Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବାଲୁଗାଁ: ମା’ଙ୍କୁ ସମ୍ମାନ, ସବୁଜ ପୃଥିବୀର ସଙ୍କଳ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ୍ ଜନ୍ମଦିନ ଅବସରରେ ଆଜି ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ମାନେ ବାଲୁଗାଁ ମହାବିଦ୍ୟାଳୟ ଓ ସ୍ଥାନୀୟ କଳିଯୁଗେଶ୍ୱର ପାହାଡ଼ ନିକଟରେ ବ୍ୟାପକ ବୃକ୍ଷରୋପଣ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ନେତୃତ୍ୱରେ ଆଜି ସକାଳ ଆଠଟାରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି “ମା ପାଇଁ ଗଛଟିଏ ” ସଂକଳ୍ପରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ।

ଏହାପରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ, ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନସିସି ଅଧିକାରୀ ଚନ୍ଦନ ନାଏକ, ଯୁବରେଡକ୍ରସ ଅଧିକାରୀ ମନସ୍ୱିନୀ ପଟ୍ଟନାୟକ, ଧୋବି ଚରଣ ପରିଡା, ରୋଭର ରେଂଜର ଅଧିକାରୀ ସ୍ନିଗ୍ଧାରାଣୀ ମୁଦୁଲି, ଦୀପକ ପରିଡାଙ୍କ ସମେତ ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା,ବିଦ୍ୟାଧର ଜୁଝରସିଂହ, ସୁବ୍ରତ ତ୍ରିପାଠୀ, ହିମାଂଶୁ ଦାଶ, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ସୁଧାକର ନାୟକ, ମନୋଜ ନାୟକ, ବିମଳ କୁମାର ପଣ୍ଡା, ଝରଣା ନାଥ, ସ୍ୱାତି ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ଉମାକାନ୍ତ ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତତ୍ତ୍ୱାବଧାନରେ ସ୍ବେଛାସେବୀମାନେ କଳିଯୁଗେଶ୍ୱର ଯାଇ ସେଠାରେ ପାହାଡ଼ ତଳେ ଦୁଇ ଶହରୁ ଉର୍ଦ୍ଧ୍ୱ ଚାରା ରୋପଣ କରିଥିଲେ। ସେଠାରେ ସିଙ୍ଗେଶ୍ୱର ସରପଞ୍ଚ୍ ସ୍ନେହଲତା ସେଠୀଙ୍କ ସହ ପଂଚାୟତର କର୍ମଚାରୀମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ସ୍ୱାଗତ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ନରେନ୍ଦ୍ର ମୋଦି ବାଲୁଗାଁ ମହାବିଦ୍ୟାଳୟ ମା'ଙ୍କୁ ସମ୍ମାନ ସବୁଜ ପୃଥିବୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ବାଲୁଗାଁରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ପଦଯାତ୍ରା

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.