ବେଙ୍ଗୁଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସେ ୩,୪୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନର କଲେନା ଅଗ୍ରହାରାରୁ ତାଭରେକେରେ ସେକ୍ସନକୁ ଉଦଘାଟନ କରିଥିଲେ। ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ଏକ ଟିକେଟ୍ ମଧ୍ୟ କିଣିଥିଲେ।


