Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

June 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ଜୈନିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧ୍ରୁବ ଚରଣ ବେହେରା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ନେଉଥିବା ପରିପ୍ରେକ୍ଷୀରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଖୋର୍ଦ୍ଧା ମୀରା ବେହେରାଙ୍କ ପୌରହିତ୍ୟରେ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ବେହେରା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗରେ ଦୀର୍ଘ ୩୯ ବର୍ଷରୁ ଉର୍ଦ୍ଧ ବିଭିନ୍ନ ସ୍ଥାନରେ ଯଥା ରାଜ୍ୟ ବାହାରେ କୋଲକତା, ନୂଆଦିଲ୍ଲୀ, ରାଜ୍ୟ ମୁଖ୍ୟାଳୟ ଏବଂ ବିଭିନ୍ନ ସ୍ଥାନରେ ରହି ନିରନ୍ତର ଉତ୍କୃଷ୍ଟ ମାନର ସେବା ଯୋଗାଇ ସମସ୍ତ ଅଧିକାରୀଙ୍କ ପ୍ରୀୟଭାଜନ ହୋଇପାରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ସେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟରତ ଥିଲେ। ଆଜି ତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବରିଷ୍ଠ ସହାୟକ ରବୀନ୍ଦ୍ର ପଟ୍ଟନାୟକ, ଅବସରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ଅବସରପ୍ରାପ୍ତ ଯାନଚାଳକ ଦେବରାଜ ମହାରଣା, ଅବସର ପ୍ରାପ୍ତ କର୍ମଚାରୀ ଟୁନା ନାୟକ ସମେତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ର ପୂର୍ଣ୍ଣ ଚନ୍ଦ୍ର ବେହେରା, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କବିରାଜ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଶ୍ରୀ ବେହେରାଙ୍କ ଅବସରପ୍ରାପ୍ତ ଦୀର୍ଘ ନିରାମୟ ଜୀବନଯାପନ ପ୍ରାର୍ଥନା କରିଥିଲେ।

ଅବସରକାଳୀନ ସମ୍ବର୍ଦ୍ଧନା ଖୋର୍ଦ୍ଧା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଶ୍ରୀଲଙ୍କା ସିରିଜରେ ଟିମ ଇଣ୍ଡିଆର ସମ୍ଭାବ୍ୟ ପ୍ଳେଇଂ-୧୧: ବଡ଼ ବୟାନ ଦେଲେ ମହମ୍ମଦ କୈଫ୍

August 11, 2026

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମଦ ଦୁର୍ନୀତିରେ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲ ଗିରଫ

August 11, 2026

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.