ଦୋକାନ ଖୋଲିବା ନେଇ ରାଜ୍ୟସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି

Published: Apr 25, 2020, 1:50 pm IST

ଦୋକାନ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଦୋକାନ ଖୋଲିବା ନେଇ କିଛି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦ୍ବାରା ପଂଜୀକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ପଚାଶ ପ୍ରତିଶତ କର୍ମଚାରୀରେ ଦୋକାନ ଖୋଲାଯିବ ବୋଲି ସୂଚନା ରହିଛି । ସେହିପରି  ଗ୍ରାମାଞ୍ଚଳରେ ରେସଡେନ୍‌ସିଆଲ କମ୍ପ୍ଲେକସ୍ସ ଖୋଲା ଯାଇପାରିବ । ଗ୍ରାମାଞ୍ଚଳରେ ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ଖୋଲା ଯାଇପାରିବ।

କେନ୍ଦ୍ର ସରକାରଙ୍କ ତରଫରୁ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । ତେବେ ମଲ୍‌, ସପିଂ ମଲ୍‌, ସହରାଞ୍ଚଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ, ମଦ ଦୋକାନ, ଜିମ୍‌, ପାଲର୍ର, ସେଲୁନ୍‌, ସ୍ପା ଆଦିକୁ ଖୋଲା ଯାଇପାରିନାହିଁ । ମଲ୍‌ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌ ଆଦି ଖୋଲା ଯାଇପାରିବ ନାହିଁ ବୋଲି ସୂଚନା ରହିଛି ।

କେଉଁ ଦୋକାନ ଖୋଲିବ, ଜିଲ୍ଲାପାଳ କହିବେ

ଦୋକାନ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ରାଜ୍ୟ ସରକାର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସର୍ତ୍ତ ମୂଳକ ଭାବେ ଦୋକାନ ଖୋଲିବା ନେଇ ଅନୁମତି ପ୍ରଦାନ କରାଯାଇଛି । ତେବେ କେଉଁ ଜିଲ୍ଲାରେ କେଉଁ କେଉଁ ଦୋକାନ ଖୋଲିବ, ସେନଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି । ସେହିପରି ସହରାଞ୍ଚଳରେ କେଉଁ ଦୋକାନ ଖୋଲିବ ତାହା ମ୍ୟୁନିସ୍‌ପାଲ କମିଶନର କହିବେ । ସେହିପରି କେଉଁ ସମୟରେ ଦୋକାନ ଖୋଲାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

Related posts