ଚିଲିକା: ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଚିଲିକା ଅଞ୍ଚଳରେ ଆରମ୍ଭ ହୋଇଛି ମାସ ବ୍ୟାପି ଭାଗବତ ପରାୟଣ ଏବଂ ସାଂସ୍କୃତିକ ମହୋତ୍ସବ। ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଏବଂ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଗଇନଡ଼ା ନୂଆସାହି, ହାଟବରଡ଼ିହ ସ୍ଥିତ ନୂତନ ଭାଗବତ ଟୁଙ୍ଗୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ସକାଳ ୫ଟାରୁ ସୂର୍ଯ୍ୟ ପୂଜା, ଆଳତି, ଯଜ୍ଞ, ହୋମ ଏବଂ ଅତିବଡ଼ୀ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ପାଠ ଅନୁଷ୍ଠିତ ହେଉଛି।
ପ୍ରତି ଘରେ ଭାଗବତ:
ସଂସ୍ଥାର ପ୍ରତିଷ୍ଠାତା ବଳରାମ ତରାଇଙ୍କ ଏକାନ୍ତ ସ୍ୱପ୍ନ ହେଲା – ପ୍ରତି ଘରେ ଭାଗବତ ପହଞ୍ଚାଇବା। ସେହି ସ୍ୱପ୍ନକୁ ପୂରଣ କରି ହାଟବରଡ଼ିହ ଗ୍ରାମରେ ପ୍ରଥମ ଥର ପାଇଁ ଏହିପରି ଆୟୋଜନ କରାଯାଇଛି।
ଏହି ପାଠରେ ପାଞ୍ଚ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଭାଗବତ ପଠନ କରାଯାଉଛି। ଏଥିରେ ଅଧ୍ୟାପିକା ସସ୍ମିତା ପ୍ରାଣିଗ୍ରାହୀ, ପ୍ରଭାତୀ ରାଉତରାୟ, ଅକ୍ଷୟ କୁମାର ରାଉତରାୟ, ଗୋଦାବରୀ ସାହୁ, ଲୋଚନ ବିଶ୍ୱାଳ ପ୍ରମୁଖ ସହଯୋଗ କରୁଛନ୍ତି।
ବିଶେଷ କାର୍ଯ୍ୟକ୍ରମ:
୧୮, ୧୯, ୨୦ ତାରିଖରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ ଅନୁଷ୍ଠିତ ହେବ।
୨୦ ତାରିଖ ଦିନ ଭାଗବତ ଉଦଯାପନୀ ଉତ୍ସବ ଏବଂ ମହାପ୍ରସାଦ ସେବନ କରାଯିବ।
ସହଯୋଗ:
ସମସ୍ତ କାର୍ଯ୍ୟକ୍ରମର ପୃଷ୍ଠଭୂମି ସହଯୋଗରେ ବାଦଲ ପରିଡ଼ା, ସ୍ୱୀଟି ସାହୁ, ସରସ୍ୱତୀ ନାୟକ, ପଦ୍ମନାଭ ତ୍ରିପାଠୀ ଏବଂ ବଳରାମ ତରାଇଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ଅଞ୍ଚଳର ସାହି ବାସୀଙ୍କ ସହଯୋଗ ସହିତ ପ୍ରାୟ ୨୦୦ ପରିବାର ଏଥିରେ ସାମିଲ ହୋଇଛନ୍ତି।
ଅଞ୍ଚଳବାସୀ କହିଛନ୍ତି ଯେ, ଏହି ଆନନ୍ଦର ପରିଭାଷା ହେଉଛି ଭାଗବତ। ପ୍ରତି ଘରେ ଭାଗବତ ପହଞ୍ଚିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।


