Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଟକ ବାଲିଯାତ୍ରାରେ ସିବିସି ପକ୍ଷରୁ ସ୍ବତନ୍ତ୍ର ପ୍ରଦର୍ଶନୀ

କଟକ: କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର‌ ବ୍ୟବସ୍ଥା କରାଯାଇଛି। ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ବିଷୟବସ୍ତୁକୁ ନେଇ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ପ୍ରଦର୍ଶନୀରେ ସାଧାରଣ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି।

ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ଥାନ ଦିଆଯାଇଛି। ସିବିସି ଷ୍ଟଲରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଦେଖିବାକୁ ସନ୍ଧ୍ୟାରେ ବହୁସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି। ଦର୍ଶକମାନେ ଆଗ୍ରହର ସହିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୫ରୁ ଅଧିକ ବ୍ୟକ୍ତି ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କାର ପାଇସାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଲା ଆଇଏନଏସ ଚିଲିକା ର ‘ବ୍ୟାଣ୍ଡ ଶୋ’

କଟକ: ଓଡିଶା ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ସ୍ମରଣ କରିବା ପାଇଁ, ସିଏମଡି ଅଧୀନରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) କମୋଡର ଏନପି ପ୍ରଦୀପଙ୍କ ତତ୍ୱାବଧାନରେ ଆଇଏନଏସ ଚିଲିକା ବାଲିଯାତ୍ରା-୨୦୨୨ର ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛି ​​ଯାହାକି ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏସିଆର ସବୁଠାରୁ ପ୍ରସିଦ୍ଧ, ଲୋକପ୍ରିୟ ତଥା ସର୍ବ ବୃହତ ମୁକ୍ତ ବାୟୁ ବାଣିଜ୍ୟ ମେଳା।

ଉକ୍ତ ବାଲିଯାତ୍ରା ଚଳିତ ମାସ ୮ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକ ମହାନଦୀ କୂଳରେ ଅନୁଷ୍ଠିତ ହେଉଛି। ବାଲିଯାତ୍ରାରେ ନାଭାଲ୍ ବ୍ୟାଣ୍ଡର ପ୍ରଦର୍ଶନ, ଡି.କେ ହ୍ୱେଲର୍ ବିଭିନ୍ନ ପ୍ରକାରର ନାବିକ ଡଙ୍ଗା ଚାଳନା, ସେନାର କଳାକୃତି ଏବଂ ସ୍ଥିର ବୋଟ ମଡେଲଗୁଡିକର ପ୍ରଦର୍ଶନ ଏବଂ ନାବିକ ପ୍ରଦର୍ଶନ ମେଗା ଇଭେଣ୍ଟରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ସମସ୍ତ ସାମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଇଏନଏସ ଚିଲିକା କଟକ ଜିଲ୍ଲା ପ୍ରଶାସନକୁ ଡାଇଭିଂ ଏବଂ ଲାଇଫ୍ ସପୋର୍ଟ ଯୋଗାଇଦେଇଅଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଉଦଘାଟିତ ହେଲା କଟକର ଐତିହାସିକ ବାଲିଯାତ୍ରା, ଦୁଇ ବର୍ଷ ଧରି ଥିଲା ବନ୍ଦ

କଟକ: ଆଜି ସଂଧ୍ୟାରେ ଏକ ରଂଗାରଂଗ ପରିବେଷରେ ଉଦଘାଟିତ ହୋଇଛି କଟକର ପ୍ରସିଦ୍ଧ ବାଲିଯାତ୍ରା। ଆଜି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ କୃଷି ମନ୍ତ୍ରୀ ରଣେନ୍ଦ୍ରେ ପ୍ରତାପ ସ୍ବାଇଁ ଏହାକୁ ଉଦଘାଟନ କରିଛନ୍ତି। କରୋନା ପାଇଁ ଗତ ଦୁଇ ବର୍ଷ ଧରି ଏହି ପ୍ରସିଦ୍ଧ ବାଲିଯାତ୍ରା ବନ୍ଦଥିଲା।

ଚଳିତ ବର୍ଷ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଦର୍ଶକ, କଟକବାସୀ ତଥା ବ୍ୟବସାୟୀମାନେ ବେଶ ଖୁସି ଅଛନ୍ତି। ଆଜିର ଏହି ଉଦଘାଟନୀ ଉତ୍ସବରେ କଟକ ସାଂସଦ ଭତୃହରି ମହତାବ, କଟକ ମେୟର ସୁବାସ ସିଂ, ସ୍ଥାନୀୟ ବିଧାୟକ ଏବଂ ସଂସ୍କୃତି ସଚିବ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଟକରେ ନଭେମ୍ବର ୮ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି। ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି ସମ୍ମିଳନୀରେ ଭାରତର ସମୃଦ୍ଧ ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ଏହାର ସମ୍ଭାବନା ଓ ସମସ୍ୟାକୁ ନେଇ ଆଲୋଚନା କରାଯିବ।

ଏହି ସମ୍ମିଳନୀଟି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି।

ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରାଯିବା ସହ ବର୍ତ୍ତମାନ ପରିସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନା ଆଲୋଚନାର ପ୍ରସଙ୍ଗ ହେବ।

ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ସୋଆ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ନାମରେ ଏକ ଅନୁଷ୍ଠାନ ସ୍ଥାପନ କରିଛି।

ଏହି ସମ୍ମିଳନୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ନାମ ରଖାଯାଇଛି “ଧାରା:ଆନ୍ ଡେ ଅଡ୍ ଟୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌”। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ “ଆଜାଦୀ କା ଅମୃତ ମହୋତ୍ସବ” ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବାଲିଯାତ୍ରା ଉତ୍ସବର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟି ଶିକ୍ଷାବିତ୍ ବିଦ୍ୱାନ ଓ ଗବେଷକମାନେ ଯୋଗ ଦେବେ। ଏହା ଦ୍ୱାରା ମେରିଟାଇମ୍ ଟ୍ରାଡିସନ୍ – ୨୦୪୭ ନିମନ୍ତେ ଏକ ଭିଜନ୍ ଡକୁମେଂଟ ପ୍ରସ୍ତୁତ କରାଯିବା ସହ ଓଡ଼ିଶାର ମହାନ୍ ସାମୁଦ୍ରିକ ପରମ୍ପରାର ଇତିହାସକୁ ଜନସାଧାରଣଙ୍କ ମନରେ ଉଦ୍‌ଜୀବିତ କରାଯିବ।

ପ୍ରାଚୀନ କାଳରେ ଓଡ଼ିଶାର ବଣିକମାନେ ସମୁଦ୍ର ପଥରେ ବାଣିଜ୍ୟ କରିବା ନିମନ୍ତେ ବିଭିନ୍ନ ଦେଶକୁ ଯାତ୍ରା କରୁଥିଲେ। ଏହା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ ଓ ସମୃଦ୍ଧିକୁ ନେଇ ଓଡ଼ିଶାର ମହାନ ପରମ୍ପରା ରହିଛି। ଦେଶ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱାରା ସଂସ୍କୃତି କ୍ଷେତ୍ରରେ ମଧ୍ୟ ଅନେକ ଆଦାନ ପ୍ରଦାନ ହେଉଥିଲା।

କଟକର ମହାନଦୀ କୂଳରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଓଡ଼ିଶାର ଉପକୂଳରୁ ବାଲି ଦ୍ୱୀପ ଏବଂ ସୁଦୂର ଇଣ୍ଡୋନେସିଆ ସହ ସମ୍ପର୍କ ଓ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ପାଳନ କରାଯାଇଥାଏ।

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ନଭେମ୍ବର ୮ ରେ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କରାଯିବ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଶେଷ କରି ଭାରତୀୟ ନୌସେନା ପକ୍ଷରୁ ଏକ ଷ୍ଟିଚ୍‌ଡ ବୋଟ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମାଡ : ଏଥର ହେବନି ବାଲିଯାତ୍ରା

କଟକ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକ ବାଲିଯାତ୍ରା ଉପରେ କଟକଣା ଲାଗିଛି । ସହରରେ କୋଭିଡ୍‌ ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେହିପରି ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଧବଳେଶ୍ବରରେ ବି ବଡଓଷା ପାଳନ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।ଭିଡ ଓ ଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଯଦିଓ ରାଜ୍ୟରେ କରୋନା ମାମଲା ହ୍ରାସ ହେଉଛି, କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ସତର୍କ ନିଆଯାଉଛି । ଶୀତଋତୁରେ କରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅପରପକ୍ଷରେ ୟୁରୋପ, ଫ୍ରାନ୍ସ ଜର୍ମାନୀ ଆଦି ରାଷ୍ଟ୍ରରେ ଶୀତ ଯୋଗୁଁ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଲାଣି । କରୋନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓରାଜ୍ୟ ସରକାର ଯଥାସମ୍ଭବ ସତର୍କତା ଅବଲମ୍ବନ କରୁଛନ୍ତି ।