ଖୋର୍ଦ୍ଧା: ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ‘ବେଟି ବଚାଓ ବେଟି ପଢାଓ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ , ପୋଲିସ ସୁପରିଟେନ୍ଡେନ୍ଟ, ଏଡିଏମ ଜେନେରାଲ ଖୋର୍ଦ୍ଧା, ସିଡମ, ପିଏଚ୍ଓ ଖୋର୍ଦ୍ଧା, ଏସ୍ଏସଏସଓ, ଡବ୍ଲୁଇଓ, ବିଡିଓ, ଏବିଡିଓ, ଜିପିଡିଓ, ସମସ୍ତ ସିଡିପିଓ, ସିଡବ୍ଲୁସି ମେମ୍ବର, ଡ଼ାଲ୍ସା ର ଅଫିସର ସମସ୍ତ ହବ ଷ୍ଟାଫ , ପ୍ରୋଗ୍ରାମ ଅଫିସର ଏବଂ ଶକ୍ତି ସଦନ ର ସୁପରିଟେଣ୍ଡନ୍ଟ ମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସଫଳ ରୁପାନ୍ତରିକରଣକୁ ନେଇ ଖୋର୍ଦ୍ଧା ଏଡିମ୍ ଜେନେରାଲ ଗୁରୁତ୍ଵ ଦେଇଥିଲେ। ଉଦବୋଧନ ଦେବା ସହ ସେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କ ସହଯୋଗ ଦ୍ଵାରା ସବୁ ଦିଗ ପ୍ରତି କିପରି ଆଲୋକପାତ କରାଯାଇପାରିବ ସେହି ବିଷୟରେ କହିଥିଲେ। ବିଶେଷ କରି କନ୍ୟା ରତ୍ନକୁ ଯତ୍ନ କରିବା, ତାକୁ ସୁରକ୍ଷା ଦେବା ସହ ଭ୍ରୁଣ ହତ୍ୟାରୁ କିପରି ନିବୃତ ରହି ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା, ସେ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ଵ ଦେଇଥିଲେ।ପରିଶେଷରେ ଡିସି ହବ୍ ସମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।


