Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ସମାରୋହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ତଥା ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମତିଥି ଅବସରରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କିସ ବିଶ୍ୱବିଦ୍ୟାଳୟ ଭୀମ ଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଡକ୍ଟର ହରିଶ୍ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ କଲିକତା ପ୍ରେସିଡେନ୍ସି ବିଶ୍ୱ ବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ମନୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରଫେସର ରମାକାନ୍ତ ନନ୍ଦ, ପ୍ରଫେସର କେ ଓମ ନାରାୟଣ ରାଓ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର ଜୟନ୍ତୀ ସାମଲ ଯୋଗ ଦେଇ ବିଶ୍ୱ ଦର୍ଶନ ଦିବସର ତାତ୍ପର୍ଯ୍ୟ, ସୂକ୍ଷ୍ମ ଚିନ୍ତନ, ସମସାମୟିକ ଭାରତୀୟ ଓ ପାଶ୍ଚାତ୍ୟ ଦର୍ଶନର ନିର୍ଯାସ, ବିବିଧ ସାଂସ୍କୃତିକ ଚିନ୍ତନ, ସକ୍ରେଟିସଙ୍କ ଦାର୍ଶନିକ ପଦ୍ଧତି ସହ ସନ୍ଥ କବି ଭୀମ ଭୋଇଙ୍କ ମହିମା ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହରେ ପ୍ରାରମ୍ଭରେ ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରଛାତ୍ରୀଙ୍କ ସ୍ୱାଗତ ନୃତ୍ୟ ପରିବେଷଣ ପରେ ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ପରେ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଅତିଥି ମାନଙ୍କୁ ଉପଢୌକନ ଓ ଦାର୍ଶନିକ ଚିନ୍ତନ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଛାତ୍ରୀ ଲକ୍ଷ୍ମୀପ୍ରିୟା ଘଟୁଆଳି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଡକ୍ଟର କେ ଓମ ନlରାୟଣ ରାଓ ଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଡକ୍ଟର ସତ୍ୟଜିତ ଦାଶ, ଡକ୍ଟର ସନ୍ତୋଷ କୁମାର ରଥ, ଅଧ୍ୟାପିକା ସ୍ମିତି ମୟୀ ବସନ୍ତିଆ, କାହ୍ନୁ ଚରଣ ସାହୁ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, ଶେଖ ସମଦ କଳାପାହାଡ଼ ପ୍ରମୁଖ ଭୀମ ଭୋଇ ଓ ମହିମା ଦର୍ଶନ ସମ୍ପର୍କରେ ସେମାନଙ୍କର ନିବନ୍ଧ ଉପସ୍ଥାପନ କରିଥିଲେ।

ବୈଷୟିକ ଅଧିବେଶନ ସଭାପତି ଡ଼କ୍ଟର କେ ଓମ ନାରାୟଣ ଓ ସମ୍ମାନିତ ଅତିଥି ପ୍ରଫେସର ମନୋଜ କୁମାର ପଣ୍ଡା ଆଲୋଚନା ଚକ୍ରର ସାରାଂଶ ଉପସ୍ଥାପନ କରିବା ପରେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧନା

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ତଥା ସାୟୋନାରା କାର୍ଯ୍ୟକ୍ରମରେ ଦର୍ଶନ ବିଭାଗର ମେଧାବୀ ଛାତ୍ରୀ ଦେବସ୍ମିନୀ ଜାଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନା ଓ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ମୁଖ୍ୟ ଅତିଥି ଓ ଅଧ୍ୟାପକ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୈକ୍ଷିକ ଜୀବନରେ ନିଷ୍ଠା, ଅଧ୍ୟବସାୟ ଓ ପ୍ରତିବଦ୍ଧତା ମାଧ୍ୟମରେ ସବୁ ସଫଳତାକୁ ହାସଲ କରାଯାଇପାରେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଦର୍ଶନ ବିଭାଗର ପ୍ରାକ୍ତନ ଛାତ୍ରୀ ତଥା ସ୍ଥାନୀୟ ଛେଡ଼ାପଦର ଗ୍ରାମର ଜୟଦେବ ଜାଲିଙ୍କ କନ୍ୟା ସୁଶ୍ରୀ ଦେବସ୍ମିନୀ ଜାଲି ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ଚଳିତ ବର୍ଷ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ପ୍ରଫେସର ଯୋଗ୍ୟତା ପରୀକ୍ଷା (ସେଟ ), ସର୍ବ ଭାରତୀୟ ଆସିଷ୍ଟାଣ୍ଟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ସର୍ବ ଭାରତୀୟ ଉଚ୍ଚତ୍ତର ଗବେଷଣା ପରୀକ୍ଷା (ଗେଟ )ରେ କୃତିତ୍ୱ ଅର୍ଜନ କରି ବାଲୁଗାଁ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଗାରିମା ଵୃଦ୍ଧି କରିଥିବାରୁ ଦର୍ଶନ ବିଭାଗ ପକ୍ଷରୁ ତାଙ୍କୁ ଉପଢୌଙ୍କନ, ପ୍ରଶସ୍ତି ପତ୍ର ସମେତ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଅତିଥିମାନେ ପ୍ରଦାନ କରିଥିଲେ।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ତାଙ୍କ ଶୈକ୍ଷିକ ପ୍ରକ୍ରିୟାକୁ ଅନୁପ୍ରାଣିତ କରିବା ସହ ପରବର୍ତ୍ତୀ ପିଢିଙ୍କୁ ଉତ୍ସାହିତ କରିବ ବୋଲି ଦେବସ୍ମିନୀ ବକ୍ତବ୍ୟ ଦେଇଥିଲେ।

ପ୍ରକାଶ ଥାଉକି ଏକ ସାଙ୍ଗରେ ସେଟ, ନେଟ ଓ ଗେଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବାରେ ଦେବସ୍ମିନୀ ଜାଲି ବାଲୁଗାଁ ମହାବିଦ୍ୟାଳୟ ଓ ବାଲୁଗାଁ ଅଂଚଳରେ ପ୍ରଥମ ଛାତ୍ରୀ। ଏହି ଅବସରରେ ମେଧାବୀ ଛାତ୍ରୀ ଅର୍ଚ୍ଚିତା ଜେନା, ଅଙ୍କିତା ବାରିକି ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବର୍ଷା ବିଷୋୟୀ ପରିଚାଳନା କରିଥିଲେ।