ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର: ଜାଣନ୍ତୁ କାହିଁକି?

Published: Mar 13, 2024, 8:32 pm IST

ନୂଆଦିଲ୍ଲୀ: ନିକଟରେ ଭାରତରେ କେନ୍ଦ୍ର ସରକାର CAA ଆଇନ ଲାଗୁ କରିବାକୁ ଘୋଷଣା କରିଛନ୍ତି। କେବଳ ଭାରତୀୟ ନୁହଁନ୍ତି ପଡୋଶୀ ଦେଶ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି। ମୋଦୀ ସରକାରଙ୍କ ଦ୍ୱାରା ନାଗରିକତା (ସଂଶୋଧନ) ଅଧିନିୟମ ୨୦୧୯ ଲାଗୁ ହେବା ପରେ ଦାନିଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ୪୩ ବର୍ଷୀୟ ପୂର୍ବତନ କ୍ରିକେଟର ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

CAA ନିୟମ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଲୋକଙ୍କ ପାଇଁ ଭାରତୀୟ ନାଗରିକତ୍ୱ ପାଇବା ସହଜ ହେବ। ଭାରତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ଦାନିଶ କହିଛନ୍ତି ଯେ, ‘ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଅଛି … PM ମୋଦିଙ୍କୁ ଧନ୍ୟବାଦ’।

ଆଇଏନ୍ଏସ୍ ନ୍ୟୁଜ୍ ଏଜେନ୍ସି ସହିତ ସ୍ୱତନ୍ତ୍ର ଭାବେ କଥାବାର୍ତ୍ତା କରୁଥିବାବେଳେ ଦାନିଶ୍ କହିଛନ୍ତି ଯେ, “ଏହା ଏକ ଭଲ କଥା। ସମସ୍ତେ ଏଥିରୁ ଉପକୃତ ହେବେ। ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବହୁତ ଭଲ ପଦକ୍ଷେପ ନେଇଛନ୍ତି। ସଂଖ୍ୟାଲଘୁ ଏବଂ ହିନ୍ଦୁମାନଙ୍କ ପାଇଁ ଏହା ବହୁତ ଭଲ।”

ପୂର୍ବତନ କ୍ରିକେଟର ଆହୁରି କହିଛନ୍ତି ଯେ, ଜଣେ ହିନ୍ଦୁ ଏବଂ ସନାତନ ହୋଇଥିବାରୁ ମୋର ସାଥୀମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ମୋର କର୍ତ୍ତବ୍ୟ। ଜଣେ ହିନ୍ଦୁ ହୋଇ ମୋର ପ୍ରଭୁ ହନୁମାନ ଏବଂ ପ୍ରଭୁ ରାମଙ୍କ ସହିତ ଗଭୀର ସମ୍ପର୍କ ଅଛି। ଲୋକମାନେ ଏହାକୁ ଏକ ନକାରାତ୍ମକ ଜିନିଷ ଭାବରେ ଦେଖିବା ଉଚିତ୍ ନୁହେଁ। ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଅଛି।

Related posts