Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ
ରାଜ୍ୟ ଖବର

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

November 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Special auction for Bali Yatra plots on the 10th

କଟକ: ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଷ୍ଟଲ୍ ଓ ପ୍ଲଟ୍ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୦ ତାରିଖରେ ଏକ ସ୍ୱତନ୍ତ୍ର ନିଲାମୀ ଅନୁଷ୍ଠିତ ହେବ ଏବଂ ବାକିଥିବା ପ୍ଲଟ୍‌ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ପଞ୍ଜିକରଣ ଓ ନିଲାମୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ୧୧ ଓ ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ କରାଯିବ। ଏହି ପଞ୍ଜିକରଣ ପରେ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିଲାମୀ ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୦୦ ପ୍ଲଟ୍‌ର ପଞ୍ଜିକରଣ ଓ ନିଲାମୀ ପ୍ରକ୍ରିୟା ଶେଷ ହୋଇଛି। ଆଉ ପ୍ରାୟ ୩୦୦ ପ୍ଲଟ୍ ବାକି ରହିଛି। ଏହି ପ୍ଲଟ୍‌ଗୁଡ଼ିକର ଆବଣ୍ଟନ ପାଇଁ ଆଗାମୀ ଦିନରେ ନିଲାମୀ ପ୍ରକ୍ରିୟା ଜାରି ରହିବ। ବାଲିଯାତ୍ରାରେ ଷ୍ଟଲ୍ ଖୋଲିବାକୁ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଗାମୀ ନିଲାମୀକୁ ନେଇ ମଧ୍ୟ ଆଶା ବଢ଼ିଛି। ଏଥିସହ ଐତିହାସିକ ବାଲିଯାତ୍ରା ଅବସରରେ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବିଜ୍ଞାପନ ହୋର୍ଡିଂ ଲଗାଇବା ପାଇଁ ଟେଣ୍ଡର ଆବେଦନ ଦାଖଲର ସମୟସୀମା ବୃଦ୍ଧି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ଟେଣ୍ଡର ଆବେଦନ ଦାଖଲର ଶେଷ ତାରିଖ ନଭେମ୍ବର ୯ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ପୂର୍ବରୁ ନଭେମ୍ବର ୬ ତାରିଖରେ ହେବାକୁ ଥିବା ଟେଣ୍ଡର ଖୋଲିବା ପ୍ରକ୍ରିୟା ଏବେ ନଭେମ୍ବର ୯ ତାରିଖ ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜିତ ହେବ। ଏହି ଅବସରରେ ଉଭୟ ଉପର ଓ ତଳ ପଡ଼ିଆରେ ବିଜ୍ଞାପନ ହୋର୍ଡିଂ ଲଗାଇବା ପାଇଁ ଉକ୍ତ ଟେଣ୍ଡର ଆହ୍ୱାନ କରାଯାଇଛି। ତେବେ ମୂଳ ବିଜ୍ଞପ୍ତିର ଅନ୍ୟ ସମସ୍ତ ସର୍ତ୍ତାବଳୀ ଓ ନିୟମ ଅପରିବର୍ତିତ ରହିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।

କଟକ ପ୍ଲଟ ବାଲିଯାତ୍ରା ସ୍ବତନ୍ତ୍ର ନିଲାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

November 8, 2026

ଯାଜପୁରରେ ଅଗ୍ନିକାଣ୍ଡ: ୨ ଶିଶୁଙ୍କ ସମେତ ୪ ଜୀବନ୍ତ ଦଗ୍ଧ

November 8, 2026

କାର୍ଯ୍ୟରେ ଅବହେଳା ପାଇଁ ଚିଲିକା ବ୍ଲକର ପ୍ରଧାନଶିକ୍ଷକ ନିଲମ୍ବିତ

November 7, 2026

ସରକାରୀ କ୍ୱାର୍ଟରରୁ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 7, 2026
Latest News

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 8, 2026

ଆନନ୍ଦ ବିହାର ରେଳଷ୍ଟେସନରେ ଯାତ୍ରୀଙ୍କ ସହ ଆଲୋଚନା କଲେ ରେଳମନ୍ତ୍ରୀ

November 8, 2026

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

November 8, 2026

ଡିସେମ୍ବର ୬ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

November 8, 2026

ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

November 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.