Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଖୋର୍ଦ୍ଧାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

May 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ନିର୍ବାଚନକୁ ଦିନ କେଇଟା ଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ। ଏହାର ଅଵ୍ୟବହିତ ପୂର୍ବରୁ ଜଣକ ପରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଓଡିଶା ଗ୍ରସ୍ତରେ ଆସି ଘମାଘୋଟ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟରେ ଏଥର ପରିବର୍ତ୍ତନ ସହ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନିତିନ ଗଡକରି ଓଡିଶା ଆସି ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଛନ୍ତି।

ସେହିପରି ଆଜି ଖୋର୍ଦ୍ଧା ହାବେଳି ପଡିଆରେ ଅନୁଷ୍ଠିତ ଏକ ବିଶାଳ ବିଜୟ ସଂପର୍କ ସମାବେଶରେ ସାମିଲ ହୋଇଥିଲେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ହଜାର ହଜାର କର୍ମୀଙ୍କ ଉପସ୍ଥିତରେ ଓଡିଆ ଭାଷା ଅତି ସୁନ୍ଦର ଭାଷା କହିବା ସହ ଏଠି ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଛି କିନ୍ତୁ ଲୋକମାନଙ୍କ ସମସ୍ୟା ବୁଝିବାରେ ବିଫଳ ହୋଇଥିବା କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର କଥା ଉଠାଇ ରାଜ୍ୟ ସରକାରଙ୍କ ଉପରେ ରାଜନାଥ ବର୍ଷିଛନ୍ତି। ରତ୍ନ ଭଣ୍ଡାରର ଚାବି ମିଳୁନି ଆମ ସରକାର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

ସେହିପରି ବିଜେପି ଯାହା କହେ ତାହା କରିକି ଦେଖାଏ ବୋଲି କହିବା ସହ ଧାରା ୩୭୦, ରାମମନ୍ଦିର, ତିନ ତଲାକ କଥା ରାଜନତା କହିଛନ୍ତି। ସେହିଭଳି ଭାରତରୁ ଗରିବ ହଟାଇବା ପାଇଁ ଆମ ସରକାର କାର୍ଯ୍ୟ କରିଛି ଏବଂ ଯାହା ଫଳରେ ଶାସନର ୮ ବର୍ଷ ଭିତରେ ଏଥିରେ ଆମେ ସଫଳ ହୋଇଛୁ। ଭଷ୍ଟାଚାରକୁ ଭାଷଣରେ ସମାସ୍ତ ହୁଏନି ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ସମାପ୍ତ ହେବ ବୋଲି କହିବା ସହ ଏହାକୁ ମୋଦୀ ସରକାର କରି ଦେଖାଇଛନ୍ତି।

୨୦୧୪ରେ ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱର ୧୪ ନମ୍ବର ସ୍ଥାନରେ ଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ଏହା ପଚଂମ ସ୍ଥାନକୁ ଆସିଛି। ଆମେ ଭାରତକୁ ମହାଶକ୍ତି କରିବାକୁ ଚାହୁଁଛୁ ଦୁନିଆର କଲ୍ୟାଣ ପାଇଁ ଏହି ମହାଶକ୍ତି କାର୍ଯ୍ୟ କରିବ କହିଥିଲେ। ସେହିପରି ପିଓକେ ସମ୍ପର୍କରେ ନିଜର ମତ ଦେଇ ରାଜନାଥ କହିଥିଲେ ପିଓକେ ଭାରତର ଥିଲା, ଅଛି ଓ ରହିବ ଏହାକୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ତାହା ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ। କିଭଳି ରାଜ୍ୟରେ ଏଥର ୨୫ ବର୍ଷର ସରକାର ହଟିବ ଏବଂ ଭାରତୀୟ ଜନତା ପାର୍ଟି ଜଣେ ସୁସ୍ଥ, ଦକ୍ଷ ଓଡିଆ କହୁଥିବା ଓଡିଆ ଯୁବକ ମୁଖ୍ୟମନ୍ତ୍ରୀ ହେବେ ସେ ଉପରେ ମନ୍ତବ୍ୟ ଦେଇଥିଲେ।

ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ବପ୍ନ ସାକାର କରାଯିବ ବୋଲି କହିଥିଲେ। ଆମ ରାଜ୍ୟରେ ୪୨ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ ବେରୋଜଗାର ଅଛନ୍ତି। ଯାହା ଆମ ରାଜ୍ୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଚଳିତ ନିର୍ବାଚନରେ ମତଦାନ ହାର ବଢିବ ତାହାର ସବୁଆଡେ ଫୁଲ ଫୁଟିବ ବୋଲି କହିଥିଲେ ଅପରାଜିତା। ସେହିପରି ଏଥର ଖୋର୍ଦ୍ଧାରେ ପାଇକ ପୁଅ ବିଧାୟକ ହବେ ବୋଲି କହିଥିଲେ ପ୍ରଶାନ୍ତ ଜଗଦ୍ଦେବ।

election 2024 khordha Rajnath Singh vote
Share. Facebook Twitter LinkedIn Email WhatsApp Copy Link

Related Posts

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026
Latest News

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.