ହୋଇ ଯାଇଛି।

ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଏହି ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟରେ ପରିଚାଳନା ପରିଷଦ ସଭାପତି ଅରୁଣ କୁମାର ଦାଶ ଯୋଗଦେଇ ଥିଲେ।

ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସଚେତନତା କାର୍ଯ୍ୟକ୍ରମ କିଭଳି ସମ୍ପାଦିତ ହୋଇ ଏହି ଵାଵଦରେ ଆସିଥିବା ସରକାରୀ ଅନୁଦାନ ର ସୁ ବିନିଯୋଗ ହୋଇ ପାରିବ ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଡ଼ିସେମ୍ବର ୩୧ ତାରିଖରେ ଉଦଯାପିତ ହେବ।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟର ଭୌତିକ ବିଜ୍ଞାନ ବିଭାଗ ତରଫରୁ ଚନ୍ଦ୍ରଯାନ-୩ ଉପରେ ଆଲଚନାଚକ୍ର

ନାଚୁଣୀ (ସୀତାରାମ ଅଗ୍ରୱାଲ): ଚନ୍ଦ୍ରଯାନ -୩ ର ସଫଳତାର ସହିତ ଉତକ୍ଷେପଣ ସହିତ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ଅବତରଣ ଦ୍ଵାରା ସାରା ଦେଶ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଏଥି ନିମନ୍ତେ ସ୍ଥାନୀୟ ନାଚୁଣୀ ମହାବିଦ୍ୟାଳୟ ର ଭୌତିକ ବିଜ୍ଞାନର ବିଭାଗୀୟ ମୁଖ୍ୟ ଅଧ୍ୟାପକ ରୁଦ୍ର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ଚନ୍ଦ୍ରୟାନ -୩ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ ଦାସ ସଭାପତିତ୍ବ କରିଥିଲାବେଳେ ଅଧ୍ୟକ୍ଷ ନାରାୟଣ ବଳିଆରସିଂହ, ବିଭାଗ ର ଅନ୍ୟ ଅଧ୍ୟାପକ କର୍ମଚାରୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ  ଛାତ୍ର ବିନୟ ସାହୁ , ପ୍ରିତମ ମହାରଣା, ଶୁଭମ୍ ତ୍ରିପାଠୀ, ତପନ ମହାରଣା ଆଦି ସଭାକୁ ପରିଚାଳନା କରିବା ରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ନାଚୁଣୀ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ

ନାଚୁଣୀ ( ସୀତାରାମ ଅଗ୍ରୱାଲ): ଆଜି ନାଚୁଣୀ କଲେଜରେ ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ଡ଼ିଏସପି ଅନିଲ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆମନ୍ତ୍ରିତ ଅତିଥି ଭାବେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ନାଚୁଣୀ କଲେଜ ଅଧ୍ୟକ୍ଷ ନାରାୟଣ ବଳିୟାରସିଂହ ଓ କଲେଜ ପରିଚାଳନା କମିଟି ସଭାପତି ଅରୁଣ କୁମାର ଦାସ ଯୋଗ ଦେଇଥିଲେ । ଅଧ୍ୟାପିକା ଲୀନା ନଦିଜା କାର୍ଯ୍ୟକ୍ରମ ସ°ଚାଳନରେ ସହଯୋଗ କରିଥିଲେ। କିଭଳି ଭାବରେ ସାଇବର ଅପରାଧରୁ ଦୁରେଇ ରହିବା, କୌଣସି ଅଜଣା ଫୋନ କଲ ଆସିଲେ ଓଟିପି ନଦେବା, ୟୁପିଆଇ ମାଧ୍ୟମରେ କାରବାର କଲେ ସମ୍ପୂର୍ଣ୍ଣ ସଚେତନ ରହିବା ସହ ବିଭିନ୍ନ ଦିଗକୁ ନେଇ ହେଉଥିବା ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରହିବାକୁ ନେଇ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ ପ୍ରତିଯୋଗିତା, ଗୀତ ଓ ଡ୍ୟାନ୍ସ ପୋଗ୍ରାମର ଆୟୋଜନ କରାଯାଇଥିଲା। ଏଥିରେ ଯେଉଁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ପାଇ ଥିଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଅଭିଜିତ ବିଶ୍ୱାଳ ଏବଂ ପ୍ରଦୁମ୍ନ ରଞ୍ଜନ ସୁଆର ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ। ଉପରୋକ୍ତ ଆୟୋଜକଙ୍କ ପକ୍ଷରୁ ନିକଟସ୍ଥ ହରିପୁର ର ଲକ୍ଷ୍ମୀଧର ସରକାରୀ ହାଇସ୍କୁଲ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁବ୍ରତା ସାହୁଙ୍କ ସହଯୋଗ ରେ ମଧ୍ୟ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର ଏବଂ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ତରଫରୁ ପାଠଚକ୍ର ଏବଂ ସଦ୍ୟ ନୂତନ ଛାତ୍ର ଛାତ୍ରୀ ଙ୍କ ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କବିତା ଦେବୀ ମିଶ୍ର ସଭାପତିତ୍ବ କରିଥିଲେ। ଅ

ଧ୍ୟାପକ ଜଗନ୍ନାଥ ଆଚାର୍ଯ୍ୟ, ବିଜୟ ଶତପଥି, ଅଧ୍ୟାପିକା ପ୍ରଜ୍ଞାମିତା ପାତ୍ର ତଥା ସମସ୍ତ ଛାତ୍ର ଛାତ୍ରୀ ମାନେ ସଭାରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ହିରଲ ପ୍ରଧାନ ସଭାକୁ ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏବଂ ଶେଷରେ ପ୍ରୀତି ଭୋଜନରେ ନୂତନ ଛାତ୍ର ଛାତ୍ରୀଙ୍କୁ ଆପ୍ୟାୟିତ କରାଯାଇଥିଲା।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ୟୁନିଟ ତରଫରୁ “ଜାତୀୟ କୃମି ମୁକ୍ତି ଦିବସ” ପାଳିତ

ନାଚୁଣୀ: ନାଚୁଣୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ନାରାୟଣ ବଳିଆରସିଂ ଙ୍କ ଅଧ୍ୟକ୍ଷତା ରେ ଏଵଂ ରେଡକ୍ରସ କାଉନସିଲର ବିଜୟ ଶତପଥି ନେତୃତ୍ୱ ରେ ଜାତୀୟ କୃମି ଦିବସ ପାଳିତ ହୋଇଯାଇଛି। ଏଥିରେ ରେ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମହାବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କରିବା ସହିତ ,କୃମି ଔଷଧ ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଅଧ୍ୟକ୍ଷ କିଭଳି କୃମି ଠାରୁ ଦୂରେଇ ରହିବା, ସେ ବିଷୟରେ ସବିଶେଷ ଟିପ୍ପଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ୍ ପ୍ରଧାନ, ଶୁଭମ୍ ତ୍ରିପାଠୀ, ପ୍ରଭୁ ସ୍ୱାଇଁ, ରଞ୍ଜିତ ସାହୁ, ବବୁଲୁ ସ୍ୱାଇଁ, ହିମାଂଶୁ ସାହୁ ଆଦି ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାନ ହେଲା ମୋବାଇଲ: ତେଜିଲା ଛାତ୍ର ଅସନ୍ତୋଷ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମୋବାଇଲ ମନା। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ର ଦୁଇ ଦିନ ତଳେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅଧ୍ୟକ୍ଷଙ୍କୁ ଏ ବିଷୟରେ ପଚାରିବାରୁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି।

ତେବେ ଏହାକୁ ନେଇ ବର୍ତ୍ତମାନ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।  ଆଜି ଏ ନେଇ ମହାବିଦ୍ୟାଳୟର ବହୁ ଯୁକ୍ତ ଦୁଇ ଛାତ୍ରମାନେ ଉକ୍ତ ନିଷ୍ପତ୍ତିକୁ ବିରୋଧ କରିବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଅଧ୍ୟକ୍ଷଙ୍କୁ ଭେଟି ନିଷ୍ପତ୍ତି ବଦଳାଇବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାକୁ ନେଇ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ମହାବିଦ୍ୟାଳୟ ପରିସରରେ ଜନୈକ ଯୁକ୍ତ ଦୁଇ ଛାତ୍ର ଏକ ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ଅନୁରୋଧ କରୁଥିବାର ଦେଖାଯାଇଛି।

ଛାତ୍ରଙ୍କ କହିବା କଥା ଯେହେତୁ କିଛି ଦିନ ତଳେ ମହାବିଦ୍ୟାଳୟରେ ମୌଳିକ ସୁବିଧା ଉପଲବ୍ଧ ନଥିବା ତଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ପରିସ୍ରାଗାରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଲା, ସେଥିନିମନ୍ତେ ମହାବିଦ୍ୟାଳୟର ଦୋଷ ଦୁର୍ବଳତା ଲୁଚାଇବା ଲାଗି ଅଧ୍ୟକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମୌଳିକ ସୁବିଧା ପାଇଁ ଦାବି ପତ୍ର ଦେଲେ ଛାତ୍ରଙ୍କୁ ମିଳୁଛି କଲେଜରୁ ବହିଷ୍କାର ଧମକ

ସୀତାରାମ ଅଗ୍ରୱାଲ

ନାଚୁଣୀ: ମହାବିଦ୍ୟାଳୟରେ ମୌଳିକ ସୁବିଧା ପାଇଁ ଛାତ୍ରଛାତ୍ରୀମାନେ ଦାବିପତ୍ର ଦେଲେ ସେମାନଙ୍କୁ ଅଧ୍ୟକ୍ଷ ଟିସି ଦେବାର ଧମକ ଦେଉଥିବାର ଅଭିଯୋଗ ହେଉଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ନାଚୁଣୀ ମହାବିଦ୍ୟାଳୟର ଯୁକ୍ତି ତିନି ପ୍ରଥମ ବର୍ଷର ଛାତ୍ର ଆଶାତୀତ ସାହୁ ଗତକାଲୀ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ, ଯେଉଁଥିରେ କି ମହାବିଦ୍ୟାଳୟରେ ପରିସ୍ରାଗାର ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ଏବଂ ଏହାକୁ ତୁରନ୍ତ ସୁଧାରିବା ପାଇଁ ଏକ ଦାବିପତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କୁ ପ୍ରଦାନ କରୁଛନ୍ତି। ତେବେ ଅଧ୍ୟକ୍ଷ ଉକ୍ତ ଭିଡ଼ିଓରେ ପରିସ୍ରାଗାରକୁ ଏକାଧିକ ଥର ହଜାର ହଜାର ଟଙ୍କାରେ ମରାମତି କରାଯାଉଛି ଏବଂ ପୁଣି ମରାମତି କରାଯିବନି ବୋଲି ରୋକଠୋକ ମନା କରୁଥିବାର କହୁଛନ୍ତି। ଏହାପରେ ଛାତ୍ରଜଣଙ୍କ ଉକ୍ତ ଦାବିପତ୍ର ଗ୍ରହଣ କରିବା ସହ ଏହାର ଏକ ନକଲରେ ସ୍ଵାକ୍ଷର କରି ଦେବାପାଇଁ ଅଧ୍ୟକ୍ଷଙ୍କୁ ଅନୁରୋଧ କରୁଥିବା ବେଳେ ସେ ତାହାକୁ ଫେରାଇଦେଉଥିବାର ଭିଡିଓରେ ଦେଖାଯାଉଛି।

ଉକ୍ତ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ବେଳେ ଅଧ୍ୟକ୍ଷଙ୍କ ଏପରି ବ୍ୟବହାରକୁ ସୋସିଆଲ ମିଡ଼ିଆ ୟୁଜର, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନାପସନ୍ଦ କରିଛନ୍ତି। ମହାବିଦ୍ୟାଳୟରେ ସମସ୍ତ ମୌଳିକ ସୁବିଧା ପାଇବା ଛାତ୍ରଛାତ୍ରୀଙ୍କ ହକ ଏବଂ ତାହାପାଇଁ ଦାବିପତ୍ର ଦେଉଥୁବା ବେଳେ ଅଧ୍ୟକ୍ଷଙ୍କ ରୋଷର ଶିକାର ହେବାକୁ ପଡୁଛି ଛାତ୍ରଙ୍କୁ।

ତେବେ ଏ ନେଇ ସମ୍ପୃକ୍ତ ଛାତ୍ର ଆଶାତୀତ ଙ୍କୁ ପଚାରିବାରୁ ସେ ଅଧ୍ୟକ୍ଷଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦାବିପତ୍ର ଦେବା ପରେ ଅଧ୍ୟକ୍ଷ ତାଙ୍କୁ ଧମକ ଚମକ ଦେବା ସହ ଟିସି ଦେଇଦେବେ ବୋଲି ମଧ୍ୟ ଧମକ ଦେଇଥିବାର କହିଛନ୍ତି ଆଶାତୀତ।

ଅନୁରୂପ ଭାବେ ଉକ୍ତ ଦାବିପତ୍ରରେ ସ୍ଵାକ୍ଷର କରିଥିବା ଏକାଧିକ ଛାତ୍ରଙ୍କ ଅଭିଭାବକଙ୍କୁ ଅଧ୍ୟକ୍ଷ ଫୋନ କରି ସେମାନଙ୍କ ବିରୁଦ୍ଧରେ କହିବା ସହ ସୋମବାର ଦିନ କଲେଜ ଡକେଇଥିବାର କହିଛନ୍ତି ଆଶାତୀତ। ତେବେ ଏ ନେଇ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଦାବିପତ୍ର ଦେବାକୁ ଆସିଥିବା ଛାତ୍ର ଆଶାତୀତଙ୍କ ବ୍ୟବହାର ଭଲନଥିବା କହିବା ସହ କଲେଜ ର ଏକ ଛାତ୍ର ଗ୍ରୁପ ଅଛନ୍ତି ଯେଉଁମାନେ ପାଠ ନପଢି ଏପରି ଦିନ ସାରା କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ।

ତତସହିତ ମହାବିଦ୍ୟାଳୟ ପକ୍ଷରୁ ସେ କୌଣସି ଛାତ୍ରଙ୍କ ଅଭିଭାବକଙ୍କୁ ଫୋନ କରିନଥିବାର ସଫେଇ ଦେଇଛନ୍ତି। ତେବେ ଦିନକୁ ଦିନ ନାଚୁଣୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏହା ଆଗକୁ ବିସ୍ଫୋରଣ ରୂପ ନେଇପାରେ ବୋଲି ବାରି ହେଉଛି।

ଅପରପକ୍ଷରେ ଅଧ୍ୟକ୍ଷଙ୍କ ଏପରି ବ୍ୟବହାରକୁ ଛାତ୍ରଛାତ୍ରୀ ମାନେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ଯଦି ଏହାର ସମାଧାନ କରାନଯାଏ ତେବେ ଛାତ୍ରଛାତ୍ରୀ ମାନେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଏହାର ସମାଧାନ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ସାଧରଣରେ ଦାବି ହେଉଛି।