Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ
ଆଜିର ଖବର

ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

June 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ
ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ପରମ୍ପରା, ସଂସ୍କୃତି ଓ ସମରକଳା ଅତି ମହାନ। ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟରେ ପ୍ରଥମ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବାକୁ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ଭାଜପା ସରକାର ବଦ୍ଧପରିକର ଏବଂ ଏଥି ନିମନ୍ତେ ଖୋର୍ଦ୍ଧାର ଐତିହ୍ୟ ସଂସ୍କୃତି ସହ ଓଡ଼ିଆ ଅସ୍ମିତା ଏବଂ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ, ସମଗ୍ର ଖୋର୍ଦ୍ଧା ଜିଲ୍ଲା ସହ ବିଶେଷ ଭାବେ ଖୋର୍ଦ୍ଧା ସଦର ମହକୁମାରେ ବିକାଶର ଧାରା ଦୃତ ଗତିରେ ଆଗେଇ ଚାଲିଛି, ଯାହା ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ଆଜି ଦିଶାନ୍ତ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ତିନିଦିନିଆ ୧୮ ତମ ବରୁଣେଇ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦ୍ଘାଟନ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ଏଥି ସହ ଦିଷାନ୍ତ ତରଫରୁ ଏପରି ପାରମ୍ପାରିକ ପର୍ବ ୧୮ ବର୍ଷ ଧରି ପାଳନ ହେଉଥିବାରୁ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ଯତୀନ୍ଦ୍ର ନାଥ ମିତ୍ର ଙ୍କୁ ଧନ୍ୟବାଦ ପ୍ରଦାନ କରି ଐତିହ୍ୟ ସଂସ୍କୃତି କୁ ପୁନଃର୍ଜୀବିତ କରି ରଖି ବାକୁ ସମସ୍ତେ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ଦିଶାନ୍ତ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ଯତୀନ୍ଦ୍ର ନାଥ ମିତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାବାସୀ ଏବଂ ସମଗ୍ର ଓଡ଼ିଶାର ମା ବରୁଣେଇଙ୍କ ନିକଟରେ ମଙ୍ଗଳ ପ୍ରାର୍ଥନା କରିବା ସହ ବରୁଣେଇ ପୀଠର ଭିତ୍ତିଭୂମି ବିକାଶ, ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗଡ ଖୋର୍ଦ୍ଧାର ଉନ୍ନତି କରଣ, ବରୁଣେଇ ପାହାଡ଼ ସୌନ୍ଦର୍ଯ୍ୟ କରଣ ଓ ଇକୋ ଟୁରିଜିମ ଯୋଜନା ଏବଂ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଏବଂ ପାଇକ ମାନଙ୍କ ସ୍ମୃତି ଓ ଶିଳ୍ପ ହବ ଯାହା ଖୋର୍ଦ୍ଧା ଜିଲ୍ଲା ରେ ନବନିର୍ମାଣର ଯୁଗ ଆରମ୍ଭ ହୋଇଛି ବୋଲି ଉଦବୋଧନ ଦେଇଥିଲେ।

ଏହି ଅବସରରେ ଦିଶାନ୍ତ ସଭାପତି ଏବଂ ପୂର୍ବତନ ବିଧାୟକ ଯତୀନ୍ଦ୍ର ନାଥ ମିତ୍ରଙ୍କୁ ଏଭଳି ଅନୁଷ୍ଠାନକୁ ୧୮ ବର୍ଷଧରି ବଞ୍ଚାଇ ଥିବାରୁ ତାଙ୍କୁ ସଂସ୍କୃତିର ବିନ୍ଧାଣୀ ବୋଲି କହି ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ରଜ ପିଠା, ରଜ ପାନ, ରଜ ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାସହ ଅନୁଷ୍ଠାନର ପଞ୍ଚମ ସଂସ୍କରଣ ସ୍ମରଣିକା ଦିଶାନ୍ତ କୁ ଉନ୍ମୋଚନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ରାଜ୍ୟ ବି ଜେ ପି ମୁଖପାତ୍ର ଅନିଲ ବିଶ୍ଵାଳ, ବିଶିଷ୍ଟ ଯାତ୍ରା ଖଳ ନାୟକ ସଞ୍ଜୟ ଭୋଳ,ବି ଜେ ପି କାର୍ଯ୍ୟକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ଦିଲ୍ଲୀପ କୁମାର ହୋତା, ଅନୁଷ୍ଠାନର ଉପ ସଭାପତି ନିରଞ୍ଜନ ନାୟକ, ସମ୍ପାଦକ ଦିଲ୍ଲୀପ କୁମାର ପରିଡ଼ା,ସହ ସଂପାଦକ ସଞ୍ଜୀବ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ସଂସ୍କୃତି ପ୍ରେମୀ ଏବଂ ହଜାର ହଜାର ଜନ ସମାବେଶ ହୋଇଥିଲା।

ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ଖୋର୍ଦ୍ଧାର ବିକାଶ ସ୍ଵର୍ଣ୍ଣିମ ଅଧ୍ୟାୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା

June 15, 2026

ରାଜ୍ୟରେ କେବେ ଖୋଲିବ ସ୍କୁଲ?: ଘୋଷଣା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

June 15, 2026

ପେଟେଣ୍ଟ ରାଙ୍କିଙ୍ଗରେ ବିଶ୍ୱର ଶ୍ରେଷ୍ଠ ୨୦ ମଧ୍ୟରେ ଜିଓ

June 15, 2026

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

June 15, 2026
Latest News

ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

June 15, 2026

ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା

June 15, 2026

ରାଜ୍ୟରେ କେବେ ଖୋଲିବ ସ୍କୁଲ?: ଘୋଷଣା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

June 15, 2026

ପେଟେଣ୍ଟ ରାଙ୍କିଙ୍ଗରେ ବିଶ୍ୱର ଶ୍ରେଷ୍ଠ ୨୦ ମଧ୍ୟରେ ଜିଓ

June 15, 2026

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.