ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରୋଭର୍ସ- ରେଞ୍ଜର୍ସ ପକ୍ଷରୁ ମିଳିତ ଭାବେ ଆଜି ଗାନ୍ଧୀ ଜୟନ୍ତୀ, ଅନ୍ତର୍ଜାତୀୟ ଅହିଂସା ଦିବସ, ସେବା ସଂକଳ୍ପ ଅଭିଯାନ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ଲେଫନାଣ୍ଟ ଚନ୍ଦନ ନାୟକ ଓ ଅଧ୍ୟାପକ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ସ୍ବେଚ୍ଛାସେବୀମାନେ ବାଲୁଗାଁ ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପରେ ମହାବିଦ୍ୟାଳୟ ପରିସରରେ ସଫେଇ ଓ ସଚେତନତା ନାଟକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଏହି ଅବସରରେ ଏନଏସଏସ ପକ୍ଷରୁ ନୂତନ ସ୍ଵେଚ୍ଛାସେବୀଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ସ୍ଵେଚ୍ଛାସେବୀ ଶ୍ରୀ ସୋମ ଯୋଗଦେଇ ସ୍ଵେଚ୍ଛାସେବୀମାନଙ୍କୁ ଦେଶ ସେବା ଓ ରାଷ୍ଟ୍ର ନିର୍ମାଣ ନିମନ୍ତେ ତାଲିମ ପ୍ରଦାନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଛାତ୍ରୀ ସ୍ମୃତି ପ୍ରଜ୍ଞା ମହାରଣା, ରାନୀ ବେହେରା, କ୍ରିଷ୍ଣା ପରିମାଣିକ, ଶ୍ରୀତମ ମୁଦୁଲି, ତୃପ୍ତିମୟୀ ବେହେରା,ଇପ୍ସିତା ବେହେରା, ସୁଶୀଲ ମାଝି ପ୍ରମୁଖ ସ୍ଵେଚ୍ଛାସେବୀଙ୍କୁ ଅଧ୍ୟକ୍ଷ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏହାପରେ ସ୍ଵେଚ୍ଛାସେବୀମାନେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ନିଶା ନିବାରଣ, ନାରୀ ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ।
ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଗାନ୍ଧୀବାଦ ଓ ଗାନ୍ଧୀ ଦର୍ଶନ ସମ୍ପର୍କିତ ଆଲୋଚନା କରିବା ପରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ lକାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଚାଳନ କରିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ରୀନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


