Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମତଦାନକୁ ସଫଳ କରିବାରେ ସମ୍ପୃକ୍ତ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ
ଆଜିର ଖବର

ମତଦାନକୁ ସଫଳ କରିବାରେ ସମ୍ପୃକ୍ତ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

June 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ଏପ୍ରିଲ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର ସାବ୍ୟସ୍ତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ପୁଣି ଥରେ ଚମତ୍କାର କରିଛି। ଜାତି, ବର୍ଣ୍ଣ, ଧର୍ମ, ସାମାଜିକ- ଆର୍ଥିକ ଓ ଶିକ୍ଷାଗତ ପୃଷ୍ଠଭୂମି ନିର୍ବିଶେଷରେ ମହାନ ଭାରତୀୟ ଭୋଟରମାନେ ପୁଣି ଥରେ ଏହା କରିଛନ୍ତି। ପ୍ରକୃତ ବିଜେତା ହେଉଛନ୍ତି ଭାରତୀୟ ଭୋଟର।

ମତଦାତାମାନେ ସେମାନଙ୍କର ଅନେକ ଆହ୍ୱାନ ଏବଂ ଦ୍ୱନ୍ଦ୍ୱକୁ ଅତିକ୍ରମ କରି ମତଦାନ କେନ୍ଦ୍ରକୁ ପ୍ରବେଶ କରିଥିବାରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ସମେତ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ଡ. ସୁଖବୀର ସିଂହ ସାନ୍ଧୁ ଏବଂ ଭାରତ ନିର୍ବାଚନ ଆୟୋଗ ପରିବାରର ସମସ୍ତ ସଦସ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆୟୋଗ ଆନ୍ତରିକତାର ସହ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି। ନିଜର ଦୃଢ଼ ଅଂଶଗ୍ରହଣ ମାଧ୍ୟମରେ ଭୋଟରମାନେ ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତାମାନଙ୍କ ଆସ୍ଥାକୁ ବୃଦ୍ଧି କରିଛନ୍ତି, ଯେତେବେଳେ ସେମାନେ ସାଧାରଣ ଭାରତୀୟଙ୍କୁ ମତାଧିକାର କ୍ଷମତା ହସ୍ତାନ୍ତର କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଭାବନାକୁ ପୁନର୍ବାର ପ୍ରମାଣିତ କରେ।

ସମଗ୍ର ଦେଶରେ ଭୋଟରଙ୍କୁ ସୁରୁଖୁରୁରେ, ଶାନ୍ତିପୂର୍ଣ୍ଣ ଏବଂ ଉତ୍ସବମୁଖର ବାତାବରଣ ପ୍ରଦାନ କରିବା, କଠିନ ପାଣିପାଗ, କଠିନ ଅଞ୍ଚଳ ଭଳି ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଏବଂ ବିବିଧ ଜନସଂଖ୍ୟାରେ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ସୁରକ୍ଷା ବାହିନୀ ସମେତ ସମଗ୍ର ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ସମର୍ପଣ ଓ ପ୍ରତିବଦ୍ଧତା ଲାଗି ନିର୍ବାଚନ ଆୟୋଗ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆୟୋଗ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଭାରତୀୟ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁ ଅଟନ୍ତି ।

ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମର ଅବଦାନ ପାଇଁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ସର୍ବଦା ଗଣମାଧ୍ୟମକୁ ସହଯୋଗୀ ଭାବେ ବିବେଚନା କରି ଆସୁଛନ୍ତି।

ଶତାୟୁ, ବୟସ୍କ, ଭିନ୍ନକ୍ଷମ ଓ କିନ୍ନରଙ୍କ ଭୋଟ୍ ର ଗୁରୁତ୍ବ ଅନେକଙ୍କ ପାଇଁ, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି ଆୟୋଗ କହିଛନ୍ତି । ଯୁବପିଢ଼ି ଗଣତନ୍ତ୍ରକୁ ଆଗକୁ ବଢ଼ାଇବେ। ଭାରତର ପରବର୍ତ୍ତୀ ପିଢ଼ିର ଭୋଟରମାନେ ଏହି ଅଂଶଗ୍ରହଣକୁ ଆହୁରି ଉଚ୍ଚତାରେ ପହଞ୍ଚାଇବେ ବୋଲି ଇସିଆଇ ଆଶା ରଖିଛି।

ମତଦାନ ସମୟରେ ଭୋଟର, ରାଜନୈତିକ ଦଳ, ପ୍ରାର୍ଥୀ, ନିର୍ବାଚନ କର୍ମଚାରୀ ଏବଂ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଛି, ଯାହାକି ବହୁତ ସମ୍ମାନ ଓ ପ୍ରଶଂସାଯୋଗ୍ୟ। ସାମୂହିକ ପ୍ରୟାସ ଯୋଗୁଁ ଆମେ ଲୋକମାନେ ଗଣତନ୍ତ୍ରର ଚକାକୁ ବୁଲାଇ ରଖିଛୁ ବୋଲି ଆୟୋଗ ମତ ରଖିଛନ୍ତି ।

eci election 2024 Lok Sabha Election vote ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ

May 27, 2026

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026
Latest News

ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ

May 27, 2026

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା?: ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଲେ କୋର୍ଟ 

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.