Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ

November 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ
ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ

ବାଲୁଗାଁ: ବିଶ୍ୱ ଦର୍ଶନ ଦିବସ ଅବସରରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ବିଜ୍ଞାନରେ ଦର୍ଶନର ପ୍ରାସଙ୍ଗିକତା ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଓ ଦର୍ଶନର ଜନକ ମହାନ ଦାର୍ଶନିକ ସକ୍ରେଟିସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରରେ ବିଭାଗମୁଖ୍ୟ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ବିଶ୍ୱ ଦର୍ଶନ ଓ ଜାତୀୟ ଆଲୋଚନାଚକ୍ରର ଭିତ୍ତି ପ୍ରବନ୍ଧ ତଥା ପ୍ରସଙ୍ଗ ଉପସ୍ଥାପିତ କରିଥିଲେ। ଏଥି ସହ ଦର୍ଶନ ପରିବାରର ବାର୍ଷିକ ପତ୍ରିକା ଦାର୍ଶନିକ ଧାରଣାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭୁବନେଶ୍ୱରସ୍ଥିତ ଆଇ ଆଇ ଟି ର ସହାୟକ ପ୍ରଫେସର ଡ଼କ୍ଟର ଆର ଭେଙ୍କଟ ରାଘବନ ଆଧୁନିକ ବିଜ୍ଞାନରେ ଦର୍ଶନର ପ୍ରାସଙ୍ଗିକତା ଶୀର୍ଷକରେ କହିଲେ ଯେ ଦର୍ଶନ ସମସ୍ତ ଚିନ୍ତନର ମାଧ୍ୟମ,ଏହା ସବୁ ବିଦ୍ୟାର ଉତ୍ସ ଓ ସମସ୍ତ ଜ୍ଞାନ ବିଜ୍ଞାନର ପୁନଃ ମୂଲ୍ୟାୟନ କରିଥାଏ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିଜିଟିଙ୍ଗ ପ୍ରଫେସର ଡ଼କ୍ଟର ଅନୁପ ରାୟ ଆଧୁନିକ ବିଜ୍ଞାନରେ ଭାରତୀୟ ଦର୍ଶନର ପ୍ରଭାବ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଭାରତୀୟ ଦର୍ଶନର ଅନେକ ତତ୍ତ୍ୱ ବିଜ୍ଞାନ ଗ୍ରହଣ କରିଛି ଓ ବିଜ୍ଞାନ ଏହା ଦ୍ୱାରା ପରିପୁଷ୍ଟ ହୋଇଛି। ବିଜ୍ଞାନର ପରମ ସିଦ୍ଧାନ୍ତରେ ଦାର୍ଶନିକ ହିଁ ସହାୟକ ହୋଇପାରେ। ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗଦେଇ ବିଜ୍ଞାନ ଓ ଦର୍ଶନ ପରିପୂରକ ବୋଲି କହିଥିଲେ।

ଏହାପରେ ଛାତ୍ରୀ ସୋନାଲି ବିଶ୍ୱାସ, ଲୋପା ସେନ, କେ.ପୂଜା ରାଓ, କାଇଁଚ ଶବର ଦର୍ଶନ ଓ ବିଜ୍ଞାନ ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ। ବିଶ୍ୱ ଦର୍ଶନ ଦିବସ ଉପଲକ୍ଷ୍ୟେ ଅନୁଷ୍ଠିତ ଦର୍ଶନ କୁଇଜ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସନ୍ଧ୍ୟାରାଣୀ ପାଇକରାୟ, ସରସ୍ୱତୀ ଘଟୁଆଳି, ଲୋପା ସେନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମଞ୍ଚ ସଂଚାଳନ କରିଥିଲେ ସନ୍ଧ୍ୟାରାଣୀ ପାଇକରାୟ। ଧନ୍ୟବାଦ ଅର୍ପଣ କରିଥିଲେ ସରସ୍ୱତୀ ଘଟୁଆଳି।

କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଯସ୍ମିନ ବଳିଆରସିଂହ ,ଅମରେଶ ପାତ୍ର ,ରାକେଶ ବେହେରା,ଦୀପକ ସେଠି।

ଦର୍ଶନ ବିଭାଗ ବାଲୁଗାଁ ମହାବିଦ୍ୟାଳୟ ବିଶ୍ୱ ଦର୍ଶନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

୩ ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

September 25, 2026

କଟକର ପୂର୍ବକଚ୍ଛଠାରେ ‘ପୋଷଣ ମାସ ୨୦୨୬’ ଓ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଚେତନତା କାର୍ଯ୍ୟକ୍ରମ

September 25, 2026

ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.