Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍
ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଟଣୀ ତରାବୋଇ ସ୍ଥିତ ଦକ୍ଷତା ବିକାଶ ସଂସ୍ଥାନରେ ଆୟୋଜିତ ଜିଲ୍ଲାସ୍ତରୀୟ A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଏବଂ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବାର୍ଷିକ ସମ୍ମିଳନୀ (ଶ୍ରେଷ୍ଠତା ସମ୍ମିଳନୀ–୨୦୨୬) ଆୟୋଜିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ୧୮୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେ କହିଥିଲେ ଯେ, ସେମାନଙ୍କର ଏହି ସଫଳତା କେବଳ ସେମାନଙ୍କ ବ୍ୟକ୍ତିଗତ ଅଧ୍ୟବସାୟର ପରିଚୟ ନୁହେଁ, ସେମାନଙ୍କ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ନିଷ୍ଠାପୂର୍ଣ୍ଣ ପ୍ରୟାସର ମଧ୍ୟ ସଫଳ ପ୍ରତିଫଳନ।
ଆମ ସମାଜର ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଅତୁଳନୀୟ। ଜ୍ଞାନ, ମୂଲ୍ୟବୋଧ, ଶୃଙ୍ଖଳା ଓ ଉତ୍ତମ ଚରିତ୍ର ଗଠନ ମାଧ୍ୟମରେ ସେମାନେ ଜାତିର ଭବିଷ୍ୟତକୁ ସୁଦୃଢ଼ କରିଥାନ୍ତି। ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟର ପ୍ରଶାସନିକ ଓ ଶିକ୍ଷାଗତ ନେତୃତ୍ୱର ମୁଖ୍ୟ ଆଧାର।
ସେ ଆହୁରି କହିଥିଲେ ଯେ, ସେମାନେ ବିଦ୍ୟାଳୟର ସୁପରିଚାଳନା, ଶୃଙ୍ଖଳା ରକ୍ଷା, ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ଆମ ସରକାର ଗୁଣାତ୍ମକ ଶିକ୍ଷା, ଆଧୁନିକ ଶିକ୍ଷା ଭିତ୍ତିଭୂମି, ଦକ୍ଷତା ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିରନ୍ତର କାର୍ଯ୍ୟ କରୁଛନ୍ତି।ଶିକ୍ଷା ହିଁ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନର ମୂଳ ଆଧାର। ଆସନ୍ତୁ, ଆମେ ସମସ୍ତେ ମିଶି ଶିକ୍ଷାର ଗୁଣାତ୍ମକ ବିକାଶ, ମୂଲ୍ୟବୋଧ ସମ୍ପନ୍ନ ନୂତନ ପିଢ଼ି ଗଠନ ଏବଂ ଉତ୍କୃଷ୍ଟ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା। ଆଜିର ଏହି କୃତୀ ଛାତ୍ରଛାତ୍ରୀମାନେ ଆସନ୍ତା ଦିନରେ ଓଡ଼ିଶା ଓ ଦେଶର ଗୌରବ ବୃଦ୍ଧି କରିବେ ବୋଲି ମୋର ଦୃଢ଼ ବିଶ୍ୱାସ।
ଏହି ଅବସରରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ଶ୍ରୀ ବିଭୁତି ଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ‌, ସୂର୍ଯ୍ୟପ୍ରଭା ଫାଉଣ୍ଡେସନର ମୁଖ୍ୟ ଶ୍ରୀମତୀ ପ୍ରଭାତୀ ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଜ୍ଞା ପାରମିତା ଜେନା, ଶ୍ରୀମତୀ ରଶ୍ମିବାଳା ପରିଡ଼ା,ଶ୍ରୀ ବିଜୟ କୁମାର ବେହେରା, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ।
khordha Khordha Collector ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Latest News

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.