Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିଏମଆର ସର୍ବେକ୍ଷଣରେ ରକ୍ତହୀନତା ହାର ହ୍ରାସ: ପୂର୍ବ ଜାତୀୟ ସର୍ବେକ୍ଷଣ ତୁଳନାରେ କମ୍
ଆଜିର ଖବର

ଆଇସିଏମଆର ସର୍ବେକ୍ଷଣରେ ରକ୍ତହୀନତା ହାର ହ୍ରାସ: ପୂର୍ବ ଜାତୀୟ ସର୍ବେକ୍ଷଣ ତୁଳନାରେ କମ୍

November 24, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆଇସିଏମଆର ସର୍ବେକ୍ଷଣରେ ରକ୍ତହୀନତା ହାର ହ୍ରାସ: ପୂର୍ବ ଜାତୀୟ ସର୍ବେକ୍ଷଣ ତୁଳନାରେ କମ୍
ଆଇସିଏମଆର ସର୍ବେକ୍ଷଣରେ ରକ୍ତହୀନତା ହାର ହ୍ରାସ: ପୂର୍ବ ଜାତୀୟ ସର୍ବେକ୍ଷଣ ତୁଳନାରେ କମ୍

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱାସ୍ଥ୍ୟ ଗବେଷଣା ବିଭାଗର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଜନସଂଖ୍ୟା-ନିର୍ଦ୍ଦିଷ୍ଟ  ସ୍ୱାସ୍ଥ୍ୟ, କାର୍ଯ୍ୟକଳାପ, ଖାଦ୍ୟାଭ୍ୟାସ ଏବଂ ଶାରୀରିକ ଅବସ୍ଥା ସମ୍ବନ୍ଧୀୟ ସୂଚକଗୁଡ଼ିକର ଆକଳନ  ସର୍ବେକ୍ଷଣ (ସମ୍ପଦା) ୨୦୨୩ – ୨୦୨୫ ର ମୁଖ୍ୟ ଫଳାଫଳ ପ୍ରକାଶ କରାଯାଇଛି। ଏହି ସର୍ବେକ୍ଷଣ ଜୀବନର ବିଭିନ୍ନ ପର୍ଯ୍ୟାୟରେ ରକ୍ତହୀନତା ଏବଂ ଅଣୁପୋଷକ ଉପାଦାନର ଅଭାବ ସମ୍ବନ୍ଧୀୟ ବ୍ୟାପକ ଜାତୀୟ ତଥ୍ୟ ପ୍ରଦାନ କରିଥାଏ।

ସମ୍ପଦା ହେଉଛି ବିଶ୍ୱସ୍ତରରେ କରାଯାଇଥିବା ସବୁଠାରୁ ବୃହତ୍ ଏବଂ ବ୍ୟାପକ ପୁଷ୍ଟିସାଧନ ସର୍ବେକ୍ଷଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ସର୍ବେକ୍ଷଣରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୮୩ଟି ଜିଲ୍ଲାରୁ ୮୧,୦୦୦ରୁ ଅଧିକ ପରିବାରର ୨ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ବିଭିନ୍ନ ବୟସ, ଲିଙ୍ଗ ଏବଂ ଶାରୀରିକ ଅବସ୍ଥା ଅନୁଯାୟୀ, ହିମୋଗ୍ଲୋବିନ୍ ମାତ୍ରା ନିର୍ଦ୍ଧାରଣ କରିବା ଲାଗି ୧.୭ ଲକ୍ଷରୁ ଅଧିକ ରକ୍ତ ନମୁନାକୁ ବିଶ୍ଳେଷଣ କରାଯାଇଥିଲା।

ସମ୍ପଦାର ଏକ ପ୍ରମୁଖ ବିଶେଷତ୍ୱ ​​ହେଉଛି, ଏଥିରେ ଶିରାରୁ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ସର୍ବୋତ୍ତମ (ଗୋଲ୍ଡ-ଷ୍ଟାଣ୍ଡାର୍ଡ) ପଦ୍ଧତି ଅବଲମ୍ବନ କରାଯାଇଛି ଏବଂ ହେମୋଗ୍ଲୋବିନ୍ ପରୀକ୍ଷା ପାଇଁ ସ୍ୱୟଂଚାଳିତ ବିଶ୍ଳେଷଣ ଯନ୍ତ୍ର ବ୍ୟବହାର କରାଯାଇଛି, ଯାହା ଅଧିକ ସଠିକତା ଏବଂ ନିର୍ଭରଯୋଗ୍ୟତା ପ୍ରଦାନ କରିଥାଏ। ଜାତୀୟ ସ୍ତରରେ ବିଭିନ୍ନ ଉପାଦାନର ବ୍ୟାପକତା ଆକଳନ କରିବା ପାଇଁ, ଏହି ସର୍ବେକ୍ଷଣର ଏକ ଉପ-ନମୁନାରେ ଲୌହ ଉପାଦନର ସ୍ଥିତି, ଫୋଲେଟ୍, ଭିଟାମିନ୍ ବି୧୨ ସହିତ ପ୍ରଦାହ ସୂଚକ ଯଥା – ‘ସି-ରିଆକ୍ଟିଭ୍ ପ୍ରୋଟିନ୍’ (ସିଆରପି) ଏବଂ ‘ଆଲଫା – ୧-ଏସିଡ୍ ଗ୍ଲାଇକୋପ୍ରୋଟିନ୍’ (ଏଜିପି)ର ମଧ୍ୟ ଆକଳନ କରାଯାଇଥିଲା।

ସମ୍ପଦାର ଫଳାଫଳ ଏକ ଉତ୍ସାହଜନକ ପରିବର୍ତ୍ତନ ଦର୍ଶାଉଛି । ପୂର୍ବ ସର୍ବେକ୍ଷଣଗୁଡ଼ିକ ତୁଳନାରେ ଏଥିରେ ରକ୍ତହୀନତାର ହାର ସାମଗ୍ରିକ ଭାବେ କମ୍ ରହିଛି। ବିଶେଷ କରି ୧୨ ରୁ ୫୯ ମାସ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହି ପାର୍ଥକ୍ୟ ବେଶ୍ ଅଧିକ, ଯେଉଁଠାରେ ରକ୍ତହୀନତାର ହାର ୪୨% ରହିଛି। ୧୦ ରୁ ୧୯ ବୟସ ବର୍ଗର କିଶୋରୀମାନଙ୍କ ମଧ୍ୟରେ ଏହି ହାର ୪୬% ଥିବାବେଳେ, ୧୦ ରୁ ୧୯ ବୟସ ବର୍ଗର କିଶୋର ଏବଂ ୨୦ ରୁ ୫୯ ବର୍ଷ ବୟସ୍କ ପୁରୁଷମାନଙ୍କ ମଧ୍ୟରେ ଏହା ୨୨ – ୨୩% ରହିଛି; ଅନ୍ୟପକ୍ଷରେ ପ୍ରଜନନକ୍ଷମ ବୟସର ମହିଳାମାନଙ୍କ ମଧ୍ୟରେ ଏହି ହାର ୫୬% ରହିଛି।

ଏହି ସର୍ବେକ୍ଷଣ ବୟସ୍କ ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ମଧ୍ୟ ଜାତୀୟ ସ୍ତରର ଆକଳନ ପ୍ରଦାନ କରେ। ଏହା ରକ୍ତହୀନତା ସମ୍ବନ୍ଧୀୟ ମୂଲ୍ୟାୟନକୁ ଏପରି ଏକ ବୟସ ବର୍ଗ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛି, ଯେଉଁ ବର୍ଗ ପାଇଁ ପୂର୍ବରୁ ଜାତୀୟ ସ୍ତରରେ ତଥ୍ୟ ବା ପ୍ରମାଣ ସୀମିତ ଥିଲା। ଏହି ଫଳାଫଳଗୁଡ଼ିକ ବୟସ, ଲିଙ୍ଗ, ଶାରୀରିକ ଅବସ୍ଥା ଏବଂ ଅବସ୍ଥିତି ଅନୁଯାୟୀ ରହିଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟଗୁଡ଼ିକୁ ମଧ୍ୟ ଦର୍ଶାଏ। ଏହା ସମସ୍ତ ଗୋଷ୍ଠୀ ପାଇଁ ଏକ ସମାନ ରଣନୀତି ଆପଣାଇବା ପରିବର୍ତ୍ତେ, ବିଭିନ୍ନ ଜନସମୂହ ପାଇଁ ସ୍ୱତନ୍ତ୍ର ପଦ୍ଧତି ବା ରଣନୀତି ଗ୍ରହଣ କରିବାର ଆବଶ୍ୟକତାକୁ ଦୃଢ଼ କରୁଛି।

ରିପୋର୍ଟର ପ୍ରମୁଖ ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି:

ଅଧିକାଂଶ ରକ୍ତହୀନତା ସାମାନ୍ୟ, ଯାହା ପ୍ରାରମ୍ଭିକ ପଦକ୍ଷେପ ପାଇଁ ସୁଯୋଗ ପ୍ରଦାନ କରେ। ସାମାନ୍ୟ ରକ୍ତହୀନତା ସାମଗ୍ରିକ ରକ୍ତହୀନତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରକ୍ତହୀନତାରେ ପୀଡିତ ପ୍ରାୟ ଅଧା ମହିଳା ଅର୍ଥାତ୍ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା, କିଶୋରୀ ଝିଅ ଏବଂ ପିଲାମାନଙ୍କ ସମେତ ଅଧିକାଂଶ ସାମାନ୍ୟ ରକ୍ତହୀନତାର ଶିକାର ହୋଇଛନ୍ତି। ଏହାର ଅର୍ଥ ହେଉଛି, ଗୁରୁତର କିମ୍ବା ମଧ୍ୟମ ଧରଣର ରକ୍ତହୀନତା ତୁଳନାରେ, ଏହି କ୍ଷେତ୍ରରେ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ଯଥେଷ୍ଟ କମ୍। କିଶୋର ବାଳକ, ବୟସ୍କ ଏବଂ ଅଧିକ ବୟସ୍କ ପୁରୁଷଙ୍କ ମଧ୍ୟରେ ରକ୍ତହୀନତାର ପ୍ରକୋପ ବହୁତ କମ୍ ଏବଂ ପ୍ରଭାବିତ ଲୋକଙ୍କ ମଧ୍ୟରେ ମଧ୍ୟ ତିନି-ଚତୁର୍ଥାଂଶ କେବଳ ସାମାନ୍ୟ ରକ୍ତହୀନତାରେ ପୀଡିତ।

ଅଧିକାଂଶ ବୟସ ଗୋଷ୍ଠୀରେ ୨% ରୁ କମ୍ ଲୋକଙ୍କ ମଧ୍ୟରେ ଗମ୍ଭୀର ରକ୍ତହୀନତା ପରିଲକ୍ଷିତ ହୋଇଛି

ମହିଳା, କିଶୋରୀ ଏବଂ ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ରକ୍ତହୀନତା ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ଅଧାର କାରଣ ହେଉଛି ଶରୀରରେ ଲୌହ ଉପାଦାନର ଅଭାବ। ଅଣୁପୁଷ୍ଟିର ମୂଲ୍ୟାଙ୍କନ ଦର୍ଶାଉଛି ଯେ ଦୁର୍ବଳ ଜନସଂଖ୍ୟା ଗୋଷ୍ଠୀରେ ରକ୍ତହୀନତାର ପ୍ରମୁଖ କାରଣ ହେଉଛି ଲୌହ ଉପାଦାନର ଅଭାବ। ଏହା ସାମଗ୍ରିକ ରକ୍ତହୀନତା ଭାରର ପ୍ରାୟ ଅଧା ପାଇଁ ଦାୟୀ, ଯାହା ସଂକ୍ରମଣ, ହିମୋଗ୍ଲୋବିନୋପାଥି (ଜେନେଟିକ୍ ରକ୍ତ ବିକାର) ଏବଂ ଦୀର୍ଘକାଳୀନ ରୋଗ ସହିତ ଜଡିତ ପ୍ରଦାହ ସମେତ ରକ୍ତହୀନତାର ବହୁ ପୁଷ୍ଟିକର ଏବଂ ଅଣ-ପୁଷ୍ଟିକର କାରଣଗୁଡ଼ିକୁ ଏକକାଳୀନ ସମାଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥାଏ। ତେବେ, ବ୍ୟକ୍ତିମାନେ ରକ୍ତହୀନତାରେ ପୀଡ଼ିତ ଥାଆନ୍ତୁ ବା ନଥାଆନ୍ତୁ, ବିଭିନ୍ନ ଜନସମୂହ ମଧ୍ୟରେ ଭିଟାମିନ୍ ବି୧୨ ଏବଂ ଫୋଲେଟ୍ ଅଭାବର ସ୍ତର ପ୍ରାୟ ସମାନ ଥିଲା। ଏଥିରୁ ସୂଚିତ ହୁଏ ଯେ, ଭାରତରେ ରକ୍ତହୀନତା ମାମଲାଗୁଡ଼ିକରେ ଏହି ଅଣୁପୋଷକ ଅଭାବଗୁଡ଼ିକର ଭୂମିକା ସୀମିତ ଅଟେ।

ଲୌହ ଉପାଦାନର ଅଭାବ ନିର୍ଦ୍ଦିଷ୍ଟ ଜୀବନ–ପର୍ଯ୍ୟାୟ ଏବଂ ରକ୍ତହୀନତାର ମଧ୍ୟମ ଏବଂ ଗୁରୁତର କ୍ଷେତ୍ରରେ କେନ୍ଦ୍ରିତ। ସମ୍ପଦା ଫଳାଫଳ ଦର୍ଶାଉଛି ଯେ ଲୌହର ଅଭାବ ମୁଖ୍ୟତଃ ପାଞ୍ଚ ବର୍ଷରୁ କମ୍ ବୟସର ପିଲା, କିଶୋରୀ ଝିଅ ଏବଂ ପ୍ରଜନନ ସକ୍ଷମ ବୟସର ମହିଳାଙ୍କ ସମେତ କିଛି ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ ସୀମିତ, ଯେତେବେଳେ କିଶୋର ପୁଅ, ପୁରୁଷ ଏବଂ ବୃଦ୍ଧଙ୍କ ମଧ୍ୟରେ ଲୌହ ଅଭାବର ପ୍ରଚଳନ କମ୍ ଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଧ୍ୟମ ଏବଂ ଗୁରୁତର ରକ୍ତହୀନତା ଥିବା ଲୋକମାନଙ୍କ ମଧ୍ୟରେ ଲୌହ ଅଭାବର ପ୍ରକୋପ ଅଧିକ ଥାଏ ଏବଂ ଏଏମବି ୨.୦ ରେ ପରିକଳ୍ପନା କରାଯାଇଥିବା ପରି ଉପଯୁକ୍ତ ଚିକିତ୍ସା ପାଇଁ ପରୀକ୍ଷା ଏବଂ ସମାଧାନ ପର୍ଯ୍ୟନ୍ତ ଟ୍ରାକିଂ ଦ୍ୱାରା ସେମାନଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ।

“ସମ୍ପଦା ଶିଶୁ, କିଶୋର – କିଶୋରୀ, ବୟସ୍କ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ରକ୍ତହୀନତା ସମ୍ବନ୍ଧୀୟ ଜାତୀୟ ସ୍ତରର ଆକଳନ ପ୍ରଦାନ କରିଥାଏ। ଏହା ସହିତ, ରକ୍ତହୀନତାର ସମ୍ଭାବ୍ୟ କାରଣଗୁଡ଼ିକୁ ମୂଲ୍ୟାଙ୍କନ କରିବା ପାଇଁ ଏଥିରେ ଅଣୁପୁଷ୍ଟିର ଅଭାବ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି। ପୂର୍ବରୁ ହୋଇଥିବା ଜାତୀୟ ସର୍ବେକ୍ଷଣଗୁଡ଼ିକ ତୁଳନାରେ ସମ୍ପଦା ସର୍ଭେରେ ରକ୍ତହୀନତାର ପ୍ରସାର କମ୍ ରହିବା ସମ୍ପର୍କିତ ତଥ୍ୟ ମିଳିବା ଏକ ଉତ୍ସାହଜନକ ବିଷୟ। ସମ୍ପଦା ସର୍ବେକ୍ଷଣରେ ରକ୍ତହୀନତା ସମ୍ବନ୍ଧୀୟ ଯେଉଁ ବିସ୍ତୃତ ବିଶ୍ଳେଷଣ କରାଯାଇଛି, ତାହା ‘ଆନିମିଆ ମୁକ୍ତ ଭାରତ’ (ରକ୍ତହୀନତା ମୁକ୍ତ ଭାରତ) ଦିଗରେ ଚାଲିଥିବା ଜାତୀୟ ପ୍ରୟାସକୁ ସୁଦୃଢ଼ ​​କରିବା ପାଇଁ ଏକ ଆଧାର ପ୍ରଦାନ କରେ,” ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍‌ଆର୍ ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି।

“ଏହି ଫଳାଫଳଗୁଡ଼ିକ ରକ୍ତହୀନତା ପ୍ରତିରୋଧ ଏବଂ ପରିଚାଳନା ପାଇଁ ଅଧିକ ଲକ୍ଷ୍ୟଭିତ୍ତିକ, ଜନସଂଖ୍ୟା-ନିର୍ଦ୍ଦିଷ୍ଟ ଏବଂ ଜୀବନଚକ୍ର-ଆଧାରିତ ପଦକ୍ଷେପ ଗ୍ରହଣ କରିବାରେ ସହାୟକ ହେବ।  ଆଇସିଏମ୍‌ଆର୍-ଏନ୍‌ଆଇଏନ୍ ର ନିର୍ଦ୍ଦେଶକ ଡ. ଭାରତୀ କୁଲକର୍ଣ୍ଣି କହିଛନ୍ତି, “ଯେଉଁଠାରେ ଅଧିକ ଗବେଷଣା ଓ ଉନ୍ନତ ତଦାରଖର ଆବଶ୍ୟକତା ରହିଛି ଏହି ପ୍ରମାଣ ସେଠାରେ ସହାୟକ ହୋଇପାରେ ଏବଂ ଏହା ସେହି କ୍ଷେତ୍ରଗୁଡ଼ିକୁ ମଧ୍ୟ ଚିହ୍ନଟ କରିପାରେ ।”

ଆଇସିଏମଆର ସର୍ବେକ୍ଷଣ ଜାତୀୟ ସର୍ବେକ୍ଷଣ ରକ୍ତହୀନତା ହାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା

November 24, 2026

ଏସିଆ ପାୱାର ଇଣ୍ଡେକ୍ସ: ଜିନ୍‌ପିଙ୍ଗ୍‌ଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ପ୍ରଭାବଶାଳୀ ନେତା

November 24, 2026

ସମ୍ପୂର୍ଣ୍ଣ ଶିଖ୍ ପରମ୍ପରା ଦେଶ ଏବଂ ଏହାର ସଂସ୍କୃତି ପାଇଁ ସର୍ବସ୍ୱ ତ୍ୟାଗ କରିବାର ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ

November 24, 2026

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ଏହି ଦିନ କଣ କରିବା ଉଚିତ

November 24, 2026
Latest News

ଆଇସିଏମଆର ସର୍ବେକ୍ଷଣରେ ରକ୍ତହୀନତା ହାର ହ୍ରାସ: ପୂର୍ବ ଜାତୀୟ ସର୍ବେକ୍ଷଣ ତୁଳନାରେ କମ୍

November 24, 2026

ଶ୍ରୀକ୍ଷେତ୍ରରେ ଦର୍ଶନ କରାଇଦେବା ବାହାନାରେ ଶ୍ରଦ୍ଧାଳୁଙ୍କୁ ଠକେଇ; ୫ ନକଲି ଗୁମାସ୍ତା ଗିରଫ

November 24, 2026

ସୁପରହିରୋଙ୍କ ନୂତନ ପରିକଳ୍ପନା: ସାଂସ୍କୃତିକ ମୂଳଦୁଆ ଆଧାରିତ ଚଳଚ୍ଚିତ୍ରକୁ ନେଇ ଆଲୋଚନା କଲେ ନିର୍ମାତା

November 24, 2026

ଏସିଆ ପାୱାର ଇଣ୍ଡେକ୍ସ: ଜିନ୍‌ପିଙ୍ଗ୍‌ଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ପ୍ରଭାବଶାଳୀ ନେତା

November 24, 2026

ସାମୁଦ୍ରିକ ଡ୍ରୋନ୍ ଆକ୍ରମଣରେ ରୁଷ୍ ଯୁଦ୍ଧଜାହାଜ ‘ମର୍କ୍ୟୁରୀ’କୁ ବୁଡ଼ାଇଲା ୟୁକ୍ରେନ୍

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.