ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ (DSWO) ର ମିଳିତ ଆନୁକୂଲ୍ୟରେ ସମସ୍ତ ୨୫୫୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ର ୨୭ ତାରିଖ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପୋଷଣ ପିଠା ଆନୁଷ୍ଠାନିକ ପ୍ରଦର୍ଶନ (ଡେମୋ) ପିତା, ମାତା, କିଶୋରୀ ସିଏଚ୍, ପରିବାରର ସଦସ୍ୟମାନେ ଏବଂ ଏଏମସି ସଦସ୍ୟମାନଙ୍କ ଦ୍ୱାରା କରାଯାଇଥିଲା। ସ୍ଥାନୀୟ ଭାବେ ଉପଲବ୍ଧ ଖାଦ୍ୟ ସାମଗ୍ରୀରେ ପ୍ରସ୍ତୁତ ପିଠାର ରାନ୍ଧଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ରାନ୍ଧଣା ଶେଷ ପର୍ଯ୍ୟନ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ ଏହାର ବିଚାର କରାଯାଇଥିଲା। ଏହା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ବିଜେତାମାନଙ୍କୁ ଚୟନ କରାଯାଇଥିବା ବେଳେ ପ୍ରମାଣପତ୍ରଗୁଡ଼ିକ ଆଗାମୀ ୨୯ ସେପ୍ଟେମ୍ବର ୨୦୨୬ ତାରିଖ ଦିନ ଜିଲ୍ଲାପାଳଙ୍କ ସ୍ୱାକ୍ଷର ସ୍ୱାକ୍ଷରିତ ହୋଇ ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୋଷଣ ଡିସି (Poshan DC), ଡିପିଏ (DPA), ବିସିଏସ୍ (BCS), ମମତା ଡିସିପି (MAMATA DPC), ସୁଭଦ୍ରା ଫିଲ୍ଡ ଫଙ୍କସନାରୀ, ସିଡିପିଓ (CDPO) ଏବଂ ସୁପରଭାଇଜରଗଣ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ ପ୍ରଦାନ କରିଥିଲେ।


