Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ
ଆଜିର ଖବର

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ
ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

ଭୁବନେଶ୍ୱର/ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖରିଆର ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟରେ ବଢ଼ୁଥିବା ବନ୍ୟାଜଳ ମଧ୍ୟରେ ଏକ ପୋଲଟ୍ରି ଫାର୍ମ ଘରର ଛାତ ଉପରେ ଫସି ରହିଥିବା ୮ ଜଣଙ୍କୁ ଅତ୍ୟନ୍ତ ସାହସିକତାର ସହ ସୁରକ୍ଷିତ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍।

ସୂଚନାଯୋଗ୍ୟ ଯେ, ବନ୍ୟାଜଳ ବଢ଼ିବା ସହ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଚାରିପଟେ ବଢ଼ୁଥିବା ନଦୀଜଳ ମଧ୍ୟରେ ଫସିଥିବା ଲୋକଙ୍କ ପାଖରେ ପହଞ୍ଚିବା ଏକ କଠିନ ପରିସ୍ଥିତି ଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ତୁରନ୍ତ ଉଦ୍ଧାର ବ୍ୟବସ୍ଥା ଆରମ୍ଭ କରିଥିଲା।

ଅଗ୍ନିଶମ ସେବା ବାହିନୀ ପକ୍ଷରୁ ମଧ୍ୟ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲା। ତେବେ ବଢ଼ୁଥିବା ଜଳସ୍ତର, ପ୍ରବଳ ଜଳସ୍ରୋତ ଓ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିଲା। ଏପରି ସମୟରେ ଏସ୍‌ଆର୍‌ସି ଟିମ୍ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନର ରାତିସାରା ନିରନ୍ତର ସମନ୍ୱୟ, ନିରୀକ୍ଷଣ ଓ ତ୍ୱରିତ ପଦକ୍ଷେପ ମଧ୍ୟରେ ବଲାଙ୍ଗୀରରୁ ଏକ ସ୍ୱତନ୍ତ୍ର ଓଡ୍ରାଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା।

ଉଦ୍ଧାର କାର୍ଯ୍ୟ ସମୟରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଖରିଆର ବିଡିଓ, ଅତିରିକ୍ତ ତହସିଲଦାର, ଆଇଆଇସି ଏବଂ ଏସ୍‌ଡିପିଓଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରିଥିଲେ। ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ରାତିସାରା କ୍ଷେତ୍ରରେ ସକ୍ରିୟ ରହିଥିଲେ।

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଓଡ୍ରାଫ୍ ଟିମ୍ ରାତିସାରା ନିରନ୍ତର ପ୍ରୟାସ ଜାରି ରଖିଥିଲା। ସକାଳେ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ଉଦ୍ଧାର ଅଭିଯାନ ସମ୍ପନ୍ନ କରିଥିଲା। ପୋଲଟ୍ରି ଫାର୍ମ ଘରର ଛାତ ଉପରେ ଫସି ରହିଥିବା ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିରାପଦ ସ୍ଥାନକୁ ନିଆଯାଇଥିଲା।

ଏହି ସଫଳ ଉଦ୍ଧାର ଅଭିଯାନ ଓଡ଼ିଶାର ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ତ୍ୱରିତ ପ୍ରତିକ୍ରିୟା ଏବଂ ଜନସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ। ଏସ୍‌ଆର୍‌ସି, ନୂଆପଡ଼ା ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ବାହିନୀ ଏବଂ ଓଡ୍ରାଫ୍ ଟିମ୍‌ର ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ବିପଦରେ ଥିବା ଲୋକଙ୍କ ନିକଟରେ ସମୟୋପଯୋଗୀ ସହାୟତା ପହଞ୍ଚିପାରିଥିଲା।

ନିରନ୍ତର ନିରୀକ୍ଷଣ, ତ୍ୱରିତ ପଦକ୍ଷେପ ଏବଂ କ୍ଷେତ୍ରସ୍ତରରେ ସମନ୍ୱିତ କାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଲୋକଙ୍କ ନିକଟରେ ପହଞ୍ଚୁଛି। ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଚବିଶ ଘଣ୍ଟିଆଭିତ୍ତିରେ ପରିସ୍ଥିତି ଉପରେ ନଜର ରଖି ପ୍ରତ୍ୟେକଟି ନାଗରିକଙ୍କ ନିକଟରେ ପହଞ୍ଚିବା, ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସମୟୋପଯୋଗୀ ସହାୟତା ଯୋଗାଇବା ପାଇଁ ପ୍ରତିବଦ୍ଧ।

ଉଦ୍ଧାରକାରୀ ଦଳ ଏସଆରସି ଓଡ୍ରାଫ୍ ଖରିଆର ବ୍ଲକ ଜିଲ୍ଲା ପ୍ରଶାସନ ନୂଆପଡା ଜିଲ୍ଲା ରାଜ୍ୟସରକାର ସମନ୍ୱିତ ପ୍ରୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.