ଅଗଷ୍ଟ ମାସର କଟକଣା: ରାତ୍ରୀକାଳୀନ କର୍ଫ୍ୟୁକୁ ବଳବତ୍ତର ରଖିଲେ ରାଜ୍ୟସରକାର

Published: Jul 31, 2020, 6:58 pm IST

ଭୁବନେଶ୍ବର: ଆଜି ଅଗଷ୍ଟ ମାସ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।

-କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଲାଗୁ ରହିବ। ଏଠାରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି ।

-ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ।

-ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ।

-ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌, ଅଡିଟୋରିୟମ୍‌, ସୁଇମିଂ ପୁଲ୍‌, ଆସେମ୍ଲି ହଲ୍‌ ବନ୍ଦ ରହିବ।

-ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

-ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡିଗୁଡିକ ମଧ୍ୟ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ପରୀକ୍ଷା ହୋଇପାରିବ।

-କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍‌ ମୁତାବକ ଅଗଷ୍ଟ 5ରୁ ଯୋଗ ସେଣ୍ଟର ଓ ଜିମ୍ନାସିୟମ୍‌ ଖୋଲା ଯାଇ ପାରିବ।

-ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବବତ୍ତ ଚାଲିବ।

-ରାଜ୍ୟ ବାହାରକୁ କେହି ତିନି ଦିନ ପାଇଁ ଆସିଲେ କ୍ବାରେଣ୍ଟାଇନ୍‌ରେ ରହିବେନି। ମାତ୍ର ତିନି ଦିନରୁ ଅଧିକ ରହିଲେ କ୍ବାରେଣ୍ଟାଇନ୍‌ରେ ରହିବେ।

-ସେଲୁନ୍‌ ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ।

-ଅଗଷ୍ଟ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ରାତ୍ରି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି ରହିବ। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ।

-ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଏବଂ କଟକ ଓ ରାଉରକେଲା ମ୍ୟୁନିସପାଲ୍ କର୍ପୋରେସନ୍‌ରେ ଅଗଷ୍ଟ ମାସର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

– ଅଗଷ୍ଟ 1 ତାରିଖ ଓ ଅଗଷ୍ଟ 2 ତାରିଖରେ ହେବାକୁ ଥିବା ସଟ୍‌ଡାଉନ୍‌ରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏହି ଦୁଇ ଦିନ  ସଟ୍‌ଡାଉନ୍‌ ଦିନ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ। ଏହି ଦୁଇଦିନ ସକାଳ 5ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ଅଫିସ୍‌ ଖୋଲା ରହିବ। ସଟ୍‌ଡାଉନ୍‌ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ। ଏହା ପରେ ପରବର୍ତ୍ତୀ ସପ୍ତାହଠାରୁ ପୂର୍ବବତ୍‌ ସଟ୍‌ଡାଉନ୍‌ ଜାରି ରହିବ ।

-ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ କର୍ମଚାରୀମାନେ ମଧ୍ୟ ସଟ୍‌ଡାଉନ୍‌ ସମୟରେ କାର୍ଯ୍ୟ କରିପାରିବେ।

-ପ୍ରିଣ୍ଟ ଓ ଇଲ୍‌କୋଟ୍ରୋନିକ୍ସ ମିଡିଆ ଖୋଲା ରହିବ, କର୍ମଚାରୀମାନେ ଯା’ଆସ କରିପାରିବେ।

-ସଟଡାଉନ୍‌ ସମୟରେ ହୋମ୍‌ ଡେଲିଭରୀ ହୋଇପାରିବ।

-ସଟ୍‌ଡାଉନ୍‌ ସମୟରେ ସକାଳ 5ଟାରୁ 8 ମଧ୍ୟରେ ନ୍ୟୁଜ୍‌ ପେପର୍‌ ହକର ମାନେ କାର୍ଯ୍ୟ କରିପାରିବେ।

-ପ୍ରତି ସପ୍ତାହର ଶନିବାର ଦିନ ସରକାରୀ ଅଫିସ୍‌ ବନ୍ଦ ରହିବ।

– ଜାତୀୟ ରାଜପଥ କଡରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ।

 

Related posts