Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସ୍ବାସ୍ଥ୍ୟ»World AIDS Day: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍ ଦିବସ ୨୦୨୫ ପାଳିତ
ସ୍ବାସ୍ଥ୍ୟ

World AIDS Day: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍ ଦିବସ ୨୦୨୫ ପାଳିତ

December 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
World AIDS Day
World AIDS Day: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍ ଦିବସ ୨୦୨୫ ପାଳିତ

World AIDS Day:ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଞ୍ଜୟ ଚନ୍ଦ୍ର ରାୟ ଙ୍କ ତତ୍ଵାବଧାନରେ ବିଭିନ୍ନ ମହାବିଦ୍ୟାଳୟ ଓ ନର୍ସିଂ ଛାତ୍ର, ଛାତ୍ରୀ ଙ୍କୁ ନେଇ ଏକ ଏଚଆଇଭି/ଏଡସ୍ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା, ତତସହିତ ଏକ ଦୁଇ ଚକିଆ ଯାନର ଶୋଭାଯାତ୍ରା ବାଟଭୂଆସୁଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ଜଟଣୀ ରେଳ ଷ୍ଟେସନ ଦେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ।ଳୟ ଠାରେ ସମାପ୍ତ ହୋଇଥିଲା।

ଏହାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ମିତ୍ର, ଜିଲ୍ଳା ଯକ୍ଷ୍ମା ଅଧିକାରୀ ଓ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ଅଧିକାରୀ ଡା. ସୁବ୍ରତ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତତ୍ପରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଡା. ମିତ୍ର ଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷର ବିଷୟ ବସ୍ତୁ “ବ୍ୟାଘାତ କୁ ଅତିକ୍ରମ କରି ଏଡସ ପ୍ରତିକ୍ରିୟାକୁ ପରିବର୍ତ୍ତନ କରିବା” ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରାଣ ନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୁବୋଦ୍ଧ କୁମାର ଜଗଦେବ ଓ ଖୋର୍ଦ୍ଧା ନର୍ସିଂ ସ୍କୁଲର ଶ୍ରୀମତୀ ସ୍ଵର୍ଣ ପ୍ରଭା ସାହୁ ଏଚଆଇଭି/ଏଡସ୍ ସମ୍ବଦ୍ଧୀୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ସଭାପତି ଡା. ମିତ୍ର ନିଜ ଉଦ୍ ବୋଧନରେ ଏଚଆଇଭି/ଏଡସ୍ ର କାରଣ, ନିରାକରଣ, ପ୍ରତିକାର ଓ ଏ ବର୍ଷର ବିଷୟ ବସ୍ତୁ “ବ୍ୟାଘାତ କୁ ଅତିକ୍ରମ କରି ଏଡସ ପ୍ରତିକ୍ରିୟାକୁ ପରିବର୍ତ୍ତନ କରିବା” ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀ ନିଜ ଜୀବନରେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।

ସର୍ବଶେଷରେ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ବିଧାନ ଚନ୍ଦ୍ର ନାୟକ ସାମାଜିକ ଯୋଗଯୋଗ ମାଧ୍ୟମ (ଫେସ୍ ବୁକ, ଇନ୍ସ୍ଟାଗ୍ରାମ, ୟୁଟୁବ) କୁ ପ୍ରାଧାନ୍ୟ ଦେଇ ଏହାର ପୃଷ୍ଠାରେ ଆସୁଥିବା ବାର୍ତ୍ତାକୁ ବହୁଳ ଭାବେ ପ୍ରଚାର, ପ୍ରସାର ଓ ଅନୁସରଣ କରିବା ସହିତ ନିଶୁଳ୍କ ନମ୍ବର-୧୦୯୭ ରେ ଯୋଗାଯୋଗ କରି ଏଡସ୍ ସମ୍ବଦ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ପ୍ରାଣ ନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା, ଖୋର୍ଦ୍ଧା ନର୍ସିଂ ସ୍କୁଲ ର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର କର୍ମଚାରୀ କିଶୋର କୁମାର କାନୁନଗୋ, ଅଶୋକ କୁମାର ଦାସ, ଜୟନ୍ତୀ ବାଳା ସାମନ୍ତରାୟ, ବିମଲ ଚନ୍ଦ୍ର ମାନସିଂହ, ଡ଼ିଆରପି, ଟିଆଇ କର୍ମଚାରୀ, ଓ ଆଇସିଟିସିର ପରାମର୍ଶ ଦାତା, ଦାତ୍ରୀ ମାନେ ଏବଂ ଜଟଣୀ ଓ ଖୋର୍ଦ୍ଧା ଆରକ୍ଷୀ ବନ୍ଧୁମାନେ କାର୍ଯ୍ୟରେ ସହୋଯୋଗ କରିଥିଲେ

khordha World AIDS Day ଖୋର୍ଦ୍ଧାରେ ବିଶ୍ବ ଏଡସ ଦିବସ ବିଶ୍ବ ଏଡସ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

August 25, 2026
Latest News

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.