Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିକଶିତ ଓଡ଼ିଶା ସହିତ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ରାଷ୍ଟ୍ରପତି
ବିଶେଷ ଖବର

ବିକଶିତ ଓଡ଼ିଶା ସହିତ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ରାଷ୍ଟ୍ରପତି

November 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Building a developed India along with a developed Odisha is our goal: President

କଟକ: ଇତିହାସକୁ ପର୍ବ ଭାବରେ ପାଳନ କରିବା ଆମର ଅନନ୍ୟ ପରମ୍ପରା। ସାତସମୁଦ୍ର ତେର ନଈ ପାର ହୋଇ ସାଧବମାନେ ବ୍ୟବସାୟ କରିବାକୁ ଯାଉଥିଲେ କହିବା ସହଜ। ମାତ୍ର ବାସ୍ତବରେ ତାହା କଷ୍ଟକର। ସାଧବମାନେ ବହୁ ସାହସୀ ଥିଲେ। ଅତୀତର ସେଇ ପ୍ରେରଣାକୁ ନେଇ ଆମେ ଭବିଷ୍ୟତକୁ ଗଢ଼ିବା ଉଚିତ। ବିକଶିତ ଓଡ଼ିଶା ସହିତ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ପ୍ରଥମଥର ଐତିହାସକ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି କହିଥିଲେ ଯେ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହର। ଏଠାରେ ଅନୁଷ୍ଠିତ ବାଲିଯାତ୍ରା ବିଶ୍ୱବିଦିତ ହେବା ଦରକାର। ଏହି ଯାତ୍ରା ବହୁ ଦିନରୁ ଆରମ୍ଭ ହୋଇଛି। ମାତ୍ର ଆଧୁନିକ ଭାବେ ଏପରି ଏବେ କରାଯାଉଛି। ବିଶ୍ୱ ଅର୍ଥନୀତିରେ ଏବେ ଅସ୍ଥିରତା ଦେଖାଦେଇଛି। ତଥାପି ଭାରତର ଅର୍ଥ ବ୍ୟବସ୍ଥା ସ୍ଥିର ରହିଛି। ପୁଞ୍ଜିନିବେଶକାରୀମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି। ଏହା ଶୁଭ ସଙ୍କେତ। ବନ୍ଦର ନଥିଲେ ବେପାର ସମ୍ଭବ ହୁଏ ନାହିଁ। ଓଡ଼ିଶା ଉପକୂଳରେ ପାରାଦ୍ୱୀପ ବନ୍ଦର ଦେଶର ଏକ ଅଗ୍ରଣୀ ବନ୍ଦର ଭାବେ ପରିଗଣିତ। ଆମ ପୁଅଝିଅମାନେ ଆତ୍ମ ନିର୍ଭର ହେବା ଆବଶ୍ୟକ। କେତେ କାରୁକାର୍ଯ୍ୟ, ଶିଳ୍ପ ରହିଛି, ତାହାକୁ ଆହୁରି ଉତ୍କୃଷ୍ଟ କରାଯିବ। ଶିଳ୍ପ ପ୍ରତିଷ୍ଠାରେ ଓଡ଼ିଶା ବିଶ୍ୱରେ ଖ୍ୟାତି ଅର୍ଜନ କରିବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉତ୍କଳ ଗୌରବ ମଧୁବାବୁଙ୍କ କଥା ଅବତାରଣା କରି କହିଥିଲେ ଯେ ମଧୁବାବୁଙ୍କର ଚିନ୍ତାଧାରାରେ ମୌଳିକତା ଥିଲା। ଓଡ଼ିଶାର ଯୁବତୀଯୁବକମାନଙ୍କ ପାଇଁ ଏହାଠାରୁ ବଡ଼ ଉଦାହରଣ କ’ଣ ହୋଇପାରେ। ଓଡ଼ିଶାର ଉତ୍ପାଦଗୁଡ଼ିକର ନିଜସ୍ୱ ପରିଚିତି ରହିଛି। ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଆମ ଯୁବପିଢ଼ି ପାଇଁ ଆଗକୁ ଯିବାର ସୁଯୋଗ ସୃଷ୍ଟି କରିଛ ବୋଲି ସେ କହିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ସୁଦୂର ବାଲି ସହ ସମ୍ପର୍କ ଯୋଡ଼ିବାକୁ ନିଆଯାଉଥିବା ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କର କହିଲେ ଯେ ଏହାଦ୍ୱାରା ଆର୍ନ୍ତଜାତିକ, ସାଂସ୍କୃତିକ ସମ୍ପର୍କ ଘନିଷ୍ଠ ହୋଇପାରିବ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ବାଲି ସହ ସମ୍ପର୍କ ବିଷୟରେ ଗବେଷକମାନେ ଅଧିକ ଗବେଷଣା କରି ନୂତନ ତଥ୍ୟ ଉନ୍ମୋଚନ କରନ୍ତୁ। ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ। ନଦୀ ଆମର ମାଆ। ଆମେ ତାକୁ ପରିସ୍କାର ରଖିବା। ଜଳବାୟୁକୁ ପ୍ରଦୂଷିତ କରିବା ନାହିଁ। ମେଳା ସରିବା ବେଳକୁ ଏଠାରେ ଏମିତି ପରିଚ୍ଛନ୍ନତା ଥିବା ଯେ ଲୋକ ଜାଣିପାରିବେ ନାହିଁ ଏଠାରେ ଏତେବଡ଼ ମେଳା ହେଉଥିଲା ବୋଲି। ଏଣୁ ଏହାର ପରିଚ୍ଛନତା ଆମର ଦାୟିତ୍ୱ ହେବା ଅବାଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ରିମୋର୍ଟ ବଟନ ଦବାଇ ବାଲିଯାତ୍ରା କଟକ ଉଦ୍‌ଘାଟନ କରିଥିଲେ। ରାଜ୍ୟପାଳ ବ୍ରଜମୋହନ ରାମ ସ୍ମରଣିକା ଉନ୍ମୋଚନ କରି ପ୍ରଥମ ପୁସ୍ତକ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। ସେ କହିଲେ ଯେ କହିଲେ, ବାଲିଯାତ୍ରା ସାଂସ୍କୃତିକ, ଗୌରବମୟ ସାମୁଦ୍ରିକ ଇତିହାସ, ସାହସ ଓ ବୀରତାର ଜୀବନ୍ତ ପ୍ରତୀକ। ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ସାମୁଦ୍ରିକ ବ୍ୟବସାୟର ସୁଦୃଢ଼ ସମ୍ପର୍କ ରହିଛି। ବାଲିଯାତ୍ରା ବ୍ୟବସାୟ, ପର୍ଯ୍ୟଟନକୁ ଯୋଡ଼ିବାରେ ନୂଆ ରାସ୍ତା ଉନ୍ମୁକ୍ତ କରିଛି ବୋଲି ସେ କହିଥବଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ କଟକର ରୂପା ତାରକସି ବିଦେଶକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୂପା ତାରକସି କାରୁକାର୍ଯ୍ୟ ସମ୍ପନ୍ନ ଉପହାର ଭାବେ ଅନ୍ୟ ଦେଶର ମୁଖ୍ୟ ଭେଟି ଦେଉଛନ୍ତି,ଏହା ଗୌରବର କଥା। ବିଶ୍ୱକୁ ଜଣାଇ ଦେବାକୁ ଚାହୁଁଛୁ ଓଡ଼ିଶାର ନୌବାଣିଜ୍ୟ ସମୃଦ୍ଧ ଥିଲା। ଏବେ ଆମେ ସାଧବ ପୁଅଙ୍କ ସ୍ମୃତିକୁ ସାଇତି ରଖିଛୁ। ବାଲିରେ ବି ଉତ୍ସବ ପାଳନ କରିବା ମୋର ଇଛା ଥିଲା। ଖୁସିର କଥା ଆଜି ତାହା ହିଁ ହୋଇଛି। ଚଳିତ ବର୍ଷ ଏକା ସମୟରେ ବାଲିରେ ମଧ୍ୟ ବାଲିଯାତ୍ରା ପାଳନ ହେଉଛି। ସେଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ବାଲିରେ ଥାଇ ସେମାନେ କଟକ ବାଲିଯାତ୍ରା ଉପଲକ୍ଷେ ବାତା ପ୍ରଦାନ କରିଛନ୍ତି। କଟକରେ ସେମିକଣ୍ଡକ୍ଟର ହବ ହେବ। ଡାଟା ସେଣ୍ଟର ପାଇଁ ୭୫୦ ଏକର ଚିହ୍ନଟ ହୋଇଛି। ପ୍ରତିବର୍ଷ ଯେକୌଣସି ଦେଶର ମୁଖ୍ୟ ଯୋଗଦେଉଛନ୍ତି। କଟକ ବାଲିଯାତ୍ରା ଆନ୍ତର୍ଜାତିକ ମାନତ୍ୟ ପାଇଁ ଉଦ୍ୟମ ଜାରି ରହିଛି। କଟକ ସହର ବଢ଼ିବ, ବ୍ୟବସାୟ ବଢ଼ିବ। କଟକ ସଂଲଗ୍ନ ଅଂଚଳକୁ ନେଇ ଅର୍ଥନୈତିକ ଅଚଂଳ ହିସାବରେ ଘୋଷଣା କରିବାକୁ ଆମେ ଅନୁରୋଧ କରିଥିଲୁ। ଭାରତ ସରକାର ଏହାକୁ ଅନୁମୋଦନ ଦେଇ ୫ ହଜାର କୋଟି ଅନୁମୋଦନ କରିଛନ୍ତି। ଆଗାମୀ ଦିନରେ ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଅର୍ଥନୈତିକ ଅଂଚଳ ହିସାବରେ ପରିଗଣିତ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତି ବାଲିଯାତ୍ରାରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଦରବାରରେ ସେ ବାଲିଯାତ୍ରାକୁ ପହଁଚାଇବେ। ଦିଲ୍ଲୀ ଓ ବିଶ୍ୱ ଦରବାରରେ ଏହାକୁ ପହଁଚା ଇବାରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ର ଶ୍ରୀ ମାଝି କହିଥିଲେ। ଏଥିରେ ଇଣ୍ଡୋନେସିଆର ଉପ ରାଷ୍ଟ୍ରଦୂତ ୱାଇ.ଶଶଂଙ୍କ, ସାଂସଦ ଭର୍ତୃହରି ମହତାବ, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟିକା ସୋଫିଆ ଫିରଦୋସ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ଛବି ମଲ୍ଲିକ, କଟକ ମେୟର ସୁବାସ ସିଂହ ମଂଚରେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

କଟକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମାଡାଗାସ୍କର ସହ ବନତାରାର ୧୦ ବର୍ଷିଆ ଚୁକ୍ତି

November 24, 2026

ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ

November 24, 2026

“ଏହା ହିନ୍ଦୁ-ଶିଖ ଭାଇଚାରାର ଏକ ମେଣ୍ଟ”: ବିଜେପି-ଏସଏଡି ମେଣ୍ଟ ଉପରେ କହିଲେ ରାଘବ ଚଢା

November 24, 2026

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026
Latest News

ବିକଶିତ ଓଡ଼ିଶା ସହିତ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ରାଷ୍ଟ୍ରପତି

November 24, 2026

ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମାଡାଗାସ୍କର ସହ ବନତାରାର ୧୦ ବର୍ଷିଆ ଚୁକ୍ତି

November 24, 2026

ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ

November 24, 2026

“ଏହା ହିନ୍ଦୁ-ଶିଖ ଭାଇଚାରାର ଏକ ମେଣ୍ଟ”: ବିଜେପି-ଏସଏଡି ମେଣ୍ଟ ଉପରେ କହିଲେ ରାଘବ ଚଢା

November 24, 2026

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.