କ୍ଷମତାକୁ ଆସିଲେ ଇଣ୍ଡି ମେଣ୍ଟ, ପ୍ରଥମ ଅଧିବେଶନରେ ରଦ୍ଦ ହେବ CAA: ପି ଚିଦାମ୍ବରମ୍

Published: Apr 22, 2024, 7:24 am IST
chidambaram

ନୂଆଦିଲ୍ଲୀ: ଯଦି ବିରୋଧୀ ଦଳ ‘ଇଣ୍ଡିଆ’ (INDIA) କ୍ଷମତାକୁ ଆସେ ତେବେ ସଂସଦର ପ୍ରଥମ ଅଧିବେଶନରେ ବିବାଦୀୟ ନାଗରିକତା ସଂଶୋଧନ ଆଇନ (CAA) ରଦ୍ଦ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି। ଚିଦାମ୍ବରମ୍ କହିଛନ୍ତି ଯେ, କଂଗ୍ରେସ ଦଳ CAA ରଦ୍ଦ କରିବାକୁ ଚାହୁଁଛି, ଯଦିଓ ଏହାର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇ ନାହିଁ।

କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ରାଜନେତାମାନେ ଲଗାତାର ଭାବେ କଂଗ୍ରେସକୁ ଟାର୍ଗେଟ କରିଆସୁଛନ୍ତି ଯେ, CAA କଂଗ୍ରେସର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇ ନାହିଁ।

ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଚିଦାମ୍ବରମ୍ ଦାବି କରିଛନ୍ତି ଯେ, ଘୋଷଣା ପତ୍ରରେ CAA ଉଲ୍ଲେଖ କରାଯାଇ ନାହିଁ କାରଣ ଏହା ବହୁତ ସମୟ ନେଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବିଜେପିର ୧୦ ବର୍ଷର ଶାସନ ସଂସଦରେ ନିଜର ‘ଅତ୍ୟଧିକ ସଂଖ୍ୟାଗରିଷ୍ଠତା’ର ଅପବ୍ୟବହାର କରିଥିବାରୁ ଦେଶରେ ବ୍ୟାପକ କ୍ଷତି ହୋଇଛି।

ଚିଦାମ୍ବରମ୍ କହିଛନ୍ତି ଯେ, “ଆଇନର ଏକ ଲମ୍ବା ତାଲିକା ଅଛି, ସେଥିମଧ୍ୟରୁ ପାଞ୍ଚଟି ଆଇନ ସମ୍ପୂର୍ଣ୍ଣ ରୂପେ ରଦ୍ଦ ହେବ। ଏହା ମୋର ପ୍ରତିଜ୍ଞା, ମୁଁ ମନିଫେଷ୍ଟୋ କମିଟିର ସଭାପତି ଅଟେ। ମୁଁ ଏହାର ପ୍ରତ୍ୟେକ ଶବ୍ଦ ଲେଖିଛି, ଉଦ୍ଦେଶ୍ୟ କ’ଣ ମୁଁ ଜାଣେ। CAA ସଂଶୋଧିତ ହେବ ନାହିଁ, ବରଂ ଏହାକୁ ରଦ୍ଦ କରାଯିବ। ଆମେ ଏହାକୁ ସ୍ପଷ୍ଟ କରିଛୁ।

ସେ କହିଛନ୍ତି ଯେ, ଯଦି ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (ଇଣ୍ଡିଆ) କେନ୍ଦ୍ରକୁ କ୍ଷମତାକୁ ଆସେ, ତେବେ ସଂସଦର ପ୍ରଥମ ଅଧିବେଶନରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (CAA) ରଦ୍ଦ ହେବ।

କଂଗ୍ରେସ ଏହି ଆଇନକୁ ବିରୋଧ କରୁନାହିଁ ବୋଲି ଚିଜମ୍ବରମ୍ ବିଜୟନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଥିରୁବନନ୍ତପୁରମ୍ କଂଗ୍ରେସ ସାଂସଦ ଶଶି ଥରୁର ସଂସଦରେ CAA ବିରୋଧରେ ନିଜର ମତ ରଖିଛନ୍ତି।

Related posts