ଚିନ୍ତା ବଢାଉଛି କୋଲାକାତା ଲିଙ୍କ୍‌, ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ତଥ୍ୟ ଦେବାକୁ ଅନୁରୋଧ କଲେ ସରକାର

Published: May 1, 2020, 9:48 am IST

ଭୁବନେଶ୍ବର: ଆଜି ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ବାଲେଶ୍ବର ଜିଲ୍ଲାର 58 ବର୍ଷୀୟ ପୁରୁଷ। କୋଲକାତାରୁ ଫେରିଥିଲେ। ତାଙ୍କର ଲକ୍ଷଣ ନଥିଲା। ସାମ୍ପଲ୍‌ ସଂଗ୍ରହ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏହା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ତଥ୍ୟ ଦିଅନ୍ତୁ ବୋଲି  ସରକାର ଅନୁରୋଧ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକେ ଲୁଚିବା ଅନୁଚିତ ବୋଲି କହିଛନ୍ତି ସରକାର।  ସେମାନେ ନମୁନା ପରୀକ୍ଷଣ ପାଇଁ ଆଗେଇ ଆସନ୍ତୁ। ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଥାଇପାରନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ବାରା ସଂକ୍ରମଣ ବଢିବାର ଆଶଙ୍କା ରହିଛି। ସେମାନେ ସ୍ଥାନୀୟ ବିଡିଓ/ତହସିଲଦାର/ସରପଞ୍ଚଙ୍କୁ ଯୋଗାଯୋଗ କରନ୍ତୁ। ଘରେ ଆଇସୋଲେସନ୍‌ରେ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

Related posts