Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଜିଲ୍ଲା ସ୍ତରୀୟ କରୋନା ପଜେଟିଭ ରିପୋର୍ଟ, ଖୋର୍ଦ୍ଧା ରହିଛି ସର୍ବାଗ୍ରେ

ଭୁବନେଶ୍ବର, ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ କରୋନା ରିପୋର୍ଟ ପ୍ରଦାନ କରାଯାଇଛି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରେ 12 ଶହ 58 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହା ପଛକୁ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 5ଶହ 92 ଜଣ ଚିହ୍ନଟ ହୋଇଛନ୍ତି।

1. Angul: 331

2. Balasore: 179

3. Bargarh: 452

4. Bhadrak: 351

5. Balangir: 291

6. Boudh: 175

7. Cuttack: 587

8. Deogarh: 103

9. Dhenkanal: 149

10. Gajapati: 165

11. Ganjam: 262

12. Jagatsinghpur: 109

13. Jajpur: 232

14. Jharsuguda: 304

15. Kalahandi: 236

16. Kandhamal: 62

17. Kendrapada: 132

18. Keonjhar: 104

19. Khurda: 1258

20. Koraput: 145

21. Malkangiri: 73

22. Mayurbhanj: 134

23. Nawarangpur: 433

24. Nayagarh: 194

25. Nuapada: 278

26. Puri: 530

27. Rayagada: 157

28. Sambalpur: 520

29. Sonepur: 121

30. Sundargarh: 592

31. State Pool: 255

Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 991କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀ, ମୟୂରଭଞ୍ଜ  ବାଲେଶ୍ବର ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରି, କଳାହାଣ୍ଡି ନୟାଗଡ, ସୁବର୍ଣ୍ଣପୁର,ବରଗଡ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 991କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ମୃତକଙ୍କ ବୟସ 64 ଓ 50ବର୍ଷ ରହିଥିବାର ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 75 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 72 ବର୍ଷୀୟ ପୁରୁଷ । ସେହିପରି ବାଲେଶ୍ବରରୁ 72 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 70 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି ।

ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 80 ବର୍ଷୀୟା ବୃଦ୍ଧା ଥିବାବେଳେ ଅନ୍ୟ ଜଣେ 90 ବର୍ଷୀୟ ବୃଦ୍ଧ ରହିଛନ୍ତି । ମୟୂରଭଞ୍ଜରୁଜଣେ 53 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 56 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।

ବରଗଡରୁ 53 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 70 ବର୍ଷୀୟ ପୁରୁଷ, କନ୍ଧମାଳରୁ 51 ବର୍ଷୀୟ ପୁରୁଷ, ମାଲକାନଗିରିରୁ 40 ବର୍ଷୀୟ ପୁରୁଷ, ନୟାଗଡରୁ 80 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ସୁବର୍ଣ୍ଣପୁରରୁ 67 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୧୨୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ  ୪ ହଜାର ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡରୁ ୧୮୧, ଢେଙ୍କାନାଳରୁ ୧୫୦, ମୟୂରଭଞ୍ଜରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ବରରୁ ୧୦୮, ବଲାଙ୍ଗୀରିରୁ ୧୦୮, ଗଞ୍ଜାମରୁ ୧୦୩, ଜଗତସିଂହପୁରରୁ ୯୭, କେନ୍ଦୁଝରରୁ ୮୩, ବୌଦ୍ଧରୁ ୭୬, କେନ୍ଦ୍ରାପଡାରୁ ୭୫, କନ୍ଧମାଳରୁ ୬୯, ଝାରସୁଗୁଡାରୁ ୬୬, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୬୨, ରାୟଗଡାରୁ ୬୧, ସମ୍ବଲପୁରରୁ ୬୦, ନୟାଗଡରୁ ୫୬, କଳାହାଣ୍ଡିରୁ ୫୧, ଗଜପତିରୁ ୨୯, ଦେବଗଡରୁ ୨୪, ନବରଙ୍ଗପୁରରୁ ୨୪ ଏବଂ ମାଲକାନଗିରିରୁ ୧୩ ଜେଏଏନଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେଇଛନ୍ତି। ରାଜ୍ୟରେ ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯ ଶହ ୨୦ ଜଣ ଥିବାବେଳେ ସକ୍ରିୟ କେସ ଅଛି ୩୨ ହଜାର ୩୫୨ ଜଣ ଏବଂ ୬୫୬ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଚିନ୍ତା ବଢାଉଛି କରୋନା, ଦୃଢ ପଦକ୍ଷେପ ନେବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।

ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ। ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି । ତେଣୁ ଏହିସବୁ ଆହ୍ବାନକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁ ଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ବର କ୍ଲିନିକ୍ ଗୁଡିକୁ alret ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାସହିତ ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ ବିଭିନ୍ନ କୋଭିଡ ପ୍ରୋଟୋକଲ୍‌କୁ ନେଇ ଏକ ସଚେତନତା ଅଭିଯାନ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗୁରୁତର କୋଭିଡ ରୋଗୀମାନଙ୍କ ପାଇଁ ଜିଲ୍ଲା ଭିତର ଥିବା ହସ୍‌ପିଟାଲରେ ହିଁ ICU Bed ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅତ୍ୟନ୍ତ ଗୁରୁତର ରୋଗୀ ଯେପରି ICU ସୁବିଧା ପାଇପାରିବେ, ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ, ବିଶେଷକରି କଟକ ଓ ଭୁବନେଶ୍ବରରେ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡ କେସ୍ ବଢୁଥିବାରୁ ସମସ୍ତ କୋଭିଡ ନିୟମ ଗୁଡିକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ଓ ସାମାଜିକ ଦୂରତ୍ବ ନିୟମରେ ଯେପରି କୌଣସି ଅବହେଳା ନ ହୁଏ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

କୋଭିଡ ସଂପର୍କରେ ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ପରିଚାଳନା ସଂପୂର୍ଣ୍ଣ ସଫଳ ହୋଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ରଣନୀତିକୁ ସୁଦୃଢ କରାଯାଉଛି ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର କୋଭିଡ ପରିଚାଳନା ସଂପର୍କରେ ଏକ ବିବରଣୀ ଉପସ୍ଥାପନା କରିଥିଲେ।

ବୈଠକରେ ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରି ସବୁ ବିଭାଗର ଜୀବିକା ସୃଷ୍ଟି କାର‌୍ୟ୍ୟକ୍ରମ ଗୁଡିକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି କ୍ଷେତ୍ରରେ ଅସୁବିଧା ଥିଲେ, ତାକୁ ତୁରନ୍ତ ଦୂର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକା କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ଶିଳ୍ପ ଓ MSME କ୍ଷେତ୍ରରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ପୂର୍ଣ୍ଣସ୍ତରରେ କାର୍ଯ୍ୟକ୍ଷମ କରିବାପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ଶିଳ୍ପ କ୍ଷେତ୍ରରେ ଯଦି କିଛି ଅସୁବିଧା ଥାଏ, ତେବେ ତାକୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରିବା ଆବଶ୍ୟକ।

ବୈଠକରୁ ଜଣାଯାଇଥିଲା ଯେ ରାଜ୍ୟରେ କୃଷି, ଶିଳ୍ପ, MSME ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର‌୍ୟ୍ୟକ୍ରମ ସ୍ବଭାବିକ ହୋଇଆସୁଛି। ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାର ଆସିଛି। କୃଷି କ୍ଷେତ୍ରରେ ଚଳିତ ବର୍ଷ ଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି ଚାଷ କରାଯାଇଛି ଯାହା କି ପୂର୍ବ ବର୍ଷ ଠାରୁ ୫ ପ୍ରତିଶତ ଅଧିକ। ଚଳିତ ବର୍ଷ ସାର ଓ ୟୁରିଆର ଚାହିଦା ମଧ୍ୟ ଗତବର୍ଷ ଠାରୁ ଅଧିକ ରହିଛି। ଚଳିତ ବର୍ଷ ୯୯୬୫ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି, ଯାହା କି ଗତ ବର୍ଷ ଠାରୁ ମଧ୍ୟ ଅଧିକ।

ଇସ୍ପାତ ଓ ଖଣି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଅପ୍ରେଲକୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୭୫୧୪ କୋଟି ଟଙ୍କାର ୨୦୦ଟି ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଯାଇଛି। ଏଥିରେ ୧୩ ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି। ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧିପାଇ ସାରିଛି ବୋଲି ସୂଚନା ଦିଆଯାଇଥିଲା। ବିଦ୍ୟୁତ ବ୍ୟବହାର, Cargo ପରିଚାଳନା, ସବୁ କ୍ଷେତ୍ରରେ ଉନ୍ନତି ଆସିଛି। MSME କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ୟୁନିଟ୍‌କୁ ପାଖାପାଖି ୩୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଶିଳ୍ପ ଓ MSME ସଂସ୍ଥାଗୁଡିକ ଯେପରି ସୁବିଧାରେ କାର‌୍ୟ୍ୟ କରିପାରିବେ, ସେଥିପାଇଁ GST Reimbursement ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ବଚ୍ଛ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ଅନ୍ୟ ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

30ଟି ଜିଲ୍ଲାରୁ 3 ହଜାର 252 ପଜିଟିଭ୍‌ : ଜାଣନ୍ତୁ କେଉଁ ଜିଲ୍ଳାରୁ ରହିଛନ୍ତ କେତେ ଆକ୍ରାନ୍ତ

ଭୁବନେଶ୍ବର: ଆଜି 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 252 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ 762 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ 450, କଟକରୁ 323,  ଗଞ୍ଜାମରୁ 169, ବରଗଡରୁ 146, ପୁରୀରୁ 135, ମୟୂରଭଞ୍ଜରୁ 123, ନୟାଗଡରୁ 120,  ସୁନ୍ଦରଗଡ ଓ ଢେଙ୍କାନାଳରୁ 94 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ 83,  ବାଲେଶ୍ବରରୁ 78, କେନ୍ଦ୍ରାପଡାରୁ 77, ଭଦ୍ରକରୁ 76, ବଲାଙ୍ଗିରରୁ 64, ସମ୍ବଲପୁରରୁ 63, ଝାରସୁଗୁଡାରୁ 55, କେଉଁଝରରୁ 50, ନବରଙ୍ଗପୁରରୁ 41, ବୌଦ୍ଧ ଓ ସୋନପୁରରୁ 38 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ  ଜଗତସିଂହପୁରରୁ 36,  କନ୍ଧମାଳରୁ 26ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟ ଓ ନୂଆପଡାରୁ 25 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ 20, ଗଜପତିରୁ 20, ଅନୁଗୁଳରୁ 11, ଦେବଗଡରୁ 7 ଓ କଳାହାଣ୍ଡିରୁ 2 ଜଣ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୯ଟି ଜିଲ୍ଲାରୁ ୨୮୧୯ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ଆଜି ୨୯ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୮ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ହୋଇଛି। କୋରୋନରୁ ୫୦୫୦୩ ଜଣ ସୁସ୍ଥ ହୋଇଥିବାବେଳେ ୨୪୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି।  

ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ବରରୁ ୧୦୫, ଢେଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡରୁ ୬୪, ଝାରସୁଗୁଡାରୁ ୬୩, କେନ୍ଦ୍ରାପଡା ଓ ଗଜପତିରୁ ୬୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ୫୭, ବଲାଙ୍ଗୀରିରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ଅନୁଗୁଳରୁ ୨୩, ସୋନପୁରରୁ ୧୪ , କେଉଁଝରରୁ ୭, ବୌଦ୍ଧରୁ ୬, ଏବଂ ନୂଆପଡା ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ: ନୂତନ ଜିଲ୍ଲାପାଳ ହେଲେ ସନତ କୁମାର ମହାନ୍ତି

ଖୋର୍ଦ୍ଧା: ଆଜି ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁର ଅତିରିକ୍ତ ଚକବନ୍ଦୀ କମିଶନର ଭାବେ ସୀତାଂଶୁ କୁମାର ରାଉତଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ବଦଳରେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଛନ୍ତି ସନତ କୁମାର ମହାନ୍ତି।

ସେହିପରି ଆଇଏଏସ୍‌ କୀର୍ତ୍ତି ଭାସାନା ଗଞ୍ଜାମ କୋଭିଡ୍‌ ମ୍ୟାନଜେମେଣ୍ଟର ଓଏସ୍‌ଡିର ଦାୟିତ୍ବ ଦିଆଯାଇଛି। ଆଇଏଏସ୍‌ ଶୁଭଙ୍କର ମହାପାତ୍ର ହେଲା ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ସେହିପରି ଆଇଏଏସ୍‌ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳର ଦାୟିତ୍ବ ମିଳିଛି। ଆଇଏଏସ୍‌ ସୋନାଲ୍‌ ଙ୍କୁ ଗଜପତି କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଦାୟିତ୍ବ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ସବ୍‌ ଡିଭିଜନ୍‌ରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି

ସୀତାରାମ ଅଗ୍ରଓ୍ବାଲ
ବାଣପୁର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ। କେବଳ ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଅନ୍ୟ ସମୟରେ ଖୋଲା ରହିବ। ସାଧାରଣ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସମୀକ୍ଷା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ବିଏମ୍‌ସିରେ ଏହି ଲକ୍‌ଡାଉନ୍‌ ଲାଗୁ କରାଯିବ ନାହିଁ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହି ଲକ୍‌ଡାଉନ୍‌ ୪ ଦିନ ରହିବା ନେଇ ଗୁଜବ ପ୍ରଚାର କରାଯାଇଥିଲା।

Categories
ଆଞ୍ଚଳିକ

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବାଣପୁରରେ ତୀବ୍ର ଜନଅସନ୍ତୋଷ: ଆରଟିଓ କ୍ୟାମ୍ପ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମୀକ୍ଷା ବ୍ୟୁରୋ

ବାଣପୁର,୨୯/୧୧: ବାଣପୁରରେ ଆରଟିଓ କ୍ୟାମ୍ପ ସ୍ଥାପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ୍ ସେପ୍ଟମ୍ବର ୧ ତାରିଖରେ ଲାଗୁ କରାଯାଇଥିଲା। ଏହି ଆଇନ୍ ବଳରେ ପୋଲିସ ଚେକିଂରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ମାସର ମହଲତ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ରାଜ୍ୟର ପ୍ରତି ବ୍ଲକରେ ଅସ୍ଥାୟୀ ଆରଟିଓ କ୍ୟାମ୍ପ ସ୍ଥାପନର ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସମସ୍ତ କ୍ୟାମ୍ପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ସୁବିଧା ପ୍ରଦାନର ବ୍ୟବସ୍ଥା ରହିବା ନେଇ ଘୋଷଣା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଥମ ଅବଧି ଶେଷ ହେବା ସହିତ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ବାଣପୁରରେ ଆରଟିଓ କେନ୍ଦ୍ର ସ୍ଥାପନ ସମ୍ଭବ ହୋଇନାହିଁ।

ଖୋର୍ଦ୍ଧାର ଅନ୍ତିମ ପ୍ରାନ୍ତରେ ଅବସ୍ଥାପିତ ବାଣପୁରର ସଂଖ୍ୟାଧିକ ଲୋକେ ଦିନମଜୁରିଆ ହୋଇଥିବାରୁ ୮୦କିମି ଦୂର ଯାଇ ଖୋର୍ଦ୍ଧାରେ ଲାଇସେନ୍ସ ଆବେଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଅପରପକ୍ଷେ ବାଣପୁରରେ ଆବଶ୍ୟକୀୟ କ୍ୟାମ୍ପ ଉପଲବ୍ଧ ନଥିଲେ ମଧ୍ୟ ପୋଲିସ୍ ଏଠାରେ କଡାକଡ଼ି ଯାଞ୍ଚ କରୁଛି। ପ୍ରଥମେ ଆବଶ୍ୟକ ସଂଖ୍ୟକ ଆରଟିଓ କ୍ୟାମ୍ପ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରି ଚେକିଂ କରାଯିବା ନେଇ ସାଧାରଣରେ ଦାବି ହେଉଛି।

ରିପୋର୍ଟର : ସୁନୀଲ କୁମାର ଭୋଳ (ବିଜୁ)

ମୋବାଇଲ :୯୩୩୭ ୧୭୪ ୭୯୪

Categories
ଆଜିର ଖବର

ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ

ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ ବୋଲି ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଏକ ଟିମ ତଦନ୍ତ ସହାୟତା ପାଇଁ ପହଂଚିଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ଡଜିପି କହିଛନ୍ତି। ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଗତକାଲି ରାତ୍ରରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ବିଜେପି ଏହି ଘଟଣାରେ ବିଜେଡ଼ିକୁ ଦାୟୀ କରିଥିଲା। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଇସିଙ୍କୁ ନିବେଦନ କରିଥିଲେ।

Categories
ଆଜିର ଖବର

ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ଅପରାହ୍ନ ୨ଟା ଯାଏଁ ଖୋର୍ଦ୍ଧା ବନ୍ଦ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିଜେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ବିଜେପି କର୍ମୀମାନେ ଧାରଣା ଦେବା ସହ ବନ୍ଦ ଡାକରା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନବୀନାବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ବିଜେପି ବିଜେଡି ଉପରେ ଦୋଷାରୋପ କରିଛି। ଏହି ଘଟଣାକୁ ନେଇ ଭୁବନେଶ୍ବର ମଧ୍ୟର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ସମସ୍ତ ବିଧାୟକଙ୍କୁ ପୋଲିସ୍‌ ସୁରକ୍ଷା ଦେବା ସହ ଏହି ଘଟଣାର ଉଚ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି।

 

Categories
ଆଜିର ଖବର

ଖୋର୍ଦ୍ଧା, ପିପିଲି ଓ ଖଣ୍ଡପଡ଼ା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ପିପିଲି, ଖୋର୍ଦ୍ଧା ଓ ଖଣ୍ଡପଡ଼ା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପିପିଲି ପାଇଁ ଦଳ ପକ୍ଷରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିବା ବେଳେ ଖୋର୍ଦ୍ଧା ପାଇଁ ସ୍ବାଗତିକା ପଟ୍ଟନାୟକ, ଖଣ୍ଡପଡ଼ା ପାଇଁ ବସନ୍ତ କୁମାର ମହାରଣା ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ପିପିଲି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା କରାଯାଇଥିଲା। ମାତ୍ର ବୁଧବାର ଦିନ ସନ୍ଧ୍ୟାରେ ନିର୍ବାଚନ ଲଢିବେ ନାହିଁ ବୋଲି ଶ୍ରୀ ସାମନ୍ତରାୟ ସ୍ପଷ୍ଟ କରିବା ପରେ ଦଳ ପକ୍ଷରୁ ଅଜିତ  ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ଉଭୟଙ୍କୁ ଟିକଟ ଦିଆଯାଇଥିବା ନେଇ ପିସିସି ପକ୍ଷରୁ ପ୍ରକାଶ କରାଯାଇଛି ।