Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ଚିଲିକାରେ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

October 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଚିଲିକାରେ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବାଲୁଗାଁ: ଚିଲିକା ବ୍ଲକ ହରିପୁର ପଞ୍ଚାୟତ ନୂଆପଟଣା ସ୍ଥିତ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ମହିଳା କଂଗ୍ରେସ ସମ୍ପାଦିକା ମିନାକ୍ଷୀ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ବୈଠକରେ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ନିର୍ବାଚନ ମଣ୍ଡଳୀ ପୂର୍ବତନ ଯୁବ କଂଗ୍ରେସ ସଭାପତି ବିପିନି ବିହାରୀ ବାରିକ, ସାଧାରଣ ସମ୍ପାଦକ କୁଳମଣି ସାହୁ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ତୃଣମୂଳ ସ୍ତରରୁ ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ମଜଭୁତ କରିବା ପାଇଁ ସଂକଳ୍ପ ନେଇଥିଲେ। ରାଜ୍ୟରେ ବିଜେପି ଓ ବିଜେଡି ଯେଉଁଭଳି ଭାବେ ମନମୁଖୀ ଶାସନ ଚଲାଇ ଆସିଛି, ସାଧାରଣ ଲୋକଙ୍କୁ ଲୁଟୁଛି, ତାହାର ମୂଳ ଉତ୍ପାଟନ କରିବାସହ ଜନତାଙ୍କ ନିକଟତର ହେବାକୁ ମହିଳା ସମ୍ପାଦିକା ଶ୍ରୀମତୀ ପ୍ରଧାନ କହିଛନ୍ତି। ଆଗାମୀ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାହାର ରାଜ୍ୟ ସରକାରଙ୍କୁ ନିଶ୍ଚିତ ଭାବରେ ଜବାବ ଦେବ ବୋଲି କର୍ମୀମାନେ କହିଛନ୍ତି।

ଚିଲିକା ନିର୍ବାଚନ ମଣ୍ଡଳୀ ୩୪ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୩ଟି ଗ୍ରାମ ପଞ୍ଚାୟତରୁ ଶତାଧିକ ଜନସାଧାରଣ କଂଗ୍ରେସ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଡ଼ାକରା ଦେଇଛନ୍ତି। ହରିପୁର, ସୋରଣ, ମାନସିଂହପୁର, ଆଙ୍କୁଲା, ମୋରାମୋରି, ହାଟବରଢ଼ୀହ, ବିରିବାଡ଼ି, ନନ୍ଦପୁର, ନାଚୁଣି, ବଉଳାବନ୍ଧ, ନିଳାଦ୍ରୀପ୍ରସାଦ ଆଦି ଗ୍ରାମପଞ୍ଚାୟତ କର୍ମୀମାନେ ଉପସ୍ଥିତ ରହି ଆଗକୁ ସଙ୍ଗଠନ ଜୋରଦାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଚିଲିକା ଜାତୀୟ କଂଗ୍ରେସ ସାଙ୍ଗଠନିକ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

August 25, 2026

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.