Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ

ବାଣପୁର ( ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ ନିର୍ବାଚନୀ ବୁଥ ପରିଦର୍ଶନ କରି ବ୍ୟବସ୍ଥା ପରଖିଥିଲେ। ଜିଲ୍ଲାପାଳ ପୂର୍ବାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବିରିବାଡ଼ି, ହରିପୁର, ଛୋଟରାୟପୁର, ବଡ଼କୁଳ, ପରବଳ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁର ଓ କେକେ ନୂଆଗାଁ ବୁଥ ପରିଦର୍ଶନ କରିଥିଲେ।

ପରବର୍ତ୍ତୀ ସମୟରେ ବାଣପୁର ବ୍ଲକ ଯାଇ ସେଠାର ନରେନ୍ଦ୍ରପୁର, କୋଳଥଡିହ ଏବଂ ନଛିପୁର ବୁଥ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ ଜିଲ୍ଲାପାଳ। ତେବେ ବୁଥ ଗୁଡିକ ମଧ୍ୟରେ ଅତ୍ୟାବଶକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ, ପାନୀୟ ଜଳ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଗମନାଗମନ ବ୍ୟବସ୍ଥା , ପରିମଳ ବ୍ୟବସ୍ଥା ଆଦି ପରଖିଥିଲେ ଜିଲ୍ଲାପାଳ।

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ବୁଥ ନିକଟରେ ଥିବା ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ତଥା ନିର୍ବାଚନ ନୋଡାଲ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଚିଲିକା ବିଡ଼ିଓ ହଳଧର ଶବର, ତହସିଲଦାର ଚକ୍ରଧର ପାଢ଼ୀ,ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ଏବଂ ତହସିଲଦାର ଟି. ପଦ୍ମନାଭ ଦୋରା ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଉକ୍ତ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଏହା ଓଡ଼ିଶାର ୨୨୭ ତମ ଏବଂ ଖୋର୍ଦ୍ଧା ଜିଲ୍ଲାର ୪୪ ତମ ଶାଖା।

ଏହି ଅବସରରେ ଏଚଡ଼ିଏଫସି ବ୍ୟାଙ୍କ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ, ବାଣପୁର ଶାଖା ପରିଚାଳକ ଅମୁଲ୍ୟ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, କୁଞ୍ଜୁରୀ ଶାଖା ପରିଚାଳକ ହିମାଂଶୁ ମିଶ୍ର ଆଦି ଉପସ୍ଥିତ ଥିଲେ।

ତେବେ ଆଜି ଉଦଘାଟନ ଦିବସରେ ବାଣପୁର ବ୍ଲକର ଚାରି ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବାଣପୁର ଶାଖା ପରିଚାଳକ ଶ୍ରୀ ନାୟକ କହିଛନ୍ତି। ଅନୁରୂପ ଭାବେ ଏଚଡ଼ିଏଫସି ଦେଶର ଏକ ପ୍ରତିଷ୍ଠିତ ଏବଂ ବହୁ ପୁରୁଣା ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ବାଣପୁରବାସିଙ୍କୁ ଏହା ଉତ୍କୃଷ୍ଟ ସେବା ପ୍ରଦାନ କରିବ ବୋଲି କହିଛନ୍ତି ଶ୍ରୀ ନାୟକ।

ବାଣପୁରରେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ନୂତନ ଭାବେ ଉଦଘାଟିତ ଏଚଡ଼ିଏଫସି ବ୍ୟାଙ୍କରେ ଗ୍ରାହକମାନେ ଏକାଧିକ ସୁବିଧା ପାଇପାରିବେ। ସୁନା ଋଣ, ଲକର ସେବା, ବିନା କାଗଜପତ୍ରରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଖୁବ କମ ସମୟରେ କ୍ଷୁଦ୍ର ଋଣ ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତୁ। ଉକ୍ତ ବ୍ୟାଙ୍କଟି ବାଣପୁର କଲେଜ ରୋଡ ସ୍ଥିତ ଏସବିଆଈ ନିକଟରେ ଅବସ୍ଥିତ।

Categories
ଆଞ୍ଚଳିକ

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ନିଯୁକ୍ତି ହେଲେ ନୂଆ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ଜିଲ୍ଲାପାଳ ପ୍ରାୟ ତିନିବର୍ଷ ପାଖାପାଖି ଗୋଟିଏ ସ୍ଥାନରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଇଛି। ଏପରିକି ତିନିବର୍ଷ ପୁରିବାକୁ କେତେମାସ ବାକି ଥିବା ଜିଲ୍ଲାପାଳଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି।

କେ ସୁଦର୍ଶନ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଜୁନ 2022 ମସିହାରେ ଯୋଗ ଦେଇଥିଲେ। ଯୋଗ ଦେବାଠାରୁ ସେ ଜଣେ ଦକ୍ଷ ଅଫିସର ଭାବେ କାର୍ଯ୍ୟ କରିଥିଲେ। ଜିଲ୍ଲାର କୋଣ ଅନୁକୋଣକୁ ସେ ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ। ତେବେ ତାଙ୍କ ବଦଳରେ ବର୍ତ୍ତମାନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାପାଳ ଅଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାବାସୀଙ୍କର ୨ୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୩୧ କୋଟି ଟଙ୍କା ଦାନ

ଭୁବନେଶ୍ୱର,  ଖୋର୍ଦ୍ଧା ଜିଳ୍ଲାବାସୀଙ୍କ ତରଫରୁ ୨ୟ ପର୍ଯ୍ୟାୟରେ କୋଭିଡ଼୍-୧୯ ଲଢ଼େଇରେ ସହଯୋଗ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ୍ ପାଣ୍ଠିକୁ ୧ କୋଟି ୩୧ ଲକ୍ଷ ୮୨ ହଜାର ୪୪୫ ଟଙ୍କା ପ୍ରଦାନ କରାଯାଇଛି । ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସିତାଂଶୁ ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ କୁମାର ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନ୍ଦନା ମହାପାତ୍ର ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ଏହି ରାଶିର ଡ୍ରାଫ୍ଟ୍ ପ୍ରଦାନ କରିଥିଲେ ।

ଡ୍ରାଫ୍ଟ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ  ଖୋର୍ଦ୍ଧା ଜିଲ୍ଲାର  ଶିକ୍ଷକ, ଅଧିକାରୀ, କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ  ଏତାଦୃଶ ଅବଦାନ ପାଇଁ ସାଧୁବାଦ ଜଣାଇବା ସହ  ନିଜ ନିଜ ସ୍ତରରେ  ‘ସାମାଜିକ  ଦୂରତା’ ଓ ସ୍ୱଚ୍ଛତା ନିୟମ ଅନୁପାଳନ  ସଚେତନତା ଜାରି ରଖିବାକୁ  ଅନୁରୋଧ କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ ଯେ ଖୋର୍ଦ୍ଧା ଶିକ୍ଷାଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ, ଶିକ୍ଷା ଅଧିକାରୀ ଏବଂ କର୍ମଚାରୀମାନେ ନିଜର ୧ ଦିନର ଦରମାରୁ ପ୍ରାୟ ୧.୭ କୋଟି  ଟଙ୍କା  ଦାନ କରିଛନ୍ତି । ଅବଶିଷ୍ଟ ରାଶି ଜିଲ୍ଲାର ସ୍ୱେଚ୍ଚାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକଗୋଷ୍ଠୀ ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତି ବିଶେଷମାନେ ଦାନ କରିଛନ୍ତି । ସୂଚନା ଯୋଗ୍ୟ, ଚଳିତ ବର୍ଷ ମେ ମାସ ୮ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାବାସୀ ୧ମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ୍ ପାଣ୍ଠିକୁ  ୧ କୋଟି  ଟଙ୍କା  ପ୍ରଦାନ  କରିଥିଲେ ।