Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨ ଘଣ୍ଟାରେ ରାଉରକେଲାରୁ ରାଞ୍ଚି, କେବେ ମିଳିବ ପ୍ରକଳ୍ପକୁ ମଞ୍ଜୁରୀ?
ଆଜିର ଖବର

୨ ଘଣ୍ଟାରେ ରାଉରକେଲାରୁ ରାଞ୍ଚି, କେବେ ମିଳିବ ପ୍ରକଳ୍ପକୁ ମଞ୍ଜୁରୀ?

November 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଯାତାୟାତ ହେବ ଆହୁରି ସହଜ। ଇସ୍ପାତ ସହର ରାଉରକେଲାରୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଯିବାକୁ ଆଉ ଲାଗିବନି ୫ ଘଣ୍ଟା। ପ୍ରସ୍ତାବିତ ନୂଆ ୪ ଲେନ୍ ଜାତୀୟ ରାଜପଥ ନିର୍ମାଣ ହେଲେ ଏହି ଯାତ୍ରା ମାତ୍ର ୨ ଘଣ୍ଟାରେ ଶେଷ ହୋଇପାରିବ। ଏଥିସହ ଦୁଇ ସହର ମଧ୍ୟରେ ଦୂରତା ୨୧୫ କିଲୋମିଟରରୁ ହ୍ରାସ ପାଇ ୧୫୬ କିଲୋମିଟର ହେବ।

ଏହି ବୃହତ୍ ରାଜପଥ ପ୍ରକଳ୍ପ ପାଇଁ ୮,୨୯୯ କୋଟି ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରକଳ୍ପର ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR) ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ତେବେ ଏହାକୁ ଚୂଡ଼ାନ୍ତ ଅନୁମୋଦନ କେବେ ମିଳିବ ଏବଂ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ, ତାହାକୁ ନେଇ ଅପେକ୍ଷା ରହିଛି।

ପ୍ରସ୍ତାବିତ ଏହି ଜାତୀୟ ରାଜପଥ ନିର୍ମାଣ ହେଲେ ରାଉରକେଲାରୁ ରାଞ୍ଚି ଯାତ୍ରାରେ ଲାଗୁଥିବା ସମୟ ଅଧାରୁ ମଧ୍ୟ କମ୍ ହୋଇଯିବ। ଦୂରତା ହ୍ରାସ ସହ ଚାରି ଲେନ୍‌ ରାସ୍ତା ଯାତାୟାତକୁ ଅଧିକ ସୁଗମ କରିବାର ଆଶା ରହିଛି। ଏହାଦ୍ୱାରା ଉଭୟ ରାଜ୍ୟର ଯାତ୍ରୀ ଓ ବ୍ୟବସାୟୀ ଉପକୃତ ହେବେ।

କେବଳ ଯାତାୟାତ ନୁହେଁ, ଏହି ରାସ୍ତା ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିପାରେ। ବିଶେଷକରି ରାଉରକେଲାର ଶିଳ୍ପାଞ୍ଚଳକୁ ରାଞ୍ଚି ସହ ଦ୍ରୁତ ସଂଯୋଗ ମିଳିଲେ ମାଲ ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ର ଅଧିକ ସୁଦୃଢ଼ ହେବାର ସମ୍ଭାବନା ରହିଛି। ଆଗାମୀ ଦିନରେ ରାଉରକେଲା ଏକ ପ୍ରମୁଖ ଲଜିଷ୍ଟିକ୍ସ କେନ୍ଦ୍ର ଭାବେ ଉଭା ହୋଇପାରେ।

ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ୮,୨୯୯ କୋଟି ଟଙ୍କାର ଏହି ପ୍ରକଳ୍ପକୁ କେବେ ମିଳିବ ଅନ୍ତିମ ମଞ୍ଜୁରୀ? କେବେ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ? ଏହାର ଉତ୍ତର ଉପରେ ନଜର ରହିଛି ଓଡ଼ିଶା ଓ ଝାଡ଼ଖଣ୍ଡବାସୀଙ୍କର।

8299 Crore Highway Project National Highway Project Odisha Jharkhand Highway Rourkela Ranchi 4 Lane Road Rourkela Ranchi Distance
Share. Facebook Twitter LinkedIn Email WhatsApp Copy Link

Related Posts

ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ମିଟ୍‌ ଉଦ୍‌ଯାପିତ: ଚାମ୍ପିଅନ୍‌ ଭାରତ ଓ ରନର୍ସଅପ୍‌ ଶ୍ରୀଲଙ୍କା

November 28, 2026

HDFC ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା! ଜାନୁଆରୀ ୧ରୁ ₹୫୦୦ ପର୍ଯ୍ୟନ୍ତ UPI ପେମେଣ୍ଟରେ ମିଳିବନି SMS ଆଲର୍ଟ, ଜାଣନ୍ତୁ ନୂଆ ନିୟମ

November 28, 2026

ଆଇଓଆରଏ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

November 28, 2026

ଏବିଏସ ପାଣ୍ଠିରୁ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୩.୭୬ କୋଟି ଟଙ୍କା ଦେଲା ଏନବିଏ

November 28, 2026
Latest News

ଅନ୍ତିମ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ପୀୟୂଷ ଗୋୟଲ

November 28, 2026

୨ ଘଣ୍ଟାରେ ରାଉରକେଲାରୁ ରାଞ୍ଚି, କେବେ ମିଳିବ ପ୍ରକଳ୍ପକୁ ମଞ୍ଜୁରୀ?

November 28, 2026

ଋତବ୍ରତ ବାନାର୍ଜୀଙ୍କ ବିରୋଧୀ ଦଳ ନେତା ପଦ ରଦ୍ଦ କଲେ ହାଇକୋର୍ଟ

November 28, 2026

ଆମେରିକୀୟ ବାୟୁସେନାର ‘କ୍ଲାଉଡ୍ ୱାନ୍’ରେ ସାଇବର ଆକ୍ରମଣ

November 28, 2026

ବଢ଼ୁଛି ଏଆଇର ବହୁଳ ବ୍ୟବହାର : ସଙ୍କଟରେ ୨.୪ କୋଟି ଚାକିରି

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.