Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଆଜିର ଖବର

ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ସମଗ୍ର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସମାରୋହ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମ୍ରିତ୍ ଋତୁରାଜଙ୍କ ପୌରୋହିତ୍ୟରେ ପଲ୍ଲା ସ୍ଥିତ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଖୋର୍ଦ୍ଧା ମାଟି ପବିତ୍ର ମାଟି। ଏହି ମାଟିରେ ପଣ୍ଡିତ ଗୋଦାବରୀଶ ମିଶ୍ର ଜନ୍ମ ନେଇଥିଲେ। ମାନବ ସମ୍ବଳର ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରାଥମିକ ଶିକ୍ଷା। ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷା ହିଁ ମୂଳଦୁଆ। ଯେଉଁ ରାଜ୍ୟ ବା ରାଷ୍ଟ୍ରର ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଯେତେ ସୁଦୃଢ଼, ସେ ଅଞ୍ଚଳ ଓ ସମାଜ ସେତେ ଉନ୍ନତ।

ବର୍ତ୍ତମାନ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କମ୍ପ୍ୟୁଟର ଶିକ୍ଷା, ଡିଜିଟାଲ୍ କ୍ଲାସରୁମ୍, ବିଜ୍ଞାନାଗାର ଏବଂ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇଛନ୍ତି। ୨୦୨୦ ଜାତୀୟ ଶିକ୍ଷାନୀତିକୁ ଆପଣାଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଅଭିନବ ଯୋଜନା। ଏହା ଶିକ୍ଷା ଜଗତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଗଢ଼ି ତୋଳିବା ସହ ସୁନ୍ଦର ଭବିଷ୍ୟତ ପାଇଁ ଦିଗ୍‌ଦର୍ଶନ ଦେବ।

ଜିଲ୍ଲା ପରିଷଦ ଉପ-ସଭାପତି ଗୋପୀନାଥ ମହାରଣା କହିଥିଲେ ଯେ, ଗୋଦାବରୀଶ ମିଶ୍ରଙ୍କ ନାମରେ ଏହି ଶିକ୍ଷା ବ୍ୟବସ୍ଥା ସ୍ୱର୍ଗତ ମିଶ୍ରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।

ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ବ୍ଲକ୍ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଗୋଦାବରୀଶ ମିଶ୍ରଙ୍କ ଶିକ୍ଷା ଜୀବନୀ ଓ ପ୍ରାଥମିକ ଶିକ୍ଷାରେ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।

ସଭାପତି ଭାଷଣରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଥିଲେ ଯେ, ତୃତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୭୦ଟି ବିଦ୍ୟାଳୟ ସାମିଲ ହୋଇଛି। ଏହି ଯୋଜନାରେ ସମଗ୍ର ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ଯୋଜନା ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନରେ ଏକ ମାଇଲଷ୍ଟୋନ୍ ହେବ। ନୂଆ ଶୈକ୍ଷିକ ପରିବେଶ ଅନୁଯାୟୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉନ୍ନତ ମାର୍ଗରେ ଶିକ୍ଷା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଅତିଥିମାନଙ୍କୁ ଚାରାକୁଣ୍ଡ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନମିକା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ।

ଅନ୍ୟ ଉପସ୍ଥିତ ଅତିଥିବୃନ୍ଦ:

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ସ୍ୱାଇଁ, ବିଜୟ ବେହେରା, ବିଜେପି ରାଜ୍ୟ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ ହୋତା, ବିଜେପି ଜିଲ୍ଲା କର୍ମକର୍ତ୍ତା ବଳରାମ ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରେସ୍ କ୍ଲବ୍ ସଭାପତି ତପନ କୁମାର ନାୟକ, ଡି.ଇ.ଜି.ଏମ୍. ମାନସ କୁମାର ବ୍ରହ୍ମା, ବୁଦ୍ଧିଜୀବୀ, ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ପୁରାତନ ଛାତ୍ର ସଂସଦ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

AmritRuturaj BaruneiSchool GodabarishMishra GodabarishMishraAdarshVidyalaya khordha MohanCharanMajhi PrashantKumarJagdev ViksitOdisha
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026

କର୍ମଭୂମି ଏକ୍ସପ୍ରେସରେ ଲାଗିଲା ନିଆଁ: ଜଳିଗଲା ୪ ବଗି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

November 6, 2026

କସ୍ତୁରବା ବିଦ୍ୟାଳୟ ଛାତ୍ରୀ ପ୍ରସବ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

November 6, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026

କର୍ମଭୂମି ଏକ୍ସପ୍ରେସରେ ଲାଗିଲା ନିଆଁ: ଜଳିଗଲା ୪ ବଗି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

November 6, 2026

କସ୍ତୁରବା ବିଦ୍ୟାଳୟ ଛାତ୍ରୀ ପ୍ରସବ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

November 6, 2026

ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ: ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.