Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ଵର: ଆଜି ଚିଟଫଣ୍ଡ ଦୁର୍ନୀତି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରାଜ୍ୟସରକାର ଏବଂ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ମିଳିନଥିବାରୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେପ୍ରସଙ୍ଗରେ ଜାଣିବା ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନ୍ୟାୟାଧୀଶ ଏମଆର ଶାହା ଏବଂ ନ୍ୟାୟାଧୀଶ କ୍ରୀଷ୍ଣା ମୁରାଲିଙ୍କ ଖଣ୍ଡପୀଠ ଶୁଣାଣି କରି ଏହା ଉପରେ ଜବାବ ରଖିବାକୁ ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚିଠଫଣ୍ଡ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରୁଥିଲା। ଏହାସହିତ ରାଜ୍ୟସରାକର ମଧ୍ୟ ତଦନ୍ତ କମିଟି ଗଠନ କରିଥିଲେ। ଏହାପରେ ବହୁ ଠକ ସଂସ୍ଥା ପକ୍ଷରୁ ମଧ୍ୟ କୋଟି କୋଟି ଟଙ୍କା ଆଦାୟ କରାଯାଇଥିଲା। ଏସବୁ ସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇନଥିବାରୁ ସୁପ୍ରିମକୋର୍ଟ ସଜ୍ଞାନକୁ ନେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖ ଦିନ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରେନ୍ ଷ୍ଟ୍ରୋକ୍‌ ରୋଗରେ ପୀଡ଼ିତ ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ: ଚିକିତ୍ସା ପାଇଁ ଅନୁଦାନ ଦେଲେ ରାଜ୍ୟସରକାର

ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଶା ନାଟ୍ୟସଂଘର ସମ୍ପାଦକ ଲାଲା ବୀରେନ ପ୍ରସାଦ ରାୟ ଗତ ଦୁଇଦିନ ଧରି ମସ୍ତିଷ୍କ ରକ୍ତପ୍ରବାହ ଜନିତ (ବ୍ରେନ୍ ଷ୍ଟ୍ରୋକ୍‌) ରୋଗରେ ପୀଡ଼ିତ ହୋଇ, ଲୁଇସରୋଡ଼, ଭୁବନେଶ୍ୱରସ୍ଥିତ ଶ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଏହି ଅସୁସ୍ଥତାର ଖବର ପାଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ, ଓଡ଼ିଶା ନାଟ୍ୟସଂଘର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ରନାଥ ମଲ୍ଲିକ ଓ ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍ ସାହୁ ସରକାରଙ୍କ ପାଖରେ ଶ୍ରୀ ରାୟଙ୍କ ଏହି ଦୁଃସମୟରେ ଆର୍ଥିକ ସହାୟତା ଦେବା ପାଇଁ ଆବେଦନ କରିଥିଲେ। ବଡ଼ ଖୁସିର କଥା ଯେ, ସରକାର ଗୁରୁତ୍ୱର ସହିତ ଏହାକୁ ବିଚାରକୁ ନେଇ ଶ୍ରୀ ରାୟଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ୧ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ, ନାଟ୍ୟସଂଘର ସଭାପତି ହରେନ୍ ସାହୁ ଓ ଓଡ଼ିଶା ନାଟ୍ୟସଂଘର ଯୁଗ୍ମ ସମ୍ପାଦକ ଶୁଭକାନ୍ତ ପାଢୀ ଏହି ଅନୁଦାନ ରାଶିକୁ ନେଇ ଶ୍ରୀ ହସ୍ପିଟାଲ ଠାରେ ଲାଲା ବୀରେନ୍ ରାୟଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରି ଆସିଛନ୍ତି।

ଏଥିପାଇଁ ଓଡ଼ିଶା ନାଟ୍ୟସଂଘ ତରଫରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଆଇ.ଏ.ଏସ୍‌. ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ସଭାପତି ଶ୍ରୀ ହରେନ୍ ସାହୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ବନ୍ୟାଦୃଷ୍ଟିରୁ ଆବେଦନ ଅବଧି ବଢାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ। ସେପ୍ଟେମ୍ବର 4 ପରିବର୍ତ୍ତେ ସେପ୍ଟେମ୍ବର 11 ଯାଏଁ ସରକାର ଯୁକ୍ତ ଦୁଇ ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବିଳମ୍ବରେ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ରାଜ୍ୟରେ ଏବେ ବନ୍ୟା ସ୍ଥିତିକୁ ଦେଖି ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ ମାସର କଟକଣା: ରାତ୍ରୀକାଳୀନ କର୍ଫ୍ୟୁକୁ ବଳବତ୍ତର ରଖିଲେ ରାଜ୍ୟସରକାର

ଭୁବନେଶ୍ବର: ଆଜି ଅଗଷ୍ଟ ମାସ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

-କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଲାଗୁ ରହିବ। ଏଠାରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି ।

-ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ।

-ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ।

-ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌, ଅଡିଟୋରିୟମ୍‌, ସୁଇମିଂ ପୁଲ୍‌, ଆସେମ୍ଲି ହଲ୍‌ ବନ୍ଦ ରହିବ।

-ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

-ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡିଗୁଡିକ ମଧ୍ୟ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ପରୀକ୍ଷା ହୋଇପାରିବ।

-କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍‌ ମୁତାବକ ଅଗଷ୍ଟ 5ରୁ ଯୋଗ ସେଣ୍ଟର ଓ ଜିମ୍ନାସିୟମ୍‌ ଖୋଲା ଯାଇ ପାରିବ।

-ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବବତ୍ତ ଚାଲିବ।

-ରାଜ୍ୟ ବାହାରକୁ କେହି ତିନି ଦିନ ପାଇଁ ଆସିଲେ କ୍ବାରେଣ୍ଟାଇନ୍‌ରେ ରହିବେନି। ମାତ୍ର ତିନି ଦିନରୁ ଅଧିକ ରହିଲେ କ୍ବାରେଣ୍ଟାଇନ୍‌ରେ ରହିବେ।

-ସେଲୁନ୍‌ ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ।

-ଅଗଷ୍ଟ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ରାତ୍ରି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି ରହିବ। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ।

-ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଏବଂ କଟକ ଓ ରାଉରକେଲା ମ୍ୟୁନିସପାଲ୍ କର୍ପୋରେସନ୍‌ରେ ଅଗଷ୍ଟ ମାସର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

– ଅଗଷ୍ଟ 1 ତାରିଖ ଓ ଅଗଷ୍ଟ 2 ତାରିଖରେ ହେବାକୁ ଥିବା ସଟ୍‌ଡାଉନ୍‌ରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏହି ଦୁଇ ଦିନ  ସଟ୍‌ଡାଉନ୍‌ ଦିନ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ। ଏହି ଦୁଇଦିନ ସକାଳ 5ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ଅଫିସ୍‌ ଖୋଲା ରହିବ। ସଟ୍‌ଡାଉନ୍‌ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ। ଏହା ପରେ ପରବର୍ତ୍ତୀ ସପ୍ତାହଠାରୁ ପୂର୍ବବତ୍‌ ସଟ୍‌ଡାଉନ୍‌ ଜାରି ରହିବ ।

-ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ କର୍ମଚାରୀମାନେ ମଧ୍ୟ ସଟ୍‌ଡାଉନ୍‌ ସମୟରେ କାର୍ଯ୍ୟ କରିପାରିବେ।

-ପ୍ରିଣ୍ଟ ଓ ଇଲ୍‌କୋଟ୍ରୋନିକ୍ସ ମିଡିଆ ଖୋଲା ରହିବ, କର୍ମଚାରୀମାନେ ଯା’ଆସ କରିପାରିବେ।

-ସଟଡାଉନ୍‌ ସମୟରେ ହୋମ୍‌ ଡେଲିଭରୀ ହୋଇପାରିବ।

-ସଟ୍‌ଡାଉନ୍‌ ସମୟରେ ସକାଳ 5ଟାରୁ 8 ମଧ୍ୟରେ ନ୍ୟୁଜ୍‌ ପେପର୍‌ ହକର ମାନେ କାର୍ଯ୍ୟ କରିପାରିବେ।

-ପ୍ରତି ସପ୍ତାହର ଶନିବାର ଦିନ ସରକାରୀ ଅଫିସ୍‌ ବନ୍ଦ ରହିବ।

– ଜାତୀୟ ରାଜପଥ କଡରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ।

 

Categories
ଆଜିର ଖବର ରାଜ୍ୟ ଖବର

ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି : ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର

ଭୁବନେଶ୍ବର : ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁର ଆଶଙ୍କା ଭିତରେ ସମ୍ଭାବନା ସୃଷ୍ଟି ହୋଇଛି । ପୁରୀ ରଥଯାତ୍ରା ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ରାଜ୍ୟ ସରକାର । ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ରଥଯାତ୍ରା କରିବାକୁ ସତ୍ୟପାଠ କରିଛନ୍ତି ରାଜ୍ୟ ସରକାର । ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ରାଜ୍ୟସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ଦାଖଲ କଲେ ସତ୍ୟପାଠ । ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି । କେବଳ ପୁରୀରେ ରଥଯାତ୍ରା କରାଯିାବ ନେଇ ସତ୍ୟପାଠ ଦାଖଲ କରାଯାଇଙଛି ।

ସୂଚନାଯୋଗ୍ୟ,  ଆଜି ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ଅନୁଷ୍ଠିତ ହେବ । ପୁରୀ ରଥଯାତ୍ରା ସ୍ଥଗିତ ନିର୍ଦ୍ଦେଶ ପରେ ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍‌ ଦାଏର କରାଯାଇଛି । ଆଜି ଜଣିକିଆ ବେଞ୍ଚରେ ଏହି ମାମଲାର ଶୁଣାଣି ଅନୁଷ୍ଠିତ ହେବ । ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି ଅନୁଷ୍ଠିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ଚିନ୍ତା ବଢାଉଛି କୋଲାକାତା ଲିଙ୍କ୍‌, ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ତଥ୍ୟ ଦେବାକୁ ଅନୁରୋଧ କଲେ ସରକାର

ଭୁବନେଶ୍ବର: ଆଜି ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ବାଲେଶ୍ବର ଜିଲ୍ଲାର 58 ବର୍ଷୀୟ ପୁରୁଷ। କୋଲକାତାରୁ ଫେରିଥିଲେ। ତାଙ୍କର ଲକ୍ଷଣ ନଥିଲା। ସାମ୍ପଲ୍‌ ସଂଗ୍ରହ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏହା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ତଥ୍ୟ ଦିଅନ୍ତୁ ବୋଲି  ସରକାର ଅନୁରୋଧ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକେ ଲୁଚିବା ଅନୁଚିତ ବୋଲି କହିଛନ୍ତି ସରକାର।  ସେମାନେ ନମୁନା ପରୀକ୍ଷଣ ପାଇଁ ଆଗେଇ ଆସନ୍ତୁ। ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଥାଇପାରନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ବାରା ସଂକ୍ରମଣ ବଢିବାର ଆଶଙ୍କା ରହିଛି। ସେମାନେ ସ୍ଥାନୀୟ ବିଡିଓ/ତହସିଲଦାର/ସରପଞ୍ଚଙ୍କୁ ଯୋଗାଯୋଗ କରନ୍ତୁ। ଘରେ ଆଇସୋଲେସନ୍‌ରେ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

Categories
ଆଜିର ଖବର ରାଜ୍ୟ ଖବର

ଦୋକାନ ଖୋଲିବା ନେଇ ରାଜ୍ୟସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି

ଦୋକାନ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଦୋକାନ ଖୋଲିବା ନେଇ କିଛି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦ୍ବାରା ପଂଜୀକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ପଚାଶ ପ୍ରତିଶତ କର୍ମଚାରୀରେ ଦୋକାନ ଖୋଲାଯିବ ବୋଲି ସୂଚନା ରହିଛି । ସେହିପରି  ଗ୍ରାମାଞ୍ଚଳରେ ରେସଡେନ୍‌ସିଆଲ କମ୍ପ୍ଲେକସ୍ସ ଖୋଲା ଯାଇପାରିବ । ଗ୍ରାମାଞ୍ଚଳରେ ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ଖୋଲା ଯାଇପାରିବ।

କେନ୍ଦ୍ର ସରକାରଙ୍କ ତରଫରୁ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । ତେବେ ମଲ୍‌, ସପିଂ ମଲ୍‌, ସହରାଞ୍ଚଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ, ମଦ ଦୋକାନ, ଜିମ୍‌, ପାଲର୍ର, ସେଲୁନ୍‌, ସ୍ପା ଆଦିକୁ ଖୋଲା ଯାଇପାରିନାହିଁ । ମଲ୍‌ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌ ଆଦି ଖୋଲା ଯାଇପାରିବ ନାହିଁ ବୋଲି ସୂଚନା ରହିଛି ।

କେଉଁ ଦୋକାନ ଖୋଲିବ, ଜିଲ୍ଲାପାଳ କହିବେ

ଦୋକାନ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ରାଜ୍ୟ ସରକାର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସର୍ତ୍ତ ମୂଳକ ଭାବେ ଦୋକାନ ଖୋଲିବା ନେଇ ଅନୁମତି ପ୍ରଦାନ କରାଯାଇଛି । ତେବେ କେଉଁ ଜିଲ୍ଲାରେ କେଉଁ କେଉଁ ଦୋକାନ ଖୋଲିବ, ସେନଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି । ସେହିପରି ସହରାଞ୍ଚଳରେ କେଉଁ ଦୋକାନ ଖୋଲିବ ତାହା ମ୍ୟୁନିସ୍‌ପାଲ କମିଶନର କହିବେ । ସେହିପରି କେଉଁ ସମୟରେ ଦୋକାନ ଖୋଲାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କରୋନା ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ

କଟକ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଅନ୍ୟ ସରକାରୀଙ୍କ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚିକିତ୍ସା କରୁଥିବା ସରକାରୀ ଓ ଘରୋଇ ମେଡ଼ିକାଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତି ଯେପରି ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ସାମଗ୍ରୀ ଦିଆଯାଇନଥିଲେ, ତାହା ତୁରନ୍ତ ଯୋଗାଇ ଦିଆଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ସେହିପରି କରୋନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ସର୍ବୋପରି ମହାମାରୀ କରୋନା ସହିତ ଦୃଢ ଭାବରେ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।