Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାକୁ ଆସିଲା ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ପ୍ରକଳ୍ପ, ନବୀନ କଲେ ଅନୁମୋଦନ

ଭୁବନେଶ୍ୱର : ଆଜି ଓଡିଶାକୁ ଆସିଛି ୧,୫୩,୦୭୪.୬୩ କୋଟି ମୂଲ୍ୟର ପୁଂଜି। ନିକଟରେ ହୋଇଥିବା ମେକ ଇନ ଓଡିଶା ସମ୍ମିଳନୀରେ ଆସିଥିବା ଶିଳ୍ପକୁ ଆଜି ମଂଜୁରୀ ମିଳିଛି। ଏହି ମଂଜୁରୀ ଓଡ଼ିଶା ସରକାରଙ୍କ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୦ ତମ ବୈଠକରେ ୯ ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ମୋଟ ୧,୫୩,୦୭୪.୬୩ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ମୋଟ ୨୭,୦୩୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏଥିରେ ସୌର ଶକ୍ତି ଏବଂ ଯନ୍ତ୍ରାଂଶ ଉତ୍ପାଦନ, ଧାତୁ ଏବଂ ଖଣିଜ ପଦାର୍ଥ, କାଗଜ ଏବଂ ଆଇଟି ଭିତ୍ତିଭୂମି ପରି ବିଭିନ୍ନ ବର୍ଗର ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ଢେଙ୍କାନାଳ, ଗଞ୍ଜାମ, ଜଗସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ।

ସବୁଜ ଶକ୍ତି ଏବଂ ଯନ୍ତ୍ରପାତି କ୍ଷେତ୍ରରେ ୪ ଟି ପ୍ରକଳ୍ପ, କାଗଜ ଶିଳ୍ପରେ ୨ ଟି ପ୍ରକଳ୍ପ, ଧାତୁ ଏବଂ ଖଣିଜ କ୍ଷେତ୍ରରେ ୨ ଟି ପ୍ରକଳ୍ପ ଏବଂ ଗୋଟିଏ ଆଇଟି ଭିତ୍ତିଭୂମି ବର୍ଗର ପ୍ରକଲ୍ପ ରହିଛି।

କମିଟ ACME Clean Energy Private Limited ପ୍ରସ୍ତାବକୁ ଅନୁମୋଦନ କରିଛି, ଯାହା ଓଡିଶାରେ ୫୮,୨୦୯.୧୩ କୋଟି ଟଙ୍କା ବିନିଯୋଗ କରିବ। ଏହା ୧.୧ ମିଲିୟନ MT କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ସ୍ଥାପନ କରିବ।

ସେହିପରି ଏହି କଂପାନୀ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୪୫୦୦ ମେଗାୱାଟର ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଏହି କଂପାନୀ ରାଜ୍ୟରେ ପ୍ରାୟ ୩,୪୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସେହିପରି ଗଞ୍ଜାମ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ Avaada Green H2 Private Limited ପ୍ରସ୍ତାବକୁ ମଧ୍ୟ କମିଟ ଅନୁମୋଦନ କରିଛନ୍ତି। ଯାହା ୨୩,୫୦୦ କୋଟି ଟଙ୍କା ପୁଂଜି ନିବେଶ କରିବ। ଏହା ଦ୍ବାରା ରାଜ୍ୟରେ ପ୍ରାୟ ୧,୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି କଂପାନୀ କହିଛି।

ଦୁଇଟି ଗ୍ରୀନ୍ ଏନର୍ଜି ଏବଂ ଯନ୍ତ୍ରପାତି ଉତ୍ପାଦନ ପ୍ରକଳ୍ପକୁ ମଧ୍ୟ କମିଟି ଅନୁମୋଦନ କରିଛି। ଏହି ଦୁଇଟି କଂପାନ ହେଲା Renew EFuels Private Limited (REFPL) and Ocior Energy Private Limited। ଏହି ଦୁଇ କଂପାନୀ ଓଡିଶାର ମୋଟ ୩,୩୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇବ ବୋଲି ଜଣାପଡିଛି। ଏହି ଦୁଇ କଂପାନୀ ମୋଟ ୨୭୨୦୦ କୋଟି ଟଙ୍କା ପୁଂଜି ବିନିଯୋଗ କରିବେ।

REFPL ୧.୦୯ ନିୟୁତ MT କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିୟା ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ, ଓସିଅର୍ ଏନର୍ଜି ପ୍ରାଇଭେଟ ଲିମିଟେଡ୍ ପ୍ରସ୍ତାବରେ ୧ ମିଲିୟନ୍ MT କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିୟା ପ୍ଲାଣ୍ଟ ସ୍ଥାପନ କରିବ।

ସେହିପରି ପେପର ସେକ୍ଟରରେ ୨ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେ ଦୁଇଟି ହେଲେ Bank Note Paper Mill India Private Limited ଏବଂ Deevyashakti India Private Limited। ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୫୦୦ କୋଟି ବିନିଯୋଗରେ ବାଲେଶ୍ବରରେ ଏକ ବ୍ୟାଙ୍କ ନୋଟ୍ ପେପର ୟୁନିଟ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି, ଯାହା ୮୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅନ୍ୟପକ୍ଷରେ, ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ଏକ ଇଣ୍ଟିଗ୍ରେଟେଡ୍ ପଲ୍ପ ଏବଂ ପେପର ମିଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଯେଉଁଥିରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହେବା ସହିତ ରାଜ୍ୟର ପ୍ରାୟ ୩୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଧାତୁ ଏବଂ ଖଣିଜ କ୍ଷେତ୍ର କ୍ଷେତ୍ରରେ ୨ ଟି ବୃହତ ପ୍ରକଳ୍ପକୁ କମିଟ ଅନୁମୋଦନ କରିଛନ୍ତି ଯାହା ସମୁଦାୟ ଓଡିଶାର ପ୍ରାୟ ୧୨,୫୦୦ ଲୋକଙ୍କୁ ନିଯୁକ୍ତି ଯୋଗାଇବ ବୋଲି ଆଶା କରାଯାଉଛି। Arcelor Mittal Nippon Steel India Ltd ଜଗତସିଂହପୁରରେ ୭,୦୦୦ MTPA ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୮,୦୦୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ଏହା ରାଜ୍ୟରେ ୧୧,୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ସେହିପରି Rungta Metals Private Limited (RMPL) ତାହାର  ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର କ୍ଷମତା ବୃଦ୍ଧି କରିବ।  ଏଥିରେ ୧୧୪୦ କୋଟି ଟଙ୍କା ବିନିଯୋଗ କରାଯିବ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଥିବା ୦.୫ MTPA ରୁ ୧ MTPA କୁ ବିସ୍ତାର କରିବ।

ଆଇଟି ଏବଂ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ, My Home Constructions Private Limited ପ୍ରସ୍ତାବକୁ କମିଟ ଅନୁମୋଦନ କରିଛି। ଏହା ଭୁବନେଶ୍ବରରେ ଆଇଟି କ୍ଷେତ୍ରରେ ଆଧୁନିକ ସୁବିଧା ଥିବା ଭିତ୍ତିଭୂମି ବିକାଶ କରିବ। ଏଥିରେ ୧,୫୨୫.୫୦ କୋଟି ବିନିଯୋଗ ସହିତ ଏହି ପ୍ରକଳ୍ପରେ ୨୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଜଣାପଡିଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମେକ୍ ଇନ୍ ଓଡିଶା କନକ୍ଲେଭରେ ଗଣମାଧ୍ୟମ ସଂପାଦକଙ୍କ ‘ଉଦ୍ୟୋଗରୁ ଉନ୍ନତି’ ଆଲୋଚନାଚକ୍ର

ଭୁବନେଶ୍ୱର: ଆଜି ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ “ଉଦ୍ୟୋଗରୁ ଉନ୍ନତି” ପ୍ରସଙ୍ଗ ଉପରେ ବିଭିନ୍ନ ବୈଦ୍ୟୁତିକଓ ମୁଦ୍ରଣ ଗଣମାଧ୍ୟମର ସଂପାଦକ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ( ଏଡିଟର୍ସ ରାଉଣ୍ଡ ଟେବୁଲ) ଅନୁଷ୍ଠିତ ହୋଇଥିଲା।

ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏହି ଆଲୋଚନା ଚକ୍ରକୁ ପରିଚାଳନା କରି ‘ଉଦ୍ୟୋଗରୁ ଉନ୍ନତି’ ସଂପର୍କରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ସଂପାଦକ ତଥା ଅତିଥି ବକ୍ତାମାନଙ୍କ ଠାରୁ ମତାମତ ଲୋଡିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉଦ୍ୟୋଗରୁ ଉନ୍ନତି ତଥା ଶିଳ୍ପାୟନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଶିଳ୍ପାୟନ ପାଇଁ ଉପଯୁକ୍ତ ଜମି, ଶ୍ରମିକ, ପୁଞ୍ଜି, ଦକ୍ଷ ମାନବ ସଂବଳ, ବୈଷୟିକ ଜ୍ଞାନକୌଶଳ ଯେପରି ଆବଶ୍ୟକତା ରହିଛି, ସେହିପରି ବଳିଷ୍ଠ ଶିଳ୍ପନୀତି ଓ ଶିଳ୍ପାନୁକୂଳ ବାତାବରଣର ଆବଶ୍ୟକତା ରହିଛି, ଯାହାକୁ ଗୁରୁତ୍ୱ ଦିଆଯାଇ ଆମ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ଭାବେ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମରେ ନ୍ୟୁଜ-୧୮ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ନରେନ୍ଦ୍ର ଜେନା ଯୋଗଦେଇ କହିଲେ ଯେ, ଓଡିଶାର ଇତିହାସ, ରାଜ୍ୟରବାଣିଜ୍ୟିକ ଐତିହ୍ୟ ଏବଂ ଉଦ୍ୟୋଗ ସହିତ ଶହ ଶହ ବର୍ଷ ବର୍ଷ ଧରି ଯୋଡି ହୋଇରହିଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଔଦ୍ୟୋଗିକତା ବିଷୟକୁ ପାଠ୍ୟ ଖସଡାରେ ସାମିଲ କରିବାକୁ ଶ୍ରୀ ଜେନା ପ୍ରସ୍ତାବ ରଖିଥିଲେ।

ସକାଳ ଦୈନିକ ଖବରକାଗଜର ସଂପାଦକ ଶ୍ରୀ ଉମାକାନ୍ତ ମିଶ୍ର ଯୋଗଦେଇ ମେକ୍ ଇନ୍ ଓଡିଶା-୩.୦ ଆୟୋଜନକୁ ପ୍ରଶଂସା କରି କହିଲେ ଯେ, ରାଜ୍ୟ ସରକାର ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ବଡ ଧରଣର ରଣନୀତି ଆରମ୍ଭ କରିଛନ୍ତି। ଗତକାଲି ସୁଦ୍ଧା ଗୋଟିଏ ଦିନରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା ଅତ୍ୟନ୍ତ ଉତ୍ସାହଜନକ। ଗଣମାଧ୍ୟମର ଶକ୍ତିକୁ ଔଦ୍ୟୋଗିକ ବିକାଶରେ ପ୍ରମୁଖ ଅଂଶୀଦାର ଭାବେ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ମତ ରଖିଥିଲେ।

କନକ ନ୍ୟୁଜ୍ ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ମନୋରଂଜନ ମିଶ୍ର ଯୋଗଦେଇ କହିଲେ ଯେ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସମସ୍ତଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଲୋଡା। ଉଦ୍ୟୋଗୀ ମନୋଭାବକୁସବୁସ୍ତରରେ ସମର୍ଥନ କରାଯିବା ଆବଶ୍ୟକ । ଆମର ଔଦ୍ୟୋଗିକ ସଂସ୍କୃତି ପ୍ରସ୍ତୁତି ହେବାର ଜରୁରୀ ଆବଶ୍ୟକତା ରହିଛି। ଉପାନ୍ତ ଅଂଚଳରେ ଶିଳ୍ପାୟନକୁ ଗୁରୁତ୍ୱ,ପଞ୍ଚାୟତକୁ ଶିଳ୍ପାୟନର ଏକକ ୟୁନିଟ୍ ଭାବେ ନେବା ସହିତ ଗାଁ ଗହଳିର ପିଲାମାନଙ୍କୁ ଶିଳ୍ପାୟନ ସହିତ ଯୋଡିବା ସଂପର୍କରେ ଶ୍ରୀ ମିଶ୍ର ମତ ରଖିଥିଲେ।

କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଶିଳ୍ପାୟନ ରାଜ୍ୟ ତଥା ଦେଶରଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିଥାଏ, ଯାହାକି ସାମାଜିକ ବିକାଶ, ଆଂଚଳିକ ବୈଷମ୍ୟ ଦୂର କରି ସମତୁଲ ବିକାଶରେ ସହାୟକ ହୋଇଥାଏ।

ଓଡିଶା ଭାସ୍କର ଦୈନିକ ଖବର କାଗଜର ସଂପାଦକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ରତ୍ନଗର୍ଭା ଆମ ଓଡିଶା, ପ୍ରାକୃତିକ ସମ୍ପଦରେ ଭରପୁର । ଶିଳ୍ପାୟନ କ୍ଷେତ୍ରରେ ବିଜୁବାବୁଙ୍କର ଉଦାହରଣ ସହ ଦେଶ ବିଦେଶର କେତେକସଫଳ ଶିଳ୍ପପତିମାନଙ୍କର ଔଦ୍ୟୋଗିକ ଜୀବନ ସଂପର୍କରେ ଉଦାହରଣ ଦେଇ ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପବଦ୍ଧ ପ୍ରୟାସ ଦ୍ୱାରା କିପରି ଔଦ୍ୟୋଗିକ ସଫଳତା ମିଳିପାରିବ ,ସେ ସଂପର୍କରେ ପ୍ରକାଶ କରିଥିଲେ ।

ପ୍ରମେୟ-ଦୈନିକ ଖବର କାଗଜର ସଂପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ କହିଲେ ଯେ, ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ, ଓଡିଶାରେ ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ନିଆରା ସୁଯୋଗ ଦେଇଛି । ଦୃତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଓଡିଶା ଏବେ ଆଗକୁ ବଢୁଛି। ପ୍ରଗତିଶୀଳ ଶିଳ୍ପନୀତି, କୁଶଳୀ ମାନବ ସଂବଳ, ଶିଳ୍ପାନୁକୂଳ ବାତାବରଣ ଏବଂ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଦିଗରେ ସରକାରୀତତ୍ପରତା ଏ ଦିଗରେ ସହାୟକ ହୋଇପାରିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହିତ, ବିଭିନ୍ନ ଜିଲ୍ଲାରେ ଗ୍ରାମୀଣ ଶିଳ୍ପର ବିକାଶ ଦିଗରେ ଅଧିକ ପ୍ରଚେଷ୍ଠା ରହିବା ଉପରେ ମତ ରଖିଥିଲେ।

ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅଭିଭାଷଣରେ ସମ୍ବଳ,ଶିକ୍ଷା, ଓ ପ୍ରାକୃତିକ ସଂପଦର ବିନିଯୋଗ କରି ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିବା ସହିତ ଏ ଦିଗରେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ପ୍ରାରମ୍ଭରେ ଓଡିଶାରେ ଶିଳ୍ପ ପାଇଁ ଉପଲବ୍ଧ ଭିତ୍ତିଭୂମି, କୁଶଳୀ ମାନବସଂବଳ ଏବଂ ଔଦ୍ୟୋଗିକ ବିକାଶର ସମ୍ଭାବନା ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଲୋଚନା ଚକ୍ର ପରିଶେଷରେ ଅତିଥିବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବେଙ୍ଗୁଲୁରୁରେ ଆୟୋଜିତ ହେଲା ଇନଭେଷ୍ଟରସ ମିଟ, ନିବେଶକଙ୍କୁ ଆମନ୍ତ୍ରିତ କଲେ ନବୀନ

ବେଙ୍ଗାଲୁରୁ/ ଭୁବନେଶ୍ବର: ଓଡିଶା ସରକାର ଏବଂ ଫିକି ସହଯୋଗରେ ଆଜି ଓଡିଶା ଇନଭେଷ୍ଟରସ ମିଟ୍ ବେଙ୍ଗାଲୁରୁରେ ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ବଡ ପ୍ରତିନିଧି ଦଳ ବେଙ୍ଗାଲୁରୁ ଗସ୍ତ କରିଥିଲେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ।ଏହି ବୈଠରେ ପ୍ରାୟ ୪୦୦ ନିବେଶକାରୀ ଯୋଗ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଗତ ଦଶନ୍ଧି ମଧ୍ୟରେ ଜାତୀୟ ହାରଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆମର ପ୍ରାକୃତିକ ସମ୍ପଦର ସୁବିଧା ଏବଂ ରଣନୈତିକ ଅବସ୍ଥାନ ହେତୁ ଆମେ ଭାରତର ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ଉଦୀୟମାନ ହେଉଛୁ।

ଓଡିଶାର ପ୍ରଚୁର ପ୍ରାକୃତିକ ସମ୍ପଦ, କୁଶଳୀ ଏବଂ ଉତ୍ପାଦନକାରୀ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଦୃଢ ଫଳାଫଳ-ଆଧାରିତ ଶାସନ ଏକ ନିଆରା ଇକୋସିଷ୍ଟମ ଯୋଗାଉଛି। ଜୀବନ୍ତ ଉତ୍ପାଦନ ପୁଞ୍ଜିନିବେଶ ଦୃଷ୍ଟିରୁ ଆଜି ଓଡିଶା ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି ଏବଂ ଭାରତ ସରକାରଙ୍କ ଦ୍ବାରା ବ୍ୟବସାୟିକ ମୂଲ୍ୟାୟନ ଭାବେ ପ୍ରକାଶ ପାଇଛି।

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ ବ୍ୟବସାୟ ନେତୃତ୍ୱଙ୍କ ସହିତ ଆଲୋଚନା, ସେକ୍ଟରାଲ୍ ଅଧିବେଶନ, ଷ୍ଟାର୍ଟ ଅପ୍ ଅଧିବେଶନ, ଏବଂ ମହିଳା ଉଦ୍ୟୋଗୀ ଅଧିବେଶନ, ସାଂସ୍କୃତିକ କାର‌୍ୟ୍ୟକ୍ରମ ସହିତ ନିବେଶକ ଏବଂ ଜନସାଧାରଣଙ୍କ ପାଇଁ ୫ ଦିନ ଧରି ଆୟୋଜିତ ହୋଇଆସୁଛି। ଷ୍ଟାର୍ଟ ଅପ୍ ବିଷୟରେ ସେ ଓ-ହବ୍ ଏବଂ ଓଡିଶା ଇନୋଭେସନ୍ ଫଣ୍ଡ ପ୍ରତିଷ୍ଠା ବିଷୟରେ ମଧ୍ୟ କହିଥିଲେ।

ରାଜ୍ୟ ଭିତ୍ତିକ ଷ୍ଟାର୍ଟଅପ୍ ମାନଙ୍କୁ ବିଶ୍ୱ ସ୍ତରୀୟ ଇନକ୍ୟୁବେସନ ଏବଂ ସହ-କାର‌୍ୟ୍ୟ ସୁବିଧା ଯୋଗାଇବା ପାଇଁ ଆମେ ଭୁବନେଶ୍ୱରରେ ଓଡିଶା ଷ୍ଟାର୍ଟ ଅପ୍ ହବ୍ (ଓ-ହବ୍) ପ୍ରତିଷ୍ଠା କରିଛୁ। ତୃଣମୂଳ ସ୍ତରର ଉଦ୍ଭାବନକୁ ସମର୍ଥନ କରିବା ପାଇଁ ଆମେ ଓଡିଶା ଯୁବ ଇନଭେସନ ପାଣ୍ଠି ମଧ୍ୟ ସ୍ଥାପନ କରିଛୁ, ଯାହା ମୁଖ୍ୟତଃ ବୈଷୟିକ ସମାଧାନ ଏବଂ ବିଭିନ୍ନ କ୍ଷେତ୍ରର ଯୁବକମାନଙ୍କ ଦ୍ୱାରା ସଫଳ ବ୍ୟବସାୟ ମଡେଲର ବିକାଶ ଅଟେ ବୋଲି ନବୀନ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ଶିଳ୍ପାୟନର ଏକ ନୂତନ ଯୁଗରେ ପ୍ରବେଶ କରୁଛୁ ଏବଂ ଟେକ୍ନୋଲୋଜିର ଅଗ୍ରଗତି ଏବଂ ସ୍ଥିରତାର ଦର୍ଶନ ଦ୍ୱାରା ପ୍ରବର୍ତ୍ତିତ, କ୍ରମାଗତ ଅଭିବୃଦ୍ଧି ନିଶ୍ଚିତ କରିବାକୁ ସରକାର, ଶିଳ୍ପ ଏବଂ ଲୋକଙ୍କ ମଧ୍ୟରେ ମିଳିତ ସହଯୋଗ ଆବଶ୍ୟକ। ଦୁଇ ଦଶନ୍ଧି ଧରି ରାଜ୍ୟରେ ସ୍ଥିର ଶାସନ, ଇଓଡିବି ର଼୍ୟାଙ୍କିଙ୍ଗରେ ଓଡିଶାର ସ୍ଥିତି, ବ୍ୟବସାୟ କରିବାର ପ୍ରତିଯୋଗିତାମୂଳକ ମୂଲ୍ୟ, ପୁଞ୍ଜି ବିନିଯୋଗ ସୁବିଧା, ଶ୍ରେଷ୍ଠ ଶ୍ରେଣୀର ପ୍ରୋତ୍ସାହନ ଏବଂ ଉଚ୍ଚଶିକ୍ଷିତ ମାନବ ସମ୍ବଳ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ରାଜ୍ୟ ଅନ୍ୟମାନଙ୍କ ତୁଳନାରେ ଏକ ଭିନ୍ନ ପ୍ରତିଯୋଗିତାମୂଳକ ସୁବିଧା ହାସଲ କରେ। ସେ ବିଭିନ୍ନ ଶିଳ୍ପ ପାର୍କ ଏବଂ ଅଞ୍ଚଳଗୁଡିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଯାହା ବିଭିନ୍ନ କ୍ଷେତ୍ରର ନିବେଶକମାନଙ୍କୁ ଶ୍ରେଷ୍ଠ ଶ୍ରେଣୀର ସୁବିଧା ଯୋଗାଇବା ପାଇଁ ଓଡିଶା ସରକାର ବିକଶିତ କରିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ପୂର୍ବାଞ୍ଚଳ ଏବଂ ଉତ୍ତର-ପୂର୍ବ ଭାରତ ବଜାରର ଅନ୍ୟ ଅଞ୍ଚଳ ଅପେକ୍ଷା ଦ୍ରୁତ ଅଭିବୃଦ୍ଧି ପଥରେ ଅଛି। ଏହି ବଜାରଗୁଡିକୁ ପୂରଣ କରିବା ପାଇଁ ଓଡ଼ିଶା ଶିଳ୍ପଗୁଡିକୁ ସର୍ବୋତ୍ତମ ସୁବିଧା ଯୋଗାଇ ଦିଆଯାଇଥାଏ। ସେଠାରେ ଉପସ୍ଥିତ ଥିବା ଶିଳ୍ପପତିଙ୍କୁ ନିମନ୍ତ୍ରଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ ଏଥର ୩୦ ନଭେମ୍ବରରୁ ୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।  ମୁଁ ସମସ୍ତ ଅତିଥୀଙ୍କୁ ଅନୁରୋଧ କରିବି ଯେ, ମେକ୍ ଇନ୍ ଓଡିଶାରେ ଦୟାକରି ଅଂଶଗ୍ରହଣ କରନ୍ତୁ ଏବଂ ଓଡିଶାର ଏହି ପରିବର୍ତ୍ତନଶୀଳ ଯାତ୍ରାରେ ଅଂଶୀଦାର ହୋଇ ସହଯୋଗର ହାତ ବଢାନ୍ତୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୬ ରେ ଏହା ସାଧାରଣ ଭାବେ ଏହି କନକ୍ଲେଭ ଆରମ୍ଭ କରାଯାଇଥିଲା। ସେତେବେଳେ ୧୮,୫୦୦ ଜଣଙ୍କ ଉପସ୍ଥିତି ଦେଖାଯାଇଥିଲା ଏବଂ ୧୨୦ ରୁ ଅଧିକ ପୁଞ୍ଜି ବିନିଯୋଗ ଗ୍ରହଣ କରାଯାଇଥିଲା। ଯାହାର ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ହେବ।

ସେହିପରି ୨୦୧୮ ରେ, ଆମେ ଦ୍ୱିତୀୟ ସଂସ୍କରଣ ଆୟୋଜନ କଲୁ ଯାହା ପୂର୍ବ ଅପେକ୍ଷା ଆହୁରି ଅଧିକ ହୋଇପାରିଲା। ଏଥିରେ ୪୫,୦୦୦ ଜଣଙ୍କ ଉପସ୍ଥିତି ହୋଇଥିଲା। ଏଥିସହିତ ୪ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ଆସିପାରିଥିଲା। ଏହି ୪ ଲକ୍ଷ କୋଟି ସେହି ବର୍ଷର ଇଭେଣ୍ଟର ଏକ ବଡ଼ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚଳିତ ବର୍ଷ ମଧ୍ୟ ଆପଣମାନେ ସହଯୋଗ କରି ଏହି ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେଲେ ଏହି ପୁଞ୍ଜିର ପରିମାଣ ଯଥେଷ୍ଠ ବୃଦ୍ଧି ପାଇପାରିବ। ଆମେ ଚାହୁଁଛୁ ଆପଣ ସମସ୍ତେ ଓଡିଶାର ଅଭିବୃଦ୍ଧିରେ ଅଂଶୀଦାର ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଫିକି କର୍ଣ୍ଣାଟକ ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀ କେ ଉଲାସ କାମଥ ଏହି ସମାବେଶକୁ ସ୍ୱାଗତ କରିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ଏକ ବରିଷ୍ଠ ଅଧିକାରୀ ଦଳ ବେଙ୍ଗାଲୁରୁରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ। ରାଜ୍ୟର ଫ୍ଲାଗସିପ୍ ପୁଞ୍ଜି ବିନିଯୋଗ ସମ୍ମିଳନୀ, ମେକ୍ ଇନ୍ ଓଡିଶା କନକ୍ଲେଭ ୨୨ ଯୋଗ ଦେବାକୁ ସେ ମଧ୍ୟ ନିମନ୍ତ୍ରଣ କରିଥିଲେ।

ଏହି କାର‌୍ୟ୍ୟକ୍ରମରେ ଶିଳ୍ପ,ଏମଏସଏମଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା,  ଇପିକଲ ଚେୟାରମ୍ୟାନ୍, ପ୍ରଯୁକ୍ତି ଓ ଆଇଟି ବିଭାଗ ସଚିବ ଶ୍ରୀ ମନୋଜ କୁମାର ମିଶ୍ର,  ଷ୍ଟାର୍ଟ ଅପ୍ ଓଡିଶାର କାର‌୍ୟ୍ୟନିର୍ବାହୀ ଚେୟାରମ୍ୟାନ୍ ଡ ଓମକର ରାୟ, ଶ୍ରୀ କେ ଉଲାସ କାମାଥ, ଚେୟାରମ୍ୟାନ୍, ଏଫସିଆଇ କର୍ଣ୍ଣାଟକ ରାଜ୍ୟ ପରିଷଦ ତଥା ଶିଳ୍ପ ବିଭାଗ ତଥା ଆଇପିଓକୋଲର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବେଙ୍ଗଲୁରୁରେ ଇନଭେଷ୍ଟରସ ମିଟ୍: ନବୀନଙ୍କୁ ଭେଟିଲେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀ

ଭୁବନେଶ୍ୱର/ବେଙ୍ଗଲୁରୁ: ଓଡିଶା ସରକାରଙ୍କ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଶକ ସଭାରେ ଯୋଗ ଦେବାକୁ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ବା FICCI ର ମିଳିତ ସହଯୋଗରେ ଓଡ଼ିଶା ସରକାର 28 ସେପ୍ଟେମ୍ବର 2022 ରେ ବେଙ୍ଗାଲୁରୁରେ ଓଡିଶା ନିବେଶକଙ୍କ ବୈଠକ ଆୟୋଜନ କରୁଛନ୍ତି। ଏହା ପୂର୍ବରୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ।

ବୁଧବାର ଦିନ ସଂଧ୍ୟାରେ ବେଙ୍ଗାଲୁରୁର ହୋଟେଲ ତାଜ ୱେଷ୍ଟ ଏଣ୍ଡରେ ଓଡିଶା ଏହି ନିବେଶକ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ପାଞ୍ଚଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗଦେବେ ବୋଲି ଆଶା କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ସମ୍ବୋଧିତ କରିବେ ଏବଂ ରାଜ୍ୟର ଫ୍ଲାଗସିପ୍ ନିବେଶକ ସମ୍ମିଳନୀ, “ମେକ୍ ଇନ୍ ଓଡିଶା କନକ୍ଲେଭ 2022” ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇବେ।

ଏହି ପ୍ରତିନିଧୀ ଦଳରେ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଚେୟାରମ୍ୟାନ୍ ଇଡିକୋ, ଚେୟାରମ୍ୟାନ୍-ଆଇପିକୋଲ୍, ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଏବଂ ଷ୍ଟାର୍ଟ ଅପ୍ ଓଡିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ ଓମକାର ରାୟ ଯୋଗଦେବେ।

ଏହାକୁ ଆୟୋଜନ କରିବା ପଛରେ ଉଦ୍ଦେଶ୍ୟ ହେଉଛି ସମ୍ଭାବ୍ୟ ନିବେଶକଙ୍କୁ ଓଡିଶାର ବିଭିନ୍ନ ବ୍ୟବସାୟ ଅନୁକୂଳ ଇକୋସିଷ୍ଟମ ପ୍ରଦର୍ଶନ କରିବା। ଏଥିସହିତ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଦିନକୁ ଦିନ ବଢୁଥିବା ଚାହିଦା ପୂରଣ କରିବା ପାଇଁ ଓଡିଶାରେ ପୁଞ୍ଜି ବିନିଯୋଗ ନିମନ୍ତେ ବିପୁଳ ସମ୍ଭାବନା ସଂପର୍କରେ ସେମାନଙ୍କୁ ଅବଗତ କରାଇବା।

ଏହି ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା ପରି ଓଡିଶାରେ ପୁଞ୍ଜି ବିନିଯୋଗର ସମ୍ଭାବନା ବିଷୟରେ ଆଲୋଚନା କରାଯିବ। ପୂର୍ବାଞ୍ଚଳରେ ନୂତନ ଉତ୍ପାଦ ଏବଂ ସେବାଗୁଡିକର କ୍ରମାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସେକ୍ଟରଗୁଡିକରେ ସମ୍ଭାବ୍ୟ ନିବେଶକଙ୍କ ସହ ୱାନ ଟୁ ୱାନ ବୈଠକ ମଧ୍ୟ କରାଯିବ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଓଡିଶାରେ ଶ୍ରେଷ୍ଠ ଶ୍ରେଣୀର ବିନିଯୋଗ ସୁବିଧା ପାଇଁ ନିଶ୍ଚିତ କରିଥିଲେ। ରାଜ୍ୟର ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ନେଇଥିବା ପ୍ରମୁଖ ବ୍ୟବସାୟ କେନ୍ଦ୍ରିକ ସଂସ୍କାର ଆଗ୍ରହୀ ବ୍ୟବସାୟୀମାନଙ୍କୁ ଏକ ବ୍ୟବସାୟିକ ପରିବେଶ ତଥା ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାକୁ ଆଗ୍ରହୀ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲା।

ଆଜି ଅନୁଷ୍ଠିତ ଗଭର୍ଣ୍ଣମେଣ୍ଟ-ଟୁ-ବିଜନେସ୍ (G2B) ବୈଠକରେ ବହୁ ବିଶିଷ୍ଟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଶିଳ୍ପପତି ତଥା ୱିପ୍ରୋର ପୂର୍ବତନ ଚେୟାରମ୍ୟାନ୍ ଶ୍ରୀ ଅଜିମ୍ ପ୍ରେମଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏଥିସହିତ ଅନ୍ୟ କେତେକ ପ୍ରମୁଖ ନିବେଶକ ଯେଉଁମାନେ ପ୍ରତିନିଧୀଙ୍କ ସହିତ ଗୋଟିଏ ପରେ ଗୋଟିଏ G2B ବୈଠକ କରିଥିଲେ ସେମାନେ ହେଲେ

1- ଗୋଲଡେନ୍ ହ୍ୟାଚେରୀ ଲିମିଟେଡ୍ ଶ୍ରୀ ସୟଦ ଫାହାଦ୍, ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ

2- 91 ସ୍ପ୍ରିଙ୍ଗବୋର୍ଡ ଶ୍ରୀ ବରୁଣ ଚାୱଲା ଏବଂ ଶ୍ରୀ ପ୍ରଣୟ ଗୁପ୍ତା, ସହ-ପ୍ରତିଷ୍ଠାତା

3 ଡୋଡଲା ଡାଏରୀ ନିର୍ଦ୍ଦେଶକ ଶ୍ରୀ ଏମ୍ଏସ୍ ରେଡ୍ଡୀ

4- ନନ୍ଦୀ ପାୱାରଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ

5 ନେଷ୍ଟୱେ ଶ୍ରୀ ଅମରେନ୍ଦ୍ର ସାହୁ, ପରିଚାଳନା ନିର୍ଦ୍ଦେଶକ

6 ମର୍ଲିନହକ୍ ଏରୋସ୍ପେସ୍ ଲିମିଟେଡ୍ ଶ୍ରୀ ଜାବି ଜୋସେଫ୍ ଆଣ୍ଡ୍ରୋଥ୍, ନିର୍ଦ୍ଦେଶକ ଏବଂ ସିଏଫ୍ଓ

7 ଏମଭିଏମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶ୍ରୀ ନନ୍ଦା ଭେଙ୍କଟା ରାଓ, ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ

8- ଶାରଭାନି ଏନର୍ଜି ପ୍ରାଇଭେଟ ଲିମିଟେଡ୍ ଶ୍ରୀ ଏନ ପ୍ରଶାନ୍ତ ରାଓ, ପରିଚାଳନା ନିର୍ଦ୍ଦେଶକ

28 ସେପ୍ଟେମ୍ବର 2022 ରେ, ଶ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ଶିଳ୍ପପତିଙ୍କୁ ଭେଟି ଓଡିଶା ପାଇଁ ସେମାନଙ୍କ ଯୋଜନା ବିଷୟରେ ଆଲୋଚନା କରିବେ ଏବଂ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ମେକ୍ ଇନ୍ ଓଡିଶା କନକ୍ଲେଭ 2022 କୁ ନିମନ୍ତ୍ରଣ କରିବେ।

ଓଡ଼ିଶା ଏହାର ଦୀର୍ଘ ଉପକୂଳବର୍ତ୍ତୀ ଏବଂ ଧାମରା, ପାରାଦୀପ ଏବଂ ଗୋପାଳପୁରରେ ବିକଶିତ ବନ୍ଦରଗୁଡିକ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆର ଏକ ଗେଟୱେ ଭାବରେ କାର୍ଯ୍ୟ କରେ। ଉଭୟ ଘରୋଇ ତଥା ରପ୍ତାନି ବଜାରକୁ ରାଜ୍ୟରେ ବନ୍ଦର ନେତୃତ୍ୱାଧୀନ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସରକାର ବ୍ୟାପକ ଭିତ୍ତିଭୂମି ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ସରକାର ନେଇଥିବା ପ୍ରମୁଖ ବ୍ୟବସାୟିକ ସଂସ୍କାରକୁ ଅବଗତ କରିବେ ଏବଂ ଶିଳ୍ପପତିମାନଙ୍କୁ ସେମାନଙ୍କ ବ୍ୟବସାୟ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ସମ୍ଭାବ୍ୟ ଗନ୍ତବ୍ୟ ସ୍ଥାନ ଭାବରେ ଓଡିଶାକୁ ବାଛିବାକୁ କହିବେ ବୋଲି ଆଶା କରାଯାଉଛି।

ଇ-ବାଣିଜ୍ୟ ଏବଂ ଆଇଟି ସ୍ପେସ୍ ସମେତ କ୍ଷେତ୍ରଗୁଡିକର କେତେକ ପ୍ରମୁଖ ନିବେଶକ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ପରେ ଗୋଟିଏ G2B ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଗୁଡିକ ହେଲା..

1 ଆଇବିଏମ୍ ଇଣ୍ଡିଆ ପିଭି ଲିମିଟେଡ୍ ଶ୍ରୀ ଅମିତ ଶର୍ମା, ପରିଚାଳନା ସହଭାଗୀ

2 ୱିପ୍ରୋ-ଜି ହେଲଥ କେୟାର ପ୍ରାଇଭେଟ ଲିମିଟେଡ୍ ଡକ୍ଟର ଶ୍ରାବଣ ସୁବ୍ରମଣ୍ୟମ୍, ଏମଡି ଏବଂ ସିଇଓ

3 ଏବିବି ଲିମିଟେଡ୍ ଶ୍ରୀ ଟି କେ ଶ୍ରୀଧର, ସିଏଫଓ

4 ଟିଟିଏକ୍ ପ୍ରେଷ୍ଟିଜ୍ ଲିମିଟେଡ୍ ଶ୍ରୀ ସରାନିଆନ୍ ପି, ସିଏଫଓ

5 ଇଣ୍ଡୋ ନିସିନ୍ ଫୁଡ୍ସ ଲିମିଟେଡ୍ ଶ୍ରୀ ଗୌତମ ଶର୍ମା ଏମଡି ଏବଂ ସିଇଓ

6- ପେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶ୍ରୀ ଭି ଏସ ଗଣେଶ, ସିଇଓ

7- ହ୍ୟାପିଏଷ୍ଟ ମାଇଣ୍ଡ କଂପାନୀର ଶ୍ରୀ ଭେଙ୍କଟାରାମନ୍ ଏନ, ସିଏଫଓ

8 କଟନ୍ ୱାର୍ଲ୍ଡ ଶ୍ରୀ ବି ଏନ ମୋନାପ୍ପା, ପ୍ରତିଷ୍ଠାତା ଏବଂ ଏମଡି

9 ୱେଣ୍ଡରଲା ଶ୍ରୀ ଅରୁଣ ଚିତ୍ରପାଲ୍ଲୀ, ଏମଡି

10 ଇଣ୍ଡିଆନ୍ ଷ୍ଟିଚ୍ ପିଭି ଲିମିଟେଡ୍ ଶ୍ରୀ ବିଶାଲ୍ ସେହଗଲ୍, ସିଏମଡି ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ତିନିଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ସେ ଆଜି 1.30 ମିନଟରେ ଏହି ଗସ୍ତ କରି ଆସନ୍ତା 29 ତାରିଖରେ ଭୁବନେଶ୍ବର ଫେରିବେ। ଆସନ୍ତାକାଲି ବେଙ୍ଗାଲୁରୁରେ ଇନଭେଷ୍ଟର ମିଟ୍ ଆୟୋଜିତ ହେବ। ସେଠାରେ ନବୀନ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଓଡିଶାରେ ପୁଂଜି ନିବେଶ କରିବାକୁ ଆହ୍ବାନ କରିବେ।

ଏହା ପୂର୍ବରୁ ରାଜ୍ୟ ଶିଳ୍ପ ବିଭାଗର ଏକ ଟିମ ବାଙ୍ଗାଲୁରୁ ଗସ୍ତ କରି ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହି ସମ୍ମିଳନୀ ଫିକି ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ କରାଯାଉଛି। ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଏହି ଇନଭେଷ୍ଟର ମିଟ ଆୟୋଜିତ ହୋଇଛି। ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନବୀନ ପୁରା ଦମରେ ଲାଗିପଡିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Invest Odisha: ଆଜି ୧୫ଟି କମ୍ପାନୀ ସହ ମୁମ୍ବାଇରେ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି। କି୍ରସିଲ୍‌ ଲିଃ, ନାଲ୍‌କୋ ଓ ସହଯୋଗୀ କମ୍ପାନୀ, ଥାଇସେନ୍‌କ୍ରୁପ୍‌ ଇଣ୍ଡିଆ ଲିଃ, ଆଇଏମ୍‌ପି ପାୱାର ଲିଃ, ରୋଚେନ୍‌ ସେପାରେସନ୍‌ ସିଷ୍ଟମ୍‌(ଇଣ୍ଡିଆ) ପ୍ରା.ଲିଃ ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ।

ଶ୍ରୀ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ। ଆମର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜମିଯୋଗାଣ, ଉନ୍ନତ ମାନର ବିଦୁ୍ୟତ, ଶିଳ୍ପପୁଞ୍ଜ ଏବଂ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ଭଳି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବିଷୟ ଉପସ୍ଥାପନ କରିଥିଲେ।

ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

‘ମେକ ଇନ ଓଡିଶା’ ପାଇଁ ଆଜିଠାରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ନବୀନ, ଜାଣନ୍ତୁ କାହାକୁ ଭେଟିବେ

ଭୁବନେଶ୍ବର: ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ମୁମ୍ବାଇରେ ଆୟୋଜିତ ହେଉଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ହେବ। ନବୀନ ଦିନ ୧୧ ରୁ ୧. ୩୦ ପର୍ଯ୍ୟନ୍ତ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ଶିଳ୍ପପତିମାନେ ଯୋଗଦେବେ। ସେହିପରି ଏଲଆଣ୍ଡଟି ଏବଂ ଏସିୟାନ ପେଣ୍ଟସ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗଦେବେ।

ଶିଳ୍ପ ବିଭାଗର କାର୍ଯ୍ୟକ୍ରମ ଅନୁଯାୟୀ ନବୀନ ସଂଧ୍ୟା ୫ଟା ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ ସହ ସାକ୍ଷାତ କରିବେ। ଏହାପରେ ସଂଧ୍ୟା ୭ଟାରୁ ସେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବେ।

ଶିଳ୍ପପତିଙ୍କ ଆଲୋଚନା ପରେ ନବୀନ କେତକ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସ ଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝା।

ଆସନ୍ତା ନଭେମ୍ବର ୩୦ ରୁ ଭୁବନେଶ୍ବରରେ ଆରମ୍ଭ ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ନବୀନ ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ଯୋଗ ଦେଇଥିଲେ। ଏହା ପରେ ବୁଧବାର ଦିନ ଏହା ମୁମ୍ବାଇରେ ଆୟୋଜିତ ହେଉଛି। ଅନୁରୂପ ଭାବେ ଆସନ୍ତା ୨୮ ତାରିଖରେ ବେଙ୍ଗାଲୁରୁରେ ଏହା ଆୟୋଜନ କରିବାକୁ ନିଷ୍ପତ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ‘ମେକ ଇନ ଓଡିଶା’ ର ପୂର୍ବ ପ୍ରସ୍ତୁତି ବୈଠକ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି।

ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି।

ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ ଦେଇ ପୁଂଜି ବିନିଯୋଗ କରିଛନ୍ତି। ଏହି କନକ୍ଲେଭରେ କିପରି ବିଦେଶୀ ଶିଳ୍ପପତି ଯୋଗ ଦେବେ ସେଥିପାଇଁ ଏହି ପ୍ରଚେଷ୍ଠା ଜାରୀ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ନବୀନ ଆଣିଲେ ୨୧,୦୦୦ କୋଟି ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍

   

ସୁଧାଶ୍ରୀ ଦାସ, ଦୁବାଇ

ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ   ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ଆରବ ଦେଶର ବିଭିନ୍ନ କଂପାନୀ।

ବୁଧବାର ଦୁବାଇର ଓବରାଇ ହୋଟେଲରେ ଉଦଘାଟିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ କମ୍ପାନୀଗୁଡିକ ଭିତ୍ତିଭୂମି, ଆତିଥ୍ୟ, ଲଜିଷ୍ଟିକ୍ସ, ରାସାୟନିକ ପଦାର୍ଥ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ କଂପାନୀଗୁଡିକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଦୁବାଇର ଏହି ବୈଠକରେ ପ୍ରାୟ ୧୫୦ ରୁ ଅଧିକ ବଡ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ଗତ ଦୁଇ ବର୍ଷ କୋଭିଡ ପରି ମହାମାରି ସତ୍ବେ ଓଡିଶାରେ ୫୦ ବିଲିୟନ ଡଲାର ମୂଲ୍ୟର ପୁଞ୍ଜି ବିନିଯୋଗ ହୋଇପାରିଛି। ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (FDI) ପାଇଁ ରାଜ୍ୟ ଏକ ଆକର୍ଷଣୀୟ ସ୍ଥାନ ଅଟେ।

ଏହି ବୈଠକରେ ଖଣିଜ ପଦାର୍ଥ, ଧାତୁ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ, ଭାରୀ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଲଜିଷ୍ଟିକ୍ସ ଏବଂ ଗୋଦାମ ଘର, ରିଅଲ୍ ଇଷ୍ଟେଟ୍ ଏବଂ ଆତିଥ୍ୟ ପ୍ରଭୃତି କ୍ଷେତ୍ରର କଂପାନୀ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ।

ନବୀନଙ୍କ ବ୍ୟତୀତ ଓଡିଶାର ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧୀ ଦଳ, FICCI ଏବଂ ୟୁଏଇରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ଏହି ସଭାରେ ଯୋଗ ଦେଇଥିଲେ। ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସୁନଜୟ ସୁଧୀର ମଧ୍ୟ ଏହି ଉତ୍ସବରେ ଆଗ୍ରହ ପ୍ରକାଶ କରିଛନ୍ତି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା “ଓଡିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍” ଉପରେ ଏକ ଉପସ୍ଥାପନା କରି ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗର ସୁଯୋଗକୁ ଆଲୋକପାତ କରିଛନ୍ତି। ସେହିପରି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଓଡିଶାରର ଭିତ୍ତିଭୂମି ଉପରେ ନିଜର ମତ ରଖିଥିଲେ।