Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା: ଟାଙ୍ଗୀର ବିଭିନ୍ନ ମତଦାନ କେନ୍ଦ୍ର ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ, ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଟାଙ୍ଗୀ ଗସ୍ତରେ ଆସି ଟାଙ୍ଗୀର ବିଭିନ୍ନ ଭୋଟଦାନ କେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି।

ଟାଙ୍ଗୀର ବଳରାମ ଦେବ ବିଦ୍ୟାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଶ ପୁର ପ୍ରାଥମିକ ବିଦ୍ୟାଳୟ ଆଦି ଭୋଟଦାନ କେନ୍ଦ୍ର ବୁଲି ସେଗୁଡିକର ଭିତ୍ତିଭୂମି ସମୀକ୍ଷା କରିବା ସହ ବିଦ୍ୟୁତ ସଂଯୋଗ, ଫ୍ୟାନ, ଶୌଚାଳୟ ଆଦି ତଦାରଖ କରିଛନ୍ତି। ଭୋଟଦାନ କେନ୍ଦ୍ର ଗୁଡିକ ପରିସର ସ୍ୱଚ୍ଛ ରହିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଟାଙ୍ଗୀ ବିଡ଼ିଓ ରେଶ୍ମା ଟେଟେ, ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜଙ୍କର ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆଇଏଏସ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବରେ ନମ୍ରତା ଚଢା, ପୂର୍ବତନ ସଦସ୍ୟା ମହିଳା କମିଶନ, ଏବଂ ସ୍ନେହାଞ୍ଜଳି ମହାନ୍ତି, ପୂର୍ବତନ ସଦସ୍ୟା ମହିଳା କମିଶନ ଯୋଗ ଦେଇଥିଲେ। ଶ୍ରୀମତୀ ଚଢା ଲିଙ୍ଗଗତ ଭେଦଭାବକୁ ନେଇ ସମସ୍ୟା ତଥା ପରିବାରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ଯୌନ ନିର୍ଜ।ତନାକୁ କିପରି ରୋକିହେବ ଏବଂ ତା ପାଇଁ ଥିବା ଆଇନଟି ଠିକରେ କିପରି କାମ କରିବା ସେଇ ସମ୍ପର୍କରେ ସ୍ନେହାଞ୍ଜଳି ମହାନ୍ତି ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ମହିଳା ମାନେ କିପରି ଗ୍ରାମ ସ୍ତରରୁ ଆରମ୍ଭ କରି ବିଶ୍ବ ସ୍ତର ପର୍ଜନ୍ତ ଆଗକୁ ବଢି ଚାଲିଛନ୍ତି ସେଇ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରଇ ଗୁମାନସିଂହ କହିଥିଲେ।

ମହିଳା ମାନଙ୍କ ସଫଳତା କିପରି ପ୍ରତି ଦିନ ବଢିବାରେ ଲାଗିଛି ଏବଂ ପ୍ରତି କ୍ଷେତ୍ରରେ ମହିଳା ମାନେ କିପରି ସମସ୍ତ ସଂଘର୍ଷ ସତ୍ତ୍ଵେ ସଫଳ ହୋଇ ପାରିଛନ୍ତି ସେଇ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଣା ଆଲୋଚନା କରିଥିଲେ।

ମହିଳା ଦିବସରେ ଜିଲ୍ଲାରେ ଶିଶୁ ସୁରକ୍ଷା ତଥା ଶିଶୁ ମାନଙ୍କ ବିକାଶ ଲାଗି ହେଉଥିବା ସମସ୍ତ କାମକୁ ସଫଳ ରୂପରେ କରୁଥିବା, ୩ ଜଣ ବେଷ୍ଟ ସୁପରଭାଇଜର, ୩ ଜଣ ଅଙ୍ଗନବ।ଡି ଦିଦି ତଥା ୨ ଜଣ କିଶୋରୀ ଜଟଣୀର ମୁମତହହା ଜୂଫୃ, ଭୂବନେଶ୍ବରର ଜି. କୁମାରି ଙ୍କୁ ଆର୍ଥିକ ରାଶି ଓ ମାନପତ୍ର ସହ ସମ୍ମାନିତ କରା ଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ୧୩ଟି icds ପ୍ରକଲ୍ପରୁ ୧୩ ଜଣ କିଶୋରୀଙ୍କୁ ସରକାରଙ୍କ ଅଦ୍ଵିକ। କାରଜ୍ୟକ୍ରମ ତଥା ଶିଶୁ ସୁରକ୍ଷା ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରାଯିବା ସହ ମାନପତ୍ର ଦିଆଗଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ମହିଳା ଦିବାସର ତାତ୍ପରଜ୍ୟ ତଥା ପିଲା ମାନଙ୍କ ପାଇଁ କେମିତି ସମସ୍ତେ ଏକାଠି ହୋଇ କାମ କରିବା ସେ ସମ୍ପର୍କରେ କହିଥିଲେ।

ସୁରକ୍ଷା ଅଧିକାରୀ ବିନୋଦିନୀ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। କ।ର୍ଜ୍ୟକ୍ରମକୁ ସ୍ଵାତୀ ତନ୍ମୟା ମିଶ୍ର,ଜିଲ୍ଲା ସଂଯୋଜିକା ଏକ୍ସନ ଏଡ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ମମତା ର ଜିଲ୍ଲା ସଂଯୋଜକ ସୂରଥ ବିଶ୍ୱାଳ, ଲକି, ଶୁଭସ୍ମୀତା,ପୁଷ୍ପା, ଜାନକୀ, ରେଣୁ, ରିଙ୍କି, କଳ୍ପନା, ଅଭିପିଲିପ୍ସା, ସନ୍ତୋଷ, ଦିପୁ, ପ୍ରଦୀପ, ଦେବ ଆଜି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୩୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୦୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଜଣ ଙ୍କୁ ସହାୟତା ମଞ୍ଜୁର କରାଯାଇଥିଲା।

ସଦର ବ୍ଲକର ରିଶି ଗାଁ ପଞ୍ଚାୟତର ତପସ୍ଵିନୀ ବାଗଙ୍କୁ ୫୦୦୦ ଟଙ୍କା ଏବଂ ନିଲା ଦେଇ ଙ୍କୁ ୨୦୦୦ ଟଙ୍କା, କୋକସରା ବ୍ଲକ ଆମପାଣିର ବୈଜନ୍ତି ସୁନଙ୍କୁ ୫୦୦୦ ଟଙ୍କା, ଜୁନାଗଡ଼ ବ୍ଲକର ଛୋରିଆଗଡ ଗ୍ରାମର ସଚ୍ଚିଦାନନ୍ଦ ନାଏକଙ୍କୁ ୫୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଷ୍ଟେଟ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ ହଲ ପରିସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋନ ମେଳାକୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ।

ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ୫୭୦ ଗୋଟି ଏସଏଚଜି କୁ ସମୁଦାୟ ୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କସ୍ତୁରୀବାଳା ଜେନା, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ମ୍ୟାନେଜର ନରେନ୍ଦ୍ର କୁମାର ଜେନା, ଖୋର୍ଦ୍ଧା ଏଲଡ଼ିଏମ ଅମର ଚନ୍ଦ୍ର ଅଗ୍ରୱାଲ, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ଚିଫ ମ୍ୟାନେଜର ରଶ୍ମିରଞ୍ଜନ ମିଶ୍ର, ଖୋର୍ଦ୍ଧା ଶାଖା ଡେପୁଟି ମ୍ୟାନେଜର ଡ଼ି. ବିଜୟଲକ୍ଷ୍ମୀ, ଏସବିଆଇ ବାଲୁଗାଁ, ଛଣଗିରି, କମାଗୁରୁ, ଜଟଣୀ ଓ ଖୋର୍ଦ୍ଧା ଶାଖା ମ୍ୟାନେଜର, ମିଶନ ଶକ୍ତି ଅଧିକାରୀ, ବ୍ୟାଙ୍କ ମିତ୍ର ଏବଂ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ, ପ୍ରତି ଘରେ ଉଡ଼ିବ ତ୍ରିରଙ୍ଗା

ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆଜି ଦଶଟି ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳଙ୍କ ଆଭାସୀ ବୈଠକ କରାଯାଇଛି। ଚାଳିଶ ଅମୃତ ସରବୋରରେ ଜାତୀୟ ପତାକା ଉତ୍ତୋଳନ ହେବ। ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମରେ ପ୍ରତି ଅମୃତ ପୋଖରୀରେ ୭୫ ଚାରା ଲାଗିବ। ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ ସଚେତନତା କରାଯିବ।

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସମାନ ହଲରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ର ବିଡ଼ିଓ ମାନଙ୍କ ସହ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପ୍ରତି ଘରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା ସୃଷ୍ଟି କରିବେ।

ଜିଲାରେ ଅମୃତ ସରବୋର ଯୋଜନା ରେ ଅନ୍ତର୍ଭୂକ୍ତ ୪୦ ଟି ଅମୃତ ସରବୋର କୂଳରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେବ। ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ମେରୀ ଦେଶ ମେରୀ ମାଟି କାର୍ଯ୍ୟକ୍ରମ।

ଏହି ଅମୃତ ସରବୋର କୂଳରେ ୭୫ ଟି ଲେଖାଏଁ ଚାରା ରୋପଣ କରାଯିବ। ଏପରିକି ଏହି ୪୦ ଅମୃତ ସରବୋର ବ୍ୟତୀତ ଯଦି କୌଣସି ପଞ୍ଚାୟତ ରେ ବଡ଼ ପୋଖରୀ ଥିବ ସେଠାରେ ମଧ୍ୟ ୭୫ ଲେଖାଏଁ ଚାରା ରୋପଣ କରାଯିବ। ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବ।

ସେହିପରି ବିଡ଼ିଓ ମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ମାନଙ୍କ ରେ ମଧୁବାବୁ ପେନସନ ଯୋଜନା ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲପ ଡେ଼କ୍ସ ) କରାଯିବ। ନିହାତି ବୟସ୍କ ଗରିବ, ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତକ୍ତା ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭତ୍ତା ଆବେଦନ କରିବାରେ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ମୋ ଘର ଯୋଜନାରେ ଘର ପାଇଁ ଯେତିକି ଦରଖାସ୍ତ ଆସିଛି ତାହାର ଯୋଗ୍ୟ ହିତାଧିକାରୀ ଚୟନ କରି ତୁରନ୍ତ ବ୍ୟାଙ୍କ ମାନଙ୍କୁ ପଠାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ଡିପିଏମ ବିବେକ ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ରାଜ୍ୟ ମହିଳା ଆୟୋଗ ଦ୍ବାରା ଆଇନ ସଚେତନତା ଶିବିର

ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଆଇନ ସହାୟତା ଶିବିରର ଆୟୋଜନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡା ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ଅତିରକ୍ତ ଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁନ୍ଦର ନାଥ ମୁର୍ମୁ, ଅତିରିକ୍ତ ଡି ଏସ ପି ଏସ. କେ ରାୟ, ରେଜିଷ୍ଟ୍ରାର ମହିଳା ଆୟୋଗ, ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହିଳା ଆୟୋଗ ତରଫରୁ ଘରୋଇ ହିିଂସା ଆଇନ, ଯୌତୁକ ନିରୋଧ ଆଇନ, ଡାହାଣୀ ସନ୍ଦେହରେ ଅତ୍ୟାଚାର ତଥା ପୋକ୍ସୋ ଆଇନ, କର୍ମ କ୍ଷେତ୍ରରେ ଯୌନ ଶୋଷଣ ଏବିଂ ସାଇବର କ୍ରାଇମ ଉପରେ ଆଦି ଆଲୋଚନା ହୋଇଥିଲା।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଶିବିର ସମ୍ପର୍କରେ ସିଂକ୍ଷିପ୍ତ ଟିପ୍ପଣୀ ଦେଇଥିଲେ। ଜିଲ୍ଲା ସୁରକ୍ଷା ଅଧିକାରୀ ଶିକ୍ଷା ରାଣୀ ପୋଦ୍ଦାର ଧନ୍ୟବାଦ ଅର୍ପଣ। ଦ୍ଵିତୀୟ ଅଧିବେଶନରେ ମାନବ ଚାଲାଣ ୟୁନିଟ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଆୟୋଗର ପରାମର୍ଶଦାତା ଡ। ଏନ ଟୁନା ସାହୁ ମୁଖ୍ୟ ତାଲିମ ଦାତା ଭାବେ ଯୋଗ ଦେଇଥିଲେ। ଶିବିରୟର ୧୧ ଜଣ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଶିବିରକୁ ଆକ୍ସନ ଏଡ ର ଜିଲ୍ଲା ପରାମର୍ଶ ଦାତ୍ରୀ ସ୍ଵାତୀ ତନ୍ମୟା ମିଶ୍ର ପରିଚାଳନା କରିଥିଲେ। ଅଭିଲିପ୍ସା, ସନ୍ତୋଷ, ରେଣୁ, ରିଙ୍କି, ଶୁଭସ୍ମୀତା, ସିଂଗୀତା ଏବିଂଲକି ପରିଚାଳନାରେସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁଷଣ୍ଡପୁର ବାଣ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ୧୭ଟି ସ୍ଥାନରେ ଚଢାଉ

ଖୋର୍ଦ୍ଧା: ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୋଡକୁ ଆସିଛି। ଏନେଇ  ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ।

ବୈଠକରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି., ଏସ.ଡି.ପି.ଓ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ଥାନା ଅଧିକାରୀ। ଆଗକୁ ଦୋଳ ଉତ୍ସବ ଥିବାବେଳେ  ବିଭିନ୍ନ ଦୋଳ ମେଳଣରେ ବାଣ ଫୁଟାଇବା ଓ ବେଆଇନ ବାଣ ତିଆରି ଉପରେ ରୋକ୍ ଲଗାଇବାକୁ ନେଇ ବୈଠକରେ ବିଷଦ ଆଲୋଚନା ହୋଇଛି।

ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଅଦ୍ୟାବଧି ଜିଲ୍ଲାର ୧୭ଟି ସ୍ଥାନରେ ଚଢାଉ କରି ୬୨କିଲୋଗ୍ରାମ ବିସ୍ଫୋରକ ଜବତ କରିଥିବା ବେଳେ ମୋଟ୍ ୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରୁ ଫେରିଥିବା ଯୁବକ ଯୁବତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ କଳାହାଣ୍ଡି ୬୪ ବାଟାଲିୟନ, ସିଆରପିଏଫ ର ମିଳିତ ଉଦ୍ୟମ କ୍ରମେ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ଯୋଗ ଦେଇଥିବା ୨୦ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲାପାଳ ଙ୍କ ସଦ ଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଦଳ କେରଳ ରାଜ୍ୟ ର କୋଚି ଠାରେ ଗତ ୨୩ ତାରିଖ ରୁ ୨୯ ଜାନୁଆରୀ ପ୍ରଯ୍ୟନ୍ତ କେରଳ ରାଜ୍ୟ ର ବିଭିନ୍ନ ଏତିହାସିକ ସ୍ଥଳ, ପ୍ରଯ୍ୟଟନ ସ୍ଥଳ ବୁଲିବା ଦେଖିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଲୋକ ସଂସ୍କୃତି ଉପରେ ଆଲୋଚନା କରିବା ଏବଂ ନିଜ ରାଜ୍ୟ ର କଲା ସଂସ୍କୃତି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍କୃତି କାର୍ଯ୍ୟକ୍ରମ ରେ ଯୋଗଦାନ କରି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ସମସ୍ତ ଙ୍କୁ ଶୁଭେଚ୍ଛା ଜଣେଇଥିଲେ।

ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ସମସ୍ତ ଶିବିରାଥୀ ଙ୍କୁ ସ୍ୱାଗତ ଜଣେଇବା ସହ କେରଳ ଠାରେ ପାଇଥିବା ନିଜନିଜ ଅଭିଜ୍ଞତା କୁ ସମସ୍ତ ଙ୍କୁ ଜଣେଇବା ପାଇଁ କହିଥିଲେ। ସମସ୍ତ ଶିବିରାର୍ଥି ମଧ୍ୟ ଉତ୍ସାହିତ ହୋଇ ସେଠାରେ ପାଇଥିବା ଅଭିଜ୍ଞତା ସମ୍ପର୍କ ରେ ସମସ୍ତ ଙ୍କୁ ଜଣେଇଥିଲେ। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ସିଆରପିଏଫ ୬୪ ବାଟାଲିୟନ ପି.କେ. ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ୬୪ ବାଟାଲିୟନ ଏସଆଇ ମନୋରଞ୍ଜନ ମହାକୁର, ଏନଆଇକେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର ପ୍ରମୁଖ ଉପସ୍ଥିତ ରହି ଶିବିରଥୀ ଙ୍କୁ ସ୍ୱାଗତ ଜଣେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶିବିରଥୀ ମାନଙ୍କୁ ସେଠାକାର ଅଭିଜ୍ଞତା ବିଷୟରେ ସମସ୍ତ ଙ୍କୁ ଜଣେଇବା ସହ ଭବିଷ୍ୟତ ରେ ଜଣେ ଭଲ ନାଗରିକ ହେବା ସହ ସବୁବେଳେ ସମାଜ ପ୍ରତି ଉଷର୍ଗୀ ରହିବାକୁ ପରାମର୍ଶ ଦେଇଥିଲେ। ସେହିପରି ଆଦିବାସୀ ମାନଙ୍କ କଲା ସଂସ୍କୃତି ଓ ଲୋକ ପରମ୍ପରା କୁ ବଜାୟ ରଖିବା ସହ ସମସ୍ତ ଙ୍କୁ ସାହାର୍ଯ୍ୟ କରିବାପାଇଁ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ପରାମର୍ଶ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତୃତୀୟ ସ୍ଥାନ ପାଇ ରାଜ୍ୟ କୁ ଗୌରବାନିତ କରିଥିବାରୁ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ସମସ୍ତ ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ଶମ୍ଭୁ ବିଶି, ଚୁଳମଣୀ ମାଝୀ, ଦୁଲବ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କଠୋର ହେଲା ଜିଲ୍ଲା ପ୍ରଶାସନ: ନିଆଗଲା ଏଭଳି ନିଷ୍ପତ୍ତି

ସୀତାରାମ ଅଗ୍ରୱାଲ

ଚିଲିକା: ଅତିଥି ଦେବୋ ଭବ। ପ୍ରତି ମୁହୂର୍ତ୍ତରେ ଚିଲିକା ହ୍ରଦକୁ ଆଗତ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ସହ ନୌଯାତ୍ରାରେ ସୁରକ୍ଷା ଯୋଗାଇଦେବାକୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସହିତ ବୋଟ ଆସୋସିଏସନ ତତ୍ପର ହୋଇଥିବା ଦେଖିବାକୁ ମିଳୁଛି। ଏହିପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଚିଲିକା ହ୍ରଦରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତା ନେଇ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଆଇଏନଏସ ଚିଲିକା ଲିଉଟନାଣ୍ଟ କମାଣ୍ଡର ଶିବନାରାୟଣ ସିଂ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ସ୍ୱାଇଁଙ୍କ ସମେତ ବିଭିନ୍ନ ପ୍ରାଇଭେଟ ମୋଟର ବୋଟ ଆସୋସିଏସନର ସଭାପତି ଓ ସମ୍ପାଦକ, ମତ୍ସ୍ୟଜୀବୀ ସଙ୍ଘର ସଭାପତି, ଅଗ୍ନିଶମ ବିଭାଗ, ଜଳପଥ ପରିବହନ ବିଭାଗ, ମତ୍ସ୍ୟ ବିଭାଗ, ରାଜସ୍ୱ ବିଭାଗ, ବନ୍ୟ ବିଭାଗ, ଶାନ୍ତି କମିଟି ସଦସ୍ୟ, ବ୍ୟବସାୟିକ ସଂଘ, ଗଣମାଧ୍ୟମ ପ୍ରତିନିଧିଗଣ, ନାଭାଲ ଫାଣ୍ଡି ଅଧିକାରୀ, ନାଚୁଣି ଥାନା ଅଧିକାରୀ, ବାଲୁଗାଁ ଅତିରିକ୍ତ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ଆଲୋଚନାରେ ଯାତ୍ରୀ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ, ନିୟମ ସଂଖ୍ୟକ ଯାତ୍ରୀ ନେବା, ଡଙ୍ଗାର ଫିଟନେସ, ଲାଇସେନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରତି ଡଙ୍ଗାରେ ଲାଇଫ ବୟ ଓ ଲାଇଫ ଜ୍ୟାକେଟ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରହିବା ନିହାତି ଜରୁରୀ ହୋଇଥିବା ବେଳେ ଅପରାହ୍ନ ୪ ଘଟିକା ପରେ ଯାତ୍ରୀବାହି ଡ଼ଙ୍ଗା ପର୍ଯ୍ୟଟକଙ୍କୁ ନେଇ ଭ୍ରମଣ ପାଇଁ ଯାଇପାରିବ ନାହିଁ ଏବଂ ସନ୍ଧ୍ୟା ୬ଟା ପୁର୍ବରୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଯାତ୍ରୀବାହି ଡ଼ଙ୍ଗା ଚିଲିକା କୂଳରେ ପହଂଚିବା ଲାଗି ପ୍ରଶାସନର ନିର୍ଦ୍ଦେଶ ରହିଛି। ଏପରିକି ପ୍ରତ୍ୟେକ ଡଙ୍ଗାରେ ସବିଶେଷ ବିବରଣୀ ତଥା ଚାଳକ ସମ୍ବନ୍ଧୀୟ ସୂଚନା, ଡଙ୍ଗାର ଫିଟନେସ, ଲାଇସେନ୍ସ ଅବଧି, ଜରୁରୀକାଳୀନ ମୋବାଇଲ ନମ୍ବର ସାର୍ବଜନୀନ କରିବା ସହ ବିଭିନ୍ନ ମୋଟର ବୋଟ ଆସୋସିଏସନ ଠାରେ ପର୍ଯ୍ୟଟକଙ୍କ ଅବଗତି ନିମନ୍ତେ ଗୃହୀତ ସମସ୍ତ ତଥ୍ୟ ଫଳକ ମାଧ୍ୟମରେ ଉଲ୍ଲେଖ ରହିବ। ଯେପରି କୌଣସି ମାଛମରା ଡଙ୍ଗାରେ ଯାତ୍ରୀମାନେ ନୌଯାତ୍ରା ନକରିବେ, ତାହା ଉପରେ ତୀକ୍ଷ୍ଣ ନଜର ରଖିବାସହ ଏହା ଉପରେ ଅଙ୍କୁଶ ଲଗାଯିବ।

ଏଥିସହିତ ଅକସ୍ମାତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାଳକ ଏବଂ ଆସୋସିଏସନ ସଜାଗ ରହିବାସହ ବୋଟ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଛି। ଉକ୍ତ ନିୟମ ସବୁ ଯାତ୍ରୀବାହି ଡ଼ଙ୍ଗା ପାଳନ କରୁଛନ୍ତି ନାଇଁ ଜାଣିବା ପାଇଁ ଏକ ଫ୍ଲାଇଂ ସ୍କ୍ୱାର୍ଡ ଟିମ ଗଠନ କରାଯାଇ ନିୟମିତ ଚଢ଼ାଉ ଜାରି ରହିବା ନେଇ ତହସିଲଦାର ଶ୍ରୀ ସାହୁ କହିଛନ୍ତି।

Categories
ଆଞ୍ଚଳିକ

ତୃତୀୟ ଦିନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ: ଆଜି ଘେରିମୁକ୍ତ ହେଲା ୧୧୫ ହେକ୍ଟର ଅଞ୍ଚଳ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଘେରି ଉଚ୍ଛେଦ ହୋଇଥିବା ବେଳେ ଆଜି ପୁଣି ଉକ୍ତ ଅଭିଯାନ ଚିଲିକା ମଧ୍ୟରେ ଜାରି ରହିଥିଲା।

ଆଜି ବଡ଼କୂଳ ଆଇଏନଏସ ଚିଲିକା ସୀମା ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୧୧୫ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଥିବା ବେଳେ ପାଖାପାଖି ୨ କୁଇଣ୍ଟାଲ ଜିରୋ ନେଟ ନଷ୍ଟ କରାଯାଇଛି। ଉକ୍ତ ଘେରି ଉଚ୍ଛେଦ ଅଭିଯାନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ବଡ଼କୁଳ ଆରଆଇ ମଞ୍ଜୁଲତା ସାହୁ, ଚିଲିକା ଡ଼ିଏଫଓ (ମତ୍ସ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

ଖୋର୍ଦ୍ଧା: ଆଜି ହେଉଛି ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଜୟୀ ରାଜଗୁରୁ ଭବନରେ ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ଦେୟମୁକ୍ତ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବରିଷ୍ଠ ନାଗରିକ ମାନେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ଡାକ୍ତରୀ ପରାମର୍ଶ ଗ୍ରହଣ କରିଛନ୍ତି। ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଏହି ଅବସରରେ ଆୟୋଜିତ ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସେବା ଯତ୍ନ ବର୍ତ୍ତମାନର ଆବଶ୍ୟକତା ରହିଛି। ଆତ୍ମୀୟ ସ୍ବଜନଙ୍କ ଦ୍ବାରା ଯତ୍ନ ଅନ୍ୟ କୌଣସି ପଞ୍ଚତାରକା ହୋଟେଲ ଭଳି ସୁବିଧା ଥିବା ବୃଦ୍ଧାଶ୍ରମ ସହ ସମାନ ନୁହେଁ ବୋଲି ସେ କହିଛନ୍ତି। ସେମାନଙ୍କୁ ଅଣଦେଖା କରାଗଲେ ଭବିଷ୍ୟତ ପିଢି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମଏଲଏ ଲ୍ୟାଡ ପାଣ୍ଠିରୁ ଏକ କୋଟି ମୂଲ୍ୟରେ ଆଇସିୟୁ ୱାର୍ଡ କାର୍ଯ୍ୟ ଯାରି ରହିଥିବା ବିଧାୟକ କହିଥିଲେ।

ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବରିଷ୍ଠ ନାଗରିକ ମାନେ ସର୍ବଦା ନମସ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଯୁବାବସ୍ଥାରେ ସେମାନେ ସମାଜ ପାଇଁ ତ୍ୟାଗ କରିଥିବାରୁ ପରିଣତ ବୟସରେ ସେମାନଙ୍କ ବିଶ୍ରାମର ଆବଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର ୱାଡ ଖୋଲାଯିବା ପ୍ରସ୍ତାବ ରହିଥିବା ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।

ବରିଷ୍ଠ ନାଗରିକ ମାନଙ୍କ ଠାରୁ ଉପାଦେୟ ଅନୁଭୂତି ଶିକ୍ଷା କରିବାର ମଧ୍ୟ ଆବଶ୍ୟକତା ରହିଛି । ସେମାନଙ୍କ ସେବା ଓ ଯତ୍ନକୁ ବୋଝ ଭାବେ ବିବେଚନା ନକରି ପାରିବାରିକ ଦାୟିତ୍ବବୋଧ ଭାବେ ଗ୍ରହଣ କରାଯିବା ଉଚିତ। ବରିଷ୍ଠ ନାଗରିକ ମାନଙ୍କ ନିରାପତ୍ତା ନିମନ୍ତେ ଜିଲ୍ଲା ପୁଲିସ ସର୍ବଦା ପ୍ରସ୍ତୁତ ଥିବା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡଃ ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କ ସେବା, ଚିକିତ୍ସା ଏବଂ ସେମାନଙ୍କ ପରାମର୍ଶର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। ଏହି ଅବସରରେ ତହସିଲଦାର ଇପସିତ ସାହୁ ଉପସ୍ଥିତ ଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ ମଲ୍ଲିକ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନାହିଁ ନାହିଁରେ ଚାଲିଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ପ୍ରଶାସନର କେବେ ପଡ଼ିବ ଶୁଭଦୃଷ୍ଟି?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ହେଉଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଆଦିବାସୀ ଅଧ୍ୟୁଷିତ ତଥା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାର ଏକମାତ୍ର ବ୍ଲକ ବାଣପୁର ରହିଥିବା ବେଳେ ସତର ଗୋଟି ପଞ୍ଚାୟତ, ଏନଏସି ଏବଂ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳର ପାଖାପାଖି ଦେଢ଼ ଲକ୍ଷ ଲୋକ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ତେବେ ପରିତାପର ବିଷୟ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାଗ୍ୟ ପୂର୍ବପରି ଅନ୍ଧକାରମୟ ହୋଇ ରହିଛି। ସତେ ଯେପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉନ୍ନତିମୂଳକ ନକ୍ସାରେ ବାଣପୁର ନାମ ଲିଭିଯାଇଛି।

ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ହେଲା ବହୁ ଆନ୍ଦୋଳନ ଓ ଦାବି ପରେ ରାଜ୍ୟ ସରକାର ଏଠାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦେଇଥିବା ବେଳେ ଅଧାରୁ ଅଧିକ କର୍ମଚାରୀ ଡେପୁଟେସନରେ ରାଜଧାନୀର ବିଭିନ୍ନ ମେଡିକାଲରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଦରମା ଆଜି ବି ବାଣପୁରରୁ ନେଉଛନ୍ତି। ବର୍ତ୍ତମାନ ବାଣପୁର ବ୍ଲକ ପାଇଁ ନିଯୁକ୍ତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଲାବୋରାଟୋରି ଟେକନିସିଆନ, ଝାଡୁଦାର ଆଦି ସମୁଦାୟ ୨୨ ଜଣ ଡେପୁଟେସନରେ ରାଜଧାନୀ ତଥା ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ଅଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଏତେ କର୍ମଚାରୀଙ୍କୁ କିପରି ଡେପୁଟେସନରେ ପଠାଗଲା? ବାଣପୁର ଭଳି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ମରୁଡି ସତ୍ତ୍ୱେ କିପରି ତାହାକୁ ଅଣଦେଖା କରାଗଲା? ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଦେଇଥିବା ତଥ୍ୟ ମୁତାବକ ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୨ ଜଣ ଏବଂ ଦନ୍ତ ବିଭାଗର ୨ ଜଣ ଡାକ୍ତର ଅଛନ୍ତି। ତେବେ ଆସନ୍ତାକାଲି ୨ ଜଣ ଏମବିବିଏସ ଡାକ୍ତର ପିଜି ପାଇଥିବାରୁ ବାଣପୁର ଛାଡିବେ ବୋଲି ଜଣାପଡିଛି।

ସେହିପରି ଭାବେ ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଏମବିବିଏସ ଡାକ୍ତର, ଜଣେ ଦନ୍ତ ବିଶେଷଜ୍ଞ ଏବଂ ଜଣେ ଆୟୁଷ ଡାକ୍ତର ଅଛନ୍ତି।

ଅନୁରୂପ ଭାବେ ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର, ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ଏବଂ ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର ଏବଂ ଜଣେ ଆୟୁଷ ଡାକ୍ତର ଅଛନ୍ତି।

ତେବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ରୋଗ, ଭେଷଜ, ଅସ୍ତ୍ରୋପଚାର ଏବଂ ଆୟୁଷ ବିଭାଗ ଖାଲି ପଡ଼ିଥିବା ବେଳେ ଅତି କମରେ ପ୍ରତି ବିଭାଗରେ ଜଣେ ଲେଖାଏଁ ଡାକ୍ତର ନିଯୁକ୍ତି ଅପରିହାର୍ଯ୍ୟ ହୋଇପଡିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ନାୟକ କହିଛନ୍ତି।

ଅନୁରୂପ ଭାବେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅତିରିକ୍ତ ୫ ଜଣ ନର୍ସ, ୧୦ ଜଣ ସ୍ୱାସ୍ଥ୍ୟକର୍ମୀ, ୩ ଜଣ ଲାବୋରାଟୋରି ଟେକନିସିଆନ ଏବଂ ୨ ଜଣ ଆଟେଣ୍ଡାଣ୍ଟ ନିଯୁକ୍ତି ଏକାନ୍ତ ଆବଶ୍ୟକ ହୋଇପଡିଛି।

ସେହିପରି ଭାବେ ସବୁଠୁ ଗୁରୁତ୍ୱପୂର୍ଣ ବିଷୟ ହେଲା ହେଲା ମେଡିକାଲରେ ପୁର୍ବରୁ ଥିବା ରକ୍ତ ସରଂକ୍ଷଣ କେନ୍ଦ୍ରଟି ଦୀର୍ଘ ଚାରି ବର୍ଷ ହେଲା ବନ୍ଦ ପଡ଼ିଛି । ଯାହାଫଳରେ ଜରୁରୀକାଳିନ ସମୟରେ ଗୋଟେ ବୋତଲ ରକ୍ତ ପାଇଁ ରୋଗୀଙ୍କୁ ଦୀର୍ଘ ୮୦-୯୦ କିଲୋମିଟର ଭୁବନେଶ୍ୱର, ଖୋର୍ଦ୍ଧା ଓ ବ୍ରହ୍ମପୁର ଯିବାକୁ ପଡୁଛି। ଯଦି ରକ୍ତ ସରଂକ୍ଷଣ କେନ୍ଦ୍ରଟି ପୁନଃ କାର୍ଯ୍ୟକ୍ଷମ ହୋଇପାରିବ, ତେବେ ସଡ଼କ ଦୁର୍ଘଟଣା ହେଉ ଅବା ଅନ୍ୟାନ୍ୟ ରୋଗ ପାଇଁ ହେଉ, ରୋଗୀ ତୁରନ୍ତ ବାଣପୁର ମେଡିକାଲରୁ ରକ୍ତ ବୋତଲ ନେଇପାରିବ।

ସେହିଭଳି ଏକ୍ସରେ ଟେକ୍ନିକାଲ ପୋଷ୍ଟ ମଧ୍ୟ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି ଯାହାଫଳରେ ଗରିବ ଜନସାଧାରଣ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଘରୋଇ କ୍ଲିନିକରେ ଏକ୍ସରେ କରିବାକୁ ବାଧ୍ୟ ହେଉଛନ୍ତି।

ତେବେ ଉକ୍ତ ସମସ୍ୟାଗୁଡିକୁ ଖୋର୍ଦ୍ଧା ଜିଲ୍ଲାପାଳ, ସିଡ଼ିଏମଓ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଗୁରୁତର ସହ ନେଇ ଏହାର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ବାଣପୁର ଖୁବଶୀଘ୍ର ଏହାର ମେଡିକାଲ ବିକାଶ ଲାଗି ଚର୍ଚ୍ଚାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ଆଶା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଶହିଦ ଦିବସ ପାଳିତ

ଖୋର୍ଦ୍ଧା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଆଜି ସକାଳେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଖୋର୍ଦ୍ଧା ସହରର ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଓ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଗାନ୍ଧୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଗାନ୍ଧୀଙ୍କ ବିନା ଭାରତବର୍ଷ ଇଂରେଜମାନଙ୍କ ପରାଧୀନତାରୁ କେବେ ବି ମୁକ୍ତି ପାଇପାରିନଥାନ୍ତା। ଅହିଂସା, ସ୍ୱରାଜ ଓ ସତ୍ୟାଗ୍ରହ ଆଦର୍ଶକୁ ନେଇ ୩୦୦ ବର୍ଷର ପରାଧୀନତାରୁ ସ୍ୱାଧୀନ ପ୍ରାପ୍ତି ସାରା ବିଶ୍ୱରେ ବିରଳ। ସାରା ବିଶ୍ୱ ଏହାକୁ ସ୍ୱୀକାର କରି ତାଙ୍କ ଜନ୍ମଦିବସକୁ ମଧ୍ୟ ଆନ୍ତର୍ଜାତିକ ଅହିଂସା ଦିବସର ସମ୍ମାନ ଦେଇସାରିଛି।

ଏହି ଅବସରରେ ଶ୍ରୀ ମହାପାତ୍ର ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦ ଓ ଖୋର୍ଦ୍ଧାର ବୀର ପାଇକ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ପ୍ରାଣନାଥ ମହାବିଦ୍ୟାଳୟର ଅଧ୍ୟାପକବୃନ୍ଦ, ସରକାରୀ ଅଧିକାରୀ ଓ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନେ ଉପସ୍ଥିତି ଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଚିଲିକାରେ ବଦଳିଲା ଟୀକାକରଣ ସୂଚୀ: ଆସନ୍ତାକାଲି ମିଳିବ ୧ ହଜାର ୫ ଶହ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ସେପ୍ଟେମ୍ବର ୧୦ ତାରିଖ) ରେ ୧ ହଜାର ୫ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- କୃତିବାସ ଭବନ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୫ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

ଅଫଲାଇନ ଟୀକାକରଣ:

୫ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ବାଲିପଦର କମ୍ୟୁନିଟି ସେଣ୍ଟର (ୱାର୍ଡ -୬, ବାଣପୁର ଏନଏସି ) ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭ – ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୮- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୧. ମାଣିକପୁର ବାତ୍ୟା ଆଶ୍ରୟସ୍ଥଳୀ – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୨. ନନ୍ଦପୁର(ମେଘାମ୍ବରି ମନ୍ଦିର ପାଖ) -ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୩. ଗାଲୁଆ ଗ୍ରାମ ପଞ୍ଚାୟତ( ଭୀମପୁର ଉ.ପ୍ରା ବିଦ୍ୟାଳୟ) – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ ଆରମ୍ଭ ହେବ। କେବଳ ମାଣିକପୁର ଏବଂ ଗାଲୁଆ ଗ୍ରାମ ପଞ୍ଚାୟତରେ ଅପରାହ୍ନ ୧ ଟା ୩୦ ରୁ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ, ଅଫଲାଇନ)

୧- କେ.କେ ନୂଆଗାଁ କଲ୍ୟାଣ ମଣ୍ଡପ (ବାଲୁଗାଁ ଏନଏସି ):

– ୩୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୩୦ ଡୋଜ

୨- ଅଡ଼ିଟୋରିଅମ ହଲ (ବାଲୁଗାଁ ଏନଏସି ):

– ୩୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୩୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଦଭାବନା ଦିବସ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସାରା ଦେଶରେ ସଦଭାବନା ଦିବସ ପାଳିତ ହେଉଛି।

ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ ଓ ଭାଷା ଭେଦଭାବ ବିନା ସମସ୍ତ ଭାରତବାସୀଙ୍କର ଏକତା ଓ ସଦଭାବନା ପାଇଁ ମୁଁ କାର୍ଯ୍ୟ କରିବା ସହିତ କୌଣସି ହିଂସା ଆଚରଣ ନକରି ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ଉପାୟରେ ସମାଧାନ କରିବି।

ଏହି ଶପଥପାଠ ଉତ୍ସବରେ ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଶ୍ରୀମତୀ ବିନିତା ଦାଶ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଶଶାଙ୍କ ଶେଖର ଲେଙ୍କାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓସୱାନ୍ ଭି.ସି ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଓ ପାରାଦ୍ବୀପ ପ୍ରକଳ୍ପ ନିର୍ଦ୍ଦେଶକ, ଡି. ଆର୍.ଡି.ଏ, ଉପଜିଲ୍ଲାପାଳ, ସମସ୍ତ ବ୍ଲକର ବିଡିଓ, ତହସିଲଦାର, କ୍ଷେତ୍ର ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ସାମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବେ। ବାଲିକୁଦା, ଏରସମା, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଳକକୁ ଅଧିକ ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ହେଉଛି ପ୍ରଥମ ପ୍ରାଥମିକତା। ଯେହେତୁ କୋଭିଡ୍ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି। ସେଥିପ୍ରତି ଦୃଷ୍ଟି ଦେଇ ଆଣ୍ଟିଜେନ୍ ଟେଷ୍ଟ ଓ କୋଭିଡ୍ ସଂକ୍ରମିତଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯିବ। ଏଥିପାଇଁ ସମସ୍ତ ବ୍ଲକକୁ ମାସ୍କ୍ ଓ ପିପିଇ କିଟ୍ ପ୍ରଦାନ କରାଯିବ। ସ୍ଥାନାନ୍ତରିତ ସମୟରେ ଗର୍ଭବତୀ ମହିଳା ଭିନ୍ନକ୍ଷମ ମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନାନ୍ତରିତ ଲୋକମାନଙ୍କୁ ମାସ୍କ୍, ସାନିଟାଇଜର୍ ,ପାନୀୟଜଳ ,ବିସ୍କୁଟ୍ ଶିଶୁଙ୍କ ପାଇଁ ଛତୁଆ, ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପରିମଳ ଓ ସୁଦ୍ଧ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି। ସମସ୍ଥ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ଗୁଡିକୁ ଆଜି ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ମତ୍ସ୍ୟଜୀବୀ ମାନଙ୍କୁ ୨୨ତାରିଖ ପରେ ସମୁଦ୍ରକୁ ନଯିବା ପାଇଁ ମାଇକ୍ ମାଧ୍ୟମରେ ଚୌମୁହାଣୀ ଓ ଫିସିଙ୍ଗ୍ ହାରବର୍ ନିକଟରେ ଗୁରୁବାର ସକାଳୁ ସଚେତନ କରାଯାଇଛି। ଜିଲ୍ଲା ଜରୁରୀ ବିଭାଗ ନିୟନ୍ତ୍ରଣ କକ୍ଷ ,ବ୍ଲକ୍ ସ୍ତରରେ ଓ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟା କାର୍ଯ୍ୟ କରିବ। ସମସ୍ତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ଜେନେରେଟର, ଟାୱାରଲାଇଟ୍, ମେକାନିକାଲ କଟରମ୍ ଓ ଅନ୍ୟାନ୍ୟ ଉପକରଣ ଗୁରୁବାର ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ଜଣ ଦାୟୀତ୍ୱ ସମ୍ପନ୍ନ କର୍ମଚାରୀ ନିୟୋଜିତ ରହିବେ। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସ୍ତନ୍ୟଦାନ କରୁଥିବା ମହିଳା ଓ ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ, ଆଶ୍ରୟସ୍ଥଳୀରେ ସମସ୍ତେ ଯେପରି ମାସ୍କ୍ ପରିଧାନ କରିବେ, ମାଗଣା ରନ୍ଧାଖାଦ୍ୟ ପ୍ରଦାନ ଓ ଉଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଡିଓ ମାନେ ଅତିରିକ୍ତ ଯାନ ବ୍ୟବହାର କରିପାରିବେ। ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ପାରାଦ୍ବୀପ, କୁଜଙ୍ଗ, ଏରସମା, ବାଲିକୁଦା ଓ ତିର୍ତ୍ତୋଲ ଅଞ୍ଚଳରେ ନିୟୋଜିତ କରାଯିବ।

ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର, ପି.ଡି ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ବିଡିଓ ଓ ତହସିଲଦାର ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାହାମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

 

ରମେଶ ମହାନ୍ତି

ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ରାହାମା ବଜାରରେ ଅମାନିଆଙ୍କ ଜନଗହଳିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଠାରୁ ରାହାମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବ୍ୟବସାୟୀ ପେଣ୍ଠସ୍ଥଳୀ କୁହାଯାଉଥିବା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ବ୍ୟବସାୟୀ ଓ ଅମାନିଆ ଲୋକ କରୋନା କଟକଣାକୁ ବେଖାତିର କରୁଥିବାରୁ ଜନଗହଳି ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏନ୍‌ଏସ୍ ଚିଲିକାର କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପିତ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ତାକୁ ଯଦି ଲକ୍ଷ୍ୟ କରିବା ବର୍ତ୍ତମାନ ଜିଲ୍ଲାରେ ଯେତିକି କୋଭିଡ କେୟାର ସେଣ୍ଟର ଅଛି ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି ପୂର୍ବାନୁମାନ କରିସାରିଛି ଜିଲ୍ଲା ପ୍ରଶାସନ। ତେଣୁ ଆଜି ଅପରାହ୍ନରେ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ବଡ଼କୁଳ ନିକଟରେ ଅବସ୍ଥିତ ଆଇଏନ୍‌ଏସ୍ ଚିଲିକା ବେସ ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଗୃହରେ କରୋନା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ କେୟାର ସେଣ୍ଟରର ଆୟୋଜନ କରାଯାଇଛି। ତାହା ସହ ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ବେସ ମଧ୍ୟରେ ଥିବା ନିଭାରିଣୀ ହସ୍ପିଟାଲ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧର ବ୍ୟବସ୍ଥା କରାଯାଇଛି।

ଜିଲ୍ଲା ମେଡିକାଲ୍ ତରଫରୁ ୩ଜଣ ଡାକ୍ତର ୫ଜଣ ପାରାମେଡିକାଲ୍ ଷ୍ଟାଫଙ୍କ ମିଳିତ ସ୍ୱତନ୍ତ୍ର ଟିମ୍ ର ତତ୍ୱାବଧାନ ରେ ଉକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏହି କୋଭିଡ୍ କେୟାର ସେଣ୍ଟର ୨୪ ଘଣ୍ଟିଆ କାମ କରିବ ଓ ଏହି କେୟାର ସେଣ୍ଟରରେ ଟାଙ୍ଗୀ ବ୍ଲକ୍, ଚିଲିକା ନିର୍ବାଚନ ମଣ୍ଡଳୀର ଯେଉଁ ମାନଙ୍କର ନିଜ ଘରେ ସଙ୍ଘରୋଧ ରହିବା ବ୍ୟବସ୍ଥା ନାହିଁ, ସେଭଳି କୋଭିଡ଼ ଆକ୍ରାନ୍ତ ରୋଗୀମାନେ ଏହି କେୟାର ସେଣ୍ଟରରେ ଉପକୃତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଭଳି ମହାମାରୀ ସଙ୍କଟ ସମୟରେ ଆଇଏନ୍‌ଏସ୍ ଚିଲିକାର ଉକ୍ତ ସହଯୋଗ ନା କେବଳ ଖୋର୍ଦ୍ଧା ଜିଲ୍ଲାର କୋଭିଡ ଆକ୍ରାନ୍ତଙ୍କ ଉନ୍ନତ ଚିକିତ୍ସାରେ ସହାୟକ ହେବ ବରଂ ସେମାନଙ୍କ ମନୋବଳ ବଢାଇବରେ ସହାୟ ମଧ୍ୟ ହେବ ବୋଲି ଜିଲ୍ଲାପାଳ କହିଥିଲେ। ତତ ସହିତ ଅଧିକ ଲକ୍ଷଣ ଥିବା ବ୍ୟକ୍ତି ଏବଂ ଏକାଧିକ ରୋଗରେ ପୀଡିତ ଥିବା ବୟସ୍କ ବ୍ୟକ୍ତିମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ କୋଭିଡ଼ କେୟାର ସେଣ୍ଟର ରେ ଚିକିତ୍ସିତ ହୋଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଇଏନ୍‌ଏସ୍ ଚିଲିକାର ଉକ୍ତ ପଦକ୍ଷେପ ଦ୍ୱାରା ଉଭୟ ସାମରିକ ଏବଂ ବେସାମାରିକ ବିଭାଗ ମିଳିମିଶି କୋଭିଡ଼କୁ ପ୍ରତିହିତ କରିବାରେ ସହାୟକ ହେବେ ବୋଲି ଜିଲ୍ଲାପାଳ ଆଶା କରିଛନ୍ତି।

ଅପରପକ୍ଷରେ ଏଭଳି ଆପତ୍ତକାଳୀନ ପରିସ୍ଥିତିରେ ଆମେ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରି ନିଜକୁ ସମାଜ କଲ୍ୟାଣରେ ନିୟୋଜିତ କରିବାର ସୁଯୋଗ ପାଇଛୁ ବୋଲି ଆଇଏନ୍‌ଏସ୍ ଚିଲିକା ମୁଖ୍ୟ କମୋଡର ଏନ. ପି ପ୍ରଦୀପ ମତପ୍ରକାଶ କରିଥିଲେ। ସେହିପରି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଉକ୍ତ କୋଭିଡ କେୟାର ସେଣ୍ଟର ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦିଆଯାଇଛି ବୋଲି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତି ଥିବା ଅତିଥି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଶ୍ୱ ରଞ୍ଜନ ପତି ସୂଚନା ଦେଇଥଲେ।

ଉକ୍ତ ଲୋକାର୍ପଣ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଦି ଉପସ୍ଥିତ ଥିଲେ। ତେବେ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଆକ୍ରାନ୍ତ ବ୍ୟକ୍ତି ମାନେ ଆଇଏନ୍‌ଏସ୍ ଚିଲିକାର କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହୋଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଏହି ଜିଲ୍ଲାର ସମଗ୍ର ଅଞ୍ଚଳରେ ଲାଗୁ ହେଲା ସପ୍ତାହନ୍ତ ସଟଡ଼ାଉନ

ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କମିଟିର ଅନୁରୋଧକ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଉଭୟ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ କରାଯିବ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ ପ୍ରମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ପୌରପରିଷଦ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ ଲାଗିଲା କଟକଣା

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେହିପରି ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ ରହିଥିଲେ ମଧ୍ୟ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ବୃଦ୍ଧିକୁ ଦେଖି ଆଜି ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛି। ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଉପରେ ଆଗାମୀ ୭ ଦିନ ଯାଏଁ କଟକଣା ଲାଗିଛି। ଆସନ୍ତା ୨୧ ତାରିଖ ଯାଏଁ ସବୁ ଧର୍ମାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିଭଳି ଜିଲ୍ଲାର ପାର୍କ, ଖେଳପଡ଼ିଆ ଏବଂ ସମୁଦ୍ର ବେଳାଭୂମିଗୁଡିକ ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି।