Categories
ଆଞ୍ଚଳିକ

ଚିଲିକାରେ ଶକ୍ତି ବୃଦ୍ଧି ପାଇଁ ବାଣପୁରରେ କଂଗ୍ରେସର ସାଙ୍ଗଠନିକ ବୈଠକ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ମୀନାକ୍ଷୀ ପ୍ରଧାନଙ୍କ ନେତୃତ୍ବରେ ଏକ ସାଙ୍ଗଠନିକ ବୈଠକ ଆଜି ବାଣପୁର ଘଣ୍ଟଶୀଳା ନିକଟସ୍ଥ ଅଲେଖ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚିଲିକାରେ ଦଳକୁ କିପରି ଆଗକୁ ସୁଦୃଢ ଓ ମଜବୁତ କରାଯିବ ସେ ନେଇ କଂଗ୍ରେସ ନେତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀମାନେ ଶପଥ ନେଇଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରସିକ୍ ଚାନ୍ଦ ପଟ୍ଟନାୟକ, ଚିଲିକା ନିର୍ବାଚନ ମଣ୍ଡଳୀ ସଂଯୋଜକ ବିପିନ ବିହାରୀ ବାରିକୀ, ବାଣପୁର ବ୍ଳକ ସଭାପତି ଶମ୍ଭୁନାଥ ବେହେରା, ଚିଲିକା ବ୍ଳକ ସଭାପତି ହରିବନ୍ଧୁ ସାହୁ, ବିପ୍ର ରଞ୍ଜନ ଜେନା, ସୁଶାନ୍ତ ବିଶୋଇ, ଚିତ୍ତରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ପ୍ରଧାନ ଏବଂ ମହିଳା ନେତ୍ରୀ ମାଧୁରୀ ନାୟକ, ପୂଜା ପ୍ରଧାନ ଏବଂ ଏକାଧିକ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: କଂଗ୍ରେସକୁ ମଜଭୁତ କରିବାକୁ ସାଙ୍ଗଠନିକ ବୈଠକ

ବାଣପୁର (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁପ୍ତ ଅବସ୍ଥାରେ ଥିବାବେଳେ କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ସଂଜୀବନୀ ଭଳି କାର୍ଯ୍ୟ କରୁଛନ୍ତି।  ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚିଲିକାରେ ଧୀରେ ଧୀରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ରବିବାର କଂଗ୍ରେସ ସଂଗଠିକା ଶ୍ରୀମତୀ ସାମନ୍ତରାୟ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଘଣ୍ଟ ଶିଳାର ପାଦଦେଶରେ ଏକ ସାଙ୍ଗଠନିକ ବୈଠକ ଆହୁତ କରିଥିଲେ।  ଆଗକୁ କିପରି ଚିଲିକାରେ କଂଗ୍ରେସ ମଜଭୂତ ହୋଇପାରିବ ଏବଂ କର୍ମୀମାନେ ଏକଜୁଟ ହୋଇ ନିର୍ବାଚନର ସାମ୍ନା କରିବେ ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ବସ୍ତୁ ଥିଲା।

ଶ୍ରୀମତୀ ସାମନ୍ତରାୟଙ୍କ ନେତୃତ୍ୱରେ ଆଗାମୀ ଦିନରେ ସମସ୍ତ କର୍ମୀମାନେ ଶପଥ ନେଇ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।

ଉକ୍ତ ବୈଠକରେ ଯୁବ କଂଗ୍ରେସର କୃଷ୍ଣ ବସ୍ତି, ବିପ୍ର ରଞ୍ଜନ ଜେନା, ବିପିନ ବାରିକି ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

କବିସୂର୍ଯ୍ୟ ନଗର ବିଧାୟିକାଙ୍କ ସାଙ୍ଗଠନିକ ବୈଠକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଗୋଷ୍ଟି କନ୍ଦଳ ଭୂଲି ପରସ୍ପର ସହିତ ସହଯୋଗ କରି ସଙ୍ଗଠନକୁ ମଜଭୁତ କରିବାକୁ କହିଥିଲେ। ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଯୁବ ସମାଜକୁ ସାମିଲ କରିବାକୁ କହିଥିଲେ। ଏଥିରେ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ,ପୂର୍ବତନ ସରପଞ୍ଚ ଵିଜୟ କୁମାର ନାୟକ ଙ୍କ ସମେତ ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର ଓ ଏସ. ଛଚିନ। ପଂଚାୟତର ସରପଞ୍ଚ ଓ ବିଜେଡି କର୍ମୀ ଯୋଗଦେଇଥିଲେ