Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ
ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି।

ସୂଚନାଯୋଗ୍ୟଯେ, ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଶୁଭାରମ୍ଭ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ , ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ।

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସମୃଦ୍ଧ ଓଡିଶା’ର ସ୍ବର୍ଣ୍ଣିମ ଯାତ୍ରାରେ ଏକ ନୂତନ କିନ୍ତୁ ଗୁରୁତପୁର୍ଣ୍ଣ ଫର୍ଦ୍ଦ ଯୋଡି ହୋଇଗଲା। ବର୍ତ୍ତମାନ ଓଡିଶାରେ ଚାଲୁଥିବା ଦ୍ଵିତୀୟ ଶିଳ୍ପ ବିପ୍ଲବର ଏହା ହେଉଛି ବାସ୍ତବ ପ୍ରତିଫଳନ। ପ୍ରତିଶ୍ରୁତିରୁ କାର୍ଯ୍ୟାନ୍ବୟନ ଏବଂ ସମ୍ଭାବନାରୁ ସମୃଦ୍ଧି ଆଡ଼କୁ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆଗକୁ ବଢ଼ୁଛି। ଆମ ପ୍ରତିଶ୍ରୁତି, ଆମେ ନିଶ୍ଚୟ ପୂରଣ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦୁଇ-ତିନି ବର୍ଷ ମଧ୍ୟରେ ଓଡ଼ିଶା କେବଳ ସମ୍ଭାବନାର ରାଜ୍ୟ ହୋଇ ରହି ନାହିଁ, ବରଂ ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରିବା ଆରମ୍ଭ କରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଆମରାଜ୍ୟ ଏକ ପୂର୍ଣ୍ଣ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଉଭା ହେବ। ୫୯ ହଜାର ନୂଆ ନିଯୁକ୍ତି କୌଣସି ଦୃଷ୍ଟିକୋଣରୁ ଏକ ଛୋଟ ଉପଲବ୍‌ଧି ନୁହେଁ। ପୂର୍ବରୁ ଆମ ସରକାର ଏହି ୧୮-୨୦ ମାସ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ୧୦୯ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଯାହାଦ୍ୱାରା, ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ଆମକୁ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା, ସେଗୁଡ଼ିକ ଏବେ ଆମ ଖୋର୍ଦ୍ଧା ମାଟିରେ ତିଆରି ହେବ। ଏହି ସଫଳତା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ନିର୍ମିତ ସାମଗ୍ରୀ ବିଶ୍ଵ ବଜାରକୁ ଯିବ ଏବଂ ଆମ ଶିଳ୍ପ ବ୍ୟବସ୍ଥାକୁ ଆହୁରି ସ୍ଵାବଲମ୍ବୀ କରି ଗଢିତୋଳିବାରେ ସହାୟକ ହେବ। ଏହି ଶିଳ୍ପପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚଳିତ ବଜେଟରେ ଭିତ୍ତିଭୂମି ପାଇଁ ୭୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରାବଧାନ କରାଯାଇଛି ଯାହା ବର୍ତ୍ତମାନ ଆମ ରାଜ୍ୟ GDPର ପ୍ରାୟ ୬.୫ ପ୍ରତିଶତ। ଏହା ଦ୍ଵାରା ଭିତ୍ତିଭୂମି ନିର୍ମାଣ ତ୍ବରାନ୍ବିତ ହେବା ସହିତ ନୂତନ ରୋଜଗାର ସୃଷ୍ଟି ହେଉଛି ବୋଲି ସେ କହିଥିଲେ ।

ଓଡିଶାରେ ଗତ ୨୦ ମାସ ଧରି ଶିଳ୍ପ କ୍ଷେତ୍ରରେ ଏକ ନୂତନ ଦିଗ ଦେଖାଯାଇଛି ଏବଂ ବିଶେଷ କରି ୨୦୨୫ ଜାନୁଆରୀରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ୨୦୩୬ ପାଇଁ ଆଉ ୧୦ ବର୍ଷ ରହିଛି ଏବଂ ଏହି ୧୦ ବର୍ଷ ହେଉଛି ସମସ୍ତଙ୍କ ପାଇଁ ‘ସଂକଳ୍ପର ଦଶକ’। ଓଡିଆ ଅସ୍ମିତା ସହିତ ଅର୍ଥନୈତିକ ଉନ୍ନତିକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଆମର ଅର୍ଥନୀତି ଯେତେବେଳେ ଶକ୍ତିଶାଳୀ ହେବ ଏବଂ ଭିତ୍ତିଭୂମି ବିଶ୍ୱସ୍ତରୀୟ ହେବ, ସେତେବେଳେ ଓଡିଶାର ଅର୍ଥନୀତି ସମଗ୍ର ବିଶ୍ୱର ଅର୍ଥନୀତି ସହିତ ସଂଯୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶର ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପପତି ମାନଙ୍କ ସହ ଏକ ସ୍ୱତନ୍ତ୍ର ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେଇ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟରେ ଶିଳ୍ପ ଉନ୍ନତି ପାଇଁ ଓଡିଶା ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜମି, ବିଦ୍ୟୁତ୍, ପାଣି ଓ ଯୋଗାଯୋଗ ପରି ସମସ୍ତ ଆବଶ୍ୟକୀୟ ସୁବିଧା ପୂର୍ବରୁ ଆମ ସରକାର ଯୋଗାଇ ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଯୋଗାଇବ। ଏହା ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସମସ୍ତ ଅନୁମୋଦନ ସମୟତା ମଧ୍ଯ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କୌଣସି ସମସ୍ୟା ହେଲେ ଶିଳ୍ପପତିମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରି ସମାଧାନ ପାଇପାରିବେ ବୋଲି ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଥିଲେ।

ସାଧାରଣ ସଭା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରକଳ୍ପ ଗୁଡିକର ପ୍ରଦର୍ଶନୀ ବୁଲି ଦେଖିବା ସହିତ କମ୍ପାନୀର କର୍ମଚାରୀ ମାନଙ୍କ ସହିତ କଥା ହୋଇଥିଲେ ।

ଏହି ଅବସରରେ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଆଜିର ଏହି ଭିତ୍ତିଭୂମି ଏବଂ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଏକ ବିବିଧ, ସ୍ଥିର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। କଥାରେ କହିବା ଏବଂ ପ୍ରତିଶ୍ରୁତିକୁ ଯଥାର୍ଥତାରେ ପ୍ରତିଫଳନ କରିବା, ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟ। ଆଉ ଆମ ସରକାର ସବୁ କଥାକୁ କାମରେ କରି ଦେଖାଉଛି ବୋଲି ସେ କହିଥିଲେ। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ନିଜ ଅଭିଭାଷଣରେ କହିଥିଲେ ଯେ ୧୯ ମାସରେ ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସମସ୍ତ କାର୍ଯ୍ୟ , ଆମ ସରକାରଙ୍କ ଦୃଢ଼ ଶାସନ ଏବଂ ଶିଳ୍ପ ପାଇଁ ଓଡ଼ିଶାର ପ୍ରତିଷ୍ଠାକୁ ପ୍ରମାଣିତ କରୁଛି ।

ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଦାନୀ ପୋର୍ଟସ୍ ଏଣ୍ଡ୍ SEZ ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ କରନ୍ ଆଦାନୀ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ଏହା ସହିତ ଆଜି ଶିଳାନ୍ୟାସ ଓ ଉଦ୍ଘାଟନ ହେଉଥିବା ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Make in Odisha ଖୋର୍ଦ୍ଧା ଭୂଇଁପୁର ମୋହନ ମାଝୀ ଶିଳ୍ପାୟନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026
Latest News

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.