Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା
ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗର ବାର୍ଷିକ ଉତ୍ସବ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକା ଡକ୍ଟର ମନସ୍ବିନୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବର ପ୍ରାରମ୍ଭରେ ଶିକ୍ଷାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ସଭାପତି ଡକ୍ଟର ମହାରଣା ଅନ୍ତିମବର୍ଷ ସ୍ନାତକ ଶିକ୍ଷାର୍ଥୀମାନଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇ କହିଥିଲେ ଯେ, ଶ୍ରେଣୀ କକ୍ଷରେ ନିୟମିତତା ଓ ନିଷ୍ଠାପରତା ଶିକ୍ଷାଦାତାଙ୍କ ସହିତ ନିବିଡ଼ ତଥା ଜୀବନ୍ତ ସମ୍ପର୍କକୁ ମଜବୁତ କରିଥାଏ। ଯେଉଁଠି ମୁକ୍ତ ବାତାବରଣ ଓ ଗ୍ରହଣଶୀଳତା ଥାଏ ସେଠାରେ ନୈତିକତା ଯଥାର୍ଥ ଭାବେ ପ୍ରତିଫଳିତ ହୋଇଥାଏ। ଏହି ପରିବେଶ ଶିକ୍ଷାର୍ଥୀଙ୍କ ମଧ୍ୟରେ ଥିବା ନେତୃତ୍ୱ ଓ ସର୍ଜନଶୀଳତାକୁ ଅଧିକ ପ୍ରସ୍ଫୁଟିତ କରିଥାଏ।

ଏହି ଅବସରରେ ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପରିବେଶ ନୈତିକତାରେ ପିଏଚଡ଼ି ଲାଭ କରିଥିବା ଯୁବ ଅଧ୍ୟାପିକା ଡକ୍ଟର ମନସ୍ବିନୀ ପଟ୍ଟନାୟକଙ୍କୁ ଡକ୍ଟର ମହାରଣା ଦର୍ଶନ ବିଭାଗ ପକ୍ଷରୁ ଅଭିନନ୍ଦନ ସ୍ମାରକୀ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରି ଥିଲେ।

ଅନୁରୂପ ଭାବେ ମହାବିଦ୍ୟାଳୟ ଶିକ୍ଷକ ସଙ୍ଘ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଶିକ୍ଷକ ସଙ୍ଘ ସଭାପତି ଡକ୍ଟର ମୋନାଲିସା ମାନସିଂ, ସମ୍ପାଦକ ବିଦ୍ୟାଧର ଜୁଝାରସିଂହ ମିଳିତ ଭାବେ ଡକ୍ଟର ମନସ୍ବିନୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦର୍ଶନ ବିଭାଗ ସେମିନାର ସମ୍ପାଦିକା ସନ୍ଧ୍ୟାରାଣୀ ପାଇକରାୟ ନିଜ ବକ୍ତବ୍ୟରେ କହିଲେ ଯେ ଶିକ୍ଷକଙ୍କ ଅଧ୍ୟବସାୟ, ଶୈକ୍ଷିକ ସଫଳତା ଓ ଉଚ୍ଚତମ ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚିତ ପ୍ରଭାବିତ ଓ ଅନୁପ୍ରେରିତ କରିବ।

ଡକ୍ଟର ମନସ୍ବିନୀ ଏହି ସମ୍ବର୍ଦ୍ଧନାର ଉତ୍ତର ଦେଇ କହିଲେ ଯେ, ଏହି ସମ୍ବର୍ଦ୍ଧନା ତାଙ୍କ ଅଧ୍ୟାପନା ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ଏହି ଶୈକ୍ଷିକ ସଫଳତାର ଶ୍ରେୟ ସେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପ୍ରଦାନ କରିଥିଲେ।

ଏହାପରେ ତୃତୀୟ ବର୍ଷ, ଦ୍ୱିତୀୟ ବର୍ଷ ଓ ପ୍ରଥମ ବର୍ଷର ଶିକ୍ଷାର୍ଥୀମାନେ ସେମାନଙ୍କ ଅନୁଭୂତି ଉପସ୍ଥାପନ କରିଥିଲେ।  ସାୟନାରା କାର୍ଯ୍ୟକ୍ରମକୁ ବିଭାଗର ସହ ସମ୍ପାଦିକା ସୋନାଲି ବିଶ୍ୱାସ ପରିଚାଳନା କରିଥିବା ବେଳେ ସଂଯୋଜିକା ସରସ୍ବତୀ ଘଟୁଆଳି ଧନ୍ୟବାଦ ଅର୍ପଣ କରିଥିଲେ।

ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା ଡକ୍ଟର ମନସ୍ବିନୀ ପଟ୍ଟନାୟକ ଦର୍ଶନ ବିଭାଗ ବାର୍ଷିକ ସାୟନାରା କାର୍ଯ୍ୟକ୍ରମ ବାଲୁଗାଁ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

June 4, 2026
Latest News

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ହରମୁଜ୍ ମୁକ୍ତ ହେବ!: ଆମେରିକା-ଇରାନ ଶାନ୍ତି ଚୁକ୍ତିର ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.