ଖୋର୍ଦ୍ଧା: କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନୂଆ ଆବେଦନ ପାଇଁ OWJWS ପୋର୍ଟାଲ୍ ଖୋଲିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶ ଅନୁସାରେ, ଏହି ଯୋଜନା ୨୦୨୬-୨୭ ବର୍ଷ ପାଇଁ ନବୀକରଣ ହୋଇଛି। ଏହା ୦୧.୦୯.୨୦୨୬ ରୁ ୩୧.୦୮.୨୦୨୭ ଯାଏଁ ଲାଗୁ ହେବ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧାଙ୍କ ପତ୍ର ସଂଖ୍ୟା ୧୦୪୧, ତା ୧୦.୧୧.୨୦୨୬ ଅନୁସାରେ, ଯେଉଁ ଯୋଗ୍ୟ କାର୍ଯ୍ୟରତ ସାମ୍ବାଦିକ ଏଯାଏଁ ଏହି ଯୋଜନାରେ ସାମିଲ ହୋଇ ନାହାନ୍ତି, ସେମାନେ ନୂଆ ଆବେଦନ କରିପାରିବେ।
ଆବେଦନ କେମିତି ଓ କେବେ:
ୱେବସାଇଟ୍: https://owjws.odisha.gov.in
ଆବେଦନ ସମୟ: ୦୯.୧୧.୨୦୨୬ ରୁ ୩୦.୧୧.୨୦୨୬ ଯାଏଁ
କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ହେବ।
ଆବେଦନ ପରେ ୦୧.୧୨.୨୦୨୬ ରୁ ୧୦.୧୨.୨୦୨୬ ଭିତରେ ଜିଲ୍ଲା ସୂଚନା ଅଧିକାରୀ ଯାଞ୍ଚ କରିବେ। ତା’ପରେ ଜିଲ୍ଲାପାଳଙ୍କ ସୁପାରିଶ ସହ ବିଭାଗକୁ ପଠାଯିବ।
ଡୁପ୍ଲିକେସନ୍ ରୋକିବା ପାଇଁ ପୁରୁଣା ବୀମା ତାଲିକା ସହ ନୂଆ ଆବେଦନକୁ ଯାଞ୍ଚ କରାଯିବ। କେବଳ ଯୋଗ୍ୟ ଓ ଆଗରୁ ସାମିଲ ହୋଇ ନଥିବା ସାମ୍ବାଦିକଙ୍କୁ ହିଁ ସାମିଲ କରାଯିବ।
ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ ମିଡିଆର ଜିଲ୍ଲା / ବ୍ଲକ୍ ସ୍ତରୀୟ ପ୍ରତିନିଧିଙ୍କୁ ଏ ନେଇ ଚିଠି ପଠାଯାଇଛି।
ଯୋଗ୍ୟ ସାମ୍ବାଦିକମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିବାକୁ ଅନୁରୋଧ କରାଯାଇଛି।


