Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ
ଆଜିର ଖବର

ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ

November 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ
ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ

ଭୁବନେଶ୍ୱର: ଟିକସଦାତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱେଚ୍ଛାକୃତ ଟିକସ ପ୍ରଦାନକୁ ପ୍ରୋତ୍ସାହନ ଏବଂ ଆୟକର ବିଭାଗ ସହ ଜନସାଧାରଣଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟକର ବିଭାଗ, ଓଡ଼ିଶା ପକ୍ଷରୁ ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ୟୁନିଟ୍-୩, ମଙ୍ଗଳା ମନ୍ଦିର ନିକଟସ୍ଥ ଓଡ଼ିଶା ପ୍ରେସ୍ କ୍ଲବ୍‌ଠାରେ ତିନିଦିନିଆ ‘ଟିକସଦାତା ହବ୍-୨୦୨୬’ ଆୟୋଜିତ ହେବ।

ଏହି ଆୟୋଜନ ଟିକସଦାତା, ଟିକସ ପରାମର୍ଶଦାତା, ବ୍ୟବସାୟିକ ପ୍ରତିନିଧି, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏକ ସାଧାରଣ ମଞ୍ଚ ଯୋଗାଇଦେବ। ଏହା ମାଧ୍ୟମରେ ସେମାନେ ବିଭାଗୀୟ ଅଧିକାରୀଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହ ପ୍ରତ୍ୟକ୍ଷ ଟିକସ ଏବଂ ଟିକସଦାତାଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସେବା ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ସୂଚନାଭିତ୍ତିକ ସେମିନାର, ଆଲୋଚନାଚକ୍ର, ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା, ସାଂସ୍କୃତିକ ପରିବେଷଣ, ନୁକ୍କଡ଼ ନାଟକ, ଯାଦୁ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍ଥାନ ପାଇବ।

ନଭେମ୍ବର ୨୫ ତାରିଖରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଆୟକର ବିଭାଗ, ଓଡ଼ିଶା ତଥା ପଶ୍ଚିମବଙ୍ଗ ଓ ସିକ୍କିମର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ସୁରଭି ବର୍ମା ଗର୍ଗ, ଆଇଆରଏସ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଲିଉଡ୍‌ର ଖ୍ୟାତନାମା ଅଭିନେତା ଅନୁଭବ ମହାନ୍ତି ଏବଂ ଜାତୀୟ ହକି ଖେଳାଳି ଅମିତ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଉଦ୍‌ଘାଟନୀ ସମାରୋହରେ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା, ମଙ୍ଗଳଦୀପ ପ୍ରଜ୍ୱଳନ, ବରିଷ୍ଠ ବିଭାଗୀୟ ଅଧିକାରୀ ଓ ବିଶିଷ୍ଟ ଅତିଥିମାନଙ୍କ ଅଭିଭାଷଣ ସହ ସୂଚନା ପୁସ୍ତିକା ଉନ୍ମୋଚନ କରାଯିବ। ଏଥିସହ ଆୟକର ବିଭାଗର ଓଡ଼ିଶା ଚାର୍ଜର ବିଭିନ୍ନ କାର୍ଯ୍ୟକଳାପ ଓ ସଫଳତାକୁ ନେଇ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହେବ। ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଯାଦୁ ପ୍ରଦର୍ଶନ ସହ ଜଣେ ବିଶିଷ୍ଟ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ଟିକସ ଛାଡ଼ ସମ୍ପର୍କିତ ସେମିନାର ଆୟୋଜିତ ହେବ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କୃତିତ୍ୱ ଓ ସାମାଜିକ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବ।

ନଭେମ୍ବର ୨୬ ତାରିଖର କାର୍ଯ୍ୟକ୍ରମ ଆୟକର ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ଦିନ ମୁଖ୍ୟତଃ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ସହ ଟିକସ ବ୍ୟବସ୍ଥା ଓ ଉଦ୍ୟୋଗୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ।

ଏହି ଅବସରରେ ଉତ୍ସରୁ ଟିକସ କାଟ (ଟିଡିଏସ୍‌) ସମ୍ପର୍କିତ ଏକ ସେମିନାର ଏବଂ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ପାଇଁ ପ୍ରଯୁଜ୍ୟ ଟିକସ ବ୍ୟବସ୍ଥା ସମ୍ପର୍କିତ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣକାରୀମାନେ ବିଷୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। ଏହାବ୍ୟତୀତ ପୁରସ୍କାର ବିତରଣ, ଯାଦୁ ପ୍ରଦର୍ଶନ, ନୁକ୍କଡ଼ ନାଟକ ଏବଂ ଛଉ ନୃତ୍ୟ ପରିବେଷଣ କରାଯିବ।

ନଭେମ୍ବର ୨୭ ତାରିଖରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ORERA), ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓ.ଟିଭି. ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜାଗୀ ମଙ୍ଗତ ପଣ୍ଡା, ଖ୍ୟାତନାମା ଓଲିଉଡ୍‌ ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଏହି ଦିନ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ବିତର୍କ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ। ସୃଜନଶୀଳ ଓ ଆକର୍ଷଣୀୟ କାର୍ଯ୍ୟକଳାପ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଟିକସ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ। ଏଥିସହ ଯାଦୁ ପ୍ରଦର୍ଶନ, ପଥପ୍ରାନ୍ତ ନାଟକ, ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଏବଂ ଓଡ଼ିଶୀ ନୃତ୍ୟ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ। ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ଉଦ୍‌ଯାପନ ହେବ।

‘ଟିକସଦାତା ହବ୍-୨୦୨୬’ ପ୍ରତ୍ୟକ୍ଷ ଟିକସ ସମ୍ପର୍କିତ ସୂଚନା ପ୍ରସାର, ଟିକସ ସାକ୍ଷରତା ବୃଦ୍ଧି ଏବଂ ଟିକସଦାତାଙ୍କ ବିଭିନ୍ନ ପ୍ରଶ୍ନ ଓ ସମସ୍ୟାର ସମାଧାନ ପାଇଁ ଏକ ସୁଗମ ମଞ୍ଚ ଭାବେ କାର୍ଯ୍ୟ କରିବ। ଟିକସ ପରିପାଳନ, ଟିଡିଏସ୍‌, ଟିକସ ଛାଡ଼, ଟିକସ ବ୍ୟବସ୍ଥା ଏବଂ ଟିକସଦାତାଙ୍କ ସହ ଜଡ଼ିତ ଅନ୍ୟାନ୍ୟ ବିଷୟରେ ବିଭାଗୀୟ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ଏହି ମଞ୍ଚ ଯୋଗାଇଦେବ।

ଏହି ପଦକ୍ଷେପ ମାଧ୍ୟମରେ ଆୟକର ବିଭାଗ ସ୍ୱେଚ୍ଛାକୃତ ଟିକସ ପରିପାଳନର ସଂସ୍କୃତିକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀ ଓ ଯୁବନାଗରିକଙ୍କ ମଧ୍ୟରେ ଟିକସ ସଚେତନତା ବୃଦ୍ଧି କରିବା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ସ୍ୱଚ୍ଛ, ସୁଗମ ଓ ଟିକସଦାତା-ଅନୁକୂଳ ସେବା ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଜନହିତକର ପ୍ରୟାସକୁ ସଫଳ କରିବା ପାଇଁ ଆୟକର ବିଭାଗ, ଓଡ଼ିଶା ପକ୍ଷରୁ ସମସ୍ତ ଟିକସଦାତା, ଟିକସ ପରାମର୍ଶଦାତା, ବାଣିଜ୍ୟ ଓ ବ୍ୟବସାୟିକ ସଂଘର ପ୍ରତିନିଧି, ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ସାଦର ନିମନ୍ତ୍ରଣ କରାଯାଇଛି।

ଆୟକର ବିଭାଗ ଟିକସଦାତା ହବ୍
Share. Facebook Twitter LinkedIn Email WhatsApp Copy Link

Related Posts

“ଏହା ହିନ୍ଦୁ-ଶିଖ ଭାଇଚାରାର ଏକ ମେଣ୍ଟ”: ବିଜେପି-ଏସଏଡି ମେଣ୍ଟ ଉପରେ କହିଲେ ରାଘବ ଚଢା

November 24, 2026

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026

ମାଟିର ସ୍ୱାସ୍ଥ୍ୟ ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱ

November 24, 2026

ବିଜେପି-ଅକାଳୀ ଦଳ ମେଣ୍ଟ ଉପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି: ଜାଣନ୍ତୁ

November 24, 2026
Latest News

ତିନିଦିନିଆ ଟିକସଦାତା ହବ୍ ଆୟୋଜନ କରିବ ଆୟକର ବିଭାଗ

November 24, 2026

“ଏହା ହିନ୍ଦୁ-ଶିଖ ଭାଇଚାରାର ଏକ ମେଣ୍ଟ”: ବିଜେପି-ଏସଏଡି ମେଣ୍ଟ ଉପରେ କହିଲେ ରାଘବ ଚଢା

November 24, 2026

ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

November 24, 2026

ମାଟିର ସ୍ୱାସ୍ଥ୍ୟ ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱ

November 24, 2026

ବିଜେପି-ଅକାଳୀ ଦଳ ମେଣ୍ଟ ଉପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି: ଜାଣନ୍ତୁ

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.