Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ନିର୍ବାଚନ ଫଳାଫଳ: ଉଭୟ ଲୋକସଭା ବିଧାନସଭା ଆସନରେ ବିଜେଡ଼ି ଠାରୁ ବିଜେପି ଆଗୁଆ

ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ପ୍ରାରମ୍ଭିକ ଗଣତିରେ ଓଡିଶାର ମୋଟ ୨୧ ଟି ଲୋକସଭା ଆସନରୁ ୯ ଟି ଆସନର ଟ୍ରେଣ୍ଡ ଆସୁଥିବା ବେଳେ ବିଜେଡ଼ିକୁ ୧ ଟି, ବିଜେପିକୁ ୬ ଟି ଏବଂ କଂଗ୍ରେସ ୨ ଟି ଆସନରେ ବିଜେପି ଆଗରେ ଚାଲିଛି। ସେହିଭଳି ବିଧାନସଭାର ମୋଟ ୧୪୭ ଟି ଆସନରେ ୧୫ ଟି ଆସନର ଟ୍ରେଣ୍ଡ ଆସିଥିବା ବେଳେ ଏଥିରୁ ବିଜେଡିକୁ ୫ ଟି, ବିଜେପିକୁ ୦୯ ଏବଂ କଂଗ୍ରେସକୁ ୧ ଟି ଆସନରେ ଆଗୁଆ ଅଛି।

ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ୮ ଟା ୩୦ ମିନଟରେ ବର୍ତ୍ତମାନ ଇଭିଏମ ଗଣତି ଆରମ୍ଭ ହୋଇଯାଇଛି। ଆଜି ଓଡିଶାର ୭୦ ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମେ ଗଣତି ଅଧିକାରୀ ଏବଂ ରାଜନୈତିକ ଏଜେଣ୍ଟମାନେ କେନ୍ଦ୍ରରେ ପହଞ୍ଚିବା ପରେ ଶପଥ ପାଠ କରାଯାଇଥିଲା। ଏଥିରେ ଭିତର କଥା କିପରି ବାହାରକୁ ଯିବ ନାହିଁ ତାହା ଶପଥ କରାଯାଇ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମତଦାନକୁ ସଫଳ କରିବାରେ ସମ୍ପୃକ୍ତ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ଏପ୍ରିଲ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର ସାବ୍ୟସ୍ତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ପୁଣି ଥରେ ଚମତ୍କାର କରିଛି। ଜାତି, ବର୍ଣ୍ଣ, ଧର୍ମ, ସାମାଜିକ- ଆର୍ଥିକ ଓ ଶିକ୍ଷାଗତ ପୃଷ୍ଠଭୂମି ନିର୍ବିଶେଷରେ ମହାନ ଭାରତୀୟ ଭୋଟରମାନେ ପୁଣି ଥରେ ଏହା କରିଛନ୍ତି। ପ୍ରକୃତ ବିଜେତା ହେଉଛନ୍ତି ଭାରତୀୟ ଭୋଟର।

ମତଦାତାମାନେ ସେମାନଙ୍କର ଅନେକ ଆହ୍ୱାନ ଏବଂ ଦ୍ୱନ୍ଦ୍ୱକୁ ଅତିକ୍ରମ କରି ମତଦାନ କେନ୍ଦ୍ରକୁ ପ୍ରବେଶ କରିଥିବାରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ସମେତ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ଡ. ସୁଖବୀର ସିଂହ ସାନ୍ଧୁ ଏବଂ ଭାରତ ନିର୍ବାଚନ ଆୟୋଗ ପରିବାରର ସମସ୍ତ ସଦସ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆୟୋଗ ଆନ୍ତରିକତାର ସହ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି। ନିଜର ଦୃଢ଼ ଅଂଶଗ୍ରହଣ ମାଧ୍ୟମରେ ଭୋଟରମାନେ ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତାମାନଙ୍କ ଆସ୍ଥାକୁ ବୃଦ୍ଧି କରିଛନ୍ତି, ଯେତେବେଳେ ସେମାନେ ସାଧାରଣ ଭାରତୀୟଙ୍କୁ ମତାଧିକାର କ୍ଷମତା ହସ୍ତାନ୍ତର କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଭାବନାକୁ ପୁନର୍ବାର ପ୍ରମାଣିତ କରେ।

ସମଗ୍ର ଦେଶରେ ଭୋଟରଙ୍କୁ ସୁରୁଖୁରୁରେ, ଶାନ୍ତିପୂର୍ଣ୍ଣ ଏବଂ ଉତ୍ସବମୁଖର ବାତାବରଣ ପ୍ରଦାନ କରିବା, କଠିନ ପାଣିପାଗ, କଠିନ ଅଞ୍ଚଳ ଭଳି ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଏବଂ ବିବିଧ ଜନସଂଖ୍ୟାରେ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ସୁରକ୍ଷା ବାହିନୀ ସମେତ ସମଗ୍ର ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ସମର୍ପଣ ଓ ପ୍ରତିବଦ୍ଧତା ଲାଗି ନିର୍ବାଚନ ଆୟୋଗ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆୟୋଗ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଭାରତୀୟ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁ ଅଟନ୍ତି ।

ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମର ଅବଦାନ ପାଇଁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ସର୍ବଦା ଗଣମାଧ୍ୟମକୁ ସହଯୋଗୀ ଭାବେ ବିବେଚନା କରି ଆସୁଛନ୍ତି।

ଶତାୟୁ, ବୟସ୍କ, ଭିନ୍ନକ୍ଷମ ଓ କିନ୍ନରଙ୍କ ଭୋଟ୍ ର ଗୁରୁତ୍ବ ଅନେକଙ୍କ ପାଇଁ, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି ଆୟୋଗ କହିଛନ୍ତି । ଯୁବପିଢ଼ି ଗଣତନ୍ତ୍ରକୁ ଆଗକୁ ବଢ଼ାଇବେ। ଭାରତର ପରବର୍ତ୍ତୀ ପିଢ଼ିର ଭୋଟରମାନେ ଏହି ଅଂଶଗ୍ରହଣକୁ ଆହୁରି ଉଚ୍ଚତାରେ ପହଞ୍ଚାଇବେ ବୋଲି ଇସିଆଇ ଆଶା ରଖିଛି।

ମତଦାନ ସମୟରେ ଭୋଟର, ରାଜନୈତିକ ଦଳ, ପ୍ରାର୍ଥୀ, ନିର୍ବାଚନ କର୍ମଚାରୀ ଏବଂ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଛି, ଯାହାକି ବହୁତ ସମ୍ମାନ ଓ ପ୍ରଶଂସାଯୋଗ୍ୟ। ସାମୂହିକ ପ୍ରୟାସ ଯୋଗୁଁ ଆମେ ଲୋକମାନେ ଗଣତନ୍ତ୍ରର ଚକାକୁ ବୁଲାଇ ରଖିଛୁ ବୋଲି ଆୟୋଗ ମତ ରଖିଛନ୍ତି ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସାଧାରଣ ନିର୍ବାଚନ ୨୦୨୪: ମୋବାଇଲରେ ଏଭଳି ଦେଖିପାରିବେ ଫଳାଫଳ, କରନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ: ଲୋକସଭା ସାଧାରଣ ନିର୍ବାଚନ-୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଧାନସଭା ଓ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ୪ ଜୁନ୍ ୨୦୨୪ (ମଙ୍ଗଳବାର) ସକାଳ ୮ଟାରୁ ଅନୁଷ୍ଠିତ ହେବ। ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗଣତି ଆଜି (ରବିବାର) ସକାଳ ୬ଟାରୁ ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଓ ରିଟର୍ଣ୍ଣିଂ ଅଫିସର (ଆରଓ)ଙ୍କ ସହ ଗଣତି ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ରିଟର୍ଣ୍ଣିଂ ଅଫିସର /ଅତିରିକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ନିର୍ବାଚନ ଆୟୋଗ (ଇସିଆଇ) ୱେବସାଇଟରେ ୟୁଆରଏଲ https://results.eci.gov.in/ ଏବଂ ଭୋଟର ହେଲ୍ପଲାଇନ ଆପ୍, ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍‌ରେ ଗଣତିର ଟ୍ରେଣ୍ଡ ଏବଂ ଫଳାଫଳ ଉପଲବ୍ଧ ହେବ। ଭୋଟର ହେଲ୍ପଲାଇନ୍ ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ପ୍ଲେ ଷ୍ଟୋରରୁ ଡାଉନ୍ ଲୋଡ୍ କରାଯାଇପାରିବ। ଭୋଟର ହେଲ୍ପଲାଇନ୍ ଆପରୁ ଉପଲବ୍ଧ ଫିଲ୍ଟର୍ ବ୍ୟବହାର କରି ନିର୍ବାଚନ ମଣ୍ଡଳୀ ଅନୁଯାୟୀ କିମ୍ବା ରାଜ୍ୟଭିତ୍ତିକ ଫଳାଫଳ ସହିତ ଜିତିଥିବା/ ଅଗ୍ରଣୀ ହାସଲ କରିଥିବା କିମ୍ବା ପଛୁଆ ରହିଥିବା ପ୍ରାର୍ଥୀଙ୍କ ବିବରଣୀ ଜାଣି ହେବ। VHA ଡାଉନଲୋଡ୍ କରିବାକୁ ଲିଙ୍କ୍:

ଆଣ୍ଡ୍ରଏଡ୍‌: https://play.google.com/store/apps/details?id=com.eci.citizen&hl=en_US

ଆଇଓଏସ୍‌: https://apps.apple.com/in/app/voter-helpline/id1456535004

ରିଟର୍ଣ୍ଣିଂ ଅଧିକାରୀ ଓ ଗଣନା ଏଜେଣ୍ଟଙ୍କ ପାଇଁ ପୁସ୍ତିକା ଇସିଆଇର ୱେବସାଇଟରେ ଉପଲବ୍ଧ ରହିଛି ଯାହାର ଲିଙ୍କ ହେଉଛି ଯଥାକ୍ରମେ : https://tinyurl.com/yknwsu7r ଓ https://tinyurl.com/mr3cjwhe

ଭୋଟ୍‌ ଗଣତି ପରିଚାଳନା, ଭୋଟ ଗଣତି ପ୍ରକ୍ରିୟା ଏବଂ ଇଭିଏମ୍/ଭିଭିପ୍ୟାଟ୍ ରଖିବା ପାଇଁ ଆୟୋଗଙ୍କ ବିସ୍ତୃତ ନିର୍ଦ୍ଦେଶନାମା ଇସିଆଇ ୱେବସାଇଟରେ ଉପଲବ୍ଧ ଅଛି, ଯାହାକୁ ନିମ୍ନ ଲିଙ୍କରେ ଆକସେସ୍ କରାଯାଇପାରିବ:

୧. ମତଗଣନା ବ୍ୟବସ୍ଥା: https://tinyurl.com/yxvm5ueh

୨. ଭୋଟ୍‌ ଗଣତି ପ୍ରକ୍ରିୟା: https://tinyurl.com/2sdsjkc9

୩. ଇଭିଏମ୍/ଭିଭିପାଟ୍ ଷ୍ଟୋରେଜ୍: https://tinyurl.com/5hcnzrkc

ସିଇଓ/ଆରଓ/ଡିଇଓ ଦ୍ୱାରା ଟ୍ରେଣ୍ଡ ଏବଂ ଫଳାଫଳର ସ୍ଥାନୀୟ ପ୍ରଦର୍ଶନ ଡିଜିଟାଲ ଡିସପ୍ଲେ

ପ୍ୟାନେଲ ମାଧ୍ୟମରେ ମଧ୍ୟ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳୁଛି କେତେ ଆସନ

ଭୁବନେଶ୍ଵର: ଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏହା ସହିତ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଆଜି ଶେଷ ହୋଇଛି। କିନ୍ତୁ ଆଜି ସମସ୍ତ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ କରାଯାଇଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା…..

ଜନ କୀ ବାତ୍ (୫୪୩):

ଏନଡିଏ: ୩୬୨-୩୯୨

ଇଣ୍ଡିଆ: ୧୪୧-୧୬୧

ଅନ୍ୟ: ୧୦-୨୦

ନିୟୁଜ ନେସନ (୫୪୩):

ଏନଡିଏ: ୩୪୨-୩୭୮

ଇଣ୍ଡିଆ: ୧୫୩-୧୬୯

ଅନ୍ୟ: ୨୧-୨୩

ରିପବ୍ଲିକ ଭାରତ-ମାଟ୍ରିଜ (୫୪୩):

ଏନଡିଏ: ୩୫୩-୩୬୮

ଇଣ୍ଡିଆ: ୧୧୮-୧୩୩

ଅନ୍ୟ: ୪୩-୪୮

ଦୈନିକ ଭାସ୍କର (୫୪୩):

ଏନଡିଏ: ୨୮୧-୩୫୦

ଇଣ୍ଡିଆ: ୧୪୫-୨୦୧

ଅନ୍ୟ: ୩୩-୪୯

ଇଣ୍ଡିଆ ନିୟୁଜ-ଡି ଡାଇନାମିକ୍ସ (୫୪୩):

ଏନଡିଏ: ୩୭୧

ଇଣ୍ଡିଆ: ୧୨୫

ଅନ୍ୟ: ୪୭

ଆଜତକ (୫୪୩):

ଏନଡିଏ: ୩୬୧-୪୦୧

ଇଣ୍ଡିଆ: ୧୩୧-୧୬୬

ଅନ୍ୟ: ୦୮-୨୦

ଏବିପି ସିଭୋଟର (୫୪୩/୪୦୨):

ଏନଡିଏ: ୩୫୩-୩୮୩

ଇଣ୍ଡିଆ: ୧୫୨-୧୮୨

ଅନ୍ୟ: ୦୪-୧୨

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ନିର୍ବାଚନ ଅପଡେଟ: ସନ୍ଦେଶଖାଲିରେ ପୋଲିସ ଷ୍ଟେସନ ଘେରିଲେ ମହିଳା

ଭୁବନେଶ୍ଵର: ଆଜି ୨୦୨୪ ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗର କିଛି କିଛି ସ୍ଥାନରେ ହିଂସା ସାମ୍ନାକୁ ଆସୁଥିବା ବେଳେ ଅନେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପରିସ୍ଥିତି ଖରାପ ହୋଇଯାଇଥିବା ଖବର ମିଳିଛି। ମହିଳାମାନେ ପୋଲିସ ଷ୍ଟେସନକୁ ଘେରିଛନ୍ତି ଏବଂ ସେଠାରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମହିଳାମାନେ ରାଜବାଡି ପୋଲିସ ପୋଷ୍ଟକୁ ଘେରି ରହିଛନ୍ତି। ଏଠାରେ ଜବରଦସ୍ତ ସ୍ଲୋଗାନ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୦% ଭୋଟ୍: ହିମାଚଳରେ ସର୍ବାଧିକ, ଜାଣନ୍ତୁ ଓଡିଶାରେ କେତେ?

ଭୁବନେଶ୍ଵର: ଦେଶର ୫୭ ଟି ଆସନରେ ହେବାକୁ ଥିବା ଭୋଟ୍ ତଥ୍ୟକୁ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୦.୦୯ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ୱାରୀ ଭୋଟ୍ ପ୍ରତିଶତ ସୂଚନା ନିମ୍ନରେ ଦିଆଯାଇଛି….

ହିମାଚଳ ପ୍ରଦେଶ- ୪୮.୬୩%

ଝାଡଖଣ୍ଡ- ୪୬.୮୦%

ପଶ୍ଚିମବଙ୍ଗ- ୪୫.୦୭%

ଚଣ୍ଡିଗଡ଼- ୪୦.୧୪%

ୟୁପି- ୩୯.୩୧%

ପଞ୍ଜାବ- ୩୭.୮୦%

ଓଡିଶା- ୩୭.୬୪%

ବିହାର- ୩୫.୬୫%

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଶେଷ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ ମତଦାନ ପ୍ରକ୍ରିୟା: ମଙ୍ଗଳବାର ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି କରିଛନ୍ତି। ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ମତଦାନ ହେବ। ଏଥିସହିତ ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୬ଟି ପର୍ଯ୍ୟାୟ ଏବଂ ୪୮୬ଟି ଲୋକସଭା ଆସନରେ ପୂର୍ବରୁ ହୋଇସାରିଥିବା ମତଦାନକୁ ମିଶାଇ ବିଶ୍ୱର ସର୍ବବୃହତ ପୋଲିଂ ମାରାଥନ୍ ଶେଷ ହେବ। ପୂର୍ବରୁ ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪୮୬ଟି ଲୋକସଭା ଆସନ ପାଇଁ ମତଦାନ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ନିର୍ବାଚନୀ ଦଳଗୁଡ଼ିକୁ ନିଜ ନିଜର ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି। ଆରାମଦାୟକ ଓ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ରାମ୍ପ ଓ ଶୌଚାଳୟ ସମେତ ସମସ୍ତ ମୌଳିକ ସୁବିଧା ସହିତ ଭୋଟରଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ରହିଛି । ଗରମ ପାଗ କିମ୍ବା ବର୍ଷାର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗରମ ପାଗ ସତ୍ତ୍ୱେ ଗତ ପର୍ଯ୍ୟାୟରେ ମତଦାନ କେନ୍ଦ୍ରଗୁଡ଼ିକରେ ବହୁ ସଂଖ୍ୟାରେ ଭୋଟରଙ୍କ ଅଂଶଗ୍ରହଣ ହୋଇଛି। ଗତ ଦୁଇ ପର୍ଯ୍ୟାୟରେ ମହିଳା ମତଦାନ ହାର ପୁରୁଷ ମତଦାନ ହାରକୁ ଟପିଯାଇଛି। ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟକ ମତଦାନ କରି ଦାୟିତ୍ୱ ଓ ଗର୍ବର ସହ ଭୋଟ ଦେବାକୁ ନିର୍ବାଚନ ଆୟୋଗ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି।

ସପ୍ତମ ପର୍ଯ୍ୟାୟ ତଥ୍ୟ:

୨୦୨୪ ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ଜୁନ୍ ପହିଲାରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର (ସାଧାରଣ- ୪୧; ଏସଟି- ୦୩; ଏସସି-୧୩) ପାଇଁ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ମତଦାନ ସମୟ ଲୋକସଭା ଆସନ ଅନୁଯାୟୀ ଭିନ୍ନ ହୋଇପାରେ।

ଓଡ଼ିଶା ବିଧାନସଭାର ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀ (ସାଧାରଣ-୨୭; ଏସଟି-06; ଏସସି-୦୯)ରେ ମଧ୍ୟ ଏକାସାଙ୍ଗରେ ମତଦାନ ହେବ ।

୧.୦୯ ଲକ୍ଷ ମତଦାନ କେନ୍ଦ୍ରରେ ୧୦.୦୬ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ ୧୦.୯ ଲକ୍ଷ ପୋଲିଂ ଅଫିସର ।

୧୦.୦୬ କୋଟିରୁ ଅଧିକ ମତଦାତାଙ୍କ ମଧ୍ୟରେ ପାଖାପାଖି ୫.୨୪ କୋଟି ପୁରୁଷ; ୪.୮୨ କୋଟି ମହିଳା ଏବଂ ୩୫୭୪ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

୮୫+ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିକଳ୍ପ ଘରେ ଥାଇ ମତଦାନ ସୁବିଧା ଉପଲବ୍ଧ ।

ହିମାଚଳ ପ୍ରଦେଶ ପାଇଁ ୧୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ୮ଟି ହେଲିକପ୍ଟର ଉଡ଼ାଣ (ହିମାଚଳ ପ୍ରଦେଶ ପାଇଁ) ମତଦାନ ଏବଂ ସୁରକ୍ଷା କର୍ମୀଙ୍କୁ ଆଣିବା ପାଇଁ ନିୟୋଜିତ କରାଯାଇଛି।

୧୭୨ ଜଣ ପର୍ଯ୍ୟବେକ୍ଷକ (୬୪ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩୨ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୭୬ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରିବେ । ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ତ୍ୱରିତ ଭାବେ ମୁକାବିଲା କରିବା ପାଇଁ ମୋଟ ୨୭୦୭ ଫ୍ଲାଇଂ ସ୍କ୍ୱାଡ୍, ୨୭୯୯ ଷ୍ଟାଟିକ୍ ସର୍ଭିଲେନ୍ସ ଟିମ୍, ୧୦୮୦ ସର୍ଭିଲାନ୍ସ ଟିମ୍ ଓ ୫୬୦ ଭିଡିଓ ଭ୍ୟୁଇଂ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

ମୋଟ ୨୦୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ଏବଂ ୯୦୬ଟି ଆନ୍ତଃରାଜ୍ୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଏବଂ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ଛାଇ, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଭାବରେ କାର୍ଯ୍ୟ କରେ ଏବଂ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ ଅନୁମତି ଭାବରେ ତଥା ଭୋଟ୍ ଦେବାକୁ ମଧ୍ୟ ସୁବିଧା ପ୍ରଦାନ କରେ । କିନ୍ତୁ ମତଦାନ ପାଇଁ ଏଗୁଡ଼ିକ ଜରୁରୀ ନୁହେଁ।

https://electoralsearch.eci.gov.in/ ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ ଦସ୍ତାବିଜ ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥା’ନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି: https://tinyurl.com/43thfhm9

ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭୋଟରମାନଙ୍କ ସୂଚୀ ମେ ୨୮.୦୫ ୨୦୨୪ ରେ ଜାରି ପ୍ରେସ୍ ନୋଟ୍ ସଂଖ୍ୟା ୧୦୯ ଜରିଆରେ ପ୍ରକାଶ ପାଇଥିଲା: https://tinyurl.com/2zxn25st

ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି: https://old.eci.gov.in/files/file/13579-13-pc-wise-voters-turn-out/

ଭୋଟର୍‌ ଟର୍ଣ୍ଣଆଉଟ୍‌ ଆପ୍ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ଲାଇଭ୍ ପ୍ରଦର୍ଶନ କରେ। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ର ଲାଇଭ୍ ଭୋଟର ମତଦାନ ଆପରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ଆସନ/ଲୋକସଭା ଆସନ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହେବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

ମତଦାନ ହାରର ଟ୍ରେଣ୍ଡ- ପର୍ଯ୍ୟାୟ ଭିତ୍ତିରେ, ରାଜ୍ୟଭିତ୍ତିକ, ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ (ସେହି ଲୋକସଭା ଆସନ ମଧ୍ୟରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମତଦାନ ସହିତ) ଭୋଟର ମତଦାନ ଆପରେ କ୍ରମାଗତ ଭାବରେ ଦେଖାଯାଇପାରେ, ଯାହା ନିମ୍ନ ଲିଙ୍କରୁ ଡାଉନଲୋଡ୍ କରାଯାଇପାରିବ:

ଆଣ୍ଡ୍ରଏଡ୍:https://play.google.com/store/apps/details?id=in.gov.eci।pollturnout&hl=en_IN&plli=1

ଆଇଓଏସ୍‌: https://apps.apple.com/in/app/voter-turnout-app/id1536366882

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡ଼ିଶାର ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଭୁବନେଶ୍ଵର: ଆସନ୍ତାକାଲି ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି କରିଛନ୍ତି । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ମତଦାନ ହେବ। ଏଥିସହିତ ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୬ଟି ପର୍ଯ୍ୟାୟ ଏବଂ ୪୮୬ଟି ଲୋକସଭା ଆସନରେ ପୂର୍ବରୁ ହୋଇସାରିଥିବା ମତଦାନକୁ ମିଶାଇ ବିଶ୍ୱର ସର୍ବବୃହତ ପୋଲିଂ ମାରାଥନ୍ ଶେଷ ହେବ। ପୂର୍ବରୁ ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪୮୬ଟି ଲୋକସଭା ଆସନ ପାଇଁ ମତଦାନ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ନିର୍ବାଚନୀ ଦଳଗୁଡ଼ିକୁ ନିଜ ନିଜର ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି। ଆରାମଦାୟକ ଓ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଛାଇ, ପାନୀୟ ଜଳ, ରାମ୍ପ ଓ ଶୌଚାଳୟ ସମେତ ସମସ୍ତ ମୌଳିକ ସୁବିଧା ସହିତ ଭୋଟରଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ରହିଛି । ଗରମ ପାଗ କିମ୍ବା ବର୍ଷାର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗରମ ପାଗ ସତ୍ତ୍ୱେ ଗତ ପର୍ଯ୍ୟାୟରେ ମତଦାନ କେନ୍ଦ୍ରଗୁଡ଼ିକରେ ବହୁ ସଂଖ୍ୟାରେ ଭୋଟରଙ୍କ ଅଂଶଗ୍ରହଣ ହୋଇଛି। ଗତ ଦୁଇ ପର୍ଯ୍ୟାୟରେ ମହିଳା ମତଦାନ ହାର ପୁରୁଷ ମତଦାନ ହାରକୁ ଟପିଯାଇଛି। ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟକ ମତଦାନ କରି ଦାୟିତ୍ୱ ଓ ଗର୍ବର ସହ ଭୋଟ ଦେବାକୁ ନିର୍ବାଚନ ଆୟୋଗ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି।

ସପ୍ତମ ପର୍ଯ୍ୟାୟ ତଥ୍ୟ:

୨୦୨୪ ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ଜୁନ୍ ପହିଲାରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର (ସାଧାରଣ- ୪୧; ଏସଟି- ୦୩; ଏସସି-୧୩) ପାଇଁ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ମତଦାନ ସମୟ ଲୋକସଭା ଆସନ ଅନୁଯାୟୀ ଭିନ୍ନ ହୋଇପାରେ।

ଓଡ଼ିଶା ବିଧାନସଭାର ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀ (ସାଧାରଣ-୨୭; ଏସଟି-06; ଏସସି-୦୯)ରେ ମଧ୍ୟ ଏକାସାଙ୍ଗରେ ମତଦାନ ହେବ।

୧.୦୯ ଲକ୍ଷ ମତଦାନ କେନ୍ଦ୍ରରେ ୧୦.୦୬ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ ୧୦.୯ ଲକ୍ଷ ପୋଲିଂ ଅଫିସର।

୧୦.୦୬ କୋଟିରୁ ଅଧିକ ମତଦାତାଙ୍କ ମଧ୍ୟରେ ପାଖାପାଖି ୫.୨୪ କୋଟି ପୁରୁଷ; ୪.୮୨ କୋଟି ମହିଳା ଏବଂ ୩୫୭୪ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

୮୫+ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିକଳ୍ପ ଘରେ ଥାଇ ମତଦାନ ସୁବିଧା ଉପଲବ୍ଧ।

ହିମାଚଳ ପ୍ରଦେଶ ପାଇଁ ୧୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ୮ଟି ହେଲିକପ୍ଟର ଉଡ଼ାଣ (ହିମାଚଳ ପ୍ରଦେଶ ପାଇଁ) ମତଦାନ ଏବଂ ସୁରକ୍ଷା କର୍ମୀଙ୍କୁ ଆଣିବା ପାଇଁ ନିୟୋଜିତ କରାଯାଇଛି।

୧୭୨ ଜଣ ପର୍ଯ୍ୟବେକ୍ଷକ (୬୪ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩୨ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୭୬ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରିବେ। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ତ୍ୱରିତ ଭାବେ ମୁକାବିଲା କରିବା ପାଇଁ ମୋଟ ୨୭୦୭ ଫ୍ଲାଇଂ ସ୍କ୍ୱାଡ୍, ୨୭୯୯ ଷ୍ଟାଟିକ୍ ସର୍ଭିଲେନ୍ସ ଟିମ୍, ୧୦୮୦ ସର୍ଭିଲାନ୍ସ ଟିମ୍ ଓ ୫୬୦ ଭିଡିଓ ଭ୍ୟୁଇଂ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

ମୋଟ ୨୦୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ଏବଂ ୯୦୬ଟି ଆନ୍ତଃରାଜ୍ୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଏବଂ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ଛାଇ, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଭାବରେ କାର୍ଯ୍ୟ କରେ ଏବଂ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ ଅନୁମତି ଭାବରେ ତଥା ଭୋଟ୍ ଦେବାକୁ ମଧ୍ୟ ସୁବିଧା ପ୍ରଦାନ କରେ । କିନ୍ତୁ ମତଦାନ ପାଇଁ ଏଗୁଡ଼ିକ ଜରୁରୀ ନୁହେଁ।

https://electoralsearch.eci.gov.in/ ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ ଦସ୍ତାବିଜ ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥା’ନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି: https://tinyurl.com/43thfhm9

ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭୋଟରମାନଙ୍କ ସୂଚୀ ମେ ୨୮.୦୫ ୨୦୨୪ ରେ ଜାରି ପ୍ରେସ୍ ନୋଟ୍ ସଂଖ୍ୟା ୧୦୯ ଜରିଆରେ ପ୍ରକାଶ ପାଇଥିଲା: https://tinyurl.com/2zxn25st

ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି: https://old.eci.gov.in/files/file/13579-13-pc-wise-voters-turn-out/

ଭୋଟର୍ ଟର୍ଣ୍ଣଆଉଟ୍ ଆପ୍ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ଲାଇଭ୍ ପ୍ରଦର୍ଶନ କରେ। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ର ଲାଇଭ୍ ଭୋଟର ମତଦାନ ଆପରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ଆସନ/ଲୋକସଭା ଆସନ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହେବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

ମତଦାନ ହାରର ଟ୍ରେଣ୍ଡ- ପର୍ଯ୍ୟାୟ ଭିତ୍ତିରେ, ରାଜ୍ୟଭିତ୍ତିକ, ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ (ସେହି ଲୋକସଭା ଆସନ ମଧ୍ୟରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମତଦାନ ସହିତ) ଭୋଟର ମତଦାନ ଆପରେ କ୍ରମାଗତ ଭାବରେ ଦେଖାଯାଇପାରେ, ଯାହା ନିମ୍ନ ଲିଙ୍କରୁ ଡାଉନଲୋଡ୍ କରାଯାଇପାରିବ:

ଆଣ୍ଡ୍ରଏଡ୍:https://play.google.com/store/apps/details?id=in.gov.eci।pollturnout&hl=en_IN&plli=1

ଆଇଓଏସ୍: https://apps.apple.com/in/app/voter-turnout-app/id1536366882

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ସାଧାରଣ ନିର୍ବାଚନ: ଯୋଗ୍ୟ ଭୋଟରଙ୍କ ନିମନ୍ତେ ଗୃହ ମତଦାନ ସୁବିଧାକୁ ପ୍ରଥମ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ: ଶାରୀରିକ କିମ୍ବା ଅନ୍ୟାନ୍ୟ ପ୍ରତିବନ୍ଧକ କାରଣରୁ ଯେପରି କୌଣସି ଯୋଗ୍ୟ ଭୋଟର ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ୨୦୨୪ ସାଧାରଣ ନିର୍ବାଚନରେ ଅନ୍ତର୍ଭୁକ୍ତୀକରଣ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ବ୍ୟାପକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କିନ୍ନର, ପିଭିଟିଜି ଭଳି ବିଭିନ୍ନ ବର୍ଗର ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ୮୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ୪୦% ବେଞ୍ଚମାର୍କ ଅକ୍ଷମତା ଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଘରେ ବସି ମତଦାନ ସୁବିଧା ୨୦୨୪ ସାଧାରଣ ନିର୍ବାଚନରେ ସର୍ବଭାରତୀୟ ଭିତ୍ତିରେ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର, ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ସମଗ୍ର ଦେଶରେ ଏହି ମିଳିତ ପ୍ରୟାସ ରେ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ ଅନେକ ସଫଳତାର କାହାଣୀ ଦେଖିବାକୁ ମିଳିଛି ଯେଉଁଠାରେ ଲୋକସଭା ନିର୍ବାଚନ -୨୦୨୪ ର ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ନିର୍ବାଚନ ଶେଷ ହୋଇଛି । ସିଇସି ରାଜୀବ କୁମାର କହିଛନ୍ତି ଯେ “ନିର୍ବାଚନରେ ନିରନ୍ତର ଉନ୍ନତି ପାଇଁ ପ୍ରୟାସ କରିବା ଆୟୋଗର ଗଭୀର ସଂକଳ୍ପ ବିଶ୍ୱବ୍ୟାପୀ ନୂତନ ମାନଦଣ୍ଡ ସ୍ଥାପିତ କରୁଥିବା ପ୍ରକ୍ରିୟା। ନିର୍ବାଚନକୁ ଆମ ଦେଶର ଗୌରବ ଏବଂ ବିବିଧତାର ଭାବନାକୁ ପ୍ରକୃତରେ ପ୍ରତିଫଳିତ କରିବା ପାଇଁ ନିର୍ବାଚନ କମିଶନ ସଂକଳ୍ପବଦ୍ଧ । ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତୀକରଣ ଏବଂ ଉପଲବ୍ଧତାର ନୀତି ଏବଂ ଅଭ୍ୟାସଗୁଡ଼ିକୁ ଅନ୍ତର୍ଭୁକ୍ତ ଏବଂ ଗଭୀର ଭାବରେ ସମନ୍ୱିତ କରିବା ପାଇଁ ଇସିଆଇ ଉତ୍ସର୍ଗୀକୃତ ଏବଂ ସମାଜ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିଛି।

ଦୁଇ ବର୍ଷ ତଳେ ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କ ପଞ୍ଜୀକରଣ ଓ ଅପଡେଟ୍ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିଲା। ଏହି ବର୍ଗର ଭୋଟରଙ୍କୁ ଟାର୍ଗେଟ କରି ସ୍ବତନ୍ତ୍ର ପଞ୍ଜୀକରଣ ଅଭିଯାନ, ଶିବିର ଆୟୋଜନ କରି ଏହା ସମ୍ଭବ ହୋଇଛି। ମତଦାନ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ଥିବା ସମ୍ପ୍ରଦାୟ ମଧ୍ୟରେ ଅଂଶଗ୍ରହଣ ବୃଦ୍ଧି ପାଇଁ ଇସିଆଇ ଏକ ବହୁମୁଖୀ ରଣନୀତି ଗ୍ରହଣ କରିଛି।

ବିକଳ୍ପ ଗୃହ ଭୋଟିଂ ସୁବିଧା: ଭାରତର ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ମିଳିଲା ଚମତ୍କାର ପ୍ରତିକ୍ରିୟା

ଏହି ବିକଳ୍ପ ଗୃହ ମତଦାନ ସୁବିଧା ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କୁ ଦର୍ଶାଉଛି ଏବଂ ଭାରତର ସାଧାରଣ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଉପଲବ୍ଧ ହୋଇଛି । ୮୫ ବର୍ଷରୁ ଅଧିକ ବୟସର କିମ୍ବା ୪୦ ପ୍ରତିଶତ ଭିନ୍ନକ୍ଷମ ଥିବା ଯେକୌଣସି ଯୋଗ୍ୟ ନାଗରିକ ଏହି ନିର୍ବାଚନରେ ପୋଷ୍ଟାଲ ବାଲଟ୍ ଜରିଆରେ ହୋମ୍ ଭୋଟିଂ ସୁବିଧା ପାଇପାରିବେ। ଏହି ସୁବିଧାକୁ ଭୋଟରଙ୍କ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ଭୋଟର ଏବଂ ଘରେ ବସି ଭୋଟ୍ ଦେଉଥିବା ଭୋଟରଙ୍କ ଦୃଶ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମତଦାନର ଗୋପନୀୟତା ବଜାୟ ରଖିବା ସହ ପୋଲିଂ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରି ଘରୁ ମତଦାନ ହୋଇଥାଏ। ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟା ଦେଖିବା ପାଇଁ ପୋଲିଂ ଟିମ୍ ସହିତ ଯିବାକୁ ଅନୁମତି ଦିଆଯାଇଛି।

ପ୍ରତିବନ୍ଧକ ଦୂର ହୋଇଛି : ଉନ୍ନତ ଅଂଶଗ୍ରହଣ ପାଇଁ ଭିତ୍ତିଭୂମି ଆବଶ୍ୟକତା ପୂରଣ

ଯେକୌଣସି ଭିତ୍ତିଭୂମି ଅଭାବକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ ସୁନିଶ୍ଚିତ କରିଥିଲେ ଯେ ପ୍ରତ୍ୟେକ ମତଦାନ କେନ୍ଦ୍ର ତଳ ମହଲାରେ ଅଛି, ଯେଉଁଥିରେ ରାମ୍ପ, ଭୋଟରଙ୍କ ପାଇଁ ସଙ୍କେତ, ପାର୍କିଂ ସ୍ଥାନ, ପୃଥକ ଧାଡ଼ି ଏବଂ ସ୍ୱେଚ୍ଛାସେବୀ ସମେତ ମୌଳିକ ସୁବିଧା ରହିଛି। ଏହାବ୍ୟତୀତ ନିର୍ବାଚନ କମିସନଙ୍କ ‘ସକ୍ଷମ ଆପ୍’ ମତଦାନ କେନ୍ଦ୍ରରେ ହ୍ଵିଲଚେୟାର, ପିକ୍ ଆଣ୍ଡ ଡ୍ରପ୍ ଏବଂ ସ୍ୱେଚ୍ଛାସେବୀ ସେବା ଭଳି ବିଭିନ୍ନ ସୁବିଧା ପାଇବା ପାଇଁ ଦିବ୍ୟାଙ୍ଗମାନଙ୍କୁ ସୁବିଧା ପ୍ରଦାନ କରିଛି। ନିର୍ବାଚନ ଘୋଷଣା ହେବା ପର ଠାରୁ ସକ୍ଷମ ଆପ୍ ର ୧.୭୮ ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଛି।

ଦୃଷ୍ଟିହୀନ ଭୋଟରଙ୍କ ସହାୟତା ପାଇଁ ଇଭିଏମ୍ ରେ ବ୍ରେଲ୍, ବ୍ରେଲ୍ ସକ୍ଷମ ଇପିଆଇସି ଏବଂ ଭୋଟର ସ୍ଲିପ୍ ର ବ୍ୟବସ୍ଥା ମଧ୍ୟ ଆୟୋଗ କରିଛନ୍ତି। ଏହାବ୍ୟତୀତ ଇଂରାଜୀ ଓ ହିନ୍ଦୀ ଭାଷାରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭୋଟର ଗାଇଡ୍ ଉପଲବ୍ଧ କରାଯାଇଥିଲା, ଯେଉଁଥିରେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଥିଲା।

ସମନ୍ବିତ ସେବା: ମତଦାନରେ ମାନସିକ ପ୍ରତିବନ୍ଧକ ଦୂର କରିବା

ମତଦାନରେ ଶାରୀରିକ ପ୍ରତିବନ୍ଧକ ଦୂର କରିବା ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ କିନ୍ନର, ଯୌନକର୍ମୀ, ପିଭିଟିଜି ଭଳି କେତେକ ଦୁର୍ବଳ ଜନସଂଖ୍ୟାକୁ ନେଇ ସାମାଜିକ ପ୍ରତିବନ୍ଧକ ଏବଂ କଳଙ୍କ ଦୂର କରିବା ପାଇଁ ନିର୍ବାଚନ ଆୟୋଗ ପ୍ରୟାସ କରିଥିଲେ। ନାଗରିକ ସମାଜ ର ସହଯୋଗରେ ଥାନେ ଜିଲ୍ଲା ଦ୍ୱାରା ତୃତୀୟ ଲିଙ୍ଗ (ଟିଜି) ଭୋଟର ଏବଂ ଯୌନ କର୍ମୀ ଏବଂ ପିଭିଟିଜି ଭଳି ଅନ୍ୟାନ୍ୟ ଅବହେଳିତ ସମ୍ପ୍ରଦାୟକୁ ନାମ ଲେଖାଇବା ପାଇଁ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା। ସମଗ୍ର ଦେଶରେ ୪୮,୨୬୦ରୁ ଅଧିକ ଟିଜି ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ତାମିଲନାଡୁରେ ସର୍ବାଧିକ ୮୪୬୭ ଜଣ ତୃତୀୟ ଲିଙ୍ଗ ଭୋଟର ଥିବା ବେଳେ ଉତ୍ତରପ୍ରଦେଶରେ ୬୬୨୮ ଟିଜି ଏବଂ ମହାରାଷ୍ଟ୍ରରେ ୫୭୨୦ ଟିଜି ଅଛନ୍ତି।

ଏସଭିଇଇପି ପଦକ୍ଷେପର ଏକ ଅଂଶ ଭାବରେ ଆୟୋଗ ୧୬ ମାର୍ଚ୍ଚ, ୨୦୨୪ରେ ଆଇଡିସିଏ (ଇଣ୍ଡିଆନ୍ ଡେଫ୍ କ୍ରିକେଟ୍ ଆସୋସିଏସନ୍) ଏବଂ ଡିଡିସିଏ (ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍) ଟିମ୍ ମଧ୍ୟରେ ଏକ ଟି-୨୦ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିଥିଲେ, ଯାହା ଦ୍ୱାରା ପିଡବ୍ଲ୍ୟୁଡି ଭୋଟରଙ୍କ ମଧ୍ୟରେ ମତଦାତା ସଚେତନତା ସୃଷ୍ଟି କରିବା ଏବଂ ସମାବେଶୀ ନିର୍ବାଚନକୁ ପ୍ରୋତ୍ସାହିତ କରାଯିବ।

ପ୍ରତ୍ୟେକ ଏସିରେ ଅତିକମରେ ଗୋଟିଏ ମତଦାନ କେନ୍ଦ୍ର ସ୍ଥାପନ କରିବା ପାଇଁ ଆୟୋଗ ଯଥା ସମ୍ଭବ ପ୍ରୟାସ କରିଥିଲେ, ଯାହାକୁ ସ୍ୱତନ୍ତ୍ର ଭାବେ ପିଡବ୍ଲୁଡି ଅଧିକାରୀମାନେ ପରିଚାଳନା କରୁଥିଲେ। ଲୋକସଭା ନିର୍ବାଚନ -୨୦୨୪ ପାଇଁ ସମଗ୍ର ଦେଶରେ ପାଖାପାଖି ୨୬୯୭ଟି ପିଡବ୍ଲ୍ୟୁଡି ପରିଚାଳିତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି, ଯେଉଁଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ପିଡବ୍ଲୁଡି ମାନବ ଯୁକ୍ତ ମତଦାନ କେନ୍ଦ୍ର ଅର୍ଥାତ ୩୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।

ଅସୁରକ୍ଷିତ ସମ୍ପ୍ରଦାୟ ପାଇଁ ପଞ୍ଜୀକରଣ ଏବଂ ମତଦାନ କୁ ସହଜ କରିବା

ବାସହୀନ ଏବଂ ଅନ୍ୟାନ୍ୟ ଯାଯାବର ଗୋଷ୍ଠୀ ଉଚ୍ଚ ନିର୍ବାଚନୀ ଅଂଶଗ୍ରହଣ ହାସଲ କରିବାରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟା ଅଟନ୍ତି । ସେମାନଙ୍କର ସ୍ବତନ୍ତ୍ର ପରିସ୍ଥିତି କାରଣରୁ, ଏହି ବ୍ୟକ୍ତିମାନେ ବାସସ୍ଥାନର ପ୍ରମାଣ ଅଭାବରୁ ଅଜାଣତରେ ନିର୍ବାଚନୀ ବହିଷ୍କାରର ସମ୍ମୁଖୀନ ହୋଇପାରନ୍ତି । ତେବେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ଭୋଟର ଭାବେ ପଞ୍ଜୀକୃତ କରିବା ସହ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ସ୍ୱତନ୍ତ୍ର ପ୍ରୟାସ କରାଯାଇଥିଲା। ପୂର୍ବରୁ ଅପହଞ୍ଚ ଅଂଚଳରେ ନୂଆ ପୋଲିଂ ବୁଥ୍ ଥିବାରୁ ପିଭିଟିଜିକୁ ବ୍ୟାପକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ, ଯେଉଁଠାରେ ପିଭିଟିଜି ବହୁ ସଂଖ୍ୟାରେ ବସବାସ କରନ୍ତି, ସେଠାରେ ପିଭିଟିଜିଗୁଡ଼ିକ ଦୁର୍ଗମ ଅଞ୍ଚଳରୁ ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ମାଗଣା ପରିବହନ ସୁବିଧା ଯୋଗାଇ ଦିଆଯାଇଛି। ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଗ୍ରେଟ୍ ନିକୋବରର ଶୋମ୍ପେନ୍ ଜନଜାତି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ-୨୦୨୪ରେ ଭୋଟ୍ ଦେଇଛନ୍ତି।

ଭାଗିଦାରୀ

ନିର୍ବାଚନ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ନିର୍ବାଚନରେ ଭାଗିଦାରୀ ଏବଂ ଅନ୍ତର୍ଭୁକ୍ତୀକରଣର ଭାବନା ସୃଷ୍ଟି କରିବା ପାଇଁ, ନିର୍ବାଚନ ପ୍ରକ୍ରିୟାରେ ସମ୍ପ୍ରଦାୟକୁ ଅଧିକ ସାମିଲ କରିବା ପାଇଁ ଇସିଆଇ ୧୧ ଜଣ ପିଡବ୍ଲୁଡି ବ୍ୟକ୍ତିଙ୍କୁ “ଇସିଆଇ ଆମ୍ବାସାଡର” ଭାବରେ ନିଯୁକ୍ତ କରିଛି । ନିର୍ବାଚନରେ ଅଂଶଗ୍ରହଣ ଏବଂ ମାଲିକାନା ଭାବନା ବିକଶିତ କରିବା ପାଇଁ ପିଡବ୍ଲ୍ୟୁଡିମାନଙ୍କର ବିଶେଷ ଆବଶ୍ୟକତା ବିଷୟରେ ପୋଲିଂ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଏବଂ ସଚେତନ କରାଯାଇଥିଲା । ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ରାଜ୍ୟ ସିଇଓମାନେ ସମ୍ପୃକ୍ତ ରାଜ୍ୟର ରାଜ୍ୟ ଭିନ୍ନକ୍ଷମ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ସହଯୋଗ କରିଥିଲେ।

ଏଥିସହ ନିର୍ବାଚନ କମିସନଙ୍କ ଏକ ଟିମ୍ ମୁମ୍ବାଇ ସହରର ଥାନେ ଜିଲ୍ଲା ଏବଂ କାମାଥିପୁରା ଗସ୍ତ କରି ଏହି ଅଞ୍ଚଳରେ ରହୁଥିବା କିନ୍ନର ଏବଂ ମହିଳା ଯୌନକର୍ମୀମାନଙ୍କ ସହ ଏକ ଖୋଲା ଆଲୋଚନା କରି ନିର୍ବାଚନୀ ଅଂଶଗ୍ରହଣରେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଭଲ ଭାବରେ ବୁଝିବା, ଏହି ମତଦାତାଙ୍କ ପ୍ରତି କ୍ଷେତ୍ର ବ୍ୟବସ୍ଥାକୁ ସଚେତନ କରିବା ଏବଂ ଏହି ଭୋଟରମାନଙ୍କୁ ଲୋକସଭା ନିର୍ବାଚନ-୨୦୨୪ ରେ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଉତ୍ସାହିତ କରିଥିଲେ।

ଲୋକସଭା ନିର୍ବାଚନ-୨୦୨୪ରେ ପିଡବ୍ଲ୍ୟୁଡି ଭୋଟରଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରିବା ପାଇଁ ଆୟୋଗ ଅର୍ଜୁନ ପୁରସ୍କାର ପ୍ରାପ୍ତ ସୁଶ୍ରୀ ଶୀତଲ ଦେବୀଙ୍କୁ ଏବଂ ପାରା ଆର୍ଚରଙ୍କୁ ଇସିଆଇ ନ୍ୟାସନାଲ ଆଇକନ୍ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ନିର୍ବାଚନ କମିସନଙ୍କ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ପିଡବ୍ଲ୍ୟୁଡି ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ୧୧ ଜଣ ବିଶିଷ୍ଟ ପିଡବ୍ଲୁଡି ବ୍ୟକ୍ତିତ୍ୱଙ୍କୁ ନିର୍ବାଚନ ଆୟୋଗର ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ଏହାବ୍ୟତୀତ ଆୟୋଗ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଷ୍ଟେଟ୍ ପିଡବ୍ଲ୍ୟୁଡି ଆଇକନ୍ ମଧ୍ୟ ନିଯୁକ୍ତ କରିଛନ୍ତି।

ଗୁଜରାଟର ମେହସାନା ଜିଲ୍ଲାରେ ସଚେତନତା ସୃଷ୍ଟି ପାଇଁ ପିଡବ୍ଲ୍ୟୁଡି ଭୋଟରଙ୍କ ଦ୍ୱାରା ଏକ ହ୍ୱିଲଚେୟାର ରାଲି ଆୟୋଜନ କରାଯାଇଥିଲା

ଚଳିତ ନିର୍ବାଚନରେ ପିଭିଟିଜିର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ “ମତଦାତା ଅପିଲ ପତ୍ର” ସମେତ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଥିଲା ।

ଶେଷ ମାଇଲ ଭୋଟରଙ୍କ ନିକଟରେ ପହଞ୍ଚିଲେ

କୌଣସି ଭୋଟର ଯେପରି ପଛରେ ନ ପଡ଼ିବେ ସେଥିପାଇଁ ଆୟୋଗ ପ୍ରତିଶ୍ରୁତିବଦ୍ଧ ଏବଂ ଦେଶର ଦୁର୍ଗମ କୋଣ ଅନୁକୋଣରେ ରହୁଥିବା ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦାହରଣ ସ୍ୱରୂପ ଗୁଜରାଟର ଆଲିଆବେଟ୍ ରେ ଥିବା ଏକ ସିପିଂ କଣ୍ଟେନରରେ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ସେହିପରି ଛତିଶଗଡ଼ର ବସ୍ତର ଓ କାଙ୍କେର ପିସିର ୧୦୨ ଟି ଗାଁର ଭୋଟରମାନେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ନିଜ ଗାଁରେ ସ୍ଥାପିତ ପୋଲିଂ ବୁଥରେ ମତଦାନ କରିଛନ୍ତି

ଏହାବ୍ୟତୀତ ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ କାଶ୍ମୀର ପ୍ରବାସୀଙ୍କ ମତଦାନକୁ ସୁଗମ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇ ନିର୍ବାଚନ କମିଶନ ଜମ୍ମୁ ଓ ଉଧମପୁରରେ ରହୁଥିବା ଉପତ୍ୟକାର ବିସ୍ଥାପିତ ଲୋକଙ୍କ ପାଇଁ ଫର୍ମ-ଏମ୍ ପୂରଣ କରିବାର ଜଟିଳ ପ୍ରକ୍ରିୟାକୁ ଉଚ୍ଛେଦ କରିଛନ୍ତି। ଏହାବ୍ୟତୀତ ଜମ୍ମୁ ଓ ଉଧମପୁର ବାହାରେ ରହୁଥିବା ପ୍ରବାସୀ (ଯେଉଁମାନେ ଫର୍ମ ଏମ୍ ଦାଖଲ ଜାରି ରଖିବେ) ସେମାନଙ୍କ ପାଇଁ ଇସିଆଇ ଫର୍ମ-ଏମ୍ ସହିତ ଯୋଡ଼ି ହୋଇଥିବା ସାର୍ଟିଫିକେଟ୍ର ସ୍ୱୟଂ-ପ୍ରମାଣୀକରଣକୁ ଅନୁମତି ଦେଇଛି, ଯାହା ଫଳରେ ଗେଜେଟେଡ୍ ଅଫିସରଙ୍କ ଦ୍ୱାରା ଏହି ସାର୍ଟିଫିକେଟ୍ ପ୍ରମାଣିତ ହେବାର ଅସୁବିଧା ଦୂର ହେବ। ଆୟୋଗ ଦିଲ୍ଲୀ, ଜମ୍ମୁ ଏବଂ ଉଧମପୁରର ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହୁଥିବା କାଶ୍ମୀର ପ୍ରବାସୀ ଭୋଟରମାନଙ୍କୁ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ମତଦାନ କରିବା କିମ୍ବା ପୋଷ୍ଟାଲ ବାଲଟ୍ ବ୍ୟବହାର କରିବାର ବିକଳ୍ପ ପ୍ରଦାନ କରିଛନ୍ତି। ଜମ୍ମୁରେ ୨୧ଟି, ଉଧମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

ସେହିପରି ମଣିପୁରରେ ଆଭ୍ୟନ୍ତରୀଣ ବିସ୍ଥାପିତ ବ୍ୟକ୍ତି (ଆଇଡିପି)ଙ୍କ ମତଦାନ ଅଧିକାର ସୁନିଶ୍ଚିତ କରିବା ପାଇଁ ୧୦ଟି ଜିଲ୍ଲାରେ ୯୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର (ଏସ୍ ପିଏସ୍) ପ୍ରତିଷ୍ଠା କରାଯାଇଛି। ଗୋଟିଏ ଭୋଟରଙ୍କ ପାଇଁ ତେଙ୍ଗନୁପାଳ ଜିଲ୍ଲାରେ ଗୋଟିଏ ଏସପିଏସ୍ ଗଠନ କରାଯାଇଥିଲା। ୱେବକାଷ୍ଟିଂ/ଭିଡିଓଗ୍ରାଫି ଅଧୀନରେ ମତଦାନ କରାଯାଇଥିଲା ଏବଂ ରିଲିଫ୍ କ୍ୟାମ୍ପ ବାହାରେ ରହୁଥିବା ବିସ୍ଥାପିତ ବ୍ୟକ୍ତିମାନେ ମଧ୍ୟ ଏସପିଏସ୍ ରେ ଭୋଟ୍ ଦେଇପାରିବେ।

Categories
ଆଜିର ଖବର

ଷଷ୍ଠ ପର୍ଯ୍ୟାୟ ମତଦାନ: ପଢନ୍ତୁ ଦେଶରେ ମୋଟ କେତେ ପ୍ରତିଶତ ହେଲା ଭୋଟ?

ନୂଆଦିଲ୍ଲୀ: ଇସିଆଇ ର ୨୫.୦୫.୨୦୨୪ ର ଦୁଇଟି ପ୍ରେସ୍ ନୋଟ୍ କୁ ଜାରି ରଖି ଚଳିତ ସାଧାରଣ ନିର୍ବାଚନ ୨୦୨୪ ରେ ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଷଷ୍ଠ ପର୍ଯ୍ୟାୟରେ ୬୩.୩୭% ମତଦାନ ରେକର୍ଡ କରାଯାଇଛି। ଏହା ସହିତ ସପ୍ତମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କ୍ଷେତ୍ର ଅନୁଯାୟୀ ଭୋଟର ସଂଖ୍ୟା ମଧ୍ୟ ପ୍ରକାଶ ପାଇଛି।

ଷଷ୍ଠ ପର୍ଯ୍ୟାୟ ପାଇଁ ଲିଙ୍ଗଭିତ୍ତିକ ମତଦାନ ସଂଖ୍ୟା ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ ପୁରୁଷ ମହିଳା ତୃତୀୟ ଲିଙ୍ଗ ମୋଟ୍
ଫେଜ୍ 6 61.95% 64.95% 18.67% 63.37%

୨. ଷଷ୍ଠ ପର୍ଯ୍ୟାୟ ପାଇଁ ରାଜ୍ୟଭିତ୍ତିକ ଓ ସଂସଦୀୟ କ୍ଷେତ୍ର ଭିତ୍ତିକ ମତଦାନ ତଥ୍ୟ ଯଥାକ୍ରମେ ସାରଣୀ   ୨ରେ ଦିଆଯାଇଛି। ଷଷ୍ଠ ପର୍ଯ୍ୟାୟ ପାଇଁ ଭୋଟରଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ସାରଣୀ ୩ରେ ଦିଆଯାଇଛି ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ ସି ର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟ ଭାବରେ ପ୍ରଦାନ କରାଯାଏ. ଫର୍ମ ୧୭ ସି ର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ନିର୍ବାଚନ ଦିନ ହିଁ ପ୍ରାର୍ଥୀଙ୍କ ସହ ସେୟାର ହୋଇସାରିଛି। ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ। ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+, ପିଡବ୍ଲ୍ୟୁଡି, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ। ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲାଟ୍ ର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।

ଏହାବ୍ୟତୀତ ଜୁନ୍ ୧, ୨୦୨୪ରେ ସପ୍ତମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ପଞ୍ଜୀକୃତ ଭୋଟରଙ୍କ ସଂସଦୀୟ କ୍ଷେତ୍ର ଭିତ୍ତିକ ବିବରଣୀ ସାରଣୀ  ରେ ପ୍ରଦାନ କରାଯାଇଛି।

Table 1:

PHASE – 6

TABLE 1: STATE-WISE & GENDER-WISE VOTER TURNOUT AT POLLING STATIONS

 

Sl. No. State/UT No. of PCs VOTER Turnout (%)
Male Female Others Total
1 Bihar 8 51.95 62.95 7.24 57.18
2 Haryana 10 65.97 63.49 18.20 64.80
3 Jammu and Kashmir 1 57.86 52.86 22.22 55.40
4 Jharkhand 4 64.87 65.94 37.93 65.39
5 NCT OF Delhi 7 59.03 58.29 28.01 58.69
6 Odisha 6 74.07 74.86 20.76 74.45
7 Uttar Pradesh 14 51.31 57.12 5.41 54.04
8 West Bengal 8 81.62 83.83 33.08 82.71
8 States / UTs [58 PCs] 58 61.95 64.95 18.67 63.37

Table 2:

PHASE – 6

TABLE 2: PC-WISE & GENDER-WISE VOTER TURNOUT AT POLLING STATIONS

 

Sl.

No.

State/UT PC VOTER Turnout (%)
Male Female Others Total
1 Bihar Gopalganj 46.40 58.44 6.25 52.32
2 Bihar Maharajganj 46.68 58.36 0.00 52.27
3 Bihar Paschim Champaran 57.21 66.67 9.38 61.62
4 Bihar Purvi Champaran 55.02 64.82 23.81 59.68
5 Bihar Sheohar 51.79 63.68 3.17 57.40
6 Bihar Siwan 47.08 58.37 5.45 52.49
7 Bihar Vaishali 57.20 68.63 4.35 62.59
8 Bihar Valmiki Nagar 55.03 65.99 9.72 60.19
9 Haryana AMBALA 68.51 66.02 7.89 67.34
10 Haryana BHIWANI- MAHENDRAGARH 66.36 64.31 7.69 65.39
11 Haryana FARIDABAD 61.77 59.04 5.04 60.52
12 Haryana GURGAON 63.06 60.88 8.97 62.03
13 Haryana HISAR 66.65 63.69 27.27 65.27
14 Haryana KARNAL 65.16 62.15 50.00 63.74
15 Haryana KURUKSHETRA 67.66 66.30 50.00 67.01
16 Haryana ROHTAK 66.88 64.33 9.52 65.68
17 Haryana SIRSA 71.26 68.11 48.84 69.77
18 Haryana SONIPAT 64.69 62.02 18.18 63.44
19 Jammu and Kashmir ANANTNAG- RAJOURI 57.86 52.86 22.22 55.40
20 Jharkhand Dhanbad 61.82 62.33 31.25 62.06
21 Jharkhand Giridih 65.00 69.60 87.50 67.23
22 Jharkhand Jamshedpur 67.87 67.49 42.11 67.68
23 Jharkhand Ranchi 65.52 65.19 31.88 65.36
24 NCT OF Delhi Chandni Chowk 59.44 57.62 32.14 58.60
25 NCT OF Delhi East Delhi 59.34 59.72 52.88 59.51
26 NCT OF Delhi New Delhi 55.55 55.28 26.92 55.43
27 NCT OF Delhi North-East Delhi 63.55 62.13 41.61 62.89
28 NCT OF Delhi North-West Delhi 58.49 57.12 22.90 57.85
29 NCT OF Delhi South Delhi 56.28 56.67 13.39 56.45
30 NCT OF Delhi West Delhi 59.32 58.20 35.88 58.79
31 Odisha Bhubaneswar 64.75 64.24 22.46 64.49
32 Odisha Cuttack 71.74 70.63 17.70 71.20
33 Odisha Dhenkanal 77.49 78.59 18.13 78.01
34 Odisha Keonjhar 78.27 79.67 15.79 78.97
35 Odisha Puri 74.15 76.82 21.10 75.43
36 Odisha Sambalpur 79.25 79.75 24.82 79.50
37 Uttar Pradesh Allahabad 51.61 52.08 2.10 51.82
38 Uttar Pradesh Ambedkar Nagar 58.98 64.40 15.15 61.58
39 Uttar Pradesh Azamgarh 52.71 60.05 13.95 56.16
40 Uttar Pradesh Basti 53.28 60.52 11.34 56.67
41 Uttar Pradesh Bhadohi 50.89 55.52 3.51 53.07
42 Uttar Pradesh Domariyaganj 47.15 57.47 3.55 51.97
43 Uttar Pradesh Jaunpur 53.17 58.22 5.49 55.59
44 Uttar Pradesh Lalganj 49.88 59.33 4.00 54.38
45 Uttar Pradesh Machhlishahr 51.41 57.88 1.45 54.49
46 Uttar Pradesh Phulpur 49.30 48.45 2.55 48.91
47 Uttar Pradesh Pratapgarh 48.13 55.18 20.00 51.45
48 Uttar Pradesh Sant Kabir Nagar 48.21 57.53 2.27 52.57
49 Uttar Pradesh Shrawasti 51.63 54.21 24.07 52.83
50 Uttar Pradesh Sultanpur 52.62 58.90 6.12 55.63
51 West Bengal Bankura 80.83 80.67 0.00 80.75
52 West Bengal Bishnupur 86.51 85.29 50.00 85.91
53 West Bengal Ghatal 79.19 85.24 41.18 82.17
54 West Bengal Jhargram 83.55 83.39 21.05 83.47
55 West Bengal Kanthi 82.26 87.41 12.50 84.77
56 West Bengal Medinipur 80.87 82.26 58.62 81.56
57 West Bengal Purulia 78.00 78.79 15.79 78.39
58 West Bengal Tamluk 82.11 87.60 28.95 84.79
  All 58 PCs 61.95 64.95 18.67 63.37

Table 3:

Voter turnout data in absolute numbers for Phase 6

 

Sl.

No.

State PC Name Count of Elector* **Poll (%) Count of Votes***
1 Bihar Gopalganj 2024673 52.32 1059298
2 Bihar Maharajganj 1934937 52.27 1011421
3 Bihar Paschim Champaran 1756078 61.62 1082178
4 Bihar Purvi Champaran 1790761 59.68 1068642
5 Bihar Sheohar 1832745 57.40 1052021
6 Bihar Siwan 1896512 52.49 995416
7 Bihar Vaishali 1869178 62.59 1170009
8 Bihar Valmiki Nagar 1827281 60.19 1099781
9 Haryana AMBALA 1996708 67.34 1344503
10 Haryana BHIWANI- MAHENDRAGARH 1793029 65.39 1172526
11 Haryana FARIDABAD 2430212 60.52 1470649
12 Haryana GURGAON 2573411 62.03 1596240
13 Haryana HISAR 1790722 65.27 1168784
14 Haryana KARNAL 2104229 63.74 1341174
15 Haryana KURUKSHETRA 1794300 67.01 1202401
16 Haryana ROHTAK 1889844 65.68 1241201
17 Haryana SIRSA 1937689 69.77 1351932
18 Haryana SONIPAT 1766624 63.44 1120791
19 Jammu and Kashmir ANANTNAG-RAJOURI 1836576 55.40 1017451
20 Jharkhand Dhanbad 2285237 62.06 1418264
21 Jharkhand Giridih 1864660 67.23 1253553
22 Jharkhand Jamshedpur 1869278 67.68 1265169
23 Jharkhand Ranchi 2197331 65.36 1436127
24 NCT OF Delhi Chandni Chowk 1645958 58.60 964503
25 NCT OF Delhi East Delhi 2120584 59.51 1261988
26 NCT OF Delhi New Delhi 1525071 55.43 845285
27 NCT OF Delhi North-East Delhi 2463159 62.89 1549202
28 NCT OF Delhi North-West Delhi 2567423 57.85 1485378
29 NCT OF Delhi South Delhi 2291764 56.45 1293598
30 NCT OF Delhi West Delhi 2587977 58.79 1521541
31 Odisha Bhubaneswar 1672774 64.49 1078810
32 Odisha Cuttack 1571622 71.20 1118918
33 Odisha Dhenkanal 1529785 78.01 1193460
34 Odisha Keonjhar 1588179 78.97 1254163
35 Odisha Puri 1586465 75.43 1196684
36 Odisha Sambalpur 1499728 79.50 1192226
37 Uttar Pradesh Allahabad 1825730 51.82 946076
38 Uttar Pradesh Ambedkar Nagar 1911297 61.58 1176920
39 Uttar Pradesh Azamgarh 1868165 56.16 1049205
40 Uttar Pradesh Basti 1902898 56.67 1078313
41 Uttar Pradesh Bhadohi 2037925 53.07 1081465
42 Uttar Pradesh Domariyaganj 1961845 51.97 1019548
43 Uttar Pradesh Jaunpur 1977237 55.59 1099223
44 Uttar Pradesh Lalganj 1838882 54.38 1000053
45 Uttar Pradesh Machhlishahr 1940605 54.49 1057361
46 Uttar Pradesh Phulpur 2067043 48.91 1010909
47 Uttar Pradesh Pratapgarh 1833312 51.45 943245
48 Uttar Pradesh Sant Kabir Nagar 2071964 52.57 1089154
49 Uttar Pradesh Shrawasti 1980381 52.83 1046253
50 Uttar Pradesh Sultanpur 1852590 55.63 1030583
51 West Bengal Bankura 1780580 80.75 1437826
52 West Bengal Bishnupur 1754268 85.91 1507040
53 West Bengal Ghatal 1939945 82.17 1593990
54 West Bengal Jhargram 1779794 83.47 1485591
55 West Bengal Kanthi 1794537 84.77 1521159
56 West Bengal Medinipur 1811243 81.56 1477309
57 West Bengal Purulia 1823120 78.39 1429190
58 West Bengal Tamluk 1850741 84.79 1569233
All 58 PCs 111316606 63.37 70544933

*As informed through ECI Press Note No 99 dated May 23, 2024

**Continuously available on the Voter Turnout App

***As manually entered by field officers. Does not include Postal Ballots

Table- 4

Phase-7: Parliamentary Constituency wise Number of Electors

 

Phase-7: Parliamentary Constituency wise Number of Electors
State Name PC Name Electors*
Bihar Arrah 21,65,574
Bihar Buxar 19,23,164
Bihar Jahanabad 16,70,327
Bihar Karakat 18,81,191
Bihar Nalanda 22,88,240
Bihar Pataliputra 20,73,685
Bihar Patna Sahib 22,92,045
Bihar Sasaram (SC) 19,10,368
Chandigarh Chandigarh 6,59,805
Himachal Pradesh Hamirpur 14,32,636
Himachal Pradesh Kangra 15,02,514
Himachal Pradesh Mandi 13,64,060
Himachal Pradesh Shimla 13,46,369
Jharkhand Dumka 15,91,061
Jharkhand Godda 20,28,154
Jharkhand Rajmahal 17,04,671
Odisha Balasore 16,08,014
Odisha Bhadrak 17,70,915
Odisha Jagatsinghpur 17,00,814
Odisha Jajpur 15,45,664
Odisha Kendrapara 17,92,723
Odisha Mayurbhanj 15,42,927
Punjab Amritsar 16,11,263
Punjab Anandpur Sahib 17,32,211
Punjab Bathinda 16,51,188
Punjab Faridkot 15,94,033
Punjab Fatehgarh Sahib 15,52,567
Punjab Firozpur 16,70,008
Punjab Gurdaspur 16,05,204
Punjab Hoshiarpur 16,01,826
Punjab Jalandhar 16,54,005
Punjab Khadoor Sahib 16,67,797
Punjab Ludhiana 17,58,614
Punjab Patiala 18,06,424
Punjab Sangrur 15,56,601
Uttar Pradesh Ballia 19,23,645
Uttar Pradesh Bansgaon 18,20,854
Uttar Pradesh Chandauli 18,43,196
Uttar Pradesh Deoria 18,73,821
Uttar Pradesh Ghazipur 20,74,883
Uttar Pradesh Ghosi 20,83,928
Uttar Pradesh Gorakhpur 20,97,202
Uttar Pradesh Kushi Nagar 18,75,222
Uttar Pradesh Maharajganj 20,04,050
Uttar Pradesh Mirzapur 19,06,327
Uttar Pradesh Robertsganj 17,79,189
Uttar Pradesh Salempur 17,76,982
Uttar Pradesh Varanasi 19,97,578
West Bengal Barasat 19,05,400
West Bengal Basirhat 18,04,261
West Bengal Diamond harbour 18,80,779
West Bengal Dum dum 16,99,656
West Bengal Jadavpur 20,33,525
West Bengal Joynagar 18,44,780
West Bengal Kolkata Dakshin 18,49,520
West Bengal Kolkata Uttar 15,05,356
West Bengal Mathurapur 18,17,068
Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ନିର୍ବାଚନ ପ୍ରଚାର ଶେଷ ହେବା ପରେ ପିଏମ ମୋଦୀ ନେବେ ବିରତି, କରିବେ ଧ୍ୟାନ: ଜାଣନ୍ତୁ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରିପାରନ୍ତି। ସୂଚନାନୁସାରେ, ପିଏମ ମୋଦୀ ମଇ ୩୦ ତାରିଖ ରାତିରେ କନ୍ୟାକୁମାରୀରେ ପହଞ୍ଚିବେ। ଏହା ପରେ ସେ ମଇ ୩୧ ତାରିଖରେ ବିବେଦାନନ୍ଦ ରକ୍ ମେମୋରିଆଲକୁ ଯାଇପାରନ୍ତି। ସେଠାରେ ସେ ଦିନସାରା ଧ୍ୟାନ କରିପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଜୁନ୍ ୧ ତାରିଖରେ ଦିଆଯିବ। କାର୍ଯ୍ୟକ୍ରମ ଅନୁଯାୟୀ, ଏହା ପୂର୍ବରୁ ମେ ୩୦ ତାରିଖରେ ସକାଳ ୧୧ ଟା ସମୟରେ ହୋଶିଆରପୁରରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ। ଏହା ପରେ ସେ ତାମିଲନାଡୁ ଯାଇ ସେଠାରେ ରାତି ବିଶ୍ରାମ ନେବେ। ତେବେ ମେ ୩୧ ତାରିଖ ଏବଂ ଜୁନ୍ ୧ ତାରିଖ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନ ସମୟରେ, ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଯାଇ ସେଠାରେ ଥିବା ରୁଦ୍ର ଗୁମ୍ଫାରେ ଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଦେଶରେ ୬ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଛି। ସପ୍ତମ ପର୍ଯ୍ୟାୟ ମତଦାନ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ। ଏଥର ବିଜେପି ୪୦୦ ରୁ ଅଧିକ ସ୍ଲୋଗାନ ଦେଇ ନିର୍ବାଚନ କ୍ଷେତ୍ରକୁ ଆସିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବ୍ୟାପକ ପ୍ରଚାର କରିଛନ୍ତି। ଏହି ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ପହଞ୍ଚିଥିଲେ। ଏହା ସହିତ ସେ ଚ୍ୟାନେଲରେ ସାଧାରଣ ଜନତାଙ୍କ ମନରେ ଉଠିଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୁଣିଥରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବାକୁ ଯାଉଛି। ବିରୋଧୀଙ୍କୁ ମଧ୍ୟ ଏଥର ପରାଜୟର ସାମ୍ନା କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ଭାରତର ନିର୍ବାଚନ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି ଜାମ୍ମୁ- କାଶ୍ମୀର

ନୂଆଦିଲ୍ଲୀ: ଭାରତର ନିର୍ବାଚନ ରାଜନୀତିରେ ବ୍ୟାପକ ଅଗ୍ରଗତି କରି ଜାମ୍ମୁ – କଶ୍ମୀରରେ ଗତ ୩୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ନିର୍ବାଚନୀ ଅଂଶଗ୍ରହଣ ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳ (୫ଟି ଲୋକସଭା ଆସନ)ର ମତଦାନ କେନ୍ଦ୍ର ଗୁଡ଼ିକରେ ମିଳିତ ମତଦାନ ହାର (ଭିଟିଆର) ୫୮.୪୬% ଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ଏହି ଅଞ୍ଚଳର ଲୋକ ମାନଙ୍କର ଦୃଢ଼ ଗଣତାନ୍ତ୍ରିକ ଭାବନା ଏବଂ ନାଗରିକ ସଂପୃକ୍ତିର ପ୍ରମାଣ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ମିଳିତ ଭାବେ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ପାଇଁ ମତଦାନ କର୍ମଚାରୀ ଏବଂ ସୁରକ୍ଷା ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସିଇସି ରାଜୀବ କୁମାର ଜାମ୍ମୁ – କାଶ୍ମୀରର ଭୋଟରମାନଙ୍କୁ ନିର୍ବାଚନ କମିଶନଙ୍କ ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି ଯେ ଏହି ସଫଳତା ୨୦୧୯ ପରଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ୨୫% ବୃଦ୍ଧି, ନାଗରିକଙ୍କ ସଂପୃକ୍ତି ବୃଦ୍ଧି ଦର୍ଶାଉଥିବା ସି- ଭିଜିଲ୍ ଅଭିଯୋଗ ଏବଂ ରାଲି ଇତ୍ୟାଦି ପାଇଁ ୨୪୫୫ ଅନୁରୋଧ ଦର୍ଶାଉଥିବା ସୁବିଧା ପୋର୍ଟାଲ ଉପରେ ଆଧାରିତ, ଯାହା ଦ୍ୱନ୍ଦ୍ୱକୁ ଦୂର କରି ନିର୍ବାଚନ ଏବଂ ପ୍ରଚାର କ୍ଷେତ୍ରର କ୍ରମାଗତ ପ୍ରତ୍ୟାବର୍ତ୍ତନକୁ ପ୍ରତିଫଳିତ କରେ। ନିର୍ବାଚନୀ ସଚେତନତା ଏବଂ ଅଂଶଗ୍ରହଣର ଗଭୀରତାର ଏହି ଫଳାଫଳକୁ ତୁଳନା କଲେ, ଏହା କିମ୍ବଦନ୍ତୀ ପ୍ରସିଦ୍ଧ କାଶ୍ମୀର କାରିଗରୀ ବୁଣାର ଖ୍ୟାତି ଏବଂ ଦକ୍ଷତାକୁ ମନେ ପକାଇଦିଏ। ଏହି ସକ୍ରିୟ ଅଂଶଗ୍ରହଣ ଖୁବଶୀଘ୍ର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ବଡ଼ ସକାରାତ୍ମକ ଉପଲବ୍ଧି ଅଟେ , ଯାହା ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆଗକୁ ବଢିବ।

ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଶ୍ରୀନଗର, ବାରମୂଳା, ଅନନ୍ତନାଗ ରାଜୌରୀ, ଉଧମପୁର ଏବଂ ଜାମ୍ମୁ ଭଳି ୫ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ରହିଛି। ଗତ କିଛି ନିର୍ବାଚନରେ ୫ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମିଳିତ ଭିଟିଆର ନିମ୍ନରେ ଦିଆଯାଇଛି:

ତୁଳନା ପାଇଁ ଲଦାଖର ପିସିକୁ ହଟାଇ ଦିଆଯାଇଛି ଯାହା କି ପୂର୍ବ ଜାମ୍ମୁ ଓ କଶ୍ମୀର ରାଜ୍ୟର ଅଂଶ ଥିଲା।

ଗ୍ରାଫ୍ ୧୯୯୬-୨୦୧୯ ପାଇଁ ସମୁଦାୟ ଭିଟିଆରକୁ ଦର୍ଶାଇଛି ; ୨୦୨୪ ପାଇଁ ଭିଟିଆର ମତଦାନ କେନ୍ଦ୍ରରେ ରହିଛି

କାଶ୍ମୀର ଉପତ୍ୟକାର ତିନୋଟି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ୫୦.୮୬% ମତଦାନ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଲୋକଙ୍କ ଆସ୍ଥାକୁ ପ୍ରତିଫଳିତ କରୁଛି। ୨୦୧୯ରେ ଶେଷ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ଥର ନିର୍ବାଚନରେ ଅଂଶଗ୍ରହଣ ପ୍ରତିଶତ ୩୦ ପଏଣ୍ଟ ବୃଦ୍ଧି ପାଇଛି, ଯାହା ପୂର୍ବରୁ ୧୯.୧୬% ଥିଲା।

ଉପତ୍ୟକାର ତିନୋଟି ସଂସଦୀୟ ନିର୍ବାଚନ ମଣ୍ଡଳୀ, ଯଥା : ଶ୍ରୀନଗର, ବାରମୂଳା ଏବଂ ଅନନ୍ତନାଗ – ରାଜୌରୀରେ ଯଥାକ୍ରମେ ୩୮.୪୯%, ୫୯.୧% ଏବଂ ୫୪.୮୪% ଭିଟିଆର ରେକର୍ଡ କରାଯାଇଛି, ଯାହା କି ଗତ ୩ ଦଶନ୍ଧି ମଧ୍ୟରେ ସର୍ବାଧିକ ରହିଛି । କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ଦୁଇଟି ପିସି ଯଥା ଉଧମପୁର ଏବଂ ଜାମ୍ମୁରେ ଯଥାକ୍ରମେ ୬୮.୨୭% ଏବଂ ୭୨.୨୨% ମତଦାନ ହୋଇଛି।

ଟିପ୍ପଣୀ: ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଯୋଗୁଁ, ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବ ନିର୍ବାଚନର ଭୋଟର ମତଦାନ ତଥ୍ୟ, ସିଧାସଳଖ ତୁଳନାଯୋଗ୍ୟ ହୋଇ ନପାରେ

ଗ୍ରାଫ୍ ରେ ୧୯୯୬-୨୦୧୯ ପାଇଁ ଗ୍ରସ୍ ଭିଟିଆରକୁ ଦର୍ଶାଯାଇଛି। ୨୦୨୪ ପାଇଁ ଭିଟିଆର ମତଦାନ କେନ୍ଦ୍ରରେ ରହିଛି

କେନ୍ଦ୍ରଶାସିତ ଅଞ୍ଚଳରେ ଐତିହାସିକ ଅଂଶଗ୍ରହଣ ନିର୍ବାଚନ ଏବଂ ସୁରକ୍ଷା ଅଧିକାରୀଙ୍କ ଆନ୍ତରିକ ପ୍ରୟାସ ଦ୍ୱାରା ସାକାର ହୋଇଥିଲା, ଯେଉଁମାନେ ଜାମ୍ମୁ – କାଶ୍ମୀରର ଲୋକମାନଙ୍କୁ, ବିଶେଷ କରି ଯୁବକମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସଶକ୍ତ କରିବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଅଧିକାଂଶ ଯୁବଗୋଷ୍ଠୀ ସେମାନଙ୍କ ବିଶ୍ୱାସକୁ ଦୃଢ଼ କରିଛନ୍ତି ଏବଂ ଗଣତନ୍ତ୍ରକୁ ବ୍ୟାପକ ଭାବରେ ଗ୍ରହଣ କରିଛନ୍ତି। ଆଉ ଏକ ଆକର୍ଷଣୀୟ ଦୃଷ୍ଟିକୋଣ ହେଉଛି ୧୮-୫୯ ବର୍ଷ ବୟସ ବର୍ଗର ମତଦାତା, ଯାହା କି କେନ୍ଦ୍ରଶାସିତ ଅଂଚଳ ଗୁଡିକରେ ଭୋଟର ମାନଙ୍କର ପ୍ରମୁଖ ଅଂଶ ଅଟେ। ସାଧାରଣ ନିର୍ବାଚନ ୨୦୨୪ରେ ଉଚ୍ଚ ମତଦାନ ପ୍ରତିଶତ ଗଣତନ୍ତ୍ର ପ୍ରତି ସେମାନଙ୍କର ବିଶ୍ୱାସକୁ ପ୍ରତିଫଳିତ କରୁଛି, ଯାହା ଏକ ସକାରାତ୍ମକ ଏବଂ ଉତ୍ସାହଜନକ ବିକାଶ।

କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ପଞ୍ଜୀକୃତ ଭୋଟରଙ୍କ ବୟସ ଅନୁଯାୟୀ ବଣ୍ଟନ (ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ପ୍ରତିଶତ)

Age Groups Baramulla Srinagar Anantnag-Rajouri Udhampur Jammu
18 – 39 Years 56.02 48.57 54.41 53.57 47.66
40 – 59 Year 30.85 34.87 31.59 32.65 35.28
18 – 59 Years 86.87 83.44 86.00 86.22 82.94
60 & Above 13.13 16.56 14.00 13.78 17.06

ଆୟୋଗ ଦିଲ୍ଲୀ, ଜାମ୍ମୁ ଏବଂ ଉଧମପୁରର ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହୁଥିବା କାଶ୍ମୀର ପ୍ରବାସୀ ଭୋଟରମାନଙ୍କୁ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ମତଦାନ କରିବା କିମ୍ବା ପୋଷ୍ଟାଲ ବାଲଟ୍ ବ୍ୟବହାର କରିବାର ବିକଳ୍ପ ମଧ୍ୟ ପ୍ରଦାନ କରିଛନ୍ତି। ଜାମ୍ମୁରେ ୨୧ଟି, ଉଧମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

୨୦୧୯ରେ ଏକ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହୋଇଥିବା ଲଦାଖରେ ଗଣତନ୍ତ୍ରର ଆହ୍ୱାନକୁ ମଧ୍ୟ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା, ଯାହା କି ୭୧.୮୨% ଭିଟିଆରରେ ପ୍ରତିଫଳିତ ହୋଇଥିଲା।

ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଗତ କିଛି ନିର୍ବାଚନରେ ମୋଟ ମତଦାନ

PC/Year 2019 2014 2009 2004 1999 1998 1996 1989
Srinagar 14.43% 25.86% 25.55% 18.57% 11.93% 30.06% 40.94% Uncontested
Baramulla 34.6% 39.14% 41.84% 35.65% 27.79% 41.94% 46.65% 5.48%
Anantnag 8.98% 28.84% 27.10% 15.04% 14.32% 28.15% 50.20% 5.07%
Udhampur 70.15% 70.95% 44.88% 45.09% 39.65% 51.45% 53.29% 39.45%
Jammu 72.5% 67.99% 49.06% 44.49% 46.77% 54.72% 48.18% 56.89%

ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଚଳିତ ନିର୍ବାଚନରେ  ସଚେତନତା ଏବଂ ପହଂଚର ଅଂଶ ଭାବରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାମ୍ମୁ – କାଶ୍ମୀରରେ ସ୍ୱିପ୍ ର ଏକ ଅଂଶ ଭାବରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜାମ୍ମୁ – କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଃସାହସିକ କ୍ରୀଡ଼ା କାର୍ଯ୍ୟକ୍ରମ, ସିମ୍ପୋଜିୟମ୍‌, ସଚେତନତା ରାଲି, ନୁକ୍କଡ ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମତଦାନର ବାର୍ତ୍ତା ପ୍ରଚାର କରାଯାଇଥିଲା। ବିଭିନ୍ନ ପ୍ରୟାସ ମଧ୍ୟରେ,  ବାରମୂଳାରେ ଏକ ଡମି ମତଦାନ କେନ୍ଦ୍ର ଭାବରେ ଇଗଲୁ ନିର୍ମାଣ, କଠୁଆରେ ପାରା ସ୍କୁଟର କାର୍ଯ୍ୟକ୍ରମ, ସୁଚେତଗଡ଼ ସୀମାରେ ବିଟିଂ ଦ ରିଟ୍ରିଟ୍ ସମାରୋହରେ ସଚେତନତା, ଏଲଓସି ନିକଟସ୍ଥ ତିତୱାଲରେ ମେଗା ସଚେତନତା ରାଲି, ଶ୍ରୀନଗରର ଡାଲ ହ୍ରଦ ନିକଟରୁ କିସ୍ତୱାଡର ଚୌଗନ ପର୍ଯ୍ୟନ୍ତ ଏବଂ ସର୍ବୋଚ୍ଚ ରେଳ ପୋଲ ଉପରେ ଇସିଆଇ ଗୀତର ବାଦ୍ୟ ସଂସ୍କରଣ ବଜାଇବା ଆଦି କାର୍ଯ୍ୟକ୍ରମ ରହିଛି। ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ଲାଲ ଚୌକ, ଗୁଲମାର୍ଗ, କୁଲଗାମ, ଅନନ୍ତନାଗ ସମେତ ଅନେକ ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କେନ୍ଦ୍ରଶାସିତ ଅଞ୍ଚଳର କୋଣ ଅନୁକୋଣରେ ଗଣତନ୍ତ୍ରର ପୁନରୁଦ୍ଧାର ଦେଖିବାକୁ ମିଳିଥିଲା ଏବଂ ମତଦାନରେ ବିପୁଳ ଅଂଶଗ୍ରହଣ ସହ ମତଦାନରେ ବିପୁଳ ଅଂଶଗ୍ରହଣ ସହ ମତଦାନ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଇତିହାସ ରଚିଲା ଅନନ୍ତନାଗ–ରାଜୌରୀ ସଂସଦୀୟ କ୍ଷେତ୍ର: ବିଗତ ୩୫ ବର୍ଷ ଭିତରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ: କେନ୍ଦ୍ରଶାସିତ କ୍ଷେତ୍ର ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ବାରାମୁଳାରେ ରେକର୍ଡ ପରିମାଣର ମତଦାନ ପରେ ଏବେ ଅନନ୍ତନାଗ–ରାଜୌରୀ ସଂସଦୀୟ କ୍ଷେତ୍ର (ପିସି)ରେ ମଧ୍ୟ ମତଦାତାମାନେ ରେକର୍ଡ ସଂଖ୍ୟାରେ ମତାଧିକାର ସାବ୍ୟସ୍ତ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅନନ୍ତନାଗ, ପୁଂଚ, କୁଲଗାଓଁ ଏବଂ ରାଜୌରୀ ଓ ସୋପିୟାଁ ଜିଲ୍ଲାରେ ଆଂଶିକ ଭାବରେ ଅପରାହ୍ଣ ୫ଟା ସୁଦ୍ଧା ୫୧.୩୫ ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ଯାହାକି ୧୯୮୯ ମସିହା ପରେ, ଅର୍ଥାତ୍, ଦୀର୍ଘ ୩୫ ବର୍ଷ ପରେ ସର୍ବାଧିକ।

ଏଭଳି ରେକର୍ଡ ପରିମାଣର ମତଦାନ ପରେ, ଚଳିତ ୨୦୨୪ ମସିହାର ସାଧାରଣ ନିର୍ବାଚନରେ ଉପତ୍ୟକାର ତିନୋଟି ଯାକ ସଂସଦୀୟ କ୍ଷେତ୍ରରେ, ଯଥା ଶ୍ରୀନଗରରେ (୩୮.୪୯%), ବାରାମୁଳାରେ (୫୦.୧%) ଏବଂ ଅନନ୍ତନାଗ-ରାଜୌରୀରେ (୫୧.୩୫% ଅପରାହ୍ଣ ୫ଟା ସୁଦ୍ଧା) ରେକର୍ଡ କରାଯାଇଛି ଯାହାକି ଦୀର୍ଘ ଦଶନ୍ଧି ମଧ୍ୟରେ ସର୍ବାଧିକ । ସାମଗ୍ରିକ ଭାବରେ ଉପତ୍ୟକାର ତିନୋଟି ଯାକ ସଂସଦୀୟ କ୍ଷେତ୍ରରେ ଚଳିତ ସାଧାରଣ ନିର୍ବାଚନରେ ୨୦୧୯ ମସିହା ତୁଳନାରେ, ଯେତେବେଳେ କି ସେଠାରେ ମାତ୍ର ୧୯.୧୬% ମତଦାନ ହୋଇଥିଲା, ମତଦାନ ହାର ~୫୦%ରୁ ଅଧିକ ରହିଛି (ଅନନ୍ତନାଗ ରାଜୌରୀରେ ଅପରାହ୍ନ ୫ଟା ସୁଦ୍ଧା) । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱାଧୀନ ଏବଂ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନେଇ ଗଠିତ ନିର୍ବାଚନ ଆୟୋଗ କହିଛନ୍ତି, ‘ଜାମ୍ମୁ ଓ କାଶ୍ମୀରର ଜନସାଧାରଣ, ଅନନ୍ତନାଗ ରାଜୌରୀ ସଂସଦୀୟ କ୍ଷେତ୍ରରେ ମତଦାନ ବେଳେ ମଧ୍ୟ ଗଣତନ୍ତ୍ର ପ୍ରତି ସେମାନଙ୍କ ମନରେ ଥିବା ଆସ୍ଥାକୁ ପ୍ରମାଣିତ କରିଛନ୍ତି ଏବଂ ସମାଲୋଚକମାନଙ୍କୁ ଭୁଲ୍ ବୋଲି ସାବ୍ୟସ୍ତ କରିଛନ୍ତି ।’

ଅନନ୍ତନାଗ ରାଜୌରୀ ସଂସଦୀୟ କ୍ଷେତ୍ର ନିମନ୍ତେ ମୋଟ ୨୩୩୮ ଗୋଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ମତଦାନ କେନ୍ଦ୍ରରେ ଲାଇଭ୍ ୱେବକାଷ୍ଟିଂ କରାଯାଇଥିଲା । ମତଦାନ ସକାଳ ୭ଟାବେଳେ ଆରମ୍ଭ ହୋଇଥିଲା ଏବଂ ଏହି ସଂସଦୀୟ କ୍ଷେତ୍ରର ସମସ୍ତ ମତଦାନ କେନ୍ଦ୍ର ସମ୍ମୁଖରେ ମତଦାତାମାନେ ପ୍ରବଳ ଆଗ୍ରହର ସହ ଭୋଟ ଦେବାକୁ ଅପେକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା। ସେଠାରେ ମତଦାନକୁ ସରଳ, ସୁଗମ, ଶାନ୍ତିପୂର୍ଣ୍ଣ ଏବଂ ଅବାଧ ଭାବେ ଅନୁଷ୍ଠିତ କରାଇବା ସକାଶେ ପୋଲିଂ ଅଧିକାରୀ ଓ କର୍ମଚାରୀ ତଥା ସୁରକ୍ଷା କର୍ମୀମାନେ ଅକ୍ଳାନ୍ତ ଶ୍ରମ ସ୍ୱୀକାର କରିଥିଲେ। ମତଦାତାମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ସମ୍ମୁଖରେ ଉତ୍ସବାନୁଷ୍ଠାନ ଭଳି ସ୍ୱାଗତ କରାଯାଇଥିଲା।

ବିଗତ କେତେଗୋଟି ନିର୍ବାଚନରେ ହୋଇଥିବା ସର୍ବମୋଟ ମତଦାନ ହାର

PC/Year 2019 2014 2009 2004 1999 1998 1996 1989
Anantnag 8.98% 28.84% 27.10% 15.04% 14.32% 28.15% 50.20% 5.07%

ନୋଟ: ସୀମିତ ସଂଖ୍ୟକ ମତଦାନ ଯୋଗ, ଏହି ସଂସଦୀୟ କ୍ଷେତ୍ର ନିମନ୍ତେ ବର୍ତ୍ତମାନର ଭୋଟଦାନ ତଥ୍ୟ ସହ ଅତୀତର ମତଦାନ ହାର ତୁଳନୀୟ ନୁହେଁ ।

ଅନନ୍ତନାଗ ରାଜୌରୀ ସଂସଦୀୟ କ୍ଷେତ୍ର ନିମନ୍ତେ ଚଳିତ ଥର ୨ ଜଣ ମହିଳା ପ୍ରତ୍ୟାଶୀଙ୍କୁ ମିଶାଇ ମୋଟ ୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

କାଶ୍ମୀରର ସ୍ଥାନାନ୍ତରୀ ମତଦାତାମାନେ ଯେଉଁମାନେ କି ଦିଲ୍ଲୀ, ଜାମ୍ମୁ ଓ ଉଧମପୁରର ରିଲିଫ ଶିବିରଗୁଡ଼ିକରେ ଅବସ୍ଥାନ କରୁଛନ୍ତି ସେମାନେ ବ୍ୟକ୍ତିଗତ ଭାବରେ ମତଦାନ କରିବା ସକାଶେ ଆୟୋଗଙ୍କ ପକ୍ଷରୁ ସ୍ୱୀକୃତ ବିଶେଷ ମତଦାନ କେନ୍ଦ୍ରମାନ ସ୍ଥାପନ କରାଯାଇଛି ଅଥବା ସେମାନେ ପୋଷ୍ଟାଲ ବାଲଟ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏଥି ନିମନ୍ତେ ଜାମ୍ମୁରେ ୨୧ଟି, ଉଧମପୁରଠାରେ ଗୋଟିଏ ଏବଂ ଦିଲ୍ଲୀରେ ୪ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଦେଉଛି ଓଡିଶା: ସକାଳ ୯ ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ

ଭୁବନେଶ୍ଵର: ଆଜି ସମଗ୍ର ଦେଶରେ ଷଷ୍ଠ ପର୍ଯ୍ୟାୟ ଏବଂ ଓଡିଶାରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମରେ କାଁଭାଁ ଇଭିଏମ ମେସିନର ସମସ୍ୟା ଦେଖାଯାଉଥିବା ଅଭିଯୋଗ ହୋଇଛି। ଏହା ସହିତ କିଛି କିଛି ବୁଥରେ ଏହିସବୁ ଅବ୍ୟବସ୍ଥା ଥିବାରୁ ଭୋଟରମାନେ ଫେରିଯାଉଥିବା ଖବର ମିଳୁଛି। ହେଲେ ଅନେକ ବୁଥରେ ଗରମ ସତ୍ତ୍ୱେ ଲୋକେ ଲମ୍ବା ଧାଡ଼ି ରେ ଛିଡା ହୋଇ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।

ତେବେ ଆଜି ସକାଳ ୯ ଟା ପର୍ଯ୍ୟନ୍ତ ଓଡିଶାରେ ୭.୪୩ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

୨୦୨୪ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୨.୨% ମତଦାନ

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ୨୦.୦୫.୨୦୨୪ ରେ ଦୁଇଟି ପ୍ରେସ୍ ନୋଟ୍ ଜାରି କରି ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୪୯ଟି ସଂସଦୀୟ କ୍ଷେତ୍ର ପାଇଁ ପଞ୍ଚମ ପର୍ଯ୍ୟାୟରେ ୬୨.୨% ମତଦାନ ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ପଞ୍ଚମ ପର୍ଯ୍ୟାୟ ପାଇଁ ଲିଙ୍ଗଭିତ୍ତିକ ମତଦାନ ସଂଖ୍ୟା ନିମ୍ନରେ ଦିଆଯାଇଛି:

ଫେଜ୍ ପୁରୁ ମହିଳା ତୃତୀୟ ଲିଙ୍ଗ ମୋଟ୍
ଫେଜ୍ ୫ ୬୧.୪୮% ୬୩.୦୦% ୨୧.୯୬% ୬୨.୨%

ପଞ୍ଚମ ପର୍ଯ୍ୟାୟ ପାଇଁ ରାଜ୍ୟ ଓ ସଂସଦୀୟ କ୍ଷେତ୍ର ଭିତ୍ତିରେ ମତଦାନ ତଥ୍ୟ ଯଥାକ୍ରମେ ସାରଣୀ ୧ ଓ ୨ରେ  ଦିଆଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାର ୧୩- କନ୍ଧମାଳ ସଂସଦୀୟ କ୍ଷେତ୍ରର ଦୁଇଟି ମତଦାନ କେନ୍ଦ୍ରରେ ଆଜି ପୁନଃମତଦାନ ଶେଷ ହେବ ଏବଂ ପୁନଃମତଦାନ ପାଇଁ ତଥ୍ୟ ଅପଡେଟ୍ ହେବା ପରେ ସେହି ଅନୁଯାୟୀ ତଥ୍ୟ ଅପଡେଟ୍ ହୋଇପାରେ, ଯାହା କି ଭୋଟର ମତଦାନ ଆପରେ ଦେଖିବାକୁ ମିଳୁଛି। “ଅନ୍ୟ ଭୋଟରଙ୍କ” କ୍ଷେତ୍ରରେ ବ୍ଲାଙ୍କ୍ ସେଲ୍ ସେହି ବର୍ଗର କୌଣସି ପଞ୍ଜୀକୃତ ଭୋଟରଙ୍କୁ ସୂଚିତ କରେ ନାହିଁ। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ସି ର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟଙ୍କ ଜରିଆରେ ପ୍ରଦାନ କରାଯାଏ। ଫର୍ମ ୧୭ ସିର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ପୂର୍ବରୁ ପ୍ରାର୍ଥୀମାନଙ୍କ ସହିତ ଅଂଶୀଦାର ହୋଇଛି। ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ। ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+, ପିଡବ୍ଲ୍ୟୁଡି, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ। ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲାଟ୍ ର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ସକାଳ 11 ଟା ପର୍ଯ୍ୟନ୍ତ ବଙ୍ଗଳାରେ ସର୍ବାଧିକ 32.70% ଭୋଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ 49 ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ 8.95 କୋଟି ଭୋଟର ଅଛନ୍ତି। ଏହା ସହିତ ଓଡିଶାର 35 ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ଭୋଟ୍ ଗ୍ରହଣ କରାଯାଉଛି।

2024 ଲୋକସଭା ନିର୍ବାଚନରେ ​​ଏପର୍ଯ୍ୟନ୍ତ ସମସ୍ତ ମତଦାନ କେନ୍ଦ୍ରରେ ପ୍ରାୟ 66.95% ମତଦାନ ହୋଇଛି। ଚାଲିଥିବା ସାଧାରଣ ନିର୍ବାଚନର ପ୍ରଥମ ଚାରିଟି ପର୍ଯ୍ୟାୟରେ ପ୍ରାୟ 45 କୋଟି 10 ଲକ୍ଷ ଲୋକ ମତଦାନ କରିସାରିଛନ୍ତି।

11 ଟା ପର୍ଯ୍ୟନ୍ତ କେଉଁଠାରେ କେତେ ଭୋଟ୍?:

ତେବେ ପଞ୍ଚମ ପର୍ଯ୍ୟାୟରେ ସକାଳ 11 ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ 32.70%, ୟୁପିରେ 27.76%, ଲଦାଖରେ 27.87%, ଝାଡଖଣ୍ଡରେ 26.18%, ଜମ୍ମୁ କାଶ୍ମୀରରେ 21.37%, ବିହାରରେ 21.11%, ଓଡିଶାରେ 21.07% ଏବଂ ମହାରାଷ୍ଟ୍ରରେ 15.93% ମତଦାନ ହୋଇଛି।

ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବା 8 ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ବିହାର, ଜାମ୍ମୁ କାଶ୍ମୀର, ଲଦାଖ, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ମୁମ୍ବାଇ, ଥାନେ, ଲକ୍ଷ୍ନୌ ଭଳି ସହରରେ ଭୋଟ୍ ଗ୍ରହଣ କରାଯାଉଛି।

ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ପାଇଁ ଭୋଟ୍ ଜୁନ୍ 1 ପର୍ଯ୍ୟନ୍ତ ଜାରି ରହିବ ଏବଂ ଜୁନ୍ 4, 2024 ରେ ଭୋଟ୍ ଗଣନା କରାଯିବ। ସାଧାରଣ ନିର୍ବାଚନର ପ୍ରଥମ ଚାରିଟି ପର୍ଯ୍ୟାୟରେ 23 ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ 379 ଲୋକସଭା ସଂସଦୀୟ ନିର୍ବାଚନମଣ୍ଡଳୀ (PCS) ପାଇଁ ଭୋଟ୍ ସୁରୁଖୁରୁରେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିଲା

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଖୋର୍ଦ୍ଧା: ନିର୍ବାଚନକୁ ଦିନ କେଇଟା ଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ। ଏହାର ଅଵ୍ୟବହିତ ପୂର୍ବରୁ ଜଣକ ପରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଓଡିଶା ଗ୍ରସ୍ତରେ ଆସି ଘମାଘୋଟ ପ୍ରଚାର କରୁଛନ୍ତି। ଏହାସହ ରାଜ୍ୟରେ ଏଥର ପରିବର୍ତ୍ତନ ସହ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନିତିନ ଗଡକରି ଓଡିଶା ଆସି ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଛନ୍ତି।

ସେହିପରି ଆଜି ଖୋର୍ଦ୍ଧା ହାବେଳି ପଡିଆରେ ଅନୁଷ୍ଠିତ ଏକ ବିଶାଳ ବିଜୟ ସଂପର୍କ ସମାବେଶରେ ସାମିଲ ହୋଇଥିଲେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ହଜାର ହଜାର କର୍ମୀଙ୍କ ଉପସ୍ଥିତରେ ଓଡିଆ ଭାଷା ଅତି ସୁନ୍ଦର ଭାଷା କହିବା ସହ ଏଠି ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଛି କିନ୍ତୁ ଲୋକମାନଙ୍କ ସମସ୍ୟା ବୁଝିବାରେ ବିଫଳ ହୋଇଥିବା କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର କଥା ଉଠାଇ ରାଜ୍ୟ ସରକାରଙ୍କ ଉପରେ ରାଜନାଥ ବର୍ଷିଛନ୍ତି। ରତ୍ନ ଭଣ୍ଡାରର ଚାବି ମିଳୁନି ଆମ ସରକାର ଆସିଲେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

ସେହିପରି ବିଜେପି ଯାହା କହେ ତାହା କରିକି ଦେଖାଏ ବୋଲି କହିବା ସହ ଧାରା ୩୭୦, ରାମମନ୍ଦିର, ତିନ ତଲାକ କଥା ରାଜନତା କହିଛନ୍ତି। ସେହିଭଳି ଭାରତରୁ ଗରିବ ହଟାଇବା ପାଇଁ ଆମ ସରକାର କାର୍ଯ୍ୟ କରିଛି ଏବଂ ଯାହା ଫଳରେ ଶାସନର ୮ ବର୍ଷ ଭିତରେ ଏଥିରେ ଆମେ ସଫଳ ହୋଇଛୁ। ଭଷ୍ଟାଚାରକୁ ଭାଷଣରେ ସମାସ୍ତ ହୁଏନି ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ସମାପ୍ତ ହେବ ବୋଲି କହିବା ସହ ଏହାକୁ ମୋଦୀ ସରକାର କରି ଦେଖାଇଛନ୍ତି।

୨୦୧୪ରେ ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱର ୧୪ ନମ୍ବର ସ୍ଥାନରେ ଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ଏହା ପଚଂମ ସ୍ଥାନକୁ ଆସିଛି। ଆମେ ଭାରତକୁ ମହାଶକ୍ତି କରିବାକୁ ଚାହୁଁଛୁ ଦୁନିଆର କଲ୍ୟାଣ ପାଇଁ ଏହି ମହାଶକ୍ତି କାର୍ଯ୍ୟ କରିବ କହିଥିଲେ। ସେହିପରି ପିଓକେ ସମ୍ପର୍କରେ ନିଜର ମତ ଦେଇ ରାଜନାଥ କହିଥିଲେ ପିଓକେ ଭାରତର ଥିଲା, ଅଛି ଓ ରହିବ ଏହାକୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ତାହା ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ। କିଭଳି ରାଜ୍ୟରେ ଏଥର ୨୫ ବର୍ଷର ସରକାର ହଟିବ ଏବଂ ଭାରତୀୟ ଜନତା ପାର୍ଟି ଜଣେ ସୁସ୍ଥ, ଦକ୍ଷ ଓଡିଆ କହୁଥିବା ଓଡିଆ ଯୁବକ ମୁଖ୍ୟମନ୍ତ୍ରୀ ହେବେ ସେ ଉପରେ ମନ୍ତବ୍ୟ ଦେଇଥିଲେ।

ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ବପ୍ନ ସାକାର କରାଯିବ ବୋଲି କହିଥିଲେ। ଆମ ରାଜ୍ୟରେ ୪୨ ପ୍ରତିଶତ ଶିକ୍ଷିତ ଯୁବକ ଯୁବତୀ ବେରୋଜଗାର ଅଛନ୍ତି। ଯାହା ଆମ ରାଜ୍ୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଚଳିତ ନିର୍ବାଚନରେ ମତଦାନ ହାର ବଢିବ ତାହାର ସବୁଆଡେ ଫୁଲ ଫୁଟିବ ବୋଲି କହିଥିଲେ ଅପରାଜିତା। ସେହିପରି ଏଥର ଖୋର୍ଦ୍ଧାରେ ପାଇକ ପୁଅ ବିଧାୟକ ହବେ ବୋଲି କହିଥିଲେ ପ୍ରଶାନ୍ତ ଜଗଦ୍ଦେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ: ଆସନ୍ତାକାଲି ୪୯ ଲୋକସଭା ଆସନ ପାଇଁ ହେବ ମତଦାନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ନିର୍ବାଚନ ଆୟୋଗ। ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ସଂସଦ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଓଡ଼ିଶା ବିଧାନସଭାର ୩୫ଟି ବିଧାନସଭା ଆସନ ପାଇଁ ମଧ୍ୟ ଏକାସାଙ୍ଗରେ ମତଦାନ ହେବ। ଆରାମଦାୟକ ଏବଂ ସୁରକ୍ଷିତ ପରିବେଶରେ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ସେଡ୍, ପାନୀୟ ଜଳ, ରାମ୍ପ, ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସହିତ ଭୋଟରମାନଙ୍କୁ ସ୍ୱାଗତ କରିବାକୁ ମତଦାନ କେନ୍ଦ୍ର ଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ଯେଉଁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି, ସେଠାରେ ଗରମ ପାଗ କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ସିଇଓ/ଡିଇଓ ଏବଂ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ପୋଲିଂ ପାର୍ଟିଗୁଡ଼ିକୁ ନିଜ ନିଜ ମତଦାନ କେନ୍ଦ୍ରକୁ ମେସିନ୍ ଓ ନିର୍ବାଚନ ସାମଗ୍ରୀ ସହ ପଠାଯାଇଛି।

ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟକ ମତଦାନ କରି ଦାୟିତ୍ୱ ଓ ଗର୍ବର ସହ ମତଦାନ କରିବାକୁ ନିର୍ବାଚନ ଆୟୋଗ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଲୋକସଭା ନିର୍ବାଚନ ୨୦୨୪ ରେ ମତଦାନ କେନ୍ଦ୍ରରେ ପ୍ରାୟ ୬୬.୯୫% ମତଦାନ ହୋଇଛି। ଚଳିତ ସାଧାରଣ ନିର୍ବାଚନର ପ୍ରଥମ ୪ ଟି ପର୍ଯ୍ୟାୟରେ ପାଖାପାଖି ୪୫୧ ନିୟୁତ ଲୋକ ମତଦାନ କରିସାରିଛନ୍ତି।

ପଞ୍ଚମ ପର୍ଯ୍ୟାୟରେ ବିହାର, ଜମ୍ମୁ-କଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ହେବ। ମୁମ୍ବାଇ, ଥାନେ, ଲକ୍ଷ୍ନୌ ଭଳି ସହରରେ ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି, ଯେଉଁମାନେ ଅତୀତରେ ମତଦାନରେ ସହରାଞ୍ଚଳର ଉଦାସୀନତାର ଶିକାର ହୋଇଛନ୍ତି। ଅଧିକ ସଂଖ୍ୟକ ସଂଖ୍ୟାରେ ଆସି ଏହି କଳଙ୍କ ଦୂର କରିବାକୁ ଆୟୋଗ ଏହି ସହରବାସୀଙ୍କୁ ବିଶେଷ ଭାବେ ଆହ୍ୱାନ ଦେଇଛନ୍ତି।

ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପାଇଁ ନିବେଦନ ଓ ଉତ୍ସାହିତ କରିବା ପାଇଁ ଇସିଆଇ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଭାଗିଦାରୀ କରିଛି। ତେଣୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଉଦାହରଣସ୍ୱରୂପ ଯଦି ଆପଣଙ୍କୁ କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତ ନିର୍ବାଚନ ଆୟୋଗ ନ୍ୟାସନାଲ ଆଇକନ୍ ସଚିନ ତେନ୍ଦୁଲକରଙ୍କ ଫୋନ୍ ଆସିଥାଏ, ଏବଂ ସେ ଆପଣଙ୍କୁ ଭୋଟ୍ ଦେବାକୁ ନିବେଦନ କରନ୍ତୁ!

ଅବଶିଷ୍ଟ ୩ଟି ପର୍ଯ୍ୟାୟ ମତଦାନ ଜୁନ୍ ୧ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ। ସାଧାରଣ ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ୨୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୩୭୯ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ମତଦାନ ଶେଷ ହୋଇଛି।

ପଞ୍ଚମ ପର୍ଯ୍ୟାୟ ତଥ୍ୟ :

୨୦୨୪ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମେ ୨୦, ୨୦୨୪ରେ ୪୯ଟି ସଂସଦୀୟ କ୍ଷେତ୍ର (ଜେନେରାଲ-୩୯, ଏସଟି-୦୩; ଏସସି-୦୭) ପାଇଁ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେବ। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୁଏ (ମତଦାନ ସମୟ ସଂସଦୀୟ କ୍ଷେତ୍ର ଅନୁଯାୟୀ ଭିନ୍ନ ହୋଇପାରେ)।

ଓଡ଼ିଶାର ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ (ସାଧାରଣ-୨୧; ଏସଟି-୦୮; ଏସସି-୦୬;) ଓଡ଼ିଶା ବିଧାନ ସଭାର ଆସନ ପାଇଁ ମଧ୍ୟ ମତଦାନ ହେବ ।

୯୪,୭୩୨ ଟି ମତଦାନ କେନ୍ଦ୍ରରେ ୮.୯୫ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ ପ୍ରାୟ ୯.୪୭ ଲକ୍ଷ ପୋଲିଂ ଅଫିସର

୮.୯୫ କୋଟିରୁ ଅଧିକ ଭୋଟରଙ୍କ ମଧ୍ୟରେ ୪.୬୯ କୋଟି ପୁରୁଷ ଅଛନ୍ତି। ୪.୨୬ କୋଟି ମହିଳା ଓ ୫୪୦୯ ତୃତୀୟ ଲିଙ୍ଗ ଭୋଟର ।

୮୫ ବର୍ଷରୁ ଅଧିକ ବୟସର ୭.୮୧ ଲକ୍ଷ ପଞ୍ଜୀକୃତ, ୧୦୦ ବର୍ଷରୁ ଅଧିକ ବୟସର ୨୪,୭୯୨ ଭୋଟର ଏବଂ ପଞ୍ଚମ ପର୍ଯ୍ୟାୟ ପାଇଁ ୭.୦୩ ଲକ୍ଷ ପିଡବ୍ଲ୍ୟୁଡି ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ମତଦାନ କରିବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧା କୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି ।

୧୭ଟି ସ୍ବତନ୍ତ୍ର ଟ୍ରେନ୍ ଓ ୫୦୮ଟି ହେଲିକପ୍ଟର ଯୋଗେ ମତଦାନ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

୧୫୩ ଜଣ ପର୍ଯ୍ୟବେକ୍ଷକ (୫୫ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରନ୍ତି । ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ତ୍ବରାନ୍ବିତ ଭାବେ ମୁକାବିଲା କରିବା ପାଇଁ ମୋଟ ୨୦୦୦ ଫ୍ଲାଇଂ ସ୍କ୍ୱାଡ୍, ୨୧୦୫ ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୮୮୧ ଭିଡିଓ ସର୍ଭିଲାନ୍ସ ଟିମ୍ ଏବଂ ୫୦୨ ଭିଡିଓ ଭ୍ୟୁଇଂ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୨୧୬ ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ଓ ୫୬୫ ଟି ଆନ୍ତଃରାଜ୍ୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ଶେଡ୍, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଭାବରେ କାର୍ଯ୍ୟ କରେ ଏବଂ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରେ ଏବଂ ଭୋଟ୍ ଦେବାକୁ ମଧ୍ୟ କାର୍ଯ୍ୟ କରେ ।

ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ରର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶକୁ ଲିଙ୍କ୍: https://www.eci.gov.in/eci-backend/public/api/download?

୫ମ ପର୍ଯ୍ୟାୟ ପାଇଁ ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିକ ଭୋଟରମାନେ ମେ ୧୭, ୨୦୨୪ରେ ପ୍ରେସ୍ ନୋଟ୍ ନଂ ୮୯ ଜରିଆରେ ପ୍ରକାଶ ପାଇଥିଲେ।

ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ସମ୍ପର୍କିତ ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି: https://old.eci.gov.in/files/file/13579-13-pc-wise-voters-turn-out/

ଭୋଟର ଟର୍ଣ୍ଣ ଆଉଟ୍‌ ଆପ୍ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ଲାଇଭ୍ ପ୍ରଦର୍ଶନ କରେ। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ର ଲାଇଭ୍ ଭୋଟର ମତଦାନ ଆପରେ ପର୍ଯ୍ୟାୟଭିତ୍ତିକ / ରାଜ୍ୟଭିତ୍ତିକ/ଏସି ୱାଇଜ୍/ପିସି ଭିତ୍ତିରେ ଆନୁମାନିକ ମତଦାନ ତଥ୍ୟ ଉପଲବ୍ଧ ହେବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ୨୦୨୪: ଷଷ୍ଠ ପର୍ଯ୍ୟାୟରେ ଲଢ଼ିବେ ୮୮୯ ଜଣ ପ୍ରାର୍ଥୀ

ଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୮୮୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏଥିରେ ଜାମ୍ମୁ – କାଶ୍ମୀରର ୩- ଅନନ୍ତନାଗ- ରାଜୌରୀ ସଂସଦୀୟ କ୍ଷେତ୍ରରେ ସ୍ଥଗିତ ହୋଇଥିବା ନିର୍ବାଚନ ପାଇଁ ୨୦ ଜଣ ପ୍ରାର୍ଥୀ ରହିଛନ୍ତି।

ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ୧୯୭୮ଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ସମସ୍ତ ୦୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଷଷ୍ଠ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ (ସଂସଦୀୟ କ୍ଷେତ୍ର ୩- ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ – ରାଜୌରୀରେ ସ୍ଥଗିତ ନିର୍ବାଚନକୁ ବାଦ୍ ଦେଲେ) ୦୬ ମଇ ୨୦୨୪ ଥିଲା। ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ଯାଞ୍ଚ ପରେ ୯୦୦ ନାମାଙ୍କନ ବୈଧ ବୋଲି ଜଣାପଡ଼ିଥିଲା। ୩- ଅନନ୍ତନାଗ- ରାଜୌରୀରେ ତୃତୀୟ ପର୍ଯ୍ୟାୟରେ ମୋଟ ୨୮ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୨୧ଟି ନାମାଙ୍କନପତ୍ର ବୈଧ ବୋଲି ଜଣାପଡ଼ିଛି।

ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୪ଟି ସଂସଦୀୟ କ୍ଷେତ୍ରରୁ ସର୍ବାଧିକ ୪୭୦ଟି ନାମାଙ୍କନ ପତ୍ର ରହିଥିବା ବେଳେ ହରିୟାଣାରେ ୧୦ଟି ସଂସଦୀୟ କ୍ଷେତ୍ରରୁ ୩୭୦ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଝାଡ଼ଖଣ୍ଡର ୮- ରାଞ୍ଚି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ସର୍ବାଧିକ ୭୦ଟି ନାମାଙ୍କନ ପତ୍ର  ଦାଖଲ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀ ଏନସିଟିରେ ୨- ଉତ୍ତର ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରେ ୬୯ଟି ନାମାଙ୍କନ ପତ୍ର ଦାଖଲ ହୋଇଛି।

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଗୋଟିଏ ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ୧୫ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଚରଣ ବିଧି ଉଲ୍ଲଂଘନକୁ ଦର୍ଶାଇବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର ଭାବେ ଉଭା ହୋଇଛି ସିଭିଜିଲ୍ ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ଦର୍ଶାଇବା ପାଇଁ ଲୋକଙ୍କ ହାତରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର ଭାବେ ଉଭା ହୋଇଛି ଭାରତୀୟ ନିର୍ବାଚନ କମିଶନଙ୍କ ସିଭିଜିଲ୍ ଆପ୍। ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ୨୦୨୪ ମେ ୧୫ ତାରିଖ ସୁଦ୍ଧା ଏହି ଆପ୍ ଜରିଆରେ .୨୪ ଲକ୍ଷରୁ ଅଧିକ ଅଭିଯୋଗ ଆସିଛି।  ସେଥିମଧ୍ୟରୁ  ଲକ୍ଷ ୨୩ ହଜାର ୯୦୮ଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ବାକି ୪୦୯ ଟି ମାମଲାର ବିଚାର ଚାଲିଛି।  ପ୍ରାୟ ୮୯% ଅଭିଯୋଗର ସମାଧାନ ୧୦୦ ମିନିଟ୍ ସମୟ ସୀମା ମଧ୍ୟରେ ହୋଇଥିଲା, ଯାହାକୁ ଇସିଆଇ ଦୃଢ଼ତାର ସହ ଗ୍ରହଣ କରିଥିଲା।

ନିର୍ଦ୍ଧାରିତ ସମୟ କିମ୍ବା ଶବ୍ଦ ସ୍ତରଠାରୁ ଅଧିକ ଲାଉଡସ୍ପିକର ବ୍ୟବହାରରେ ନିର୍ବାଚନୀ ଦୁର୍ନୀତିକୁ ରୋକିବା, ନିଷିଦ୍ଧ ଅବଧିରେ ପ୍ରଚାର କରିବା, ବିନା ଅନୁମତିରେ ବ୍ୟାନର କିମ୍ବା ପୋଷ୍ଟର ଲଗାଇବା, ଅନୁମୋଦିତ ସୀମାଠାରୁ ଅଧିକ ଗାଡି ମୁତୟନ, ସମ୍ପତ୍ତି ବିକୃତି, ଅସ୍ତ୍ରଶସ୍ତ୍ର/ ଧମକ ଦେବା ଏବଂ ପ୍ରଲୋଭନ ରୋକିବାରେ ନାଗରିକମାନେ ଏହି ଆପ୍ ବ୍ୟବହାର କରିଛନ୍ତି।  ଶ୍ରେଣୀଭିତ୍ତିକ ଅଭିଯୋଗ ନିମ୍ନରେ ଦିଆଯାଇଛି:

ସିଭିଜିଲ୍ ହେଉଛି ଏକ ଉପଭୋକ୍ତା-ଅନୁକୂଳ ଏବଂ ପରିଚାଳନା କରିବାକୁ ସହଜ ଆପ୍ଲିକେସନ୍, ଯାହା ସଚେତନ ନାଗରିକମାନଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷ, ରିଟର୍ଣ୍ଣିଂ ଅଫିସର ଏବଂ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ସହିତ ସଂଯୋଗ କରେ। ଏହି ଆପ୍ ବ୍ୟବହାର କରି ନାଗରିକମାନେ କିଛି ମିନିଟ୍ ମଧ୍ୟରେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ନଯାଇ ରାଜନୈତିକ ଅସଦାଚରଣ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ କରିପାରିବେ। ସିଭିଜିଲ୍ ଆପ୍ ରେ ଅଭିଯୋଗ ପଠାଯିବା ମାତ୍ରେ ଅଭିଯୋଗକାରୀଙ୍କୁ ଏକ ୟୁନିକ୍ ଆଇଡି ମିଳିବ, ଯାହା ଜରିଆରେ ବ୍ୟକ୍ତି ଜଣକ ନିଜ ମୋବାଇଲରେ ଅଭିଯୋଗ ଟ୍ରାକ୍ କରିପାରିବେ।

ଏକା ସାଙ୍ଗରେ କାର୍ଯ୍ୟ କରୁଥିବା କାରକଗୁଡ଼ିକ ସିଭିଜିଲ୍‌ କୁ ସଫଳ କରିଥାଏ। ଉପଭୋକ୍ତାମାନେ ରିୟଲ ଟାଇମରେ ଅଡିଓ, ଫଟୋ କିମ୍ବା ଭିଡିଓ କ୍ୟାପ୍ଚର କରନ୍ତି ଏବଂ ଅଭିଯୋଗର ସମୟଭିତ୍ତିକ ପ୍ରତିକ୍ରିୟା ପାଇଁ “100 ମିନିଟ୍” କାଉଣ୍ଟଡାଉନ୍ ସୁନିଶ୍ଚିତ କରାଯାଏ । ଉଲ୍ଲଂଘନ ବିଷୟରେ ଜଣାଇବା ପାଇଁ ଉପଭୋକ୍ତା ସିଭିଜିଲରେ ସେମାନଙ୍କ କ୍ୟାମେରା ଅନ୍ କରିବା ମାତ୍ରେ ଏହି ଆପ୍ ସ୍ୱତଃସ୍ପୃତ ଭାବରେ ଏକ ଜିଓ-ଟ୍ୟାଗିଂ ଫିଚର୍ ସକ୍ଷମ କରିଥାଏ। ଏହାର ଅର୍ଥ ହେଉଛି ଫ୍ଲାଇଂ ସ୍କ୍ୱାଡ୍ ରିପୋର୍ଟ ହୋଇଥିବା ଉଲ୍ଲଂଘନର ସଠିକ ସ୍ଥାନ ଜାଣିପାରିବେ ଏବଂ ନାଗରିକଙ୍କ ଦ୍ୱାରା ଉଠା ହୋଇଥିବା ଫଟୋକୁ ଅଦାଲତରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ। ନାଗରିକମାନେ ବେନାମୀ ଭାବେ ମଧ୍ୟ ଅଭିଯୋଗ ଜଣାଇପାରିବେ। ଏହାର ଅପବ୍ୟବହାର ରୋକିବା ପାଇଁ ସିଭିଆଇଜିଆଇଏଲ୍ ଆପ୍ ରେ ଭୌଗୋଳିକ କଟକଣା, ରିପୋର୍ଟିଂ ରେ ସମୟ ସୀମା ଏବଂ ନକଲି କିମ୍ବା ଅଯଥା ଅଭିଯୋଗକୁ ଫିଲ୍ଟର କରିବାର ବ୍ୟବସ୍ଥା ସମେତ ଅନେକ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି। ଟେକ୍ନୋଲୋଜିର ଉପଯୋଗ କରିବା ଏବଂ ଭୋଟର ତଥା ରାଜନୈତିକ ଦଳଗୁଡ଼ିକର ସୁବିଧା ପାଇଁ ଆୟୋଗ ଦ୍ୱାରା ନିର୍ମିତ ଆପ୍ ଗୁଡ଼ିକ ମଧ୍ୟରୁ ଏହି ଆପ୍ ଅନ୍ୟତମ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ପ୍ରଥମ ୪ଟି ପର୍ଯ୍ୟାୟରେ ୬୬.୯୫% ମତଦାନ: ଏପର୍ଯ୍ୟନ୍ତ ଭୋଟ୍ ଦେଇଛନ୍ତି ୪୫୧ ନିୟୁତ ଲୋକ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କ୍ରିକେଟ୍ କିମ୍ବଦନ୍ତୀ ତଥା ଇସିଆଇ ନେସନାଲ ଆଇକନ୍ ସଚିନ ତେନ୍ଦୁଲକରଙ୍କ ଫୋନ୍ ଆସେ, ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଚଳିତ ଲୋକସଭା ନିର୍ବାଚନରେ ଭୋଟରମାନଙ୍କୁ ଭୋଟ୍ ଦେବାକୁ ସେ ନିବେଦନ କରୁଛନ୍ତି। ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ଏବଂ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ପାଖାପାଖି ୪୫୧ ନିୟୁତ ଲୋକ ମତଦାନ କରିଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରାୟ ୬୬.୯୫% ମତଦାନ ହୋଇଛି।

ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏହାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ବୃଦ୍ଧି କରିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର, ନିର୍ବାଚନ ଆୟୁକ୍ତ (ଇସି) ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବା ରାଜ୍ୟର ସିଇଓମାନଙ୍କୁ ସମସ୍ତ ଭୋଟରଙ୍କୁ ଠିକ୍ ସମୟରେ ଭୋଟର ସୂଚନା ସ୍ଲିପ୍ ବଣ୍ଟନ କରିବା ଏବଂ ପ୍ରଚାର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଟର ସଚେତନତା କାର୍ଯ୍ୟକ୍ରମର ଅତ୍ୟାବଶ୍ୟକ ସ୍ତମ୍ଭ ହେଉଛି ସହଭାଗିତା ଓ ସହଯୋଗ ବୋଲି ଆୟୋଗ ଦୃଢ଼ ଭାବରେ ବିଶ୍ୱାସ କରନ୍ତି। ଆୟୋଗଙ୍କ ଅନୁରୋଧ କ୍ରମେ ବିଭିନ୍ନ ଅନୁଷ୍ଠାନ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ସେଲିବ୍ରିଟିମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି। ଏହାବ୍ୟତୀତ ଅଧିକ ମତଦାନ ହାର ରହିବା ଦ୍ୱାରା ଭାରତୀୟ ଭୋଟରଙ୍କ ଠାରୁ ଭାରତୀୟ ଗଣତନ୍ତ୍ରର ଶକ୍ତି ବିଷୟରେ ବିଶ୍ୱକୁ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି। ଗଣତନ୍ତ୍ରର ପର୍ବରେ ଅଂଶଗ୍ରହଣ କରି ମତଦାନ ଦିବସକୁ ଛୁଟି ଦିନ ନୁହେଁ ବରଂ ଗର୍ବର ଦିନ ଭାବେ ଗ୍ରହଣ କରିବା ସହିତ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ସିଇସି ସମସ୍ତ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

ଅଂଶୀଦାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଭୋଟର ସଚେତନତା ଅଭିଯାନ ଏବଂ ଅଭିଯାନ ନିମ୍ନଲିଖିତ ଅଟେ:

୧- ଭାରତ ସଞ୍ଚାର ନିଗମ ଲିମିଟେଡ୍, ଭାରତୀ ଏୟାରଟେଲ ଲିମିଟେଡ୍, ଜିଓ ଟେଲିକମ୍ୟୁନିକେସନ୍, ଭୋଡାଫୋନ୍-ଆଇଡିଆ ଲିମିଟେଡ୍ ଭଳି ଦୂରସଞ୍ଚାର ସେବା ପ୍ରଦାନକାରୀମାନେ ସମ୍ପୃକ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମୋବାଇଲ୍ ବ୍ୟବହାରକାରୀଙ୍କ ନିକଟରେ ପୁସ୍ ଏସ୍ଏମ୍ଏସ୍/ଫ୍ଲାସ୍ ଏସ୍ଏମ୍ଏସ୍, ମୋବାଇଲ୍ ବ୍ୟବହାରକାରୀଙ୍କୁ ଆଉଟ୍ବାଉଣ୍ଡ୍ ଡାଏଲିଂ କଲ୍, ଆର୍ସିଏସ୍ (ରିଚ୍ କମ୍ୟୁନିକେସନ୍ ସର୍ଭିସେସ୍) ମେସେଜିଂ ଏବଂ ହ୍ଵାଟ୍ସଆପ୍ ମେସେଜ୍/ଆଲର୍ଟ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି । ମତଦାନର ଦୁଇ ତିନି ଦିନ ପୂର୍ବରୁ ଏବଂ ଏପରିକି ନିର୍ବାଚନ ଦିନ, ଆଞ୍ଚଳିକ ଭାଷାରେ ମତଦାନ ପାଇଁ ଆହ୍ୱାନ ଦେଇ ଏହି କାର୍ଯ୍ୟକଳାପ କରାଯାଏ।

୨- ଆଇପିଏଲ୍ ମ୍ୟାଚ୍ ସମୟରେ ଭୋଟର ସଚେତନତା: ଚଳିତ ଆଇପିଏଲ୍ ଋତୁରେ ଭୋଟର ସଚେତନତା କାର୍ଯ୍ୟକ୍ରମ ପାଇଁ ବିସିସିଆଇ ସହ ନିର୍ବାଚନ ଆୟୋଗ ସହଭାଗିତା ସ୍ଥାପନ କରିଛନ୍ତି। କ୍ରିକେଟ ମ୍ୟାଚ୍ ସମୟରେ ବିଭିନ୍ନ ଷ୍ଟାଡିୟମରେ ଭୋଟର ସଚେତନତା ବାର୍ତ୍ତା ଓ ଗୀତ ବଜାଯାଉଛି। ଏହି ଅଭିଯାନର ସବୁଠାରୁ ଅଭିନବ ଦିଗ ହେଉଛି କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଭିନ୍ନ ସ୍ଥାନରେ ଆଇପିଏଲ ମ୍ୟାଚ୍ ଚାଲିଥିବା ସମୟରେ ଏକ ଭିଡିଓ ବାର୍ତ୍ତାରେ ଭୋଟରଙ୍କୁ ଶପଥ ପାଠ କରାଇବା। ଏହାବ୍ୟତୀତ ଭୋଟର ସଚେତନତା ବାର୍ତ୍ତାକୁ କ୍ରିକେଟ କମେଣ୍ଟ୍ରିରେ ସାମିଲ କରାଯାଇଛି। ୧୦ଟି ଆଇପିଏଲ୍ ଦଳର କ୍ରିକେଟରମାନେ ସେମାନଙ୍କ ଦ୍ୱାରା ରେକର୍ଡ ହୋଇଥିବା ଭୋଟର ସଚେତନତା ବାର୍ତ୍ତା ମାଧ୍ୟମରେ ଭୋଟରମାନଙ୍କୁ ଲୋକସଭା ନିର୍ବାଚନ ୨୦୨୪ରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି।

୩- ସାଧାରଣ ନିର୍ବାଚନ ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରାଇବା ଏବଂ ଗଣତନ୍ତ୍ରର ପର୍ବରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଭାରତରେ ସମସ୍ତ ଫେସବୁକ ବ୍ୟବହାରକାରୀଙ୍କୁ ମତଦାନ ଦିବସ ଆଲର୍ଟ ସୂଚନା ପଠାଯାଇଥିଲା।

୪- ମତଦାନ ଦିନ ହ୍ୱାଟସ୍ ଆପ୍ ବ୍ୟକ୍ତିଗତ ମେସେଜ୍ ଆରମ୍ଭ ହୋଇଛି  ଗୁଗଲ ଇଣ୍ଡିଆ ନିର୍ବାଚନ ଦିବସରେ ଗୁଗୁଲ ଡୁଡଲର ଆଇକନିକ ଫିଚର ଏବଂ ୟୁଟ୍ୟୁବ, ଗୁଗୁଲ ପେ ଏବଂ ଅନ୍ୟ ଗୁଗୁଲ ପ୍ଲାଟଫର୍ମରେ ଦେଖାଯାଉଥିବା ବ୍ୟାନର ମାଧ୍ୟମରେ ଯୋଗଦାନ କରୁଛି।

୫- ରିଟେଲ ଆସୋସିଏସନ ଅଫ୍ ଇଣ୍ଡିଆ ସେମାନଙ୍କ ରିଟେଲ ନେଟୱର୍କ ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ଅଛି, ଯେଉଁଥିରେ ଖୁଚୁରା ଶୃଙ୍ଖଳାଗୁଡ଼ିକୁ ନିର୍ବାଚନକୁ ପର୍ବ ଭାବରେ ପାଳନ କରିବାକୁ ଉତ୍ସାହିତ କରାଯାଉଛି।

୬- ଡାକଘର ଏବଂ ବ୍ୟାଙ୍କିଙ୍ଗ ଅନୁଷ୍ଠାନଗୁଡ଼ିକର ବିଶାଳ ନେଟୱାର୍କକୁ ଇସିଆଇ ଦ୍ୱାରା ଦେଶର କୋଣ ଅନୁକୋଣରେ ଏବଂ ବିବିଧ ଦର୍ଶକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହାର କରାଯାଇଥିଲା।

କ. ଡାକ ବିଭାଗରେ ୧.୬ ଲକ୍ଷରୁ ଅଧିକ ଡାକଘର, ୧୦୦୦ ଏଟିଏମ୍ ଏବଂ ୧୦୦୦ ଡିଜିଟାଲ୍ ସ୍କ୍ରିନ୍ ରହିଛି

ଖ. ସରକାରୀ ଓ ବେସରକାରୀ ବ୍ୟାଙ୍କିଂ ଅନୁଷ୍ଠାନରେ ୧.୬୩ ଲକ୍ଷରୁ ଅଧିକ ବ୍ୟାଙ୍କ ଶାଖା ଏବଂ ୨.୨ ଲକ୍ଷ ଏଟିଏମ୍ ରହିଛି।

୭- ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗରେ ସଂସଦୀୟ ନିର୍ବାଚନ ପ୍ରଚାର ଲୋଗୋ ‘‘ଚୁନାବ କା ପର୍ବ, ଦେଶ କା ଗର୍ବ’’ କୁ ଆଇଆରସିଟିସି ପୋର୍ଟାଲ ଏବଂ ଟିକେଟ ସହିତ ସଂଯୁକ୍ତ କରାଯାଇଛି।

୮- ସମସ୍ତ ରେଳ ଷ୍ଟେସନରେ ପବ୍ଲିକ ଆଡ୍ରେସ୍ ସିଷ୍ଟମରେ ଭୋଟର ସଚେତନତା ଘୋଷଣାକୁ ସମନ୍ୱିତ କରାଯାଇଛି। ସୁପରଫାଷ୍ଟ ଟ୍ରେନ୍ ର କୋଚ୍ ରେ ଲୋଗୋ ଷ୍ଟିକର ବ୍ୟବହାର କରାଯାଏ।

୯- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗରେ ପ୍ରାୟ ୧୬ ହଜାର ଖୁଚୁରା ଦୋକାନରେ ଭୋଟର ସଚେତନତା ଉପରେ ହୋର୍ଡିଂ ଲଗାଯାଇଛି।

୧୦- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହଯୋଗରେ ଏୟାରଲାଇନ୍ସ ଗୁଡ଼ିକ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଏକ ନିବେଦନ ବାର୍ତ୍ତା ସହ ଏକ ଅନଫ୍ଲାଇଟ୍ ଘୋଷଣା କରୁଛନ୍ତି। ବିମାନ ସିଟ୍ ପକେଟରେ ଭୋଟର ଗାଇଡ ରଖାଯାଉଛି। ଏହାବ୍ୟତୀତ ଅନେକ ବିମାନବନ୍ଦରରେ ଭୋଟର ସଚେତନତା ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସ୍ଥାନ ଯୋଗାଇ ଦିଆଯାଉଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଲକ୍ଷ୍ନୌ, ପାଟନା, ଚଣ୍ଡିଗଡ଼, ପୁଣେ ଭଳି ୧୦ଟି ପ୍ରମୁଖ ସହରର ବିମାନବନ୍ଦରରେ ସେଲ୍ଫି ପଏଣ୍ଟ ଲଗାଯାଇଛି।

୧୧- ଜନ ସେବା ସଚେତନତା (ପିଏସ୍ଏ) ଫିଲ୍ମର ଅଂଶବିଶେଷ ଭାବରେ ଦେଶର ସିନେମା ପ୍ରେକ୍ଷାଳୟଗୁଡ଼ିକ ନିୟମିତ ବ୍ୟବଧାନରେ ଇସିଆଇ ଭୋଟର ସଚେତନତା ଚଳଚ୍ଚିତ୍ର ଏବଂ ଇସିଆଇ ଗୀତ – ମେ ଭାରତ ହୁଁ, ହମ୍ ଭାରତ କେ ମତଦାତା ହୈ ପ୍ରସାରଣ କରାଯାଉଛି।

୧୨- ସଂସଦ ଟିଭି ଦେଶର ଦୁର୍ଗମ କୋଣଅନୁକୋଣରେ ସ୍ଥାପିତ ଅଭିନବ ମତଦାନ କେନ୍ଦ୍ର ଉପରେ ନିର୍ବାଚନ ଯନ୍ତ୍ର ଦ୍ୱାରା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରୁଛି ଏବଂ ଶେଷ ମାଇଲରେ ମତଦାନ ସୁନିଶ୍ଚିତ କରିବାରେ ରହିଥିବା ଆହ୍ୱାନକୁ ପ୍ରଦର୍ଶିତ କରୁଛି।

୧୩- ଅମୂଲ, ମଦର ଡାଏରୀ ଏବଂ ଅନ୍ୟ ଦୁଗ୍ଧ ସମବାୟ ସଂସ୍ଥାମାନେ ‘ଚୁନାବ୍ କା ପର୍ବ, ଦେଶ କା ଗର୍ବ’ ବାର୍ତ୍ତା ଦେଇ ସେମାନଙ୍କ ଦୁଗ୍ଧ ପ୍ୟାକେଟର ବ୍ରାଣ୍ଡିଂ ଆରମ୍ଭ କରିଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଭୋଟରମାନଙ୍କୁ ଉତ୍ସାହିତ କରୁଛନ୍ତି। ଖବରକାଗଜରେ ଅମୁଲ ଗର୍ଲ ମଧ୍ୟ ଟପିକାଲ ବିଜ୍ଞାପନ ମାଧ୍ୟମରେ ନିଜର ନିଆରା ବାର୍ତ୍ତା ଦେଇ ଭୋଟରଙ୍କୁ ଉତ୍ସାହିତ କରୁଛି।

୧୪- ପ୍ରସାର ଭାରତୀ: ଦୂରଦର୍ଶନ ଭାରତର ମାନ୍ୟବର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନ ବିଚାରପତିଙ୍କ ଭଳି ସାମ୍ବିଧାନିକ ପଦାଧିକାରୀଙ୍କ ଆବେଦନ ସମେତ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି। ଏହାବ୍ୟତୀତ ଅଡିଓ ଭିଜୁଆଲ ଡକ୍ୟୁମେଣ୍ଟେସନ୍ ପାଇଁ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଉଛି।

୧୫- ମ୍ୟୁଜିକ୍ ଆପ୍ ସ୍ପୋଟିଫାଇ ଏକ ଅଭିଯାନ ‘ପ୍ଲେ ୟୋର୍ ପାର୍ଟ’ ଚଳାଇଛି ଏବଂ ସେମାନେ ନିଜ ଆପ୍ ରେ ନିର୍ବାଚନ ପାଇଁ ପ୍ରିଣ୍ଟ ବିଜ୍ଞାପନ ଜାରି କରିଛନ୍ତି ଏବଂ ପ୍ଲେଲିଷ୍ଟଗୁଡ଼ିକୁ କ୍ୟୁରେଟ୍ କରିଛନ୍ତି।

୧୬- ବାଇକ୍ ଆପ୍ ରାପିଡୋ ଭୋଟରଙ୍କୁ ମାଗଣାରେ ଭୋଟ ଦେବା ପାଇଁ ଉତ୍ସାହିତ କରୁଛି।

୧୭- ପେମେଣ୍ଟ୍ ଆପ୍ ଫୋନ୍ ପେ ସେମାନଙ୍କ ଆପ୍ ରେ ଭୋଟର ସଚେତନତା ବାର୍ତ୍ତାକୁ ସମନ୍ୱିତ କରିଛି ଏବଂ ଭୋଟରମାନଙ୍କୁ ସକ୍ରିୟ ଭାବରେ ଉତ୍ସାହିତ କରୁଛି।

୧୮- ଗ୍ରୋସରୀ ଆପ୍ ବ୍ଲିଙ୍କିଟ୍ ଏହାର ଲୋଗୋକୁ ନିର୍ବାଚନ ପାଇଁ ‘‘ଇନକିଟ୍’’ ରେ ପରିବର୍ତ୍ତନ କରିଛି, ଯେଉଁଥିରେ ଲୋକଙ୍କୁ ଟ୍ୟାଗ୍ ଲାଇନ୍ ଭାବରେ ‘‘ବାହାରକୁ ଯାଆନ୍ତୁ ଏବଂ ଭୋଟ୍ ଦିଅନ୍ତୁ’’ ପାଇଁ ଉତ୍ସାହିତ କରୁଥିବା ଏକ ବାର୍ତ୍ତା ଅନ୍ତର୍ଭୁକ୍ତ କରାଯାଇଛି।

୧୯- ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବୁକ୍ ମାଇଁ ଶୋ ପକ୍ଷରୁ ‘ଆଜ ପିକ୍ଚର ନହିଁ, ବିଗ୍ ପିକ୍ଚର ଦେଖୋ’ ନାମରେ ଏକ ସମନ୍ୱିତ ଅଭିଯାନ ଆରମ୍ଭ କରାଯାଇଛି।

୨୦- ମେକ୍ ମାଇ ଟ୍ରିପ୍ ପକ୍ଷରୁ ‘ମାଇ ଭୋଟ୍ ଓ୍ଵାଲା ଟ୍ରିପ୍’ ନାମରେ ଏକ ଅଭିଯାନ ଚାଲିଛି, ଯେଉଁଥିରେ ମତଦାନ ପାଇଁ ଯାଉଥିବା ନାଗରିକମାନଙ୍କୁ ରିହାତି ପ୍ରଦାନ କରାଯାଉଛି।

୨୧- ଜୋମାଟୋ ଏବଂ ସ୍ୱିଗି ଭଳି ଫୁଡ୍ ଡେଲିଭରି ପ୍ଲାଟଫର୍ମ ସେମାନଙ୍କ ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ କାର୍ଯ୍ୟକଳାପ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି।

୨୨- ଏକ ସାମଗ୍ରିକ ଉପଭୋକ୍ତା ମୋବାଇଲ୍ ଆପ୍ ଭାବେ କାର୍ଯ୍ୟ କରୁଥିବା ଟାଟା ଗ୍ରୁପ୍ ର ଟାଟା ନ୍ୟୁ ଆପ୍ ମଧ୍ୟ ଏହାର ହୋମ୍ ପେଜ୍ ରେ ‘କାଷ୍ଟ ୟୋର୍ ଭୋଟ୍’ ଆନିମେଟେଡ୍ ବ୍ୟାନର ରଖିଛି।

୨୩- ଉବେର ଇଣ୍ଡିଆ ମଲ୍ଟି-ଚ୍ୟାନେଲ ମେସେଜିଂ (ଇନ୍-ଆପ୍, ଇମେଲ୍, ପୁସ୍ ନୋଟିଫିକେସନ୍) ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚିବା, ମତଦାନ କେନ୍ଦ୍ରକୁ ଯାତ୍ରା ପାଇଁ ରିହାତି ପ୍ରଦାନ କରିବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭୋଟର ସଚେତନତା ବାର୍ତ୍ତା ବୃଦ୍ଧି କରିବା ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚୁଛି।

୨୪- ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଅର୍ବାନ କମ୍ପାନୀ ‘ଆଇ ହାଭ୍ ଭୋଟେଡ୍’ କ୍ୟାମ୍ପେନ୍ ଆରମ୍ଭ କରିଛି।

୨୫- ଟ୍ରୁ-କଲର ମଧ୍ୟ ଆଉଟ୍ ବାଉଣ୍ଡ୍ କଲ୍ ସମୟରେ ଭୋଟର ସଚେତନତା ବାର୍ତ୍ତା ପ୍ରଦର୍ଶନ କରି ଏହାର ରୂପରେଖକୁ ବଢ଼ାଉଛି।

୨୬- ଅନ୍ୟ କେତେକ ସ୍ୱାଧୀନ ପଦକ୍ଷେପ ହେଉଛି ମ୍ୟାନକାଇଣ୍ଡ ଫାର୍ମାର #VotingVirgin (ଭୋଟିଂ ଭର୍ଜିନ୍) ଅଭିଯାନ, ପୋଷାକ ବ୍ରାଣ୍ଡ ନିରୁ ର ‘‘ଭୋଟ୍ କି ତୈୟାରୀ’’ ଟିଭିସି, ଟିଣ୍ଡରର ‘‘ଏଭରି ସିଙ୍ଗଲ ଭୋଟ୍ କାଉଣ୍ଟସ୍” ଅଭିଯାନ, ଜୀବନସାଥୀ ଡକ୍ଟକମ୍ ଆଦି ବୈବାହିକ ସାଇଟ୍ ଦ୍ୱାରା ସୃଜନଶୀଳ ଭାବରେ ପ୍ରସ୍ତୁତ ସୋସିଆଲ ମିଡିଆ ପୋଷ୍ଟ ଏବଂ ଶପର୍ସ ଷ୍ଟପ୍, ମେକ୍ ମାଇ ଟ୍ରିପ୍, କ୍ରୋମା ଭଳି ଲୋକପ୍ରିୟ ବ୍ରାଣ୍ଡ ଦ୍ୱାରା ମତଦାନ ପାଇଁ ରିହାତି ଆଦି ଜାରି ରହିଛି।