Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ
ରାଜ୍ୟ ଖବର

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bali Yatra in 3 days: Grounds waterlogged and muddy due to incessant rain
Bali Yatra in 3 days: Grounds waterlogged and muddy due to incessant rain

ଭୁବନେଶ୍ବର: ଆଉ ମାତ୍ର ୩ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ବ୍ୟବସାୟୀମାନେ ଷ୍ଟଲ୍ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଥିବାବେଳେ ଲଗାଣ ବର୍ଷା ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦୁଇଦିନ ଧରି ବାତ୍ୟା ‘ଆକୱାନ’ର ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ ବାଲିଯାତ୍ରା ପଡ଼ିଆର ଉପର ଓ ତଳ ଅଞ୍ଚଳରେ ପାଣି ଜମି ରହିବା ସହ କାଦୁଅ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମେଳା ପ୍ରସ୍ତୁତି କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି।

ପଡ଼ିଆର ବିଭିନ୍ନ ସ୍ଥାନରେ ନିୟୋଜିତ ଶ୍ରମିକମାନେ ପାଣି ଓ କାଦୁଅ ଯୋଗୁଁ ନିର୍ମାଣାଧୀନ ଷ୍ଟଲ୍‌ଗୁଡ଼ିକରେ କାମ କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟବସାୟୀମାନେ ମଧ୍ୟ ନିର୍ଦ୍ଧାରିତ ସମୟରେ ଷ୍ଟଲ୍ ପ୍ରସ୍ତୁତ କରିବାକୁ ନେଇ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଉ ଦୁଇଦିନ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତା ୨୨ ତାରିଖରେ ପାଗରେ ପରିବର୍ତନ ହେବାକୁ ଥିବାବେଳେ ହାତରେ ମାତ୍ର ଗୋଟିଏ ଦିନ ରହିବ।

ଏଭଳି ସ୍ଥିତିରେ ମେଳା ପ୍ରସ୍ତୁତି କିପରି ଶେଷ ହେବ, ତାହାକୁ ନେଇ ବ୍ୟବସାୟୀ ଓ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି। ପଡ଼ିଆରେ ହେବାକୁ ଥିବା ବିଭିନ୍ନ ଆକର୍ଷଣୀୟ ପ୍ରଦର୍ଶନୀ, ଚକ୍ରୀ, ଟାଇଟାନିକ୍ ଆକୃତିର ଜାହାଜ ଆଦିର କାର୍ଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ନିର୍ଦ୍ଧାରିତ ସମୟରେ ସମସ୍ତ ଆୟୋଜନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।

ଅନ୍ୟପକ୍ଷରେ ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଏସିଆର ସର୍ବବୃହତ୍ ମୁକ୍ତ ବାଣିଜ୍ୟ ମେଳାର ଉଦ୍‌ଘାଟନ କରିବାକୁ ଥିବାରୁ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆୟୋଜନ ପୂର୍ବରୁ ପାଣି ଜମିବା, କାଦୁଅ ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରଶାସନର ଚିନ୍ତା ବଢ଼ାଇଛି। ତେଣୁ ଯୁଦ୍ଧକାଳୀନ ଭିତିିରେ ଜଳ ନିଷ୍କାସନ, ପଡ଼ିଆ ସମତଳୀକରଣ ଓ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ଶେଷ କରିବା ନେଇ ଚାଲେଞ୍ଜ ସୃଷ୍ଟି ହୋଇଛି।

ବାଲିଯାତ୍ରା ଲଗାଣ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026

ବାତ୍ୟା ପରେ ସ୍ଥିତି ସମୀକ୍ଷା, କାଲିଠୁ ସ୍ୱାଭାବିକ ଆଶା

November 20, 2026

ମୁଖ୍ୟ ଶାସନ ସଚିବଙ୍କ ସୂଚନା: ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ

November 20, 2026

ଗାଁ ଦେଲା ଜବାବ, ବିଜେପିର ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ରାହୁଲ

November 20, 2026
Latest News

ଗୋଆରେ ଆରମ୍ଭ ହେଲା ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 20, 2026

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026

ବାତ୍ୟା ପରେ ସ୍ଥିତି ସମୀକ୍ଷା, କାଲିଠୁ ସ୍ୱାଭାବିକ ଆଶା

November 20, 2026

ମୁଖ୍ୟ ଶାସନ ସଚିବଙ୍କ ସୂଚନା: ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ

November 20, 2026

ଗାଁ ଦେଲା ଜବାବ, ବିଜେପିର ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ରାହୁଲ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.