Categories
ଆଜିର ଖବର ରାଜ୍ୟ ଖବର

ଉପେକ୍ଷିତ ଶିଶୁ ଆବାସିକ ବିଦ୍ୟାଳୟରେ ଏବେ ବି ରହିଛି ୫୯ ଟି ଖାଲି ସ୍ଥାନ: ଶୀଘ୍ର ପୂରଣ ଲାଗି ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଜିଲ୍ଲା ପ୍ରକଳ୍ପ କାର୍ଯ।ଳୟ, ସମଗ୍ର ଶିକ୍ଷା, ଖୋର୍ଦ୍ଧା ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଯଥା:– ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, GM-DIC, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ସାଧାରଣ ବଣ୍ଟନ ଅଧିକାରୀ ଓ ଡେପୁଟି କମିଶନର, ଭୂବନେଶ୍ବର ମହାନଗର ନିଗମ ଇତ୍ୟାଦିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଭୂବନେଶ୍ବର ମହାନଗର ନିଗମରୁ ଚିହ୍ନଟ ହୋଇଥିବା ସମାଜ ତଥା ପରିବାର ଦ୍ବାରା ଉପେକ୍ଷିତ ଶିଶୁମାନଙ୍କ ନିମନ୍ତେ ପରିଚାଳିତ ହେଉଥିବା ୪ ଟି ଆବାସିକ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇବା ନିମନ୍ତେ ସହରାଞ୍ଚଳରେ ଥିବା ଉପେକ୍ଷିତ ୬ ରୁ ୧୪ ବର୍ଷର ଶିଶୁଙ୍କୁ ସଠିକ ଭାବରେ ଚିହ୍ନଟୀକରଣ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଏହି ବିଦ୍ୟାଳୟଗୁଡିକରେ ୨୦୦ ଛାତ୍ରଛାତ୍ରୀ ରହି ଶିକ୍ଷାଗ୍ରହଣ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଅଦ୍ୟାବଧି ୫୯ ଟି ସ୍ଥାନ ଖାଲିଥିବା ସମ୍ମାନନୀୟ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଥିଲା। ତେଣୁ ଏହି ୫୯ ଟି ଅନ୍ତେବାସୀଙ୍କ ସ୍ଥାନ ପୂରଣ କରିବା ନିମନ୍ତେ ସେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ ଗାଡି ଜବତ କଲା ବେଗୁନିଆ ଅବକାରୀ ବିଭାଗ

ଖୋର୍ଦ୍ଧା: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଚଢ଼ାଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବେଗୁନିଆ ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ ଗାଡି ଜବତ ହୋଇଛି।

ସୂଚନା ମୁତାବକ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ତିଗିରିଆ ଗ୍ରାମର ଜଗଦୀଶ ମହାନ୍ତି ନାମକ ବ୍ୟକ୍ତି ଏକ ପିକ୍‌ଅପ୍ ଗାଡ଼ି ଯୋଗେ ବିପୁଳ ପରିମାଣରେ ଦେଶୀ ମଦ ବେଗୁନିଆ ଅଞ୍ଚଳକୁ ଚୋରା ଚାଲାଣ କରୁଥିବାର ଖବର ଅବକାରୀ ବିଭାଗ ପାଇଥିଲା।

ଜିଲ୍ଲା ଅବକାରୀ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ବେଗୁନିଆ ଅବକାରୀ ଅଧିକାରୀ ଏନ୍. ଜାଗିନ ରାଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ତନଖି ଜାରି ରହିଥିବା ବେଳେ ବେଗୁନିଆ ସଦର ମହକୁମା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଉକ୍ତ ପିକ୍‌ଅପ୍ ଗାଡ଼ିଟି ଜବତ ହୋଇଛି। ଗାଡ଼ିରୁ ୨୨ ଗୋଟି ଜାରକିନ ଜବତ ହୋଇଛି ଯେଉଁଥିରେ ୭୭୦ ଲିଟର ଦେଶୀ ମଦ ଥିବା ସୂଚନା ରହିଛି। ଏହି ପରିପ୍ରେକ୍ଷୀରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଡଃ ଵି.ଆର.ଆମ୍ଵେଦକରଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଙ୍କ ସଦ୍ଭାବନା ଗୃହ ରେ ଡଃ ଵି ଇର ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। କାର୍ଯ୍ୟସୂଚୀ ଅନୁସାରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ଵାଗତ ଭାଷଣ ରଖି ଥିଲେ। ପରେ ମଞ୍ଚାସୀନ ଅତିଥି ‌ମାନେ ଭାଷଣ ‌ର‌ଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଆମ୍ବେଦକରଙ୍କ ଜିବନୀ ଵିଷୟରେ ପିଲା ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆମ୍ବେଦକର ତାଙ୍କ ଜୀବନ ରେ ପାଠ ପ୍ରତି ଆକାଂକ୍ଷା ଏବଂ କଠିନ ପରିଶ୍ରମ ବଳରେ ଆଗକୁ ଵଢିପାରିଥିଲେ। ଅନ୍ୟ ଦେଶ ତୁଳନାରେ ଭାରତ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, କେବଳ ତାଙ୍କର ଅବଦାନ ସମ୍ବିଧାନ ପାଇଁ ପରିଗଣିତ ହୋଇପାରିଛି। ଅର୍ଥନୀତି/ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ତରାଇ ବୟସର ପ୍ରଥମ ୨୫ ଵର୍ଷ ଭଲଭାବରେ ପାଠ ପଢିଥିଲେ ଅବଶିଷ୍ଟ ସମୟ ସୁଖରେ କାଳାତିପାତ କରିବାକୁ ହୁଏ ବୋଲି ଉପଦେଶ ପ୍ରଦାନ କରିଥିଲେ।

ପିଲାମାନଙ୍କୁ ଆମ୍ବେଦକରଙ୍କ ଜିବନୀ ଉପରେ ଆଧାରିତ ପ୍ରଶ୍ନ ପଚାରିଥିଲେ ଏବଂ ବିଦ୍ୟାଳୟ ମାନଙ୍କରେ ଆଲୋଚନା ମାଧ୍ୟମରେ ପିଲାମାନେ ଆଗକୁ ଯାଇପାରିବେ ବୋଲି ମତପୋଷଣ କରିଥଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗିତାନଶୁ ମୋହନ ଦାଶ /ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିଲିପ ହିଆଲ /ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟା ରାଣୀ ରାଉତ ଆମ୍ବେଦକର ଙ୍କ ବିଷୟରେ ପିଲାମାନଙ୍କର ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଉତ୍ସବରେ ଶିକ୍ଷକ/ଶିକ୍ଷୟିତ୍ରୀ/ଛାତ୍ର, ଛାତ୍ରୀ /ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ/ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଚଉଧୁରି ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ମତଦାନ ବୃଦ୍ଧି ନିମନ୍ତେ ସୁଇପି କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଜିଲ୍ଲାରେ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲାରେ ଅଧିକରୁ ଅଧିକ ମତଦାତା ଯେଭଳି ଏହି ନିର୍ବାଚନରେ ଭାଗନେଇ ମତଦାନ କରିବେ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୁଇପି (ସିଷ୍ଟମେଟିକ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲୋକ୍ଟରାଲ ପାର୍ଟିସିପେଶନ) କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସୱାନ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଯୋଗଦେଇ ଏଥି ନିମନ୍ତେ ବିଏମସି ପକ୍ଷରୁ ସମସ୍ତ ସହଯୋଗ କରାଯିବା ସହ ସୁଇପି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବିଏମସି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସହରାଞ୍ଚଳର ତିନୋଟି ବିଧାନସଭା କ୍ଷେତ୍ର ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଏକାମ୍ରରେ ମତଦାନ ହାର ୫୦ ପ୍ରତିଶତରୁ କମ ରହିଥିବାରୁ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବର ଲକ୍ଷ୍ୟ ରଖାଯାଇଛି।

ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛନ୍ତି। ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ମତଦାନ କରିବାକୁ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯୁବ ମତଦାତା ମାନଙ୍କୁ ବିଏଲଓ ସଚେତନ କରିବା ଉପରେ ଗୁରୁତ୍ୱ ଦେବେ। ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହୋଇପାରିବେ।

ସେହିଭଳି ରଙ୍ଗୋଲି, ‘ନିର୍ବାଚନର ପର୍ବ ଆମଦେଶର ଗର୍ବ’ ଉପରେ ବିଭିନ୍ନ ପ୍ରତିଯୋଗିତା, ଭିଡିଓ ଓ ରେଡ଼ିଓ ବାର୍ତ୍ତା, ହୋର୍ଡ଼ିଂ, ୱାଲ ପେଣ୍ଟିଂ, ମାରାଥନ, ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛସାଥୀମାନଙ୍କ ମାଧ୍ୟମରେ ସଫେଇ ଗାଡି ଓ କର୍ମଚାରୀ, ବିଡ଼ିଏର ବିଭିନ୍ନ ପାର୍କ, ଜିଲ୍ଲାର ଶିକ୍ଷାନୁଷ୍ଠାନ,ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ସଚେତନତା କରାଯିବ। ସେହିଭଳି ଓମଫେଡ ଷ୍ଟଲରେ ମଧ୍ୟ ସଚେତନତା ବୃଦ୍ଧି କରାଯିବ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟମରେ ସ୍କୁଲରୁ ନିଶ୍ଚୟ ମତଦାନ କରିବାକୁ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ମାଧ୍ୟମରେ ପତ୍ର ଲେଖିବେ।

ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଏଅଧିକାରୀ ବାଦଲ ମହାନ୍ତି,ଜିଲ୍ଲା ଶିକ୍ଷାଧିକାରୀ, ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାସ୍ତା କଡକୁ ଖସିଲା ମୋ ବସ, ୧୨ ଯାତ୍ରୀ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖରେ ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋ ବସ ଟି ରାସ୍ତାକଡ଼ ନାଳକୁ ଖସିପଡ଼ିଛି। ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହେବା ସହ ୧୨ ଯାତ୍ରୀ ଗୁରୁତର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ମୋ ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିଲା। ଖୋର୍ଦ୍ଧା ପିତାପଲ୍ଲି ବ୍ରିଜ ତଳ ସର୍ଭିସ୍ ରାସ୍ତାରେ ମୋ ବସ ଦୃତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଅଟୋ ଆସୁଥିଲା। ତେବେ ବସର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଥିବା କୁହାଯାଉଛି।

ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରୁ ୬ ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଖବର ପାଇ ଶିଳ୍ପାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ଚିକିତ୍ସାଳୟରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ଘଟାଇ ମୋ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ -୨୦୨୪

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ଦିବସ ମହା ସମାରୋହରେ ପାଳନ ହୋଇ ଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଆଜି ପ୍ରାତଃ ୫.୦୦ ଟା ରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରେ ପରିବେଶଣ କରାଯାଇଥିଲା। ସକାଳ ୬.୩୦ ମିନିଟ ସୁଦ୍ଧା ପୌର ପରିଷଦ କାର୍ଯ୍ୟାଳୟ ତରଫରୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୮.୦୦ ଘଟିକାରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଜଗନ୍ନାଥ ଏବଂ ବରପୁତ୍ର ମାନଙ୍କର ଫଟୋ ରେ ମାଲ୍ୟାର୍ପଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋତ୍ସ୍ନାମୟୀ ଆଚାର୍ୟ ଓଡ଼ିଶା ଦିବସ ପରିପ୍ରେକ୍ଷିରେ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ଏହି ବୈଠକରେ ମଞ୍ଚାସୀନ ଅଧିକାରୀ ମାନେ ଯଥାକ୍ରମେ ଡି ଏଫ ଓ ପି ପୂର୍ଣ୍ଣିମା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀଣି ରିଜ୍ୱାନା କବାବ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ ସେମାନଙ୍କ ଅଭିଭାଷଣ ରଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଓଡ଼ିଶା ପ୍ରଦେଶ ଗଠନ ର ଇତିହାସ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ପିଲାମାନଙ୍କୁ ଉଦବୋଧନ ଦେବା ସହିତ ସେମାନକୁ ଓଡ଼ିଶା ଦିବସ ଏବଂ ମଞ୍ଚରେ ଥିବା ବରପୁତ୍ରମାନଙ୍କର ପରିଚୟ ଉପରେ ପ୍ରଶ୍ନ ପଚାରି ମଞ୍ଚ କୁ ଡାକି ଉତ୍ସାହିତ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରି, ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ, ଛାତ୍ରୀ, ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରି ଅରବିନ୍ଦ ଦାସ। ଶେଷରେ ଧନ୍ୟବାଦ ପ୍ରଦାନ କରଯାଇ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: “ଓଡିଶା ଦିବସ-୨୦୨୪” ମହାସମାରୋହରେ ପାଳନ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସଭାର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉକ୍ତ ପବିତ୍ର ଦିବସଟି କିପରି ଶାନ୍ତି ଶୃଙ୍ଖଳା ଓ ସୌହାର୍ଘ୍ୟପୂର୍ଣ ବାତାବରଣ ଭିତରେ ପାଳନ କରାଯିବ ସେଥିପାଇଁ ଉପସ୍ଥିତ ସଭ୍ୟ ସଭ୍ୟାଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ବିଶଦ ଭାବରେ ଆଲୋଚନା ପରେ ନିମ୍ନଲିଖତ କାର୍ଯ୍ୟକ୍ରମମାନ ସ୍ଥିରୀକୃତ ହୋଇଥିଲା।

ଏହି ଆଲୋଚନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରାତଃ ଘ ୫.୦୦ରେ “ରାମ ଧୂନ” ସଙ୍ଗୀତ ଗାନର ପ୍ରଚାର ଏବଂ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଜେବି ହାଇସ୍କୁଲ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସମୂହ ଗାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଏକ ଶୋଭାଯାତ୍ରା ଉକ୍ତ ସ୍ଥାନରୁ ବାହାରି ଜୟୀ ରାଜଗୁରୁ ଟାଉନ ହଲ ପର୍ଯନ୍ତ ଜାରି ରହିବ। ସେଠାରେ ଏକ ବୈଠକ ର ଆୟୋଜନ କରାଯାଇ ଉପସ୍ଥିତ ଥିବା ଅତିଥିମାନେ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଭାଷଣ ରଖିବେ।

ପରେ ପରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିବା କୃତୀ ଛାତ୍ରୀ/ ଛାତ୍ରଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧାନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ କରା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: କାଳବୈଶାଖୀ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ, ତ୍ୱରିତ ସେବା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା: ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସମ୍ଭାବ୍ୟ କାଳବୈଶାଖୀ ମୁକାବିଲା ନିମନ୍ତେ ଏକ ସମୀକ୍ଷା ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଏବଂ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପାଣିପାଗ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ପ୍ରଦାନ ପାଇଁ ଅଗ୍ନିଶମ, ବିଦ୍ୟୁତ, ଆମ୍ବୁଲାନ୍ସ, ଡାକ୍ତରୀସେବା ଏବଂ ଟେଲିଫୋନ ସେବା ପ୍ରଦାନକାରୀ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ସହାୟତା ଓ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯି । ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ବି ଏମ୍ .ସି.ର ଡେପୁଟି କମିଶନର, ଜରୁରୀ ବିଭାଗ ଙ୍କୁ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ଏବଂ  ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ  ଦିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଜରୁରୀକାଳୀନ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜେଲରୁ ୯ ଟି ମୋବାଇଲ ମିଳିବା ଏବଂ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ନେଇ ଥାନାରେ ମାମଲା

ଖୋର୍ଦ୍ଧା : ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି ଆସନ୍ତି। ଗତକାଲି ଖୋର୍ଦ୍ଧା ଜେଲରେ ଅପରାଧି ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘ ବଦ୍ଧ ଆକ୍ରମଣ। ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ୭ରୁ ଉର୍ଦ୍ଧ ଅନେବସୀଙ୍କ ନାଁ ରେ ମାମଲା ରୁଜୁ ହୋଇଛି।

ଆକ୍ରମଣର ଶିକାର ହୋଇଛି ଆସାମୀ ପ୍ରକାଶ ନାୟକ, ସେ କୋରେସ୍କ କଫ ରିରଫ ବେପାର ଘଟଣାରେ ଜେଲରେ ଅଛି। ଜେଲରୁ ମୋବାଇଲ ମିଳିବା ଘଟଣାରେ ପୋଲିସ କୁ ସୂଚନା ଦେଉଥିବା ସନ୍ଦେହ କରି ପ୍ରକାସଙ୍କୁ ଆକ୍ରମଣ କରିଥିଲେ ଅନ୍ୟ କଏଦୀ।

ପୂର୍ବରୁ ବ୍ରାଉନସୁଗାର ଓ ହତ୍ୟା ଘଟଣାରେ ଜେଲରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା ୧୦ଟି ମୋବାଇଲ। ପୂର୍ବରୁ ଗୋଟେ ମୋବାଇଲ ମିଳିବା ପରେ ତାକୁ ଆଧାର କରି କିପରି ମୋବାଇଲ ଜେଲ ଭିତରକୁ ଆସିଲା ତାହାର ଖୋଳ ତାଡ କରୁ କରୁ ଆହୁରି ୯ଟି ମୋବାଇଲ ପୋଲିସ କୁ ମିଳିଥିଲା। ଏପରିକି ଜେଲ ଭିତରୁ ବ୍ରାଉନସୁଗାର କାରବାରର ଅପରେଟିଂ ହେଉଥିବା ଜଣା ପଡିଥିଲା।

ପୋଲିସ ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା ବେଳେ, ଗତକାଲିର ଏହି ଘଟଣା ଜେଲ ଭିତରେ ଯେ ସବୁ ଠିକ ଠାକ ଚାଲି ନାହିଁ ତାହା ଅନୁମାନ କରାଯାଇଛି। ଏନେଇ ଜେଲର ଗତକାଲିର ଘଟଣାକୁ ସ୍ୱୀକାର କରିଥିବା ବେଳେ ୭ ରୁ ଉର୍ଦ୍ଧ ଜଣଙ୍କ ନାମରେ ମାମଲା ହୋଇଥିବା କହିଛନ୍ତି।

ସେହିପରି ଜେଲ ଭିତରେ ଏକାଧିକ ଅପରାଧୀଙ୍କ ପାଇଁ ବାରମ୍ବାର ଅଘଟଣ ଘଟୁଥିବା ଜଣାପଡିଛି। ଏନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଏକାଧିକ ଅପରାଧୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ ଖୋର୍ଦ୍ଧା ଜେଲର କୃଷ୍ଣ ଚନ୍ଦ୍ର ରାଉତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି। ତେବେ ଖୋର୍ଦ୍ଧା ଜେଲରେ ଥାଇ ଅପରାଧିମାନେ କିପରି ଅପରାଧ ନେଟୱର୍କ ଚଳାଉଛନ୍ତି ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ୱାର୍ଡ ସଭ୍ୟ ସଭ୍ୟାଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଜୋର ଧରିଲା ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ମଧ୍ୟରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ତିନଟି ସୋପାନ ରହିଥିବା ବେଳେ ସବୁଠୁ ତଳେ ଲୋକଙ୍କ ସଂଗେ ରହୁଛନ୍ତି ପ୍ରତି ୱାର୍ଡରୁ ବିଜୟୀ ହୋଇ ଆସିଥିବା ୱାର୍ଡ ସଭ୍ୟ ଓ ସଭ୍ୟା ମାନେ। ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ୱାର୍ଡ ସ୍ତରରେ ତଦାରଖ କରିବା, ପଞ୍ଚାୟତ ଆକ୍ସନ ପ୍ଲାନକୁ ପାସ କରିବା ଏବଂ ଯୋଜନାର ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବା, ଗାଁ ଗହଳିରେ ଭତ୍ତା ଠାରୁ ଆରମ୍ଭ କରି ରାସନ ଯୋଗାଣରେ ସହଯୋଗ କରିବା ଲୋକଙ୍କୁ ସୂଚନା ଦେବା, ଗାଁ କଲ୍ୟାଣ ସମିତିର କାର୍ଯ୍ୟ, ସ୍ଥାନୀୟ ସ୍କୁଲ କମିଟି, ମାସକୁ ସରକାରୀ ଓ ବେସରକାରୀ ସ୍ତରରେ ୫/୮ ଥର ବୈଠକ ଯିବା, ଗ୍ରାମ ସଭାରେ ଉପସ୍ଥିତ, ପଲ୍ଲୀ ସଭାର ନେତୃତ୍ୱ ନେବା ଆଦି ଅନେକ କାର୍ଯ୍ୟରେ ସାମିଲ ହୋଇ ତଳ ସ୍ତରରେ କାମ କରୁଥିଲେ ବି ରାଜ୍ୟ ସରକାର ୱାର୍ଡ ସଭ୍ୟ ସଭ୍ୟାଙ୍କ ପ୍ରତି ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାରେ ବୈମାତୃକ ମନଭାବ ରଖିବାକୁ ନେଇ ୱାର୍ଡ ସଭ୍ୟ ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ସରପଞ୍ଚ, ନାୟବ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲାପରିଷଦ ଙ୍କ ପରି ୱାର୍ଡ ସଭ୍ୟ ସଭ୍ୟା ଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ପାଇଁ ଦାବି କରିଛନ୍ତି।

ଆଜି ଏ ନେଇ ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଟାଙ୍ଗିଆପଡା ପଞ୍ଚାୟତ ୫ ନମ୍ବର ୱାର୍ଡ ସଭ୍ୟା ଅଞ୍ଜଳି ସ୍ୱାଇଁ ଙ୍କ ନେତୃତ୍ୱରେ ପ୍ରଥମେ ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପରେ ବିଡ଼ିଓ ଙ୍କ ଅନୁପସ୍ଥିତରେ ଏବିଡ଼ିଓ ରଞ୍ଜନ କୁମାର ସ୍ୱାଇଁ ପରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ସରକାର ଏଥିପ୍ରତି ପୁନର୍ବିଚର ନ କରନ୍ତି, ତେବେ ଖୁବଶୀଘ୍ର ପଂଚାୟତ ବୈଠକ ବର୍ଜ୍ଜନ ସହିତ ଭୋଟ ବର୍ଜ୍ଜନ, ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରାଯିବା, ବୋଲି ରୋକ ଠୋକ କହିଛନ୍ତି।

ଆଜି ଏହି ଦାବିପତ୍ର ସମୟରେ ୱାର୍ଡ ସଭ୍ୟ ଲକ୍ଷ୍ମୀଧର ପାତ୍ର, ଦିବାକର ରାଉତ, ବିଷ୍ଣୁପ୍ରିୟା ସାହୁ, ତୁଷାର କାନ୍ତ ସୁନ୍ଦରାୟ, ନିର୍ମଳ ପାଟଶାଣୀ, ଭାରତୀ ରାଉତ, କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରତିମା ସେଠି, ମାନସ ରଞ୍ଜନ ମହାପାତ୍ର, ସଂଯୁକ୍ତା ବେହେରା, ଜଗନ୍ନାଥ ସାହୁ, ବିରଞ୍ଚି ବରାଳ, ବବିତା ସ୍ୱାଇଁ, ମମତା ସାହୁ, ଗୀତାଞ୍ଜଳି ଦାସ, ସୁନୀଲ କୁମାର ବଳିଆରସିଂ, କାଂଚନୀ କହଲସିଂ, ମାମିନା ନାୟକ ପ୍ରମୁଖ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବେଗୁନିଆ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ପୋଚ ଏବଂ ଦେଶୀ ମଦ ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରପଦା ଜଙ୍ଗଲ ଅଞ୍ଚଳରେ ବେଗୁନିଆ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ସନ୍ତୋଷ ସାହୁ ଏବଂ ବେଗୁନିଆ ଅବକାରୀ ଅଧିକାରୀ ଏନ.ଜେଗିନୀ ରାଓ ଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ୪୦୦୦ କେଜି ମହୁଲି ପୋଚ ଏବଂ ୨୨୦ ଲିଟର ଦେଶୀ ମଦ ଜବତ ହୋଇଛି। ଉକ୍ତ ଜବତ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି। ତେବେ ଜଙ୍ଗଲ ଫାଇଦା ନେଇ ଅଭିଯୁକ୍ତ ମାନେ ବେଆଇନ ମଦ ଭାଟି ଅଞ୍ଚଳରୁ ଫେରାର ହେବାକୁ ସକ୍ଷମ ହୋଇଯାଇଛନ୍ତି। ଉକ୍ତ ଘଟଣାରେ ଅବକାରୀ ବିଭାଗ ଦୁଇ ଗୋଟି ମାମଲା ରୁଜୁ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜଙ୍କର ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆଇଏଏସ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବରେ ନମ୍ରତା ଚଢା, ପୂର୍ବତନ ସଦସ୍ୟା ମହିଳା କମିଶନ, ଏବଂ ସ୍ନେହାଞ୍ଜଳି ମହାନ୍ତି, ପୂର୍ବତନ ସଦସ୍ୟା ମହିଳା କମିଶନ ଯୋଗ ଦେଇଥିଲେ। ଶ୍ରୀମତୀ ଚଢା ଲିଙ୍ଗଗତ ଭେଦଭାବକୁ ନେଇ ସମସ୍ୟା ତଥା ପରିବାରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ଯୌନ ନିର୍ଜ।ତନାକୁ କିପରି ରୋକିହେବ ଏବଂ ତା ପାଇଁ ଥିବା ଆଇନଟି ଠିକରେ କିପରି କାମ କରିବା ସେଇ ସମ୍ପର୍କରେ ସ୍ନେହାଞ୍ଜଳି ମହାନ୍ତି ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ମହିଳା ମାନେ କିପରି ଗ୍ରାମ ସ୍ତରରୁ ଆରମ୍ଭ କରି ବିଶ୍ବ ସ୍ତର ପର୍ଜନ୍ତ ଆଗକୁ ବଢି ଚାଲିଛନ୍ତି ସେଇ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରଇ ଗୁମାନସିଂହ କହିଥିଲେ।

ମହିଳା ମାନଙ୍କ ସଫଳତା କିପରି ପ୍ରତି ଦିନ ବଢିବାରେ ଲାଗିଛି ଏବଂ ପ୍ରତି କ୍ଷେତ୍ରରେ ମହିଳା ମାନେ କିପରି ସମସ୍ତ ସଂଘର୍ଷ ସତ୍ତ୍ଵେ ସଫଳ ହୋଇ ପାରିଛନ୍ତି ସେଇ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଣା ଆଲୋଚନା କରିଥିଲେ।

ମହିଳା ଦିବସରେ ଜିଲ୍ଲାରେ ଶିଶୁ ସୁରକ୍ଷା ତଥା ଶିଶୁ ମାନଙ୍କ ବିକାଶ ଲାଗି ହେଉଥିବା ସମସ୍ତ କାମକୁ ସଫଳ ରୂପରେ କରୁଥିବା, ୩ ଜଣ ବେଷ୍ଟ ସୁପରଭାଇଜର, ୩ ଜଣ ଅଙ୍ଗନବ।ଡି ଦିଦି ତଥା ୨ ଜଣ କିଶୋରୀ ଜଟଣୀର ମୁମତହହା ଜୂଫୃ, ଭୂବନେଶ୍ବରର ଜି. କୁମାରି ଙ୍କୁ ଆର୍ଥିକ ରାଶି ଓ ମାନପତ୍ର ସହ ସମ୍ମାନିତ କରା ଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ୧୩ଟି icds ପ୍ରକଲ୍ପରୁ ୧୩ ଜଣ କିଶୋରୀଙ୍କୁ ସରକାରଙ୍କ ଅଦ୍ଵିକ। କାରଜ୍ୟକ୍ରମ ତଥା ଶିଶୁ ସୁରକ୍ଷା ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରାଯିବା ସହ ମାନପତ୍ର ଦିଆଗଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ମହିଳା ଦିବାସର ତାତ୍ପରଜ୍ୟ ତଥା ପିଲା ମାନଙ୍କ ପାଇଁ କେମିତି ସମସ୍ତେ ଏକାଠି ହୋଇ କାମ କରିବା ସେ ସମ୍ପର୍କରେ କହିଥିଲେ।

ସୁରକ୍ଷା ଅଧିକାରୀ ବିନୋଦିନୀ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। କ।ର୍ଜ୍ୟକ୍ରମକୁ ସ୍ଵାତୀ ତନ୍ମୟା ମିଶ୍ର,ଜିଲ୍ଲା ସଂଯୋଜିକା ଏକ୍ସନ ଏଡ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ମମତା ର ଜିଲ୍ଲା ସଂଯୋଜକ ସୂରଥ ବିଶ୍ୱାଳ, ଲକି, ଶୁଭସ୍ମୀତା,ପୁଷ୍ପା, ଜାନକୀ, ରେଣୁ, ରିଙ୍କି, କଳ୍ପନା, ଅଭିପିଲିପ୍ସା, ସନ୍ତୋଷ, ଦିପୁ, ପ୍ରଦୀପ, ଦେବ ଆଜି ସହଯୋଗ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ,୧୭୯୮ ଜଣଙ୍କୁ ପୁରସ୍କାର

ଭୁବନେଶ୍ୱର: ଖୋରଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓଡ଼ିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାର୍ଥୀ, ଶିକ୍ଷକ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ, ବ୍ଲକ, ଆଲୁମିନ୍, ଏସ୍ଏମ୍‌ସି, ବିଇଓ, ଜିଲ୍ଲାକୁ ପୁରସ୍କୃତ କରାଯାଇ ଅନ୍ୟମାନଙ୍କୁ ଅଭିପ୍ରେରିତ କରିବା ଏହାର ଲକ୍ଷ୍ୟ। ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ନିମନ୍ତେ ସମଗ୍ର ଭାରତବର୍ଷରେ ଏହା ଅଦ୍ବିତୀୟ କାର୍ଯ୍ୟକ୍ରମ।

ଏହି ପୁରସ୍କାର ଅନ୍ତର୍ଗତ ଅଭିନବ କାର୍ଯ୍ୟ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସ୍ବୀକୃତି ଦେବା ସହ ସଫଳତାର ସହିତ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରି ଆଗକୁ ବଢିବାରେ ସହାୟତା ଓ ଉତ୍ସାହ ଦେବା ଏହାର ଏକମାତ୍ର ଲକ୍ଷ୍ୟ। ବିଦ୍ୟାଳୟ ଏବଂ ଶିକ୍ଷାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଓ ଶିକ୍ଷାର୍ଥୀଙ୍କୁ ଭବିଷ୍ୟତ ମାର୍ଗଦର୍ଶନ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଚଳନ କରାଯାଇଛି।

ଆମର ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଶିକ୍ଷାକୁ ଆଗକୁ ନେବା ପାଇଁ ତାଙ୍କର ସ୍ୱପ୍ନକୁ ସଫଳ ରୂପାୟନ କରିବା ପାଇଁ ଏହି ପୁରସ୍କାର ସହାୟକ ହେବ ଏଥିରେ ସନ୍ଦେହ ନାହିଁ। ମୁଖ୍ୟମନ୍ତ୍ରୀ ଗତ ଜାନୁଆରୀ ମାସ ୩୧ ତାରିଖରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଅନେକ ଅନୁଷ୍ଠାନ ଓ ସଫଳ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପ୍ରତିଭାଧାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀ ପୁରସ୍କୃତ ହୋଇଛନ୍ତି।

ଆଜି ଏହି ମର୍ମରେ ଖୋରଧା ଜିଲ୍ଲାର ଆଜି ସମୁଦାୟ ୧୭୯୮ ଜଣ ବିଦ୍ୟାର୍ଥୀ, ପ୍ରଧାନଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନି କମିଟି, ପଞ୍ଚାୟତ, ବ୍ଲକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମଧ୍ୟ ପୁରସ୍କୃତ ଦେବାକୁ ମନୋନୀତ ହୋଇଛନ୍ତି।

ଏହି ଅବସରରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳା ରଣା ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂ, ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ,ଭୁବନେଶ୍ୱର-ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ତାପସ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କଠିନ ପରିଶ୍ରମ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନେ ପରାମର୍ଶ ଦେଇଥିଲେ।

ଶୃଙ୍ଖଳା ଓ ଗୁରୁଜନ ମାନଙ୍କୁ ଉତ୍ତମ ସମ୍ମାନ ପ୍ରଦାନ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ ପୂର୍ବକ ଯୋଗ ଦେଇଥିବା ବିଦ୍ୟାର୍ଥି ଓ ଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନ ମିଳିବ, ଉତ୍ସାହ ବୃଦ୍ଧି ଓ ଶିକ୍ଷା ରେ ଆଗ୍ରହ ଆଣିବା ପାଇଁ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ଅତିଥି ମାନେ ଉଲ୍ଲେଖ କରିଥିଲେ। ଅତିଥିମାନେ ପ୍ରତ୍ୟେକ ପୁରସ୍କାରଧାରୀଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ନିର୍ଦ୍ଧାରିତ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପାଇଁ ଘୋଷଣା କରାଯାଇଥିଲା l ଏହି ପୁରସ୍କାର ନିଶ୍ଚିତ ଭାବେ ସଫଳ ଶିକ୍ଷାର୍ଥୀ, ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ, ଏସ୍ଏମ୍‌ସି ପ୍ରଭୃତିକୁ ଅଧିକରୁ ଅଧୁକ ଆଗେଇବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇବ।

ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜବରଦଖଲ ବେଳେ ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା

ଖୋର୍ଦ୍ଧା: ଜବର ଦଖଲ ବେଳେ ଅଘଟଣ ଘଟିଛି। ତହସିଲଦାର ଏବଂ ପୋଲିସ ଆଗରେ ବିଷ ପିଇ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ଏହି ଭଳି ସାଘାଂତିକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଚାଂୟତର କୋଚିଆଖାଲ ଗ୍ରାମରେ।

ସୂଚନା ଅନୁଯାୟୀ କୋଚିଆଖାଲ ଗ୍ରାମର କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ ସରକାରୀ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ। ଯାହାକୁ ନେଇ ତାଙ୍କ ପଡୋଶୀଙ୍କ ସହ ବାରମ୍ବାର ବିବାଦ ଉପୁଜିଥିଲା। ଏବଂ ପଡୋଶୀ ଏହାକୁ ଭାଗିଂବା ପାଇଁ ଉଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇମାସ ତଳେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀଙ୍କ ଏକ ଘରକୁ ପ୍ରଶାସନ ଉଚ୍ଛେଦ କରିଥିଲେ।

ଅନୁରୂପ ଭାବେ ଆଜି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ସରକାରୀ ଗୋଚର ଯାଗାରେ କରିଥିବା ଦୋକାନ ଘରଟିକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ବେଗୁନିଆ ପୋଲିସ ସହ ସ୍ଥାନୀୟ ଆରଆଇ ଯାଇଥିଲେ। କିନ୍ତୁ ଦୋକାନ ଘରେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ ବେପାର କରି ଚଳୁଥିବାରୁ ଦୋକାନ ଭାଗିଂଲେ ଚଳିବୁ କିପରି କହିବା ସହ ଏପରି ଶହ ଶହ ଲୋକ ସରକାରୀ ଯାଗା ଜବରଦଖଲ କରି ଅଛନ୍ତି କହି ପ୍ରତିବାଦ କରିଥିଲେ।

ସେହିପରି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମିତା ପାଟ୍ଟଶାଣୀ ଉଚ୍ଛେଦ କରିବାକୁ ଆସିଥିବା ଅଧିକାରୀଙ୍କ ସାମ୍ନାରେ କୀଟନାଶକ ଔଷଧ ପିଇଥିଲେ। ତହସିଲଦାର, ଡାଳତୋଡା ଆରଆଇ , ବେଗୁନିଆ ଥାନା ଅଧିକାରୀଙ୍କ ଉପସ୍ଥି ରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିଲା।

ସଗେଂ ସଗେଂ ଖୋର୍ଦ୍ଧା ଏସଡିପିଓ ବେଗୁନିଆ ତହସିଲଦାର ମିତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭତ୍ତି କରିଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରାଯାଇଛି।

ସେପଟେ ତହସିଲଦାର ତାପସ ବିଶି କହିଛନ୍ତି କୃଷ୍ଣ ଚନ୍ଦ୍ର ଏକ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ ଏବଂ ଏହାକୁ ନେଇ ତାଙ୍କ ପଡୋଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆମେ ଜବଲଦଖଲ ଉଛେଦ ପାଇଁ ଯାଇଥିଲୁ। ଏବଂ ସେଠାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଆମେ ଜବରଦଖଲ କାର୍ଯ୍ୟକୁ ବର୍ତମାନ ପାଇଁ ସ୍ଥଗିତ ରଖିଛୁ। ସେପଟେ କୃଷ୍ଣ ଚନ୍ଦ୍ର ପାଟ୍ଟଶାଣୀ କହିଛନ୍ତି ମୁଁ ଗରିବ ଲୋକ ଗତ ଦୁଇମାସ ତଳେ ଗୋଟିଏ ଘର ଭାଗିଂଥିଲେ ଆଉ ଗୋଟିଏ ଘରେ ଦୋକାନ କରି ଚଳୁଛି ଏବେ କିପରି ଚଳିବି ବୋଲି ଭାରସାମ୍ୟ ହରାଇ ମୋ ସ୍ତ୍ରୀ ବିଷ ପିଇଛି ବୋଲି କହିଛନ୍ତି। ଏହି ଭଳି ଘଟଣା ଆଜି ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ବିକାଶ ପରିଷଦ ତରଫରୁ ଖୋର୍ଦ୍ଧାରେ ଏନିମିଆ ମୁକ୍ତ ଭାରତ ଅଭିଜାନ

ଖୋର୍ଦ୍ଧା: ରାଷ୍ଟ୍ରୀୟ ମହିଳା ଦିବସ ସପ୍ତାହ ଅବସରରେ ଭାରତ ବିକାଶ ପରିଷଦ ଖୋର୍ଦ୍ଧା ବରୁଣେଇ ଶାଖା ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ବାଲ ଓ ମହିଳା ବିକାଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଷଦ ସଭାପତି ଡ.ଅଜୟ ମିଶ୍ର ଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜିବୀ ଅଜିତ ପଟ୍ଟନାୟକ ମୁଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ଭାରତବର୍ଷ ଝାନସୀରାଣୀ, ଲକ୍ଷ୍ମୀବାଇ, ଜିଜାବାଈ ଙ୍କ ଭଳି ମହିୟସୀ ମହିଳାଙ୍କ ଦେଶ। ଏକ ସୁସ୍ଥ ସମାଜ ଗଠନ ରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଛି। ମହିଳାଙ୍କ ସମୃଦ୍ଧିରେ ହେବ ବିକଶିତ ଭାରତ। ସଭାପତିତ୍ବ ଭାଷଣରେ ମିଶ୍ର କହିଲେ ମହିଳାଙ୍କ ମଧ୍ଯରେ ଶକ୍ତି ଓ ସାମର୍ଥ୍ଯ ରହିଛି। ନିଜ ଅନ୍ତର୍ନିହିତ ପ୍ରତିଭା ବିକାଶ ଲାଗି ପରାମର୍ଶ ଦେଇଥିଲେ।

ପରିଷଦ ସଚିବ ଅଧ୍ୟାପିକା ପ୍ରବୀଣା ପଟ୍ଟନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ରେ ଏହି ଦିବସ ଆଭିମୁଖ୍ଯ କହିଥିଲେ। ସର୍ବ ଭାରତୀୟ ସ୍ତରରେ ପରିଷଦ ଏନିମିଆ ମୁକ୍ତ ଭାରତ ଅଭିଜାନ ଜାରି ରଖିଛି। ଏହି ଅବସରରେ ଖୋର୍ଦ୍ଧାରେ ଆଜି ଠାରୁ ଏହି ଅଭିଜାନ ଶୁଭାରମ୍ଭ ହୋଇଯାଇଛି ବୋଲି ପଟ୍ଟନାୟକ ସୂଚନା ଦେଇଛନ୍ତି। ସୁସ୍ଥ ମନରେ ସୁସ୍ଥ ଶରୀର। ସୁସ୍ଥ ପରିବେଶ ରୁ ସୁସ୍ଥ ସମାଜ ଗଠନ ହୋଇପାରିବ। ଏହିଅବସରରେ 30ରୁ ଉର୍ଦ୍ଧ୍ବ ମହିଳା ଓ କିଶୋରୀଙ୍କ ରକ୍ତ ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ପରିଷଦର ଅର୍ଥ ସଚିବ ରୋଜାଲିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଦସ୍ଯ ଶୁଶାନ୍ତ ମୋହନ ପଟ୍ଟନାୟକ, ସତ୍ଯ ନାରାୟଣ ବିଶୋଇ, ଦିଲୀପ ପୃଷ୍ଟି, ଅମରଜିତ ସିଂ ପ୍ରମୁଖ ସଂଯୋଜନା କରିଥିଲେ। ପରିଷଦର ସମସ୍ତ ସଦସ୍ଯ, ସଦସ୍ଯା ଓ ଏକାଧିକ ମହିଳା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଶିଶୁ ମାନଙ୍କ ମଧ୍ୟରେ ନିଶା ସେବନ ରୋକିବା ଏବଂ ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା ଶିବିର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଶିଶୁ ମାନଙ୍କ ମଧ୍ୟରେ ଡ୍ରଗ୍ଧ ଏବଂ ନିଶା ସେବନ ରୋକିବା ଏବଂ ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନ‌ତା ଶିବିର ଆଜି ଜିଲ୍ଲାପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ଜିଲ୍ଲାରେ କିପରି ବେନିୟମ ପୋଷ୍ୟ ସନ୍ତାନ ଗ୍ରହଣ ରୋକା ଯାଇପାରିବ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସମସ୍ତେ “କାରା’” ପୋର୍ଟାଲ ବ୍ୟବହାର କରିବା ଆବଶ୍ୟକ ବୋଲି ସମସ୍ତ ଅଧିକାରୀ ମାନଙ୍କୁ ସଚେତନ କରାଇଥିଲେ।

ସେହିପରି ଶିଶୁ ମାନଙ୍କ ମଧ୍ୟରେ ଡ୍ରଗ୍ମ ଏବଂ ନିଶା ସେବନ ରୋକିବା ପାଇଁ ମାନସିକ ରୋଗ ଚିକିତ୍ସକ ଡଃ ଆଲୋକ ଜ୍ୟୋତି ସାହୁ ପ୍ରାଞ୍ଜଳ ଭାବରେ ସମସ୍ତ ଅଧିକାରୀ ମାନଙ୍କୁ ସଚେତନ କରାଇଥିଲେ। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ଯକ୍ଷା ରଞ୍ଜିତା ପଣ୍ଡା, ଅତିରିକ୍ତ ଶିଶୁ ମଙ୍ଗଳ ଅଧ୍ୟକ୍ଷ ସାନ୍ତୁନୁ କୁମାର ଦାଶ, ଜିଲ୍ଲା ପଞ୍ଚାଯତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ, ଡଃ ଇନ୍ଦ୍ରାଣୀ ରଥ, କିଶୋର ନ୍ୟାୟ ପରିଷଦ ‌ର ସଭ୍ୟ ସନ୍ତୋଷ କୁମାର ସାହୁ, ଶିଶୁ ମଙ୍ଗଳ ସମିତି ର ସଭ୍ୟ ବ୍ରଜ କିଶୋର ମହାପାତ୍ର, ସଭ୍ୟ/ ସୁମିତାରାଣୀ ଘୋସ ଏବଂ ସମସ୍ତ ସି ଡି ପି ଓ ପ୍ରମୁଖ ଅଂଶଗ୍ରହଣ କରି ଉପରୋକ୍ତ ବିଷୟ ଉପରେ ସଚେତନ କରାଇଥିଲେ।

ଏହି ଶିବିରକୁ ଜିଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରୋବସନ ଅଧିକାରୀ ସୌମେନ୍ଦ୍ର ନାୟକ, ଅଶୋକ କୁମାର ସେଠୀ, ରଞ୍ଜନ କୁମାର ଗୋଛାୟତ, ମାନସ୍ପିନୀ ମହାପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଆସନ୍ତା ୧୦ ରୁ ବାତଜ୍ବର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ

ଖୋର୍ଦ୍ଧା: ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ସି ଡିଏମ୍ ଓ ଙ୍କ ଡ଼ିଟିୟୁ କକ୍ଷରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ସିଡିଏମଓ ଡଃ ରଘୁନାଥ ନାୟକ ପୌରହିତ୍ୟ କରିଥିବା ବେଳେ, ଏ ଡ଼ି ପି ଏଚ ଓ ଡଃ ଜୀବନ୍ତ ଆଚାର୍ଜି, ଭି ଵି ଡ଼ି ଡଃ ଶ୍ୟାମବନ୍ଧୁ ରାୟ, ସ୍ମୃତି ରଞ୍ଜନ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବାତଜ୍ଵର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ ବା M.D.A କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃୟାରି ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଗ୍ରାମାଚଂଳ ବେଗୁନିଆ ବ୍ଲକ୍‌ର ୨୧ଟି ପଂଚାୟତରେ ଅନୁଷ୍ଠିତ ହେବ। ଏହା ସହିତ ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ମ୍ୟୁନିସିପାଲିଟିର ୨୨ଟି ୱାର୍ଡ଼ ଓ ଭୁବନେଶ୍ଵର ମହାନଗର ନିଗମ ଅଚଂଳର ବରମୁଣ୍ଡା, ପୋଖରୀପୁଟ ଓ ଆଇଆରସି ଭିଲେଜର ୧୨ଟି ଓ୍ୱାର୍ଡ଼ ଯଥା ୧୫, ୫୦, ୫୧, ୬୩, ୪୬, ୫୨, ୫୩, ୬୨, ୨୫, ୨୭, ୨୮ ଓ ୩୭ ରେ ଅନୁଷ୍ଠିତ ହେବ।ଏଥିପାଇଁ ୧୧୩୩ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେଟର (DA) ନିୟୋଜିତ ହେବେ।

ପ୍ରତ୍ୟେକ ଡ୍ରଗ୍ ଆଡ଼ମିନିଷ୍ଟେଟର ୬୦ ରୁ ୭୦ ଘର ପାଇଁ ନିୟୋଜିତ ହେବେ। ୧୧୩୩ ଡ୍ରଗୁ ଆଡ଼ମିନିଷ୍ଟ୍ରେଟର ମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ୧୧୨ ସୁପରଭାଇଜର ମଧ୍ୟ ନିୟୋଜିତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନଓ୍ବାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ମହିଳା ଆରୋଗ୍ୟ ସମିତିର ସଭ୍ୟା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ଡ୍ରଗ୍ ଆଡ଼ମିନିଷ୍ଟ୍ରେଟର ଭାବରେ ନିୟୋଜିତ ହେବେ ଏବଂ ସେମାନଙ୍କ ଅଧୀନରେ ଥିବା ୬୦ ରୁ ୭୦ ଘରର ସଦସ୍ୟମାନଙ୍କୁ ଦ୍ଵାର ଦ୍ଵାର ବୁଲି ୧୦ରୁ ୧୯ ଫେବୃୟାରୀ ମଧ୍ୟରେ ଡିଇସି ଏବଂ Albendazole ବଟିକାର ଗୋଟିଏ ମାତ୍ରା ଖୁଆଇବେ।

ଏହା ସହିତ ଏହି କାର୍ଯ୍ୟକ୍ରମ ଉପରୋକ୍ତ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଅନୁଷ୍ଠିତ ହେବ। ଏହି ଔଷଧ ସଂପୂର୍ଣ୍ଣ ନିରାପଦ ଅଟେ ଓ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ କିନ୍ତୁ ଏହାକୁ ଖାଇବା ଦ୍ବାରା ମୁଣ୍ଡ ବୁଲାଇବା କିମ୍ବା ବାନ୍ତି ହେବାର ଲୋକମାନଙ୍କ ମନରେ ଥିବା ଧାରଣା ସଂପୂର୍ଣ୍ଣ ଭୁଲ ଅଟେ।

ଏହି ଔଷଧ ୨ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା ତଥା ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କୁ ଖାଇବାକୁ ବାରଣ କରାଯାଇଅଛି।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଉପରୋକ୍ତ ଅଂଚଳ ଗୁଡ଼ିକର ୩,୮୧,୧୯୨ ସର୍ବସାଧାରଣଙ୍କୁ ୯,୨୫,୦୦୦ ଡିଇସି ଓ ୩,୮୨,୦୦୦ Albendazole ବଟିକା ଯୋଗାଇ ଦିଆଯିବ।

ଏହି ଅଂଚଳର ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଥିବା ଔଷଧ ଖାଇବାକୁ ପ୍ରେସ୍ ମାଧ୍ୟମରେ ଅନୁରୋଧ କରାଯାଉଅଛି ତଥା ସ୍ୱେଚ୍ଛାସେବୀମାନଙ୍କ ସମ୍ମୁଖରେ ସେବନ କରିବା ପାଇଁ ପରାମର୍ଶ ଦିଆଯାଉଅଛି। ଏହି ଔଷଧ ଖାଲି ପେଟରେ ଖାଇବା ପାଇଁ ବାରଣ କରାଯାଇଅଛି।

Categories
ଆଞ୍ଚଳିକ

ଖୋର୍ଦ୍ଧାରେ ସୂଚନା ଅଧିକାର ନିୟମ ସଂପର୍କରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ କର୍ମଶାଳା

ଖୋର୍ଦ୍ଧା: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାର ଆଇନ ପ୍ରକଳ୍ପ ପରିଚାଳନା ୟୁନିଟ (RTI PMU) ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଭାସି ମାଧ୍ୟମରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ସୂଚନା ଅଧିକାର ଆଇନ ଅନିୟମ,୨୦୦୫ ର ଧାରା ୪ (୧) (ଖ ) ଅଧୀନରେ ପ୍ରୋ ଆକ୍ଟିଭ disclosure ବାଧ୍ୟତାମୂଳକ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ୧୦୦ ରୁ ଉର୍ଦ୍ଧ୍ୱ ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ଙ୍କ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ସୂଚନା ଅଧିକାର ଆଇନ ର ଡୋମେନ ଏକ୍ସପର୍ଟ ଶ୍ରୀହର୍ଷ ପରିଛା ଆଭାଷୀ ମାଧ୍ୟମରେ ଏହି ଶିବିରକୁ ପରିଚାଳନା କରିଥିଲେ। ଦୈନନ୍ଦିନ କାର୍ଯ୍ୟରୁ ବ୍ୟବହାରିକ ଉଦାହରଣ ମାଧ୍ଯମରେ ଶ୍ରୀ ପରିଚ୍ଛା ସୂଚନା ଅଧିକ ଆଇନ ର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଆବେଦନ ଗୁଡିକ ପରିଚାଳନା କରିବା ବେଳେ ସର୍ବଦା ନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନୁରୋଧ ଗୁଡିକର ଉତ୍ତର ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ଏବଂ ଧାରା ୪(୧) (ଖ)ର ନିୟମ ଗୁଡିକୁ ଏବଂ ଏହାର ପ୍ରଭାବକୁ ସ୍ପଷ୍ଟ କରିବା ନିମନ୍ତେ ଉପସ୍ଥିତ ପ୍ରଶିକ୍ଷକ ଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କ ର ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇ କର୍ମଶାଳା ପରିସମାପ୍ତି କରାଯାଇଥିଲା ।

Categories
ଆଞ୍ଚଳିକ

ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ବାମୀ: ଥାନାରେ ଅଭିଯୋଗ

ଖୋର୍ଦ୍ଧା: ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ମାଡ ଖାଇଲେ ଯୁବକ ଆଉ ମାଡ ମାରିଲେ ଖୋଦ ସରପଂଚଙ୍କ ସ୍ବାମୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶଗଡଭଙ୍ଗା ପଚାଂୟତରୁ ଏହିଭଳି ସାଙ୍ଘାତିକ ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ପଂଚାୟତରେ ଚାଲିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ ସମ୍ପର୍କରେ ସେହି ଗ୍ରାମର ସନ୍ତୋଷ କୁମାର ବେହେରା ତଥ୍ୟ ମାଗିଥିଲେ। ତେବେ ସୂଚନା ଅଧିକାର ଆଇନରେ କାହିଁକି ତଥ୍ୟ ମାଗିଛୁ କହି ଗତକାଲି ରାତିରେ ସନ୍ତୋଷଙ୍କୁ ସରପଞ୍ଚଙ୍କ ସ୍ୱାମୀ ଦୁର୍ଗା ଚରଣ ସ୍ୱାଇଁ ମାଡ଼ ମାରିଥିବା ଆଜି ସନ୍ତୋଷଙ୍କ ବାପା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷଙ୍କ ସାର୍ଟ ଚିରି ଛାତିକୁ ଆକ୍ରମଣ କରିଥିବାରୁ ସେ ଅସୁସ୍ଥ ହୋଇ ପ୍ରଥମେ ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ, କିନ୍ତୁ ସେଠାରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଆଜି ସନ୍ତୋଷଙ୍କ ଏକ୍ସରେ କରାଯାଇଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି।

ସେପଟେ କାହିଁକି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ଆକ୍ରମଣ କରାଯାଉଛି ଏବଂ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ସେହି ପଂଚାୟତର ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ। ସେହିପରି ଆମ ଓଡ଼ିଶା ନବୀନ ଓଡିଶା କାମରେ ସ୍ୱଚ୍ଛତା ରହୁନଥିବା ବେଳେ ଧରା ପଡିଯିବା ଭୟରେ ଏଭଳି ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି।

ସେହିପରି ବେଗୁନିଆ ନିର୍ଚାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡିଶା କାମକୁ ଅନେକ ସ୍ଥାନରେ ଦଳୀୟ ଭିତିରେ କର୍ମୀଙ୍କୁ ଦିଆହେଉଥିବା ବେଳେ ସରପଂଚଙ୍କ ବିନା ଜାଣତରେ କାର୍ଯ୍ୟ ହେଉଥିବା ବୋଲଗଡ ବ୍ଲକ ଧଳାପଥର ସରପଂଚ ନାରାୟଣ ସାହୁ ଅଭିଯୋଗ କରିଛନ୍ତି।

ସରପଞ୍ଚ ନାରାୟଣ ସାହୁଙ୍କ କହିବା ଅନୁଯାୟୀ ପଚାଂୟତକୁ ଆମେ ଲୋକମାନଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବେ ଭୋଟ ପାଇଁ ନିର୍ବାଚିତ ହେଲୁ, କିନ୍ତୁ ସରକାର ଅନେକ ଲୋକାଭିମୁଖୀ ଯୋଜନା କରୁଥିବା କହୁଛନ୍ତି କିନ୍ତୁ ବାସ୍ତବରେ ତାହା ଆମେ ଜାଣିପାରୁନୁ । ତାହା ଆମକୁ ଅନ୍ଧାର ରେ ରଖି କାର୍ଯ୍ୟ କରାଯାଉଛି। କେଉଁ ପ୍ରକଳ୍ପରେ କେତେ ଟଙ୍କା ବିନିଯୋଗ ହେଉଛି ତାହାର ସୂଚନା ବ୍ଲକ ଆମକୁ ଦେଉନି।

ସେହିଭଳି ଘଟଣା ସମ୍ପର୍କରେ ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ କହିଛନ୍ତି। କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ, ଯଦି କୌଣସି ଅଭିଯୋଗ ଆସେ ତେବେ ଘଟଣାର ତଦନ୍ତ କରାଯିବ ବୋଲି ବିଡିଓ କହିଛନ୍ତି।

ସେହିପରି ଶଗଡ଼ଭଙ୍ଗା ପଂଚାୟତର ସନ୍ତୋଷ ବେହେରା ସୂଚନା ଆଇନରେ ମାଗିଥିବା ତଥ୍ୟ ଆମେ ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବୁ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ।

ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ।

ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ ଚକ୍ରଵର୍ତ୍ତି ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ସୁସଜ୍ଜିତ ଖୋଲା ଜିପ୍ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପଡ଼ିଆରେ ପରିକ୍ରମା କରିଥିଲେ।

ପରେ ମଞ୍ଚରୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଭାଷଣରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତାଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ।

ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପ୍ୟାରେଡରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ୫୦ ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୭ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲେ। ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାର ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା 5ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ତିନିଗୋଟି ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଏହାପରେ କାରାଗାରରେ ଥିବା କଏଦୀମାନଙ୍କୁ ଏବଂ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ

ଖୋର୍ଦ୍ଧା: ଆଜି ଜିଲ୍ଲା ସ୍ତରୀୟ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳ ୯.୩୦ ମିନିଟ ସମୟରେ ଵିଜେବି ଉଚ୍ଚ ବିଦ୍ୟାଳୟ ପରିସର ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ ସୁ ଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସମସ୍ତ ଜନ ପ୍ରତିନିଧି, ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ବିଭିନ୍ନ ଵିଭାଗୀୟ ଅଧିକାରୀ ଯୋଗ ଦେବା ସହ ଏକ ରାଲିରେ ଜୟୀ ରାଜଗୁରୁ ଟାଉନ ହଲ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ଏଥିସହିତ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ବୈଠକ ପରିଚାଳନା କରିଥିଲେ। ଏହି ବୈଠକରେ ମୁଖ୍ୟ ବକ୍ତା ଭାବେ ସତ୍ୟବାଦୀ ବଳିୟାର ସିଂ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ଭୀମସେନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବକ୍ସି ଜଗବନ୍ଧୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା।

ଏହାପରେ ପାଇକମାନଙ୍କ ଉପରେ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରାଯାଇଥିଲା।