Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବିଜେପିର ପ୍ରଶାନ୍ତ ଜଗଦ୍ଦେବ ଆଗୁଆ, ଜାଣନ୍ତୁ କେତେ ବ୍ୟବଧାନରେ ସେ ଆଗରେ ଅଛନ୍ତି

ଭୁବନେଶ୍ବର: ଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ ଅଛନ୍ତି। ମୋଟ 19 ରାଉଣ୍ଡ ମଧ୍ୟରୁ 10 ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ 4582 ଭୋଟ ଆଗରେ ଅଛନ୍ତି। ବିଭିନ୍ନ ପ୍ରାର୍ଥୀଙ୍କୁ 10 ରାଣ୍ଡରେ ଯେତେ ଭୋଟ ପାଇଛନ୍ତି ତାହା ହେଲା

1- ପ୍ରଶାନ୍ତ ଜଗଦ୍ଦେବ, ବିଜେପି- 43193

2- ରାଜେନ୍ଦ୍ର ସାହୁ, ବିଜେଡି-  38611

3-କାଳୁ ଖଣ୍ଡାତରାୟ, ସ୍ବାଧୀନ- 13317

4- ସୋନାଲି ସାହୁ, କଂଗ୍ରେସ- 2088

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗିରଫଦାରୀକୁ ବିରୋଧ: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଖୋର୍ଦ୍ଧା: ଭୋଟିଂ ସମୟରେ ଇଭିଏମ ଭାଙ୍ଗିଥିବା ଅଭିଯୋଗରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଗିରଫକୁ ବିରୋଧ କରି ହଜାର ହଜାର ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ବିଜେପି କର୍ମୀ।

ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥ‌ିବା ବିଜେପି ଅଭିଯୋଗ କରିଛି। ଗତ ଶନିବାର ନିର୍ବାଚନ ବେଳେ ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଏହି ଘଟଣାର କାହିଁକି ସିସିଟିଭି ଯାଞ୍ଚ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୫ ରେ ମତଦାନ: ଆଜିଠୁ ବୁଥକୁ ଗଲେ ପୋଲିଂ ଅଧିକାରୀ

ଖୋର୍ଦ୍ଧା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ମତଦାନ ହେବ। ଆଜିଠାରୁ ପୋଲିଂ ଅଧିକାରୀ ବୁଥକୁ ଯାତ୍ରା କରିଛନ୍ତି। ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଜିଲ୍ଲା ପଣ୍ୟାଗାର ଏବଂ ଚିଲିକା ପାଇଁ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ଷ୍ଟଙ୍ଗରୁମ କରାଯାଇଛି। ଏଠାରୁ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନେ ଇଭିଏମ ଓ ଭିଭିପାର୍ଟ ମେସିନ ଧରି ବୁଥରେ କଡା ସୁରକ୍ଷା ବଳୟରେ ପହଞ୍ଚିଛନ୍ତି ବୋଲି ବେଗୁନିଆ ରିଟର୍ଣ୍ଣି ଅଫିସର ବାଦଲ ମହାନ୍ତି କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମତଦାନକୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି: ଜାଣନ୍ତୁ ଭୋଟିଂ ପରେ କେଉଁଠି ରହିବ ଇଭିଏମ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ। ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏ ମର୍ମରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା କହିଛନ୍ତି ଯେ, ଆସନ୍ତା ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବେ।

ସେହିଭଳି ୨୪ ତାରିଖରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଗସ୍ତ କରିବେ। ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ପଣ୍ୟାଗାରରେ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା କରାଯାଇଛି। ଏଠାରୁ ପୁଲିଂ ପାର୍ଟିମାନେ ସଂପୃକ୍ତ ବୁଥ୍‌ ନିମନ୍ତେ ଯାତ୍ରା କରି ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ଉକ୍ତ ସ୍ଥାନରେ ଦାଖଲ କରିବେ।

ଚଳିତ ନିର୍ବାଚନ ନିମନ୍ତେ ମୋଟ ୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଜୟଦେବ ନିର୍ବାଚନ ମଣ୍ଡଳୀରେ ୮ ଜଣ, ଭୁବନେଶ୍ୱର (ମଧ୍ୟ)ରେ ୧୩ ଜଣ, ଭୁବନେଶ୍ୱର (ଉତ୍ତର)ରେ ୧୨ ଜଣ, ଏକାମ୍ରରେ ୧୨ ଜଣ, ଜଟଣୀରେ ୯ ଜଣ, ବେଗୁନିଆରେ ୧୧ ଜଣ, ଚିଲିକାରେ ୧୦ ଜଣ, ଖୋର୍ଦ୍ଧାରେ ୮ ଜଣ ଏବଂ ଭୁବନେଶ୍ୱର ଲୋକସଭା ପାଇଁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ଜିଲ୍ଲାର ମୋଟ ୧୯ ଲକ୍ଷ ୬ ହଜାର ୫୧୮ ଜଣ ଭୋଟରଙ୍କ ମଧ୍ୟରେ ୯ ଲକ୍ଷ ୯୦ ହଜାର ୭୩୪ ଜଣ ପୁରୁଷ, ୯ ଲକ୍ଷ ୧୫ ହଜାର ୨୦୫ ଜଣ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୪୨ ହଜାର ୧୦୦ ଯୁବ ଭୋଟର ଥିବାବେଳେ ୩୨ ହଜାର ୫୭ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ନିର୍ବାଚନରେ ନିୟୋଜିତ ଜିଲ୍ଲାର ୫୩୩୧ ଜଣ କର୍ମଚାରୀ ପୋଷ୍ଟାଲ ବାଲାଟ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଥିବାବେଳେ ପ୍ରାୟ ଦେଢ଼ ହଜାରରୁ ଅଧିକ ୮୫ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ମତଦାନ କରିଛନ୍ତି।

ଜିଲ୍ଲାର ୧୯୨୩ଟି ବୁଥ୍‌ ମଧ୍ୟରୁ ୫୨୫ଟି କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖି ବୁଥ୍‌, ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ୮ଟି ଏବଂ ଯୁବ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ୪୦ଟି ବୁଥ୍‌ ରହିଛି। ଏଥି ମଧ୍ୟରେ ୨୭ଟି ସମ୍ବେଦନଶୀଳ ଓ ୩୦୬ଟି ଅତିସମ୍ବେଦନଶୀଳ ବୁଥ୍‌ ରହିଛି। ଏଥି ସହ ୭ଟି ଇକୋ-ଫ୍ରେଣ୍ଡଲି ଏବଂ ୩୮୪ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ୨୦୦ଟି ମତଦାନ କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଉକ୍ତଦିନଗୁଡ଼ିକରେ ପୁଲିଂ ପାର୍ଟିମାନଙ୍କ ସହାୟତା ନିମନ୍ତେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ଯଥା-ଜଟଣୀ, ପିପିଲି, ଖୋର୍ଦ୍ଧା, ବାଳକାଟି, ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ରୁଟ୍‌ରେ ବସ୍‌ମାନ ଚଳପ୍ରଚଳ କରିବ। ଏହି ବସ୍‌ଗୁଡ଼ିକ ୨୫ ତାରିଖ ସନ୍ଧ୍ୟା ୭ ଘଟିକାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଚଳପ୍ରଚଳ କରିବ। ପ୍ରତ୍ୟେକ ସଖି ବୁଥ୍‌ରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ। ଏଥି ମଧ୍ୟରେ ୧୧୪୪ଟି ବୁଥ୍‌ରେ େୱବ୍‌କାଷ୍ଟିଂ କରାଯିବ। ପ୍ରାୟ ୧୫ ହଜାର ପୁଲିଂ ଅଧିକାରୀ ଏହି ମତାଦନ ପ୍ରକ୍ରିୟା ନିମନ୍ତେ ନିୟୋଜିତ ହୋଇଛନ୍ତି। ଏଥିନିମନ୍ତେ ୧୦ ପ୍ଲାଟୁନ ସିଏପିଫ ଯବାନଙ୍କ ସମେତ ପ୍ରାୟ ୨୨ ପ୍ଲାଟୁନ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଛି। ଆସନ୍ତା ୨୫ ତାରିଖରେ ଜିଲ୍ଲାରେ ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଏଥି ସହ ଆବଶ୍ୟକ ସ୍ଥଳେ ସହାୟତା କରିବାକୁ ୨୪ ଜଣ ଇସିଆଇଏଲ୍‌ ଯନ୍ତ୍ରୀ ଏବଂ ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ୫୫ ଜଣ ସହଯୋଗୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏତଦ୍‌ବ୍ୟତୀତ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲାଯାଇ ନିର୍ବାଚନ ସଂପର୍କିତ ସମସ୍ତ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥି ସହ ୧୯୫୦କୁ କଲ୍‌ କରି ନାଗରିକମାନେ ବିଭିନ୍ନ ଅଭିଯୋଗ କରିପାରୁଛନ୍ତି।

ଏତଦ୍‌ବ୍ୟତୀତ ସମସ୍ତ ବୁଥ୍‌ରେ ବିଦୁ୍ୟତ, ଆଲୋକୀକରଣ, ଖାଦ୍ୟ ଓ ପାନୀୟ ଜଳ, ଶୌଚାଳୟ, ପ୍ରତୀକ୍ଷା ଗୃହ, ସୂଚନା ଫଳକ, ସହାୟତା କେନ୍ଦ୍ର, କ୍ରେଚ୍‌, ସେଲ୍‌ଫି ସେଣ୍ଟର, ଡାକ୍ତରୀ ଟିମ୍‌ର ସୁବିଧା କରାଯାଇଛି। ପ୍ରତ୍ୟେକ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ହ୍ୱିଲ୍‌ ଚେୟାର ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭ୍ରାମ୍ୟମାଣ ଡାକ୍ତରୀ ଟିମ୍‌ ମୁତୟନ ହୋଇଛନ୍ତି। ପ୍ରତ୍ୟେକ ବୁଥ୍‌ରେ ସହାୟତା ନିମନ୍ତେ ତାଲିମପ୍ରାପ୍ତ ସେ୍ୱଚ୍ଛାସେବୀ ନିଯୁକ୍ତ କରାଯାଇଛି। ଭୋଟରମାନେ ସେମାନଙ୍କର ମତଦାନ କେନ୍ଦ୍ର ଜାଣିବା ନିମନ୍ତେ ଭୋଟର ସୂଚନା ପତ୍ର ଦିଆଯାଇଛି। ଭୋଟରମାନେ ‘ଭୋଟର ହେଲପ୍‌ ଆପ୍‌’ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ‘ମୋ ବୁଥ୍‌’ ଆପ୍‌ ସହାୟତାରେ ସେମାନଙ୍କର ମତଦାନ କେନ୍ଦ୍ର ଏବଂ ଅବସ୍ଥିତି ସଂପର୍କରେ ବିଶଦ ଭାବେ ଜାଣିପାରିବେ।

ଭୋଟରମାନଙ୍କ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ପକ୍ଷରୁ ଗଣଦୌଡ଼, ୱାକାଥନ୍‌, ସାଇକେଲ୍‌ ଶୋଭାଯାତ୍ରା ଏବଂ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲାରେ ତିନିଜଣ ସାଧାରଣ ପର୍ଯ୍ୟବେକ୍ଷକ, ଜଣେ ପୋଲିସ୍‌ ପର୍ଯ୍ୟବେକ୍ଷକ ଏବଂ ୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋରଧାଏବଂ ନିର୍ବାଚନ ଡେପୁଟି କଲେକ୍‌ଟର ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଖୋର୍ଦ୍ଧା: ନିର୍ବାଚନକୁ ଦିନ କେଇଟା ଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ। ଏହାର ଅଵ୍ୟବହିତ ପୂର୍ବରୁ ଜଣକ ପରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଓଡିଶା ଗ୍ରସ୍ତରେ ଆସି ଘମାଘୋଟ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟରେ ଏଥର ପରିବର୍ତ୍ତନ ସହ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନିତିନ ଗଡକରି ଓଡିଶା ଆସି ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଛନ୍ତି।

ସେହିପରି ଆଜି ଖୋର୍ଦ୍ଧା ହାବେଳି ପଡିଆରେ ଅନୁଷ୍ଠିତ ଏକ ବିଶାଳ ବିଜୟ ସଂପର୍କ ସମାବେଶରେ ସାମିଲ ହୋଇଥିଲେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ହଜାର ହଜାର କର୍ମୀଙ୍କ ଉପସ୍ଥିତରେ ଓଡିଆ ଭାଷା ଅତି ସୁନ୍ଦର ଭାଷା କହିବା ସହ ଏଠି ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଛି କିନ୍ତୁ ଲୋକମାନଙ୍କ ସମସ୍ୟା ବୁଝିବାରେ ବିଫଳ ହୋଇଥିବା କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର କଥା ଉଠାଇ ରାଜ୍ୟ ସରକାରଙ୍କ ଉପରେ ରାଜନାଥ ବର୍ଷିଛନ୍ତି। ରତ୍ନ ଭଣ୍ଡାରର ଚାବି ମିଳୁନି ଆମ ସରକାର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

ସେହିପରି ବିଜେପି ଯାହା କହେ ତାହା କରିକି ଦେଖାଏ ବୋଲି କହିବା ସହ ଧାରା ୩୭୦, ରାମମନ୍ଦିର, ତିନ ତଲାକ କଥା ରାଜନତା କହିଛନ୍ତି। ସେହିଭଳି ଭାରତରୁ ଗରିବ ହଟାଇବା ପାଇଁ ଆମ ସରକାର କାର୍ଯ୍ୟ କରିଛି ଏବଂ ଯାହା ଫଳରେ ଶାସନର ୮ ବର୍ଷ ଭିତରେ ଏଥିରେ ଆମେ ସଫଳ ହୋଇଛୁ। ଭଷ୍ଟାଚାରକୁ ଭାଷଣରେ ସମାସ୍ତ ହୁଏନି ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ସମାପ୍ତ ହେବ ବୋଲି କହିବା ସହ ଏହାକୁ ମୋଦୀ ସରକାର କରି ଦେଖାଇଛନ୍ତି।

୨୦୧୪ରେ ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱର ୧୪ ନମ୍ବର ସ୍ଥାନରେ ଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ଏହା ପଚଂମ ସ୍ଥାନକୁ ଆସିଛି। ଆମେ ଭାରତକୁ ମହାଶକ୍ତି କରିବାକୁ ଚାହୁଁଛୁ ଦୁନିଆର କଲ୍ୟାଣ ପାଇଁ ଏହି ମହାଶକ୍ତି କାର୍ଯ୍ୟ କରିବ କହିଥିଲେ। ସେହିପରି ପିଓକେ ସମ୍ପର୍କରେ ନିଜର ମତ ଦେଇ ରାଜନାଥ କହିଥିଲେ ପିଓକେ ଭାରତର ଥିଲା, ଅଛି ଓ ରହିବ ଏହାକୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ତାହା ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ। କିଭଳି ରାଜ୍ୟରେ ଏଥର ୨୫ ବର୍ଷର ସରକାର ହଟିବ ଏବଂ ଭାରତୀୟ ଜନତା ପାର୍ଟି ଜଣେ ସୁସ୍ଥ, ଦକ୍ଷ ଓଡିଆ କହୁଥିବା ଓଡିଆ ଯୁବକ ମୁଖ୍ୟମନ୍ତ୍ରୀ ହେବେ ସେ ଉପରେ ମନ୍ତବ୍ୟ ଦେଇଥିଲେ।

ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ବପ୍ନ ସାକାର କରାଯିବ ବୋଲି କହିଥିଲେ। ଆମ ରାଜ୍ୟରେ ୪୨ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ ବେରୋଜଗାର ଅଛନ୍ତି। ଯାହା ଆମ ରାଜ୍ୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଚଳିତ ନିର୍ବାଚନରେ ମତଦାନ ହାର ବଢିବ ତାହାର ସବୁଆଡେ ଫୁଲ ଫୁଟିବ ବୋଲି କହିଥିଲେ ଅପରାଜିତା। ସେହିପରି ଏଥର ଖୋର୍ଦ୍ଧାରେ ପାଇକ ପୁଅ ବିଧାୟକ ହବେ ବୋଲି କହିଥିଲେ ପ୍ରଶାନ୍ତ ଜଗଦ୍ଦେବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିଜେପି ର ମିଶ୍ରଣ ପର୍ବ: ଯୋଗଦେଲେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟ

ଖୋର୍ଦ୍ଧା: ଆଜି ଟାଙ୍ଗୀ ମଧୂମଙ୍ଗଳ ପଡିଆରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ଛାଡି ଟାଙ୍ଗୀ ବ୍ଲକର ବହୁ ତୁଙ୍ଗ ବିଜୁ ଜନତାଦଳ ସମର୍ଥିତ ସରପଞ୍ଚ, ସମିତିସଭ୍ୟା, ବରିଷ୍ଠ ନେତୃତ୍ବଙ୍କୁ କରତାଳି, ହୁଳହୁଳି ଦେଇ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା।

ରାଜ୍ୟ ବିଜେପି ପରିଷଦ ସଦସ୍ୟ ରଘୁନାଥ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଭୂବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାନସଭା ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ବିଜେଡି ଛାଡି ବିଜେପି ଯୋଗଦେଇଥିବା ନେତା ମାନେ ହେଲେ ଟାଙ୍ଗୀ ଗ୍ରାମ ପଂଚାୟତ
ସରପଞ୍ଚ କିଶୋର କୁମାର ବେହେରା, ବଡପାରି ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଭୂଷଣ୍ଡପୁର ସରପଞ୍ଚ ସୌରଭ ଦାସ ମହାପାତ୍ର, ପୂର୍ବତନ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ପୃଷ୍ଟି, ଦୂର୍ଯୋଧନ ରାଉତରାୟ, ଟାଙ୍ଗୀ ସମିତିସଭ୍ୟା ଅର୍ନପୂର୍ଣ୍ଣା ବେହେରା, ଯୁବ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ବିଶ୍ବରଂଜନ ଦାସ, ସୁନିଲ ମହାନ୍ତି ପ୍ରମୁଖ ଅଛନ୍ତି।

ଏତଦବ୍ୟତୀତ ମଙ୍ଗଳାଯୋଡି ସମିତିସଭ୍ୟା କସ୍ତୁରି ପାଣିଗ୍ରାହୀ, ଉଜଳା ଗୋପୀନାଥପୁର ସମିତିସଭ୍ୟ ସୂର୍ଯ୍ୟମଣୀ ସାହୁ, ଭୂଷଣ୍ଡପୁର ପୂର୍ବତନ ସରପଞ୍ଚ ଦଣ୍ଡପାଣି ବେହେରା, ବାଲିପାଟପୁର ପୂର୍ବତନ ସରପଞ୍ଚ ତ୍ରିନାଥ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତାରାପ୍ରସାଦ ଚ୍ୟାଉ ପଟ୍ଟନାୟକ ପ୍ରମୁଖ ବିଜେପି ରେ ସାମିଲ ହୋଇଛନ୍ତି।

ତେବେ ଏସମ୍ପର୍କରେ ବିଜେଡିର ବରିଷ୍ଠ ନେତା ରାମଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଜେଡି ହେଉଛି ମହା ସମୁଦ୍ର। ଏମାନେ କେବେଠାରୁ ବିଜେଡି ଛାଡି ସାରିଛନ୍ତି। ତେଣୁ ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ। ଆମେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ୩୦ ହଜାର ରୁ ଅଧିକ ଭୋଟ ରେ ବିଜୟୀ ହେବୁ।

Categories
ଆଜିର ଖବର ରାଜ୍ୟ ଖବର

ବୁଥ୍ ଆଗରେ ଭିଡ ଅଛି କି ନାହିଁ  ଭୋଟରମାନେ ଜାଣିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆପ୍ 

ଭୁବନେଶ୍ୱର: ଆମ ନୀତି ଓ କାର୍ଯ୍ୟଧାରାରେ ପରିବର୍ତନ ଆଣିବା ସହ ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର। ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ଦୃତଗତିରେ ହେବ। ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ମତଦାନ ହାର ରାଜ୍ୟର ଅନାନ୍ୟ ଅଂଚଳ ଅପେକ୍ଷା ସର୍ବନିମ୍ନ ହେଉଛି ଭୁବନେଶ୍ୱରରେ। ତେଣୁ ଭୋଟରମାନେ ଯେପରି ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ଯୁବ ଭୋଟରମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱରର ଅଧିକାଂଶ ବୁଥରେ ରହିବେ ମହିଳା  ଅଧିକାରୀ। ଏହା ଆମ ରାଜ୍ୟ ପାଇଁ ଉଦାହରଣ। ବୁଥ୍ ଲୋକେସନ୍ ଜାଣିବା ନିମନ୍ତେ ହେବ ସ୍ୱତନ୍ତ୍ର ଆପ୍। ସଂପୃକ୍ତ ବୁଥରେ ଏକ ସମୟରେ କେତେ ଭିଡ ଅଛି ତାହା ମଧ୍ୟ ଆପ୍ ମାଧ୍ୟମରେ ଜାଣି ହେବ। ଭୋଟ୍ ହାର ବଢ଼ାଇବାର ପ୍ରମୁଖ ଭମିକା ରହିଛି ନୂଆଭୋଟର ବିଶେଷ କରି ଛାତ୍ରଛାତ୍ରୀଙ୍କର। ଆମ ରାଜଧାନୀରେ ଏଥର ସର୍ବାଧିକ ମତଦାନ ହେଉ ଏବଂ ସ୍ମାର୍ଟ ନଗରୀର ସ୍ମାର୍ଟ ଭୋଟର ଭାବେ ଆପଣମାନେ ଏହାକୁ କରି ଦେଖାନ୍ତୁ ବୋଲି ଅନୁରୋଧ ଜଣାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା।

ଶିକ୍ଷିତ ଓ ସରକାରୀ କର୍ମଚାରୀ ନିଶ୍ଚିତ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତାଧିକାର ସାବସ୍ତ୍ୟ କରିବାକୁ ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି । ଆମଦେଶ ଏକ ଗଣତନ୍ନ୍ ଦେଶ । ଆମ ଦେଶର ଲୋକ ପ୍ରତିନିଧିମାନେ ଆମ ଦେଶକୁ ଚଳାନ୍ତି। ତେଣୁ ଆମ ଦେଶର ଶାସନ ପଦ୍ଧତି ଅନୁସାରେ ନିଜ ଦେଶରେ ବା ଆମ ଅଂଚଳର ପ୍ରତିନିଧି କିପରି ହେବା ଦରକାର ତାହା ବିଚାର କରିବା ଏବଂ ସେଥିପାଇଁ ନିଜର ମତ ଦେବାର ସୁଯୋଗ ଆମ ସମ୍ବିଧାନ ଦେଇଛି। ତେଣୁ ଏହି ଅଧିକାରର ଉପଯୋଗ କରି ଗଣତନ୍ତ୍ରର ଏହି ବିଶାଳ ପର୍ବରେ ସମସ୍ତେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ କମିଶନର । ଭୁବନେଶ୍ୱରରେ ଭୋଟଦାନ ସ୍ଥିତି କମ୍ ରହିଛି । ପ୍ରାୟ ୪୩ % ଭୋଟର ଭୋଟ ଦେଉଥିବାେବେଳେ,  ପାଖାପାଖି ୩ ଲକ୍ଷ ୪୦ ହଜାର ଭୋଟର ଅନ୍ୟ ବଳକା ଭୋଟରଙ୍କ ପାଇଁ ଲୋକ ପ୍ରତିନିଧି ବାଛିବା ପାଇଁ ମତ ଦେଉଛନ୍ତି । ଏହାର ଅର୍ଥ ଅନ୍ୟମାନେ ନିଜ ମତଦାନ ଅଧିକାର କରୁ ନାହାନ୍ତି  । ତେବେ ଏହି ହାର ବଢ଼ିବା ଆବଶ୍ୟକ । ଆମ ଗହଣରେ ଯେଉଁ ନୂଆ ଭୋଟର ଅଛନ୍ତି, ସେମାନେ ଭୋଟ ଦିଅନ୍ତୁ ଏବଂ ନିଜର ଗଣତାନ୍ତ୍ରିକ ବିପ୍ଳବ ସୃଷ୍ଟି କରନ୍ତୁ । ଏହି ସଚେତନତା ସମସ୍ତଙ୍କୁ ଛୁଇଁବା ଆବଶ୍ୟକ । ଏଥିରେ ଗଣମାଧ୍ୟମର ସହେଯୋଗ ଆଶା କରିଥିଲେ କମିଶନର । ନାଗରିକ ଭାବେ ସମାଜପ୍ରତି ଆମର କର୍ତବ୍ୟ ନିର୍ବାହ କରିବା ଆପଣମାନଙ୍କ ଭଳି ଛାତ୍ରୀମାନେ ଆଗେଇ ଆସନ୍ତୁ ବୋଲି କହିଥିଲେ କମିଶନର ।

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାରିଶହରୁୁ ଉଦ୍ଧ୍ୱର୍ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ଯୋଗଦେଇଥିବାେବେଳେ ବିଶିଷ୍ଟ ଅତିଥିଭାବେ  ବିଏମ୍ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ ଚଞ୍ଚଳ ରାଣା, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଚେୟାରମ୍ୟାନ୍ ପିଜି କାଉନସିଲ  ପ୍ରଫେସର୍  ଚଣ୍ଡି ଚରଣ ରଥ, ବିଏମ୍ସି ଅତିରିକ୍ତ କମିଶନର ଶ୍ରୀ ଘାସିରାମ ମୁର୍ମୁ ଓ ଶ୍ରୀମତୀ ସସ୍ମିତା ସାହୁ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ଶ୍ୟାମଳି ମହାନ୍ତି,  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡଃ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଚିନ୍ମୟୀ ଆଚାର୍ଯ୍ୟ, ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଏବଂ ଟିମ୍  ବିଏମ୍ସି ଉପସ୍ଥିତ ଥିଲେ ।

ସମସ୍ତେ ଆସନ୍ତା ମଇ ୨୫ ତାରିଖ ଦିନ ନିଜ ନିଜ ମତଦାନ କେନ୍ଦ୍ରରେ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବା ସହ ଦେଶ ଗଠନରେ ସକ୍ରିୟ ଭୂମିକା ନିଭାଇବା ପାଇଁ ଉପସ୍ଥିତ ଭୋଟରମାନଙ୍କୁ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ନୂଆ ଭୋଟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା  । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଓ ଛାତ୍ରୀ ମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇ  ନିଶ୍ଚୟ ଭୋଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତର ସରକାରଙ୍କ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ କେତେକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା । ପରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଜାଗରଣ ଅନୁଷ୍ଠାନ ଏବଂ  ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଶିତ ପଥପ୍ରାନ୍ତ ନାଟକ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଶେଷରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା କାଲି ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ କମିଶନଙ୍କ ଅନୁମୋଦନ: ଖୋର୍ଦ୍ଧା ଜିଲ୍ଲାରେ ହେବ ମୋଟ ୧୬ ଟି ଅତିରିକ୍ତ ମତଦାନ କେନ୍ଦ୍ର, ଜାଣନ୍ତୁ କେଉଁଠି?

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ ଖୋର୍ଦ୍ଧା ବିଧାନସଭା ଅଧିନରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ଚାରୋଟି ବିଧାନସଭା କ୍ଷେତ୍ରରେ ମୋଟି ୯୩୨ଟି ମତଦାନ କେନ୍ଦ୍ର ଥିବାବେଳେ ଆଉ ୧୬ଟି ଅତିରିକ୍ତ ବୁଥ୍‌ ବୃଦ୍ଧି ହେବା ଦ୍ୱାରା ମୋଟ ବୁଥ୍‌ ସଂଖ୍ୟା ୯୪୮ରେ ପହଞ୍ଚିଛି। ସହରାଞ୍ଚଳରେ ୧୬ ଶହରୁ ଅଧିକ ମତଦାତା ଏବଂ ଗ୍ରାମାଞ୍ଚଳରେ ୧୫ ଶହରୁ ଅଧିକ ଭୋଟର ଥିବା ପୂର୍ବ ମତଦାନ କେନ୍ଦ୍ରରୁ ପୃଥକ କରି ଏହି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି।

ଏ ସଂକ୍ରାନ୍ତରେ ବିିଭିନ୍ନ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ହୋଇଥିବା ବିଚାରବିମର୍ଶକୁ ଆଧାର କରି ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିବା ପରେ ଏହି ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ମତଦାନ କେନ୍ଦ୍ରଗୁଡ଼ିକ ସଂପୃକ୍ତ ମୂଳ ମତଦାନ ଥିବା କ୍ୟାମ୍ପସ୍‌ ମଧ୍ୟରେ ହିଁ ରହିବ। ୧୧୨-ଭୁବନେଶ୍ୱର ମଧ୍ୟ ବିଧାନସଭା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଝାରପଡ଼ା(ବୁଥ୍‌ ନଂ ୧୮୦), ୧୧୩-ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳାରାହାଙ୍ଗ (ବୁଥ୍‌ ନଂ ୨୩), ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଟିଆ (ବୁଥ ନଂ ୨୯), ମହର୍ଷି ମହିଳା ମହାବିଦ୍ୟାଳୟ, ଶୈଳଶ୍ରୀବିହାର (ବୁଥ୍‌ ନଂ-୬୯), ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜନତାନଗର, ସାଲିଆସାହି (ବୁଥ୍‌ ନଂ-୧୪୫), ସରକାରୀ ଉଚ୍ଚ ବିଦ୍ୟାଳୟ, ପଳାଶୁଣି (ବୁଥ୍‌ ନଂ ୨୨୬), ୧୧୪-ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ଘାଟିକିଆ (ବୁଥ୍‌ ନଂ-୭ ଓ ୧୨), ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି (ବୁଥ୍‌ ନଂ ୪୪ ଓ ୪୭), ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁମୁଡୁମା ଗ୍ରାମ (ବୁଥ୍‌ ନଂ ୧୨୪ ଓ ୧୨୬), ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର (ବୁଥ୍‌ ନଂ ୧୩୮), ବିଏମ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଭୁବନେଶ୍ୱର (ବୁଥ୍‌ ନଂ ୧୫୧), ସେଣ୍ଟ ଜାଭିୟର ହାଇସ୍କୁଲ, କେଦାରଗୌରୀ (ବୁଥ୍‌ ନଂ-୧୫୭) ଏବଂ ୧୧୭-ଖେର୍ଦ୍ଧା ବିଧାନସଭା କ୍ଷେତ୍ର ଅନୁର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ଖୋରଧା (ବୁଥ୍‌ ନଂ ୪୩)ରେ ଏହିସବୁ ଅତିରିକ୍ତ ବୁଥ୍‌ ଖୋଲିଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା: ଟାଙ୍ଗୀର ବିଭିନ୍ନ ମତଦାନ କେନ୍ଦ୍ର ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ, ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଟାଙ୍ଗୀ ଗସ୍ତରେ ଆସି ଟାଙ୍ଗୀର ବିଭିନ୍ନ ଭୋଟଦାନ କେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି।

ଟାଙ୍ଗୀର ବଳରାମ ଦେବ ବିଦ୍ୟାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଶ ପୁର ପ୍ରାଥମିକ ବିଦ୍ୟାଳୟ ଆଦି ଭୋଟଦାନ କେନ୍ଦ୍ର ବୁଲି ସେଗୁଡିକର ଭିତ୍ତିଭୂମି ସମୀକ୍ଷା କରିବା ସହ ବିଦ୍ୟୁତ ସଂଯୋଗ, ଫ୍ୟାନ, ଶୌଚାଳୟ ଆଦି ତଦାରଖ କରିଛନ୍ତି। ଭୋଟଦାନ କେନ୍ଦ୍ର ଗୁଡିକ ପରିସର ସ୍ୱଚ୍ଛ ରହିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଟାଙ୍ଗୀ ବିଡ଼ିଓ ରେଶ୍ମା ଟେଟେ, ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା/କୁହୁଡି: କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଗଞ୍ଜି ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ତେବେ କୌଣସି ଗାଡ଼ିରୁ ଖସି କିମ୍ବା ଟ୍ରାକ ଅତିକ୍ରମ କରୁଥିବା ବେଳେ ବ୍ୟକ୍ତି ଜଣକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରୁଛି ଜିଆରପି। ଏ ନେଇ ନିରାକାରପୁର ଜିଆରପି ଏଏସଆଇ ପରୀକ୍ଷିତ ନାୟକ କେସ ନମ୍ବର ୧୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତେଜିଲା ବାଣପୁର ସବଡିଭିଜନ ଦାବୀ, ଚାଲିଚାଲି ବାଣପୁରରୁ ଭୁବନେଶ୍ବର ଆସିଲେ ଶେଷଦେବ

ଭୁବନେଶ୍ଵର ( ସନ୍ତୋଷ ବଳିୟାରସିଂହ): ଦୀର୍ଘ ଦିନ ଧରି ଜାରି ରହିଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଉପରେ ଆଜି ଏକ ବଡ ଖବର ଆସିଛି। ବାଣପୁରର ଯୁବ ସମାଜସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ସମୟରେ ଶ୍ରୀ ସାହୁ ବାଣପୁର ଉପରେ ଅନେକ ସ୍ମୃତି ବାଣ୍ଟିଛନ୍ତି। ସେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଥିବାବେଳେ ବାଣପୁର ଅଂଚଳର ଇତିହାସ ସମ୍ବନ୍ଧରେ ଅବଗତ ଥିଲେ। ତେବେ ଦାବି ପତ୍ର ପ୍ରଦାନ ବେଳେ ଶେଷଦେବଙ୍କ ସହ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ସଂଗ୍ରାମ କରୁଥିବା ସମାଜସେବୀ ବ୍ରଜ କିଶୋର ଜେନା ଏବଂ ନିରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଅଭିନବ ଉପାୟରେ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ‘ବାଣପୁର ୟୁଥ ଭଏସ’ ସଂଗଠନର ସହଯୋଗରେ ଶେଷଦେବ ବରାଳ ଗତ ୨୮ ତାରିଖରୁ ମା’ ଭଗବତୀ ମନ୍ଦିରରୁ ଲୋକସେବା ଭବନ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ପଦଯାତ୍ରା ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ସେଠାରେ ଶେଷଦେବ ଶତାଧିକ ଯୁବକମାନଙ୍କ ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଆଜି ସେମାନେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସହରକୁ ଏଏନସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ସେଗୁଡିକ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସହରକୁ ଏନଏସି ମାନ୍ୟତା ପ୍ରଦାନ ପାଇଛି। ସେହି ଦୁଇଟି ହେଲା ଟାଙ୍ଗି ଏବଂ ବେଗୁନିଆ।

ପଢନ୍ତୁ: ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ

ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ,୧୭୯୮ ଜଣଙ୍କୁ ପୁରସ୍କାର

ଭୁବନେଶ୍ୱର: ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଶିକ୍ଷକ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ବ୍ଲକ, ଆଲୁମିନ୍, ଏସ୍ଏମ୍‌ସି, ବିଇଓ, ଜିଲ୍ଲାକୁ ପୁରସ୍କୃତ କରାଯାଇ ଅନ୍ୟମାନଙ୍କୁ ଅଭିପ୍ରେରିତ କରିବା ଏହାର ଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ନିମନ୍ତେ ସମଗ୍ର ଭାରତବର୍ଷରେ ଏହା ଅଦ୍ବିତୀୟ କାର୍ଯ୍ୟକ୍ରମ।

ଏହି ପୁରସ୍କାର ଅନ୍ତର୍ଗତ ଅଭିନବ କାର୍ଯ୍ୟ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ସହ ସଫଳତାର ସହିତ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରି ଆଗକୁ ବଢିବାରେ ସହାୟତା ଓ ଉତ୍ସାହ ଦେବା ଏହାର ଏକମାତ୍ର ଲକ୍ଷ୍ୟ। ବିଦ୍ୟାଳୟ ଏବଂ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଓ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତ ମାର୍ଗଦର୍ଶନ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଚଳନ କରାଯାଇଛି।

ଆମର ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଶିକ୍ଷାକୁ ଆଗକୁ ନେବା ପାଇଁ ତାଙ୍କର ସ୍ୱପ୍ନକୁ ସଫଳ ରୂପାୟନ କରିବା ପାଇଁ ଏହି ପୁରସ୍କାର ସହାୟକ ହେବ ଏଥିରେ ସନ୍ଦେହ ନାହିଁ। ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ମାସ ୩୧ ତାରିଖରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଅନେକ ଅନୁଷ୍ଠାନ ଓ ସଫଳ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପ୍ରତିଭାଧାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀ ପୁରସ୍କୃତ ହୋଇଛନ୍ତି।

ଆଜି ଏହି ମର୍ମରେ ଖୋରଧା ଜିଲ୍ଲାର ଆଜି ସମୁଦାୟ ୧୭୯୮ ଜଣ ବିଦ୍ୟାର୍ଥୀ, ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନି କମିଟି, ପଞ୍ଚାୟତ, ବ୍ଲକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମଧ୍ୟ ପୁରସ୍କୃତ ଦେବାକୁ ମନୋନୀତ ହୋଇଛନ୍ତି।

ଏହି ଅବସରରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳା ରଣା ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ, ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ,ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ତାପସ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କଠିନ ପରିଶ୍ରମ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନେ ପରାମର୍ଶ ଦେଇଥିଲେ।

ଶୃଙ୍ଖଳା ଓ ଗୁରୁଜନ ମାନଙ୍କୁ ଉତ୍ତମ ସମ୍ମାନ ପ୍ରଦାନ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ ପୂର୍ବକ ଯୋଗ ଦେଇଥିବା ବିଦ୍ୟାର୍ଥି ଓ ଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନ ମିଳିବ, ଉତ୍ସାହ ବୃଦ୍ଧି ଓ ଶିକ୍ଷା ରେ ଆଗ୍ରହ ଆଣିବା ପାଇଁ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ଅତିଥି ମାନେ ଉଲ୍ଲେଖ କରିଥିଲେ। ଅତିଥିମାନେ ପ୍ରତ୍ୟେକ ପୁରସ୍କାରଧାରୀଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ନିର୍ଦ୍ଧାରିତ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପାଇଁ ଘୋଷଣା କରାଯାଇଥିଲା l ଏହି ପୁରସ୍କାର ନିଶ୍ଚିତ ଭାବେ ସଫଳ ଶିକ୍ଷାର୍ଥୀ, ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ, ଏସ୍ଏମ୍‌ସି ପ୍ରଭୃତିକୁ ଅଧିକରୁ ଅଧୁକ ଆଗେଇବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇବ।

ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି: ୧୮୭ ଗୋଟି ଅଭିଯୋଗ ଗ୍ରହଣ କଲେ ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୧୮୭ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୨ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୧୮୭ ଗୋଟି ଅଭିଯୋଗ ମଧ୍ୟରୁ ୧୭୮ ଟି ବ୍ୟକ୍ତିଗତ ଏବଂ ୬ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା, ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲାଗସ୍ତ: ଏକାଧିକ ପ୍ରକଳ୍ପ କରିବେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ଜଙ୍କିଆ ଏବଂ ଜଟଣୀ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ୪.୩୦ ମିନିଟ ସମୟରେ ଜଙ୍କିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଠାରେ ଇଡ଼କୋ ଦ୍ୱାରା ନିର୍ମିତ ଏକ ଫୁଡ ପାର୍କକୁ ଉଦଘାଟନ କରିବେ। ଅନୁରୂପ ଭାବେ ଉକ୍ତ ଅଞ୍ଚଳରେ ଏକାଧିକ ଶିଳ୍ପାନୁଷ୍ଠାନ ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ।

ଏହାପରେ ଅପରାହ୍ନ ୪.୪୫ ମିନିଟରେ ଜଟଣୀ ଇନଫୋଭ୍ୟାଲି ପହଞ୍ଚି ସେଠାରେ ‘ବାଗଚି ଶ୍ରୀ ଶଙ୍କର କ୍ୟାନ୍ସର ସେଣ୍ଟର ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଭୁବନେଶ୍ୱର ନବୀନ ନିବାସ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ ଭୁବନେଶ୍ୱର କମିଶନେରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଞ୍ଜ ବରବରା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ: କାରଣ ଅସ୍ପଷ୍ଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଡ଼ି ଏଫ ଓ ପୂର୍ଣ୍ଣିମା ପଣ୍ଡିଆନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏ ନେଇ ଡ଼ିଏଫଓ ଶ୍ରୀମତୀ ପାଣ୍ଡିଆନଙ୍କୁ ପଚାରିବାରୁ ଦନ୍ତା ହାତୀର ବୟସ ଆନୁମାନିକ ୨୫-୩୦ ବର୍ଷ ହେବ ଏବଂ ଘଟଣାର ତଦନ୍ତ ଜାରି ରହିଥିବାର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ଚଞ୍ଚଳ ରାଣା

ଖୋର୍ଦ୍ଧା: ଆଜି ଯୁବ ଆଇଏଏସ ଅଧିକାରୀ ଚଞ୍ଚଳ ରାଣା ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାଣା। ଶ୍ରୀ ରାଣା ଏହା ପୁର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ।

୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଙ୍ଗ ଭାବେ ବଲାଙ୍ଗୀରରେ ଯୋଗଦେବା ପରେ ଉକ୍ତ ଜିଲ୍ଲା ଏକାଧିକ ସଫଳତା ହାସିଲ କରିପାରିଛି। ଏପରିକି ଗତବର୍ଷ ଦେଶର ୧୮ ଜଣ ଶ୍ରେଷ୍ଠ ବିବେଚିତ ଜିଲ୍ଲାପାଳଙ୍କ ମଧ୍ୟରୁ ଶ୍ରୀ ରାଣା ଅନ୍ୟତମ ଜିଲ୍ଲାପାଳ ଥିଲେ ଯାହାଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆ ଦିଲ୍ଲୀରେ ପୁରସ୍କୃତ କରିଥିଲେ।

ବଲାଙ୍ଗୀରରେ ଶ୍ୱେତ ବିପ୍ଳବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେବେ ଖୋର୍ଦ୍ଧା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବଢୁଥିବା ନିଶା ବେପାର, ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଗୋ ଚାଲାଣ ରୋକିବା, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।

ଆଜି ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱର ମାଇନର ମିନେରାଲ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ।

ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ।

ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ ଚକ୍ରଵର୍ତ୍ତି ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ସୁସଜ୍ଜିତ ଖୋଲା ଜିପ୍ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପଡ଼ିଆରେ ପରିକ୍ରମା କରିଥିଲେ।

ପରେ ମଞ୍ଚରୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଭାଷଣରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତାଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ।

ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପ୍ୟାରେଡରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ୫୦ ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୭ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲେ। ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାର ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା 5ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ତିନିଗୋଟି ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଏହାପରେ କାରାଗାରରେ ଥିବା କଏଦୀମାନଙ୍କୁ ଏବଂ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ତରରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଅଛି। ଏହା ୨୦୧୧ ମସିହାରୁ ପ୍ରତିବର୍ଷ ଜାନୁୟାରୀ ୨୫ ତାରିଖ ଦିନ ପାଳନ କରାଯାଇ ଆସୁଅଛି।। ଭାରତର ନିର୍ବାଚନ କମିଶନ ତା ୨୫/୦୧/୧୯୫୦ ମସିହାରେ ଗଠନ ହୋଇଥିଲା। ଏହି ଗଠନ ଦିବସକୁ ସ୍ମରଣ କରାଯାଇ ନୂଆ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରିବା ଓ ଭୋଟ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏହି ଦିନ ଟିକୁ ଜାତୀୟ ମତଦାତା ଦିବସ ଭାବରେ ପାଳନ କରାଯାଏ।

ଏହି ପରିପ୍ରେକ୍ଷୀରେ ଡିବା ୯ ଘଟିକା ସମୟରେ  ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟ।ଳୟରୁ ବାହାରି ପୋଲିସ ସୁରକ୍ଷା ସହିତ ଏକ କିଲୋମିଟର ପଲାହାଟ ଛକ ପର‌୍ୟ୍ୟନ୍ତ ଯାତ୍ରା କରି ପୁନଶ୍ଚ ସମସ୍ତେ ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷକୁ ଫେରି ଆସିଲେ। ପଦଯାତ୍ରାରେ ଛାତ୍ର ଛାତ୍ରୀ, ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଉପ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଓ ଅନ୍ୟମାନେ ସାମିଲ ହୋଇଥିଲେ। ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର, ପୋଷ୍ଟର ବ୍ୟବହାର କରାଯାଇ ଥିଲା।

ପଦଯାତ୍ରା ସମାପ୍ତ ହେଲା ପରେ  ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷରେ ଏକ ସଭା ଆୟୋଜନ କରାଯାଇ ଥିଲା। ଏହି ସଭାରେ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇ ଥିଲେ।

ଉପସ୍ଥିତ ଅଧିକାରୀଙ୍କ ଅଭିଭାଷଣ ପରେ ନୂଆ ପଞ୍ଜୀକୃତ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରି ଭୋଟ ପରିଚୟ ପତ୍ର  ପ୍ରଦାନ କରା ଯାଇଥିଲା। ତାହାପରେ ଜିଲ୍ଲା ସ୍ତରରେ ନିର୍ବାଚନ ସମ୍ବନ୍ଧିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇ ଥିଲା ଓ ଭୋଟର ତାଲିକା  ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ, ୨୦୨୪ ରେ  ଭଲ ପ୍ରଦର୍ଶିତ କରିଥିବା ASSISTANT ELECTORAL REGISTRATION OFFICER, BOOTH LEVEL OFFICER, BLO SUPERVISOR ମାନଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଗଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ଼ ଧରଣର ଅଦଳବଦଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି। ନିରାକାରପୁର ଆଇଆଇସି ଭାବେ ଜିଲ୍ଲା ମୁଖ୍ୟାଳୟ ଇନ୍ସପେକ୍ଟର ବିଶ୍ୱଜିତ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ନିରାକାରପୁର ଥାନା ଇନଚାର୍ଜ ଏସଆଇ ପ୍ରସନ୍ନ ଜେନାଙ୍କୁ ସିକୋ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସିକୋ ଫାଣ୍ଡି ଅଧିକାରୀ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁଙ୍କ ବାଣପୁର ଥାନା, ଟାଉନ ଥାନା ଏସଆଇ ମନୋଜ ଦାସଙ୍କ ନାଚୁଣୀ ଥାନା, ଟାଉନ ଥାନା ଏସଆଇ ସୁନିତା ବେହେରାଙ୍କ ବାଲୁଗାଁ ଥାନା, ବେଗୁନିଆ ଥାନା ଏସଆଇ ବିନୋଦ ଚନ୍ଦ୍ର ପରିଡ଼ାଙ୍କ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ବାଙ୍କୋଇ ଫାଣ୍ଡି ଅଧିକାରୀ, ସଦର ଥାନା ଏସଆଇ ସଞ୍ଜୟ ପ୍ରଧାନଙ୍କ ଜଙ୍କିଆ ଥାନାକୁ ବଦଳି ହୋଇଛି।

ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ଭାବେ ଯୋଗଦାନ ଦେଇଥିବା ଏସଆଇ ସୌମ୍ୟରଞ୍ଜନ ପାଇକରାୟ ଓ ଏସଆଇ ଅରବିନ୍ଦ ରାଉଳଙ୍କୁ ଟାଉନ ଥାନା,ଏସଆଇ ରମାକାନ୍ତ ବେହେରାଙ୍କୁ ବେଗୁନିଆ ଥାନାକୁ ନିଯୁକ୍ତି ଦିଆଯାଇଛି। ସେହିଭଳି ଟାଉନ ଥାନା ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କ ନାଚୁଣୀ ଥାନା, ଟାଉନ ଥାନା ଏଏସଆଇ ମଞ୍ଜିତ ଇକ୍କାଙ୍କ ସଦର ଥାନା ଏବଂ ବାଣପୁର ଥାନା ଏଏସଆଇ ପୂର୍ଣ୍ଣଚନ୍ଦ୍ର ରେଡ୍ଡୀଙ୍କ ସିକୋ ଫାଣ୍ଡିକୁ ବଦଳି ହୋଇଛି। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ପକ୍ଷରୁ ଓଡିଶାରେ ପ୍ରଥମ: ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରୁ ଟାଙ୍ଗୀକୁ ଆରମ୍ଭ ହେଲା ଡ୍ରୋନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ରୁ ପରୀକ୍ଷା ମୂଳକ ଭାବେ ଡ୍ରୋନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ ଡ୍ରୋନ ସେବା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସରୁ ଉକ୍ତ ସେବାକୁ ଆରମ୍ଭ କରାଯାଇଛି।

ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ପାଇଁ ଉକ୍ତ ସେବାର ଲକ୍ଷ୍ୟ। ଏମ୍ସ ପକ୍ଷରୁ ଓଡିଶାରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି। ଏହି ଡ୍ରୋନ ଅପରାହ୍ନ ୧୨ ଟାରେ ବାହାରି ୧୨ ଟା ୩୫ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲା।

ଏହି ଡ୍ରୋନ ୫ କେଜି ଓଜନ ପରିବହନ କରିବାର କ୍ଷମତା ରଖିଥିବା ଜଣା ପଡିଛି। ଅତି ଜରୁରୀ ପରିସ୍ଥିତି ରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବ। ଏହି ଡ୍ରୋନ ପୁନର୍ବାର ଏମ୍ସ ଭୁବନେଶ୍ୱର କୁ ସଫଳତାର ସହ ଆକାଶ ପଥରେ ଫେରିଆସିଛି।

ଆକାଶ ପଥରେ ପକ୍ଷୀ ମାନଙ୍କ ଠାରୁ ଢେର ଉଚ୍ଚ ପ୍ରାୟ ୪୦୦ ଫୁଟ ଉଚ୍ଚତାରେ ଏହି ଡ୍ରୋନ ଉଡାଣ କରିବାର କ୍ଷମତା ରହିଛି ବୋଲି ଡ୍ରୋନ ଟେକନସିଆନ ସୂଚନା ଦେଇଛନ୍ତି। ଆଜି ଏହି ସେବା ପ୍ରଥମ ଉଡାଣରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି। ତେଣୁ ଏହି ସେବା ଆଗକୁ ପ୍ରତିଦିନ ଜାରୀ ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣା ପଡିଛି। ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ ଉପକୃତ ହୋଇ ପାରିବେ।