Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ଆଜି ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସେମାନଙ୍କୁ ମଞ୍ଚରେ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ଥିଲା।

ଛାତ୍ରୀମାନେ ଉଦବୋଧନୀ ସଂଗୀତ ଗାନ କରିବା ପରେ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତ ସ୍ୱାଗତ ଅଭିଭାଷଣ ଓ ବିବରଣୀ ଉପସ୍ଥାପନ କରିଥିଲେ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ଡକ୍ଟର କଳ୍ପନା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଉତ୍ସବର ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ସ୍ଵାଗତିକା ଜଗଦେବ, ମୁଖ୍ୟ ବକ୍ତା ତଥା ଶତାଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖକ ଓ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ରଜନୀ ରଞ୍ଜନ, ସମ୍ମାନିତ ଅତିଥି ପ୍ରଖ୍ୟାତ ନାଟ୍ୟକାର ବିଜୟ ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ,ମାନବିକତା ଓ ମାତୃଭାଷା ପ୍ରତି ଅନୁରାଗ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ମହାବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଅଧ୍ୟାପକ ଶାନ୍ତନୁ ଦାଶ ନାଟ୍ୟ ସମ୍ମାନ ବିଶିଷ୍ଟ ବାଦ୍ୟ ଶିଳ୍ପୀ ଓ ନାଟ୍ୟ ନିର୍ଦ୍ଦେଶକ ଅର୍ଜୁନ ସାହୁଙ୍କୁ ପ୍ରଦାନ କରାଯାଇଥିଲା ଓ ଏହି ସମ୍ମାନକୁ ତାଙ୍କ ଭାଇ କବି ପ୍ରଶାନ୍ତ ସାହୁ ଗ୍ରହଣ କରି ଥିଲେ।

ଏଥିସହ କ୍ରୀଡ଼ା ସଂସଦ ପକ୍ଷରୁ ତିରିଶ ବର୍ଷ ରେକର୍ଡ କିପର ଭାବେ ଦାୟିତ୍ୱ ନିର୍ବାହ କରିଥିବା ଗ୍ରନ୍ଥଗା ରିକ ଶଶାଙ୍କ ଶେଖର ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ଛାତ୍ର ପରିଷଦ, ସାଂସ୍କୃତିକ ପରିଷଦ, ନାଟ୍ୟ ସଂସଦ, କ୍ରୀଡ଼ା ସଂସଦ, ସାହିତ୍ୟ ପରିଷଦ ଓ ବିଜ୍ଞାନ ପରିଷଦ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଧନ୍ୟବାଦ ପ୍ରଦାନ କରିଥିଲେ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ବିଜୟ କୁମାର ରାଉତ। ଉତ୍ସବ ପରିଚାଳନା କରିଥିଲେ ଅଧ୍ୟାପକ ବିଦ୍ୟା ଧର ଜୁଝାରସିଂହ,ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ କୁମାର ଜେନା, ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ ଓ ଧୋବୀ ଚରଣ ପରିଡା।

ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ଆଜି ପାଳିତ ହୋଇଯାଇଛି । ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମଦିନ ଭାବେ ନଭେମ୍ବର ମାସ ତୃତୀୟ ଗୁରୁବାର ଦିନଟିକୁ ବିଶ୍ୱ ଦର୍ଶନ ଦିବସ ଭାବେ ମାନ୍ୟତା ଦିଆଯାଇ ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି।

ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ଯୋଗ ଦେଇ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ରମାକାନ୍ତ ନନ୍ଦ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟ ମାନଙ୍କର ଏହା ପ୍ରତି କଣ ଦାୟିତ୍ୱବୋଧ ରହିଛି ଆଲୋଚନା କରିବା ସହ ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ମାନବର ଭାଗ୍ୟ, ଭବିଷ୍ୟତ ଓ ରୂପାନ୍ତର ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସ୍ୱାଗତ ଅଭିଭାଷଣ ଦେବା ବେଳେ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଫିଲୋ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରୀ ଜ୍ୟୋତି ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସେମିନାର ସମ୍ପାଦକ ଶୋଭିତ ଜେନା, ଗାୟତ୍ରୀ ପାଇକରାୟ ଓ ଶିଖା ପରିଡା ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ସ୍ଵଚ୍ଛତା ଆଡ଼କୁ ପାଦେ: କଲେଜ ପରିସର ସଫା କଲେ ବାଲୁଗାଁ ଏନଏସି ଅଧ୍ୟାକ୍ଷାଙ୍କ ପ୍ରତିନିଧି ସନ୍ତୋଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅନୁଷ୍ଠିତ ହୋଇଥିବା ଚିଲିକା ବୋଇତ ବନ୍ଦାଣ ମହୋତ୍ସବରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଫଳରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ।

ତେବେ ମହୋତ୍ସବର ପରିସମାପ୍ତି ପରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ଅଳିଆ ତଥା ଅଦରକାରୀ ବସ୍ତୁ। ଏତେ ବଡ଼ କାର୍ଯ୍ୟକ୍ରମର ସମାପ୍ତି ପରେ ପଡିଆରେ ଅଦରକାରୀ ବସ୍ତୁ ପଡିବା ସ୍ୱାଭାବିକ। ତେବେ ଏହା ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ନଜରରେ ପଡିବା ମାତ୍ରେ ସେ ଏହାର ପ୍ରତିକାର ଦିଗରେ କାମ ଆରମ୍ଭ କରିଦେଇଥିଲେ। ନିଜେ ସନ୍ତୋଷ ତାଙ୍କ କିଛି ସାଥିଙ୍କୁ ନେଇ ସାରା କଲେଜ ପଡିଆକୁ ସଫା କରିଥିବାର ଜଣାପଡିଛି। ଯାହାକି ସ୍ଵଚ୍ଛତାର ବାର୍ତ୍ତା ବହନ କରିଛି।

ସନ୍ତୋଷଙ୍କ କହିବା କଥା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିଜ ଅଞ୍ଚଳକୁ ସଫା ରଖିବା ଦାଇତ୍ୱ ତାଙ୍କର। ତେଣୁ କାହା ସାହାଯ୍ୟକୁ ଆଶା ନକରି ନିଜେ ଆୟୋଜନ ସ୍ଥଳକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଓ ଏଥିରେ ସଫଳ ବି ହେଲେ। ସନ୍ତୋଷଙ୍କ ଉକ୍ତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଆଜି ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ଉତ୍ସବରେ ମୋନାଲିସାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ କୁମାର ପୂଜାରୀ, ମୋ କଲେଜ ଅଭିଯାନର ରାଜ୍ୟ ସଂଯୋଜକ ତଥା ପ୍ରାକ୍ତନ ବିଧାୟକ ଆକାଶ ଦାସ ନାୟକ, ଜାତୀୟ ସେବା ଯୋଜନାର ରାଜ୍ୟ ସମନ୍ୱୟ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ପ୍ରମୁଖ ଉକ୍ତ ଉତ୍ସବରେ ଯୋଗ ଦେଇ ମୋନାଲିସା ରାଉତଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶ୍ରେଷ୍ଠ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା ପ୍ରତି ପ୍ରତିବଦ୍ଧ ହେବାପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ।

ରାଜ୍ୟ ପୁରସ୍କାର ପାଇବା ପୂର୍ବରୁ ମୋନାଲିସା ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସରସ୍ବତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ଲାଭ କରି ବାଲୁଗାଁ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଥିଲେ। ଏହି ରାଜ୍ୟ ସ୍ତରୀୟ ପୁରସ୍କାର ଲାଭ କରିଥିବାରୁ ମୋନାଲିସାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ସେବା ଓ ସଂଗ୍ରାମର ବlର୍ତ୍ତବହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଡକ୍ଟର କଳ୍ପନା ଦାଶ କଲେଜ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣ।ଙ୍କ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 145ତମ ଜୟନ୍ତୀ ସଭାରେ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଉତ୍କଳମଣିଙ୍କ ଜୀବନାଦର୍ଶ, ରାଜ୍ୟ ଦେଶପାଇଁ ଉତ୍ସର୍ଗୀକୃତ ସେବା, ତ୍ୟାଗ, ମାନବିକତା ସହିତ ସତ୍ୟବାଦୀ ବନବିଦ୍ୟାଳୟପ୍ରତିଷ୍ଠା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଏନଏସଏସ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ କିପରି ଚାରୋଟି ମୂଲ୍ୟବୋଧ ଜାତିପ୍ରୀତି, ସେବା, ଭାଷାପ୍ରୀତି, ଓ ସ୍ୱାଧୀନତା ପ୍ରାପ୍ତି ଉପରେ ପର୍ଯ୍ୟବସିତ ଥିଲା ତାହା ପ୍ରତିଫଳିତ କରିଥିଲେ।

ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଉତ୍କଳମଣିଙ୍କ ଦର୍ଶନର ଦଶଟି ମହାନ ଦିଗ ଉପରେ ଆଲୋଚନା କରିଥିଲେ। ଛାତ୍ରୀ ଜୁନାଲି ସୁର ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଏନସିସି କ୍ୟାଡ଼େଟମାନେ କଲେଜ ପରିସରରେ ପ୍ୟାରେଡ କରିଥିବା ବେଳେଏନଏସଏସ ସ୍ବେଛାସେବୀମାନେ ବୃକ୍ଷରୋପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଆୟୋଜିତ ହେଲା ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ୟୁଥ ରେଡ଼କ୍ରସ ର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ଏଡ୍ସ ନିରାକରଣ ଓ ନିୟନ୍ତ୍ରଣ ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷl ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏଡ୍ସ ସଚେତନତା କାର୍ଯ୍ୟକ୍ରମ ପ୍ରମୁଖ ବିଧାନ ନାୟକ ଓ ଶଶିକାନ୍ତ ବରାଳ ସାଧନ କର୍ମୀ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଏଚ ଆଇ ଭି ତଥା ଏଡ୍ସ ଭୁତାଣୁ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ସହ ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ କେନ୍ଦ୍ରର ଟୋଲ ଫ୍ରି ନମ୍ବର 1097 ର ପ୍ରସାର ନିମିତ୍ତ ଜନ ଜାଗରଣ ପାଇଁ ଆହ୍ୱାନ ଦେଇଥିଲେ।

ଏହା ଦ୍ୱାରା ଏଡ୍ସ ନିରାକରଣ ହେବା ସହ ଏଡ୍ସ ଆକ୍ରାନ୍ତ ବ୍ୟକ୍ତିର ତୁରନ୍ତ ଚିକିତ୍ସା ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ l ଏହାପରେ ସ୍ବେଛାସେବୀ ମାନେ ଟୋଲ ଫ୍ରି ନମ୍ବର1097 କୁ ପ୍ରଦର୍ଶିତ କରି ମହାବିଦ୍ୟାଳୟରେ ଯୁବ ପିଢ଼ିଙ୍କୁ ସଚେତନ କରିଥିଲେ।

ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ବେଳେ ୟୁଥ ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ନାକୋ ର ଆଞ୍ଚଳିକ କର୍ମୀ ସୁଭଦ୍ରା ବିଶୋଇ ମୋନାଲିସା ରାଉତ, ସ୍ବେଛାସେବୀ ସନ୍ଧ୍ୟାରାଣୀ ବେହେରା ପରିଚାଳନା କରିଥିଲେ

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଲୁଗାଁ: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ନବାଗତ ଏକାଦଶ ଶ୍ରେଣୀର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଜଣାଇବା ସହିତ ମହାବିଦ୍ୟାଳୟର ବିଭିନ୍ନ ଶୃଙ୍ଖଳା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଅକ୍ଷୟ ମହାପାତ୍ର, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ସୁବ୍ରତ ତ୍ରିପାଠୀ, ସୁବାସ ଶ୍ରୀଚନ୍ଦନ, ବିଦ୍ୟାଧର ଜୁଝାଇ ସିଂ, ରୋଜାଲିନ ମିଶ୍ର, ତପସ୍ୱିନୀ ନନ୍ଦ, କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାଗତ କରିବା ସହିତ ନିଜ ବିଷୟର ପ୍ରlସଙ୍ଗିକତା ସମ୍ପର୍କରେ ଅବଗତ କରାଇବା ସହ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଉତ୍କର୍ଷତା ଓ ଗାରିମା ଉପସ୍ଥାପିତ କରିଥିଲେ। ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଏହାକୁ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଆଦର୍ଶ ଓ଼ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ ପୂର୍ବ ଅନୁଭୂତି ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଚଳିତ ବର୍ଷ ରାଜ୍ୟସ୍ତରରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ପୁରସ୍କୃତ ହେବାକୁ ମନୋନୀତ ହୋଇଥିବା ଛାତ୍ରୀ ମୋନାଲିସା ରାଉତଙ୍କୁ ଅଧ୍ୟକ୍ଷା ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରି ଥିଲେ। ବରିଷ୍ଠ ସ୍ଵେଚ୍ଛାସେବୀ ସଂଗ୍ରାମ ବେହେରା ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ସମାରୋହ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ସମାରୋହ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସଭାପତି ପ୍ରବାସ କୁମାର ସୁନ୍ଦରାୟଙ୍କ ପୌରହିତ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ବିବରଣୀ ପାଠ କରିବା ସହ ଶିକ୍ଷାର ଅଭିବୃଦ୍ଧି ନିମିତ୍ତ ଗୁରୁ ଶିଷ୍ୟର ସମ୍ପର୍କକୁ ସୁଦୃଢ କରିବା ଏବଂ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ଦିଗରେ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ପରିଚାଳନା ସଭାପତି ତଥା ଯାଜପୁର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ମୁଖ୍ୟ ବକ୍ତା ପ୍ରଫେସର ଡ଼ଃ ଶକୁନ୍ତଳା ବଳିଆରସିଂହ ଯୋଗଦେଇ ମହାବିଦ୍ୟାଳୟର ଶୈକ୍ଷିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ।

ପରିଶେଷରେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଓ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ ସମାରୋହରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଟୀକାକରଣ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯିବା ସହ କିପରି ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତଙ୍କ ସଂଯୋଜନାରେ ଅଧ୍ୟାପକ ଅଧ୍ୟାପିକ।ମାନେ ନିଜ ନିଜ ଗ୍ରୁପ୍ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପରେ ଆଜି ମହାବିଦ୍ୟାଳୟରେ କୋଭିଡ୍ ନିୟମ ଅନୁସାରେ ବାଲୁଗାଁ ଗୋଷ୍ଠୀକେନ୍ଦ୍ରର ସ୍ବାସ୍ଥ୍ୟ କର୍ମଚାରୀମାନେ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ କରୋନ। ଟୀକା ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ବରିଷ୍ଠ ସ୍ବେଚ୍ଛାସେବୀ ମୋନାଲିସା ରାଉତଙ୍କୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନ ଜନକ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋନାଲିସାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି ମୋନାଲିସା ରାଉତ ବିଗତ ତିନି ବର୍ଷ ଧରି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଭିନ୍ନ ଜାତୀୟ, ରାଜ୍ୟସ୍ତରୀୟ ଓ ମହାବିଦ୍ୟାଳୟ ସ୍ତରୀୟ ସ୍ବତନ୍ତ୍ର ଶିବିର ସମେତ ଦିନିକିଆ ଶିବିରରେ ନିୟମିତ ଯୋଗଦାନ କରି ସ୍ୱଚ୍ଛ ଭାରତ ଅଭିଯାନ, ବିଦେଶାଗତ ପକ୍ଷୀ ସୁରକ୍ଷା- ଚିଲିକା ରକ୍ଷା, ବନ୍ୟପ୍ରାଣୀ ସଚେତନତା, କରୋନା ସଚେତନତା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଯୁବ ନେତୃତ୍ବ, ନାରୀ ସଶକ୍ତିକରଣ, ସାକ୍ଷରତା ଆଦି ବିବିଧ ସମାଜସେବା କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହି ରାଷ୍ଟ୍ର ନିର୍ମାଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ୍ ଓ ବାଗ୍ମୀ ଡକ୍ଟର ରଜତ କର ଅତିଥି ଭାବରେ ଯୋଗଦେଇ ମୋନାଲିସା ରାଉତଙ୍କୁ ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ମହିଳା ସ୍ବେଛାସେବୀ ଭାବେ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରିଥିଲେ।

ମୋନାଲିସା ରାଉତଙ୍କ ଏହି ପୁରସ୍କାର ଲାଭ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପକ ବାଳକୃଷ୍ଣ ପାଢ଼ୀ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସହ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଇରୱାଡି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳଙ୍କ ପ୍ରୋତ୍ସାହନରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଏକ ଇରୱାଡ଼ି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଜାତୀୟ ସେବା ଯୋଜନାର କ୍ୟାଡେଟ ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ ସମ୍ବିଧାନ ଦିବସର ସଂକଳ୍ପ ପାଠ କରି ନିଜକୁ ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିଥିଲେ।

ଏନ୍ ସି ସି ଅଫିସର୍ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ବାଲୁଗାଁ ବନ୍ୟପ୍ରଣୀ ବନାଞ୍ଚଳ ଅଧିକାରୀ ବନରାମ ନନ୍ଦ, ସହକାରୀ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର ନାୟକ, ଜାତୀୟ ସେବା ଯୋଜନାର ବରିଷ୍ଠ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ଵର ଅନନ୍ୟ ବିଭବ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ବିରଳ ପ୍ରଜାତିର ଇରୱାଡି ଡଲଫିନ ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏଥିସହିତ ଚିଲିକାର ଜୈବବିବିଧତା, ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସହିତ ଚିଲିକାର ପରିବେଶ ସୁରକ୍ଷା ପାଇଁ ନିୟମିତ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ପ୍ରୋତ୍ସାହନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ସମସ୍ତ ବନପାଳ, ବନରକ୍ଷୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟରୁ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍: ଥାନାରେ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଗତକାଲି ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗ କକ୍ଷରୁ ଏକ ପ୍ରୋଜେକ୍ଟର ଯନ୍ତ୍ର ଗାଏବ୍ ହୋଇଯାଇଥିବାର ଅଭିଯୋଗ ହେଉଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ହେଲେ ମହାବିଦ୍ୟାଳୟ କକ୍ଷରୁ କିପରି ଗୁରୁତ୍ୱପୂର୍ଣ ଯନ୍ତ୍ରପାତି ଚୋରି ହେଇଛି ତାହା ମହାବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଶୈକ୍ଷିକ ପରମ୍ପରା ସହ ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ତଥା ବୃତ୍ତି ସମ୍ପର୍କରେ ଅବଗତ କରାଯାଇଛି। ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶ ଉତ୍ସବରେ ପ୍ରଥମେ ଯୁକ୍ତ ତିନି ଛାତ୍ର ଛାତ୍ରୀମାନେ ଚନ୍ଦନ ପୁଷ୍ପ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ବିଦ୍ୟାଧର ଜୁଝାରସିଂହ, ପତିତପାବନ ପଣ୍ଡା, ବିଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ଇତିହାସ, ବିକାଶ, ବୃତ୍ତିଗତ ସୁବିଧା, କ୍ରୀଡା ପ୍ରତିଯୋଗିତା, ବୌଦ୍ଧିକ କାର୍ଯ୍ୟକ୍ରମ, ପରୀକ୍ଷା ବ୍ୟବସ୍ଥା, ସର୍ଜନତ୍ମକ କାର୍ଯ୍ୟକ୍ରମ, ସହ-ପାଠ୍ୟକ୍ରମ, କୋଭିଡ୍ କଟକଣା, ଦୈନନ୍ଦିନ ନିୟମାବଳୀ ଆଦି ଅନେକ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି।

ଛାତ୍ରୀ ମନସ୍ମିନି ପଣ୍ଡା ଓ ସସ୍ମିତା ଦାଶ ସେମାନଙ୍କର ପ୍ରଥମ ଦିନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

‘ଖୋର୍ଦ୍ଧା ଜିଲ୍ଲା ଯୁବ ଉତ୍ସବ’ରେ ବାଣପୁର ଭେଟେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ଉଚ୍ଚକୋଟିର କଳା ପ୍ରଦର୍ଶନ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ମହାବିଦ୍ୟାଳୟରେ ଦୁଇ ଦିନ ଧରି ‘ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ଉତ୍ସବ-୨୦୧୯’ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବକୁ ଓଡିଶା ସରକାରଙ୍କର ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ବିଭାଗ ଆୟୋଜନ କରିଥିଲା। ଏହି ଦୁଇଦିନିଆ ଉତ୍ସବକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବାଲୁଗାଁ କଲେଜ ଅଧ୍ୟକ୍ଷା ବିନତି ମଞ୍ଜରି ରାଉତ ଉଦ୍ଘାଟନ କରିଥିବାବେଳେ ଏହି ଉତ୍ସବକୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ମହାନ୍ତି ଉଦଯାପିତ କରିଥିଲେ।

ଏହି ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଏହି ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଭେଟେଶ୍ଵର ଭେଟିନାଥଦେବ ବିଦ୍ୟାପୀଠର କୁନି କୁନି ଛାତ୍ରଛାତ୍ରୀ। ଏହି କୁନି କଳାକାରମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ  ବିମୋହିତ କରିଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ଓ ଏକକ ଅଭିନୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳଗତ ଅଭିନୟରେ ଭୁବନେଶ୍ଵରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସିତାର ବାଦକ ରେ ବଂଶିଧର ସାହୁ, ପାରମ୍ପରିକ ନୃତ୍ୟରେ ସ୍ଥିତିପ୍ରଜ୍ଞ ଦାସ, ତବଲାରେ ଭୁବନେଶ୍ଵରର ବିବେକାନନ୍ଦ ପଣ୍ଡା, ମୃଦଙ୍ଗରେ ବାଲୁଗାଁର ଅକ୍ଷୟକୁମାର ଗୁରୁ, ଲୋକ ସଙ୍ଗୀତରେ ମଦର ପବ୍ଲିକ ସ୍କୁଲ ଆଦି ବିଜୟୀ ହୋଇଛନ୍ତି। ଏଥିରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ତିନ୍ନ ହୋଇଛନ୍ତି।

ଏହି ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)

Categories
Uncategorized

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ବାରା ପ୍ରାୟୋଜିତ ‘ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ-୨୦୧୯’ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ମହୋତ୍ସବ ପାଳନ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ମହୋତ୍ସବରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ତଥା ଦଳଗତ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଭଦ୍ରକଠାରେ ଅନୁଷ୍ଠିତ ହେବା ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଏକାଙ୍କିକା-ଏକକ ନାଟକ, ଲୋକ ସଙ୍ଗୀତ, ଲୋକନୃତ୍ୟ ଆଦି ବିଭାଗ ରହିଥିଲା। ଗତକାଲି ବାଦ୍ୟଯନ୍ତ୍ର ବିଭାଗରେ ବୀଣା, ତବଲା, ସିତାର ଓ ଗୀଟାର ବାଦନ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ବାଦ୍ୟଯନ୍ତ୍ର ବିଭାଗରେ ବଂଶୀ, ହାରମୋନିୟମ୍‌, ମୃଦଙ୍ଗ ଆଦିରେ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ସେହିପରି ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ହିନ୍ଦୁସ୍ତାନୀ ଲୋକାଲ୍‌ ଓ କର୍ଣ୍ଣାଟକୀ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା। ଅନ୍ୟାନ୍ୟ ନୃତ୍ୟ ମଧ୍ୟରେ ଓଡ଼ିଶୀ, କୁଚୁପଡ଼ି, ଭାରତନାଟ୍ୟମ୍‌ ଆଦି ସାମିଲ୍‌ ରହିଥିଲା।

ଏହି ପ୍ରତିଯୋଗିତାରେ ୧୩ ବର୍ଷଠାରୁ ୩୫ ବର୍ଷ ବୟସ ମଧ୍ୟରେ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶିର ପୁରସ୍କାର ମଧ୍ୟ ଦିଆଯାଇଛି।

ଏହି ମହୋତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧା , ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)