Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବଙ୍କ ସୂଚନା: ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ସୂଚନା: ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ

November 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Information from the Chief Secretary: A total of 3.72 lakh people across various districts have been shifted to shelters.
Information from the Chief Secretary: A total of 3.72 lakh people across various districts have been shifted to shelters.

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ଅକଭାନ୍‌’ର ବର୍ତ୍ତମାନ ଲ୍ୟାଣ୍ଡ୍ ଫଲ ପ୍ରକ୍ରିୟା ଜାରି ରହିଛି। ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଥିଲେ। ଆଜି ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥିତି ସମୀକ୍ଷା କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦ କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦ କିମି ପ୍ରତି ଘଣ୍ଚା ପବନର ବେଗ ରହିଛି। ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମି କମି ଯିବ।

ଆଜି ସକାଳ ୮.୩୦ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି। ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୧୪.୬ ମିମି, କେନ୍ଦ୍ରାପଡାରେ ୬୪.୬ ମିମି, ପୁରୀରେ ୬୧.୧, ଜଗତସିଂହପୁରରେ ୫୧.୩, ଭଦ୍ରକରେ ୫୦.୯, ମୟୂରଭଞ୍ଜରେ ୪୩.୯, ବାଲେଶ୍ୱରରେ ୪୩.୭, କଟକରେ ୪୦.୪, ଯାଜପୁରରେ ୩୭.୫, ନୟାଗଡରେ ୩୩ .୮, କନ୍ଧମାଳରେ ୩୩.୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯.୮, ଖୋର୍ଦ୍ଧାରେ ୨୪.୫, ବଲାଙ୍ଗୀରରେ ୨୪.୪, ଗଜପତିରେ ୨୧.୯ ମିମି ବର୍ଷା ହୋଇଛି। ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଟ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତି ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ। ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ। ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଞ୍ଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି । ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୧୦ ହଜାର ୧୦ ଜଣଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି।

ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫୦ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି। ସୂଚନା ଯୋଗ୍ୟ ଯେ, ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୂର୍ବାହ୍ଣ ୧୧.୪୫ ମିନିଟ ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଅଛନ୍ତି ।

ଅକଭାନ୍‌ ବଙ୍ଗୋପସାଗର ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗମ୍ଭାରୀମୁଣ୍ଡା ଡାକ୍ତରଖାନା ଡାକ୍ତର ସହ ତିନି ଡାକ୍ତର ନିଲମ୍ବିତ, କର୍ତ୍ତବ୍ୟରେ ଅବହେଳା ଅଭିଯୋଗ

November 20, 2026

ବାତ୍ୟା ‘ଅକ୍ୱାନ’ ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ବାଚସ୍ପତି

November 20, 2026

ଭୁବନେଶ୍ୱରରେ କାରିଗର ଓ ଜୁଏଲର୍ସଙ୍କୁ ତାଲିମ: ଅଳଙ୍କାର କ୍ଷେତ୍ରରେ ଗୁଣବତ୍ତା ଓ ହଲମାର୍କିଂ ଉପରେ ଗୁରୁତ୍ୱ

November 20, 2026

ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେପି ପାଇଁ ବିପଦର ଘଣ୍ଟି

November 20, 2026
Latest News

ମୁଖ୍ୟ ଶାସନ ସଚିବଙ୍କ ସୂଚନା: ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ

November 20, 2026

ଗାଁ ଦେଲା ଜବାବ, ବିଜେପିର ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ରାହୁଲ

November 20, 2026

ନକଲି ମଦ ନେଲା ଜୀବନ : ଅପମିଶ୍ରିତ ମଦ ପିଇ ୧୫ ମୃତ

November 20, 2026

ଆସନ୍ତାକାଲି ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

November 20, 2026

ବାଣପୁର ଗମ୍ଭାରୀମୁଣ୍ଡା ଡାକ୍ତରଖାନା ଡାକ୍ତର ସହ ତିନି ଡାକ୍ତର ନିଲମ୍ବିତ, କର୍ତ୍ତବ୍ୟରେ ଅବହେଳା ଅଭିଯୋଗ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.